• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ଖବର ପ୍ରକାଶ ପରେ ରାଜ୍ୟର ବିଭିନ୍ନ ମାଛ ମାର୍କେଟରେ ଲୋକ ମାଛ କିଣିବା ବେଳେ ଆଶାଆଶଙ୍କାରେ ରହୁଛନ୍ତି। ମାଛରେ କ୍ୟାନସର ସୃଷ୍ଟିକାରୀ ଫର୍ମାଲିନ ମିଶା ଯାଉଥିବା ଅଭିଯୋଗ ପରେ ଏହାର ଯାଞ୍ଚ ଲାଗି ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ। ବଜାରକୁ କି ପ୍ରକାର ମାଛ ଆସୁଛି, ସେଥିରେ ରାସାୟନିକ ମିଶା ଯାଇଛି କି ନାହିଁ, ତାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଛକୁ ଅଧିକ ଦିନ ସଂରକ୍ଷିତ ରଖିବାକୁ ସେଥିରେ ଫର୍ମାଲିନ ପକା ଯାଉଥିବା ଅଭିଯୋଗ ଆସିଥିଲା। ଫର୍ମାଲିନ ଦ୍ୱାରା କ୍ୟାନସର ହେବାର ଆଶଙ୍କା ଅଛି।

Other Stories