• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Terrorists Killed

jammu kasmir
Operation Akhal:ଜମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିପାତ, ଦୁଇ ଯବାନ ସହିଦ, ୧୦ ଗୁରୁତର

ଜମ୍ମୁ-କଶ୍ମୀରର ଅଖଲ ଜଙ୍ଗଲରେ ଗତ ୯ ଦିନ ଧରି ଏନକାଉଣ୍ଟର ଚାଲିଛି। ୧ ଅଗଷ୍ଟ ୨୦୨୫ରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେନା ଗୁଇନ୍ଦା ସୂଚନା ଆଧାରରେ ଅଖଲର ଜଙ୍ଗଲରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

Tahir
Terrorist Tahir: ପିଓକେରେ ହେଲା ଏହି ଆତଙ୍କବାଦୀର ଜନାଜା, ପହଲଗାମ ଆକ୍ରମଣ ନେଇ ଖୋଲିଗଲା ପାକିସ୍ତାନର ପୋଲ୍

ତାହିରର ‘ଜନାଜା-ଏ-ଗାୟବ’ ରାୱଲକୋଟର ଖାଇଗାଲା ଗାଁରେ ହୋଇଥିଲା। ‘ଜନାଜା-ଏ-ଗାୟବ’ ହେଉଛି ଏକ ଅନ୍ତିମ ସଂସ୍କାର ପଦ୍ଧତି, ଯାହା ଶବର ଅନୁପସ୍ଥିତିରେ କରାଯାଏ। ଗଣମାଧ୍ୟମରେ ପ୍ରକାଶିତ ଫଟୋ ଓ ଭିଡିଓରେ ପରିବାର ଓ ଗାଁର ଲୋକମାନେ ତାହିର ପାଇଁ ଅନ୍ତିମ ପ୍ରାର୍ଥନାରେ ଏକତ୍ରିତ ହୋଇଥିଲେ । ଏହି ଆୟୋଜନରେ ସ୍ଥାନୀୟ ଲସ୍କର କମାଣ୍ଡର ରିଜୱାନ ହନିଫ ମଧ୍ୟ ଯୋଗ ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ତାହିରର ପରିବାର ଲସ୍କର ସଦସ୍ୟମାନଙ୍କୁ ଯୋଗ ଦେବାକୁ ସଫା ସଫା ମନା କରି ଦେଇଥିଲା।

Operation Akhal
Operation Akhal: ଆହୁରି ୩ ଆତଙ୍କବାଦୀ ନିପାତ; ସର୍ଚ୍ଚ ଅପରେସନ ଜାରି

ଅପରେସନ ଅଖାଲରେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅଖାଲ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚାଲିଥିବା ବେଳେ ଏଯାଏଁ ମୋଟ ୬ ଜଣ ଆତଙ୍କବାଦୀ ନିପାତ ହେଲେଣି।

terrorist
Pahalgam Mastermind: ୧୪ ଦିନ ଟ୍ରାକ କରିବା ପରେ ଧରାପଡିଲା ମୁସା, ଏନକାଉଣ୍ଟର କରିଦେଲା ସେନା

ଡ଼ାଚିଗାମ ଜଙ୍ଗଲରେ ସେନା ଦ୍ୱାରା ଏକ ସନ୍ଦେହଜନକ କମ୍ୟୁନିକେସନ ଧରାପଡ଼ିଥିଲା । ପରେ ଲସ୍କର ଏବଂ ଜୈଶ ଆତଙ୍କବାଦୀଙ୍କୁ ୧୪ ଦିନ ଧରି ଟ୍ରାକ କରାଯାଇଥିଲା । ସ୍ଥାନୀୟ ଲୋକମାନେ ମଧ୍ୟ ଆତଙ୍କବାଦୀଙ୍କ ସଂପର୍କରେ ସୂଚନା ଦେଇ ଏହି ତଥ୍ୟ ଠିକ୍ ବୋଲି କହିଥିଲେ । ଏହା ପରେ ଏହି ଅଞ୍ଚଳକୁ ମିଲିଟାରୀ ଫୋର୍ସ ପଠାଯାଇଥିଲା। ସୋମବାର ପୂର୍ବାହ୍ନରେ ୨୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୪ ପାରା ଟିମଙ୍କୁ ନେଇ ଗଠିତ ଦଳ ତିନି ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲେ ।

ପହଲଗାମ ମାଷ୍ଟରମାଇଣ୍ଡ ସଫା
ପହଲଗାମ ମାଷ୍ଟରମାଇଣ୍ଡ ମୁସା ନିପାତ

ପହଲଗାମ ମାଷ୍ଟରମାଇଣ୍ଡ ମୁସା ନିପାତ। ପହଲଗାମରେ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ନିପାତ। ଅପରେସନ ସିନ୍ଦୁର ପରେ ଭାରତୀୟ ସେନାଙ୍କୁ ବଡ଼ ସଫଳତା। ଲସ୍କର ଇ ତୋଇବାର ଟପ୍ କମାଣ୍ଡର ହାସିମ ମୁସାକୁ ଏନକାଉଣ୍ଟରରେ ମାରିଛି ଭାରତୀୟ ସେନା।

Operation Mahadev
Operation Mahadev: ଅପରେସନ ମହାଦେବ; ସୁରକ୍ଷାବାହିନୀକୁ ବଡ ସଫଳତା, ୩ ଆତଙ୍କୀ ନିପାତ

ଶ୍ରୀନଗରର ଦଚିଗାମ ଜାତୀୟ ଉଦ୍ୟାନ ନିକଟରେ ଭାରତୀୟ ସୁରକ୍ଷା ବାହିନୀର ମିଳିତ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିପାତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆଡ୍ଡାରୁ ଅନେକ ଗ୍ରେନେଡ୍ ଏବଂ ରାସନ୍ ସାମଗ୍ରୀ ଜବତ କରାଯାଇଛି।

pahalgam attack
Pahalgam Attack: ସେଲିବ୍ରେସନ କରିଥିଲେ ଆତଙ୍କୀ

ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଏନଆଇଏକୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଆକ୍ରମଣ ପରେ ପାକିସ୍ତାନୀ ଆତଙ୍କବାଦୀମାନେ ସେଲିବ୍ରେସନ କରିଥିଲେ। ସାକ୍ଷୀଙ୍କୁ ‘ଷ୍ଟାର ପ୍ରୋଟେକ୍ଟେଡ୍ ଓ୍ଵିଟନେସ’ ମାନ୍ୟତା ଦିଆଯାଇଛି ।

Terrorists died
Indian Army Kills Two Jaish Terrorists: ୨ ଜୈସ ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ସେନା: ଘଞ୍ଚ ଜଙ୍ଗଲରେ ଆହୁରି ଲୁଚି ରହିଛନ୍ତି

ଜମ୍ମୁ- କାଶ୍ମୀରର କିସ୍ତୱାର ଜିଲ୍ଲାର ସିଂପୋରା ଅଂଚଳରେ ୨ ଆତଙ୍କୀଙ୍କୁ ନିପାତ କରିଛି ଭାରତୀୟ ସେନା । ଘଞ୍ଚ ଜଙ୍ଗଲ ମଧ୍ୟରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି ।

Security Forces Conduct Successful Large-Scale Operation Against Terrorists in Sopore and Tral, J&K
ସୋପିଆନ୍‌ ଓ ତ୍ରାଲରେ ଆତଙ୍କବାଦୀଙ୍କ ବି‌ରୋଧରେ ବଡ ସଫଳତା

ଜମ୍ମୁ-କାଶ୍ମୀରର ସୋପିଆନ୍‌ ଓ ତ୍ରାଲରେ ଆତଙ୍କବାଦୀଙ୍କ ବି‌ରୋଧରେ ସୁରକ୍ଷାବାହିନୀ କରିଥିବା ବଡ଼ ଧରଣର ଅପରେସନ୍‌ ସଫଳ ହୋଇଛି !

Mother\'s Plea Ignored: Terrorist Killed After Refusing to Surrender in J&K Encounter
ମାଆ କଥା ମାନିଲାନି ଆତଙ୍କୀ

ସରେଣ୍ଡର ପାଇଁ ଭିଡିଓକଲରେ ଆତଙ୍କୀ ପୁଅକୁ ଅନୁରୋଧ କରୁଥିଲା ମାଆ। ତଥାପି ମାଆ କଥା ମାନିଲାନି ଆତଙ୍କୀ। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଗଲା । ସାମ୍ନାକୁ ଆସିଛି ଜମ୍ମୁ-କଶ୍ମୀର ଅବନ୍ତିପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହେବା ଆଗରୁ ଆତଙ୍କବାଦୀ ଆମିର ଓ୍ୱାନୀର ଆଉ ତା ମାଆର ଭିଡିଓ କଲ୍ ସମୟର ଦୃଶ୍ୟ।

ମାଆ କଥା ମାନିଲାନି, ଗୁଳିରେ ଟଳିପଡ଼ିଲା
ମାଆ କଥା ମାନିଲାନି, ଗୁଳିରେ ଟଳିପଡ଼ିଲା

ସାମ୍ନାକୁ ଆସିଛି ଜମ୍ମୁ-କଶ୍ମୀର ଅବନ୍ତିପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହେବା ଆଗରୁ ଆତଙ୍କବାଦୀ ଆମିର ଓ୍ୱାନୀର ଆଉ ତା ମାଆର ଭିଡିଓ କଲ୍ ସମୟର ଦୃଶ୍ୟ। 

Terrorists killed
Terrorists shot in Kashmir: ସେନା ଗୁଳିରେ ଟଳିଲେ ୪ ଆତଙ୍କୀ

ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହେବା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ପାକିସ୍ତାନରେ ହାହାକାର ।
Indian Army's Bold Attack on Terrorists: ଭାରତୀୟ ସେନାର ପରାକ୍ରମ ପରେ ଭୟଭୀତ ପାକିସ୍ତାନ, ବନ୍ଦହେଲା ଏହି ବିମାନବନ୍ଦର

ପହଲଗାମରେ ନୀରିହଙ୍କ ରକ୍ତରେ ହୋଲି ଖେଳିଥିଲେ ଆତଙ୍କବାଦୀ । ଆଉ ଆଜି ଆତଙ୍କୀଙ୍କ ରକ୍ତରେ ଭାସିଛି ପୁରା ପାକିସ୍ତାନ । ପାକିସ୍ତାନର ହାର୍ଟ କୁହାଯାଉଥିବା ଲାହୋର୍ ମୁରିଦକେରେ ବର୍ଷ ବର୍ଷ ଧରି ଟେରର୍‌ର ପାଠଶାଳା ଉଡ଼ାଇଛି ଭାରତ । ଛିନଛତ୍ର ବିଲ୍ଡିଂ ଖିନଭିନ୍ ସବୁ ଆତଙ୍କୀ ପ୍ଲାନିଂ। ଗତକାଲି ରାତିର ହମଲା ପରଠୁ ଏବେ ଯାଏଁ ଶୋଇନାହାନ୍ତି ଲାହୋରର ଲୋକେ ।

Bandipora encounter
Top Lashkar Commander Killed: ସେନା ଗୁଳିରେ ଟପ୍‌ ଆତଙ୍କୀ କମାଣ୍ଡର ଅଲତାଫ୍‌ ନିହତ

ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅଲତାଫ୍ ଲାଲ୍ଲି ନିହତ । ପହଲଗାମ୍ ଆକ୍ରମଣରେ ସମ୍ପୃକ୍ତ ଥିବା ଲସ୍କର ଆତଙ୍କବାଦୀଙ୍କୁ ଧରିବାକୁ ବଡ଼ ଅପରେସନ ଚଳାଇଛି ଭାରତୀୟ ସେନା ।

Kathua Encounter
Kathua Encounter: କାଶ୍ମୀରରେ ବଡ଼ ଏନକାଉଣ୍ଟର; ୩ ଯବାନ ସହିଦ୍, ୨ ଆତଙ୍କୀ ସଫା

ଜମ୍ମୁ-କାଶ୍ମୀରରେ କାଠୁଆରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର । ଆତଙ୍କୀଙ୍କ ଗୁଳିମାଡରେ ୩ ଯବାନ ସହିଦ୍ ହୋଇଥିବାବେଳେ ପାଲଟା ଜବାବରେ ୨ ଆତଙ୍କବାଦୀ ନିହତ । କାଠୁଆ ଜିଲ୍ଲାର ଜୁଥାନା ଅଞ୍ଚଳରେ ହୋଇଛି ଏନକାଉଣ୍ଟର ।

International terrorist osama bin laden was huge fan of alka yagnik songs
Osama Bin Laden: ଓସାମା ବିନ୍ ଲାଡେନ୍‌ ଥିଲା ଗୀତ ପ୍ରିୟ; ଲୁଚି ଲୁଚି ଶୁଣୁଥିଲା ଏହି ଭାରତୀୟ ଗାୟିକାଙ୍କୁ

ନିଜ ଆତଙ୍କରେ ସାରା ବିଶ୍ୱକୁ ଆତଙ୍କିତ କରିଥିବା ଓସାମା ବିନ୍ ଲାଡେନ୍‌ ଜଣେ ଭାରତୀୟ ଗାୟିକାଙ୍କ ସ୍ୱର ଶୁଣିବାକୁ ପାଗଳ ହୋଇଯାଉଥିଲା। ସେ ତାଙ୍କ ଗୀତକୁ ନେଇ ଏତେ ମାତ୍ରାରେ ପାଗଳ ଥିଲେ ଯେ, ନିଜ କମ୍ପ୍ୟୁଟରରେ ତାଙ୍କର ୧୦୦ରୁ ଅଧିକ ଗୀତର ରେକର୍ଡ ରଖିଥିଲେ।

ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କୀ ନିପାତ
Abu Qatal Killed: ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କୀ ଅବୁ କତାଲକୁ ହତ୍ୟା, ରଜୌରୀ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

ଅବୁ କତାଲ ଭାରତରେ ମଧ୍ୟ ଅନେକ ବଡ଼ ଆକ୍ରମଣ କରିଛି । ସେ NIAର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିଲା । ଆତଙ୍କୀ ଅବୁ କତାଲ ସେନା ସମେତ ସମସ୍ତ ସୁରକ୍ଷା ଏଜେନ୍ସି ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

5 Terrorists Killed
J&K Encounter: ଏନକାଉଣ୍ଟର କଲେ ସୁରକ୍ଷା କର୍ମୀ, ଜମ୍ମୁ ଓ କାଶ୍ମୀରରେ ୫ ଆତଙ୍କୀ ସଫା

ବେହେବାଗ ଅଞ୍ଚଳର କାଦରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବରେ ଏନକାଉଣ୍ଟର କରିଥିଲେ।

Encounter
LoC ନିକଟରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ଏନକାଉଣ୍ଟରରେ ଟଳିଲେ ୨ଆତଙ୍କୀ

ପୁଣି ପାକିସ୍ତାନ ପଟୁ ଅନୁପ୍ରବେଶ। ଜାମ୍ମୁକଶ୍ମୀର LOC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

Kulgam Encounter
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା; ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ

କୁଲଗାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ସୁରକ୍ଷାକର୍ମୀମାନେ ଖବର ପାଇଥିଲେ । ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚଅପରେସନ୍‌ କରିଥିଲେ ।

Shahid Latif
ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀକୁ ଗୁଳି ମାରି ହତ୍ୟା

ସିଆଲକୋଟ୍‌ରେ ଗୁଳିକରି ହତ୍ୟା କଲେ ଅଜଣା ଦୁର୍ବୃତ୍ତ,NIAର ୱାଣ୍ଟେଡ୍‌ ତାଲିକାରେ ଥିଲା ସାହିଦ ଲତିଫ୍‌

Terrorist
ଆତଙ୍କବାଦୀଙ୍କୁ କଭର୍‌ ଫାୟର୍‌ ଦେଉଛି ପାକ୍‌ ସେନା: ଭାରତୀୟ ସେନା

ପାକିସ୍ତାନ ସେନାର ପକ୍ଷରୁ ଗୁଳି ମାଡ଼ କରି ଏଥିରେ ହସ୍ତକ୍ଷେପ କରୁଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

5 foreign terrorists killed in encounter
ସୀମା ପାର୍‌ କରି ଲୁଚିଥିଲେ ଆତଙ୍କବାଦୀ, ଖୋଜି ଖୋଜି ଏନ୍‌କାଉଣ୍ଟର କଲେ ସୁରକ୍ଷାକର୍ମୀ...

ଜମ୍ମୁ-କାଶ୍ମୀରର ଏଲ୍‌ଓସି ନିକଟରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି। 

Terrorist killed in encounter
ବୁଲେଟ୍‌ର ଜବାବ ବୁଲେଟ୍‌ରେ ଦେଲା ସେନା

କାଶ୍ମୀରରେ ସେନା ନେଲା ବଦଲା। ଆତଙ୍କୀଙ୍କ ଗୁଳିରେ ୫ ଯବାନ ସହିଦ ହେବା ପରେ ସେନା ପକ୍ଷରୁ ଆରମ୍ଭ ହୋଇଛି ଜବାବୀ କାର୍ଯ୍ୟାନୁଷ୍ଠାନ। ଗଲା ୨୪ ଘଣ୍ଟାରେ ୪ ଆତଙ୍କୀ ନିହତ ହୋଇଛନ୍ତି

jammu-and-kashmir-
ଘାଟିରେ ଅଶାନ୍ତି, ସୁରକ୍ଷା ବାହିନୀଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି ଆତଙ୍କୀ

ଘାଟିରେ ପୁଣି ବଡ଼ ଧରଣର ଆତଙ୍କୀ ହମଲା। ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରରେ ବଢିବାରେ ଲାଗିଛି ଆତଙ୍କୀ ହମଲା। ହେଲେ ଏବେବି ଆତଙ୍କୀମାନେ ସେଠାରେ ଲୁଚି ରହିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି।