ଶିକ୍ଷକମାନଙ୍କୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁ ଶିକ୍ଷକମାନଙ୍କର ୫ ବର୍ଷରୁ ଅଧିକ ସମୟ ଚାକିରି ଅଛି ସେମାନଙ୍କୁ ଟିଇଟି ବା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପାସ୍ କରିବାକୁ ହେବ। ୨ ବର୍ଷରେ TET ପାସ୍ କରିବାକୁ ପଡ଼ିବ। ଏପରି ନ ହେଲେ ଚାକିରି ହରାଇବାକୁ ପଡ଼ିପାରେ।
ବୁଲା କୁକୁର ପ୍ରସଙ୍ଗରେ ଜାରି ହୋଇଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ସାରା ଦେଶରେ ଲାଗୁ ହେବ। ସବୁ ରାଜ୍ୟ ସରକାରଙ୍କୁ ନୋଟିସ୍ ଦେଲେ ସୁପ୍ରିମକୋର୍ଟ। ହିଂସାତ୍ମକ କୁକୁରଙ୍କୁ ରାସ୍ତାକୁ ନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାସ୍ତା ଖରାପ ଥିଲେ NHAI ନାଗରିକଙ୍କଠାରୁ ଟ୍ୟାକ୍ସ ଆଦାୟ କରିପାରିବନି। ଖାଲ ଖମାରେ ପୂର୍ଣ୍ଣ ରାସ୍ତାରେ ଯିବା ପାଇଁ କୌଣସି ଅତିରିକ୍ତ ଦେୟ ଦେବା ଉଚିତ୍ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ଦିଲ୍ଲୀ ଏନସିଆରରୁ ବୁଲା କୁକୁରଙ୍କୁ ତଡ଼ି ପାର ନେଇ ପୂର୍ବରୁ ଦେଇଥିବା ରାୟରେ ପୁଣି ନରମ ମନୋଭାବ ପୋଷଣ କଲେ ସୁପ୍ରିମକୋର୍ଟ। ଏହି ରାୟକୁ ପଶୁପ୍ରେମୀଙ୍କ ବିରୋଧ ଏବଂ ସାନି ଆବେଦନ ପରେ ରାୟର ପୁନର୍ବିଚାର ପାଇଁ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ବି.ଆର. ଗଭାଇ। ସର୍ବୋଚ୍ଚ କୋର୍ଟଙ୍କ ଏଭଳି ସଙ୍କେତ ପରେ ଖୁସି ପ୍ରକାଶ କରିଛନ୍ତି ପଶୁପ୍ରେମୀ। ଏଭଳି ସ୍ଥିତିରେ ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ବରରେ ବୁଲା କୁକୁରଙ୍କୁ ଅନ୍ୟ ସ୍ଥାନକୁ ନେବା ପାଇଁ କୌଣସି ଯୋଜନା ନଥିବା କହିଛନ୍ତି ବିଏମସି ମେୟର।
ସୋମବାର ଦିଲ୍ଲୀ NCRରୁ ସମସ୍ତ ବୁଲା କୁକୁରକୁ ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଦିଲ୍ଲୀରେ କୁକୁର କାମୁଡ଼ା କେସ ବଢ଼ୁଥିବାରୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ଆଉ ରାସ୍ତାରେ ବୁଲି ପାରିବେ ନାହିଁ କୁକୁର। ସମସ୍ତଙ୍କୁ ଉଠାଇ ନିଆଯିବ। ଯିଏ ବାଧାଦେବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ମାମଲାରେ ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ତାଙ୍କ ଆବେଦନ ଖାରଜ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭାରତର ମୁଖ୍ୟ ବିଚାରପତି ଆକ୍ସନ ପାଇଁ ପତ୍ର ପଠାଇବା ଅସାମ୍ବିଧାନିକ ନୁହେଁ। ଏହା ସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ ଜଷ୍ଟିସ ବର୍ମା ପୂର୍ବରୁ କେବେ ମଧ୍ୟ ଏହାର ବିରୋଧ କରିନଥିଲେ ଏବଂ ତଦନ୍ତ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ।
କହିବା ବାହୁଲ୍ୟ ଯେ, ପାଠ ପଢ଼ି ଜୀବନରେ ସଫଳ ମଣିଷଟିଏ ହେବାକୁ ଲକ୍ଷ୍ୟ ରଖିଥିବା, ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀ ଆଜି ବାଟବଣା ହୋଇଯାଉଛି । ପ୍ରେମ ପ୍ରତାରଣା, ଆର୍ଥିକ ସମସ୍ୟା, ପାଠପଢ଼ାରେ ବିଫଳତା ଓ ଚାପ, ପାଠ ପ୍ରତିଯୋଗିତାରେ ଅଭିଭାବମାନଙ୍କ ମାତ୍ରାଧିକ ଚାପ ପିଲାଙ୍କୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରୁଛି।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ହାଇକୋର୍ଟଙ୍କ ଦ୍ୱାରା ମୁକ୍ତ ହୋଇଥିବା ୧୨ ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଜେଲକୁ ଫେରିବାକୁ ପଡ଼ିବ ନାହିଁ। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିବ । ଏହି ମାମଲା ବିଚାରାଧୀନ ଥିବା ପର୍ଯ୍ୟନ୍ତ ବମ୍ୱେ ହାଇକୋର୍ଟଙ୍କ ଏହି ରାୟକୁ ତଳକୋର୍ଟରେ କେହି ସାଇଟ୍ କରିପାରିବେ ନାହିଁ । ଯଦି ହାଇକୋର୍ଟଙ୍କ ଏହି ରାୟକୁ ତଳକୋର୍ଟରେ ଦର୍ଶାଯିବ, ତେବେ ଏନେକ କେଶ୍ ପ୍ରଭାବିତ ହେବ ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟା ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିଲେ ।
ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ କେନ୍ଦ୍ରକୁ ଚିଠି ଲେଖିଲା ସୁପ୍ରିମକୋର୍ଟ ପ୍ରଶାସନ । ୨୦୨୪ ନଭେମ୍ବର ୧୦ରେ ସେ ସେବାନିବୃତ୍ତ ହୋଇଥିଲେ ହୋଇଥିଲେ ।
ନ୍ୟାୟିକ ସେବାରେ ପ୍ରବେଶସ୍ତରୀୟ ପଦବୀ ଲାଗି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।
ଯେତେବେଳେ ଏହି ଆଇନର ସଦୁପଯୋଗ ହୋଇ ନପାରିବ ସେତେବେଳେ ହିଁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ । ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ସ୍ପଷ୍ଟ ଆଭିମୁଖ୍ୟ ରଖିବା ଉଚିତ୍ । ନହେଲେ ଘରୋଇ ହିଂସା ଆଇନ,୨୦୦୫ର ସଠିକ୍ ଉଦ୍ଦେଶ୍ୟ ପୂରଣ ହୋଇ ପାରିବ ନାହିଁ ।
ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା। ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ୱେବସାଇଟ୍ ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ରହିବ। ଏନେଇ ଗତ ୧ରେ ଫୁଲ୍ କୋର୍ଟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।
ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଯଶୱନ୍ତ ବର୍ମାଙ୍କର ଘରୁ ନଗଦ କ୍ୟାସ ଜବତ ଘଟଣା ପରେ, ୧୯୯୧ ସୁପ୍ରିମ କୋର୍ଟ ନିଷ୍ପତ୍ତି ଅନୁସାରେ ତାଙ୍କ ବିରୋଧରେ ଆଇନମାନ୍ୟ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ଉପସ୍ଥାପିତ ହୋଇଛି । ଏହି ଘଟଣାରେ ଦିଲ୍ଲୀ, ଆଲାହାବାଦ ହାଇକୋର୍ଟ, ସିଜେଆଇ ଓ ନ୍ୟାୟ ବ୍ୟବସ୍ଥା ସହ ଜଡିତ ବିବିଧ ଆଲୋଚନା, ତଦନ୍ତ ଓ ନିୟମ ମର୍ୟାଦାର ଚର୍ଚ୍ଚା ହୋଇଛି ।
ସାଂସଦ ଓ ବିଧାୟକମାନେ ପ୍ରଭାବଶାଳୀ ହୋଇଥିବାରୁ ମାମଲାଗୁଡିକର ଶୀଘ୍ର ବିଚାର ହୋଇପାରୁନାହିଁ । ତାରିଖ ପରେ ତାରିଖ ଗଡ଼ୁଛି । ଏ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କ’ଣ କରାଗଲେ ତ୍ୱରିତ ବିଚାର ହୋଇପାରିବ, ସେ ସଂପର୍କରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଆମିକସ୍ କ୍ୟୁରି ।
ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁଅ ତା’ ର ମାଆ ପାଖରେ ରହିବ । ଅତୁଲଙ୍କ ଆତ୍ମହତ୍ୟା ପରେ ନିକିତା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ କେସ୍ ଚାଲିଛି । ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ବି ଭି ନାଗରତ୍ନା ଓ ଜଷ୍ଟିସ୍ ଏସ ସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ବାସ୍ତବରେ ନାତି ପାଇଁ ତାଙ୍କ ଜେଜେ ମାଆ ଅପରିଚିତ । ଦୁଇ ଜଣଙ୍କ ମଧ୍ୟରେ ଏତେ ଜଣାଶୁଣା ନାହିଁ ।
ଭାରତର ସୁପ୍ରିମ୍କୋର୍ଟ(SCI) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
କହିପାରୁ ନାହାନ୍ତି କି ଶୁଣି ପାରୁ ନାହାନ୍ତି । ତଥାପି କେସ୍ ଲଢ଼ି ଇତିହାସ ରଚିଲେ ମହିଳା ଆଇନଜୀବୀ ସାରା ସନ୍ନି
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବେ।
ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ପୂରା ଭାଙ୍ଗି ଯାଇଛି, କୌଣସି ପ୍ରକାରରେ ତାକୁ ଆଉ ଯୋଡ଼ି ହେବନାହିଁ, ସେଭଳି କ୍ଷେତ୍ରରେ ପୂର୍ବଭଳି ଅତିକମରେ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନି । ସମ୍ବିଧାନର ଧାରା ୧୪୨ ଉପଯୋଗ କରି ବିଶେଷ ଅଧିକାର ବଳରେ ସୁପ୍ରିମକୋର୍ଟ ଛାଡ଼ପତ୍ର ରାୟ ଦେଇପାରିବେ ।
ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ପୂରା ଭାଙ୍ଗି ଯାଇଛି, କୌଣସି ପ୍ରକାରରେ ତାକୁ ଆଉ ଯୋଡ଼ି ହେବନାହିଁ, ସେଭଳି କ୍ଷେତ୍ରରେ ପୂର୍ବଭଳି ଅତିକମରେ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନି । ସମ୍ବିଧାନର ଧାରା ୧୪୨ ଉପଯୋଗ କରି ବିଶେଷ ଅଧିକାର ବଳରେ ସୁପ୍ରିମକୋର୍ଟ ଛାଡ଼ପତ୍ର ରାୟ ଦେଇପାରିବେ ।
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼। ୫୦ ତମ ପ୍ରଧାନ ବିଚାରପତି ଭାବେ ସୋମବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ।
ସିଏଏକୁ ଚ୍ୟାଲେଞ୍ଜ କରି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ୨୦୧୯ ଡିସେମ୍ବର ୧୮ରେ ଶୁଣାଣି କରିଥିଲେ।
ସୁପ୍ରିମ କୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର କ୍ଷମତା ଲଢେଇ । ବିଦ୍ରୋହୀ ବିଧାୟକ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇ ଦୁଇଟି ଆବେଦନ କରାଯାଇଛି ।