• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Weather News

Hot Wave
ବର୍ଷା ପରେ ଉପରମୁହାଁ ପାରଦ; ମାର୍ଚ୍ଚ ଶେଷକୁ ତାପମାତ୍ରା ୪୦ ଡିଗ୍ରୀ !

ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିଲା ତାତି। ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ। ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Weather News
କାଳ ସାଜିଲା କାଳବୈଶାଖୀ ! ଅଦିନିଆ ବର୍ଷାରେ ରାଜ୍ୟ ବେହାଲ, ଉଜାଡ଼ିଲା ଫସଲ

ଜଳବନ୍ଦୀରେ ଉବୁଟୁବୁ କଟକ ସହର । ପାଣିପାଗ ବିଭାଗର ଚେତାବନୀ, କାଲିଠୁ ତାତିରେ ଜଳିବ ଓଡ଼ିଶା ।

Heavy Rain
ଉପକୂଳ ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ, ଭୟଙ୍କର ବିଜୁଳି-ଘଡ଼ଘଡ଼ି

ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ ।

Weather News
ପୁଣି ତାତିଲା ! ୩୯.୫ ଡିଗ୍ରୀ ସହ ବୌଦ୍ଧ ଉତ୍ତପ୍ତ ସହର

ମାଲକାନଗିରିରେ ତାପମାତ୍ରା ୩୮.୮, ଝାରସୁଗୁଡ଼ାରେ ୩୮.୭ । ରାଜ୍ୟର ପ୍ରାୟ ୩୯ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ।

Twincity Fog
ପ୍ରବଳ କୁହୁଡ଼ି ! ରାସ୍ତା ଗାଡ଼ି ଚଲାଇବାକୁ ଭାରି ମୁସକିଲ

ଆଗାମୀ ୩ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Climate Changes
ପିଲାଙ୍କୁ କେମିତି ବୁଝେଇବେ ଶରତ କିଏ ? ପତ୍ତା ମିଳୁନି...

ମଣିଷର ପ୍ରକୃତି ନଷ୍ଟ ହେଲେ ରସାତଳକୁ ବୋଲି ଆମେ କହି ଚେତେଇ ଦେଇଥାଉ l ଆଉ ଯଦି ପ୍ରକୃତିର ପ୍ରକୃତି ନଷ୍ଟ ହୁଏ, ଆମେ କେଉଁଠି ଲୁଚିବା ? ଦେଖାଣିଆ ପାଇଁ ଗାଡି ଉପରେ ଗାଡ଼ି କିଣୁଛେ, ହାଟକୁ ଗଲେ ବି ଗାଡି ଚଢୁଛେ, ସୌନ୍ଦର୍ଯ୍ୟକରଣ ନାଁରେ କଂକ୍ରିଟ୍ ସହର ତିଆରି କରୁଛେ, ବାୟୁମଣ୍ଡଳ ପ୍ରତି ସର୍ବାଧିକ ଅବଦାନ ଥିବା ବୃକ୍ଷଗୁଡ଼ିକୁ କାଟି କାଗଜୀ ଫୁଲ ଗଛ ଲଗାଉଛେ l

Weather
ମାଘରେ କୁଆଡ଼େ ଗଲା ଶୀତ...କଲବଲ କରୁଛି ବାଘ ପରି ଖରା

କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ । କିନ୍ତୁ ଚଳିତ ମାଘରେ ଶୀତ କଥା ଛାଡନ୍ତୁ, ଏବେଠାରୁ ଗରମ ଅନୁଭୂତ ହେଲାଣି । ହଠାତ୍ ଖରା, ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ।

Weather
ଶୀତରେ ଥରୁଛି ପୁରା ରାଜ୍ୟ..୩୧ ଯାଏଁ ନାହିଁ ବର୍ଷା

ରାଜ୍ୟରେ ଜାରି ରହିଛି ଶୀତ ଲହରି । ଅଧିକାଂଶ ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ ରହିଛି । ଦୁଇ ଦିନ ପରେ ରାତି ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Weather
ହେବ ପ୍ରବଳ କୁହୁଡ଼ି.. ପାଣିପାଗ ବିଭାଗ ଦେଲା ୱାର୍ଣ୍ଣିଂ

ଘଣ୍ଟାରେ ଆସି ବାଜିଲାଣି ୧୧ । ତଥାପି ଏଯାଏଁ କମିନି କୁହୁଡ଼ି । ରାଜଧାନୀ ଆକାଶକୁ ଘୋଡ଼ାଇ ରଖିଛି ଘନ କୁହୁଡ଼ିର ଆସ୍ତରଣ ।

Har Har Mausam, Har Ghar Mausam
ଏଣିକି ପ୍ରତି ଘରେ ପହଞ୍ଚିବ ପାଣିପାଗ ତଥ୍ୟ

ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । 'ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍' ଲକ୍ଷ୍ୟ ହାସଲ ଦିଗରେ ଦେଲା ବଡ଼ ଉପହାର । ଏଣିକି ମୋବାଇଲ୍ ଆପ୍ ଜରିଆରେ ଘରେ ଘରେ ପହଞ୍ଚିବ ପ୍ରତିଟି ପାଣିପାଗ ଖବର ।

Har Har Mausam, Har Ghar Mausam
ଘରେ ଘରେ ପହଞ୍ଚିବ ପାଣିପାଗ ଖବର; ଏହି ଆପ୍‌ ଯୋଗାଇବ ଟିକିନିକି ତଥ୍ୟ..

ଯବାନଙ୍କଠୁ କିଷାନ୍ ଯାଏଁ..ପାଣିପାଗ ସୂଚନା ଜରିଆରେ ପ୍ରତିଟି ଜୀବନକୁ ସୁରକ୍ଷିତ ଓ ସମୃଦ୍ଧ କରିଥିବା ଭାରତୀୟ ପାଣିପାଗ ବିଭାଗ ବା IMD, ଆଜି ପଦାର୍ପଣ କରିଛି ୧୫୦ ବର୍ଷରେ ।

Weather
ଶୀତରୁ ଆଶ୍ୱସ୍ତି, କୁହୁଡ଼ିକୁ ନେଇ ୧୫ ଜିଲ୍ଲାକୁ ୱାର୍ଣ୍ଣିଂ

ରାଜ୍ୟରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗର ଚେତାବନୀ । ରାଜ୍ୟରେ ଘନ କୁହୁଡ଼ି ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Weather
କମିବ ଥଣ୍ତା, କୁହୁଡ଼ି ପାଇଁ ସତର୍କ ସୂଚନା ଜାରି

ରାଜ୍ୟରେ ଦେଖବାକୁ ମିଳିଲା ଶୀତ ସାଙ୍ଗକୁ ଘନ କୁହୁଡ଼ି । ରାତି ତାପମାତ୍ରା ସାମାନ୍ୟ କମିଥିଲେ ବି କୁହୁଡ଼ିର ପରିମାଣ କିନ୍ତୁ ବଢ଼ିଛି ।

New Year Rain
ଜାନୁଆରୀ ପ୍ରଥମ ସପ୍ତାହ ଶେଷକୁ ହୋଇପାରେ ବର୍ଷା

ନୂଆ ବର୍ଷ ଆରମ୍ଭରୁ ବର୍ଷା ! ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ।

Cold Wave
କନ୍ଧମାଳ-କୋରାପୁଟ-ସୁନ୍ଦରଗଡ଼-ମୟୂରଭଞ୍ଜରେ ପ୍ରବଳ ଶୀତ..!

ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତର ପ୍ରକୋପ ଜାରି । ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ କୁହୁଡ଼ି ସତର୍କତା ।

Weather Update
କାଲୁଆ କରୁଛି ଥଣ୍ତା ପବନ, କୁହୁଡ଼ିରେ ଦିଶୁନି ରାସ୍ତାଘାଟ

ରାଜ୍ୟରେ ଶୀତ ସାମାନ୍ୟ କମିଛି, ବଢିଛି କୁହୁଡି । ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବୃଦ୍ଧି ପାଇଛି ରାତି ତାପମାତ୍ରା । ଦୁଇଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି । ଏହିସବୁ ସ୍ଥାନରେ ସକାଳୁ କୁହୁଡ଼ି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

Weather
ଖସୁଛି ପାରଦ, ବଢ଼ୁଛି ଶୀତ; ଘନ କୁହୁଡ଼ିରେ ଚାରିଆଡ଼େ ଧୂଆଁ ଧୂଆଁ

ସାରା ରାଜ୍ୟରେ ଅସହ୍ୟ ଜାଡ । ପାରଦ ତଳକୁ ତଳକୁ ଖସୁଛି । ଥଣ୍ଡାରେ ଥରୁଛନ୍ତି ସମସ୍ତେ । ତେବେ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଏବଂ ଆକାଶ ନିର୍ମଳ ଥିବାରୁ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ କମିବା ସମ୍ଭାବନା ରହିଛି ।

Cold Wave
ପ୍ରବଳ ଶୀତ, କେମିତି ଶୋଇଛି ଭୁବନେଶ୍ବର ?

ରାଜଧାନୀରେ ଏବେ ରାଜ କରୁଛି ଶୀତ । ପ୍ରବଳ ଶୀତରେ କେମିତି ଶୋଇଛି ରାଜଧାନୀ । କେମିତି ଶୋଇଛି ରାଜଧାନୀର ରାସ୍ତାଘାଟ, ଆଉ କେମିତି ଶୀତ ସହ ସଂଘର୍ଷ କରୁଛନ୍ତି ବାସହରା । ଦିନ ସାରାର ଖଟଣି ପରେ ରାତିରେ ମୁଣ୍ଡ ଗୁଞ୍ଜିବା ବହୁ କଷ୍ଟକର ହେଉଛି ବାସହରାଙ୍କ ପାଇଁ ।

Weather
ଜାଡ଼ରେ ଥରୁଛି ଓଡ଼ିଶା, ୧୦ ତଳେ ୧୪ ସହର

ଶୀତରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳ ମୁହାଁ ହେଉଥିବାରୁ ଥଣ୍ତାରେ ଥରୁଛି ପୁରା ରାଜ୍ୟ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି । ୧୦ ଡିଗ୍ରୀ ତଳେ ରାଜ୍ୟର ପ୍ରାୟ ୧୪ ଟି ସହରର ତାପମାତ୍ରା ।

Tamilnadu Flood
ତାମିଲନାଡ଼ୁରେ ଜୋରଦାର ବର୍ଷା, ଅଧା ରାଜ୍ୟରେ ବନ୍ୟା ସ୍ଥିତି

ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

Cold Wave
ବାପ୍‌ରେ ବାପ୍‌ କି ଶୀତ ! ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା...

ଆଗାମୀ ୪ରୁ ୫ ଦିନ ଯାଏଁ ମଧ୍ୟ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Cold Wave
ପ୍ରବଳ ଶୀତ ! କୋରାପୁଟ-ସୁନ୍ଦରଗଡ଼ରେ ଘରୁ ବାହାରିଲେ ଦେହ ଥରୁଛି...

ସପ୍ତାହ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଜାଡ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Weather Update
ପ୍ରବଳ ଥଣ୍ତାରେ ଅସ୍ତବ୍ୟସ୍ତ ଜନତା, ପଶୁଙ୍କ ପାଇଁ ନନ୍ଦନକାନନରେ ପ୍ରସ୍ତୁତି

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି ।

Winter
ରାଜ୍ୟରେ ବଢ଼ିଲା ଶୀତ, ୧୦ ଡିଗ୍ରୀ ତଳକୁ ଖସିଲାଣି ପାରଦ...

ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Weather Update
ଆକାଶରୁ ହଟିଲା ବାଦଲ, ରାଜ୍ୟରେ ବଢିଲା ଶୀତ

ତଳକୁ ଖସିଛି ରାତି ବେଳର ତାପମାତ୍ରା । ଦିନେ ୨ ଦିନ ଭିତରେ ୩ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଖସିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।