ସମ୍ବଲପୁର ଓ ସୋନପୁର ସୀମାରେ ମାଓବାଦୀ ଘୂରି ବୁଲୁଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ଚାରମାଳ ଓ ନାକଟିଦେଉଳ ଥାନା ଅଞ୍ଚଳରେ ଚାଲିଛି ବଡ଼ ଧରଣର ଅପରେସନ୍ । ସାଗଜୁରୀ ଜଙ୍ଗଲରେ ମାଓବାଦୀଙ୍କୁ ଡ୍ରୋନ ସହାୟତାରେ ଖୋଜା ଚାଲିଛି ।
ବାହାଘର ପ୍ରୋସେସନ୍ ସାରି ମନମୁଣ୍ଡାରୁ ଫେରୁଥିବା ବେଳେ ସୋନପୁର-ବଲାଙ୍ଗିର ରାସ୍ତା ହରଡ଼ଖୋଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ଭିତରେ ଥିବା ଲୋକଙ୍କୁ କଟର ମେସିନ ସହାୟତାରେ କାଟି ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।
ଯୁବକଙ୍କୁ ଗୁଳି ମାରି ଲୁଟ୍ ଉଦ୍ୟମ । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି କଲେଜ ନିକଟରେ ଏହି ଗୁଳି ଫୁଟିଛି । ଗୁଳିମାଡରେ ଜଣେ ଯୁବକ ଗୁରୁତର । ପଢନ୍ତୁ ପୁରା ଖବର
ହନୁମାନଙ୍କ ଆଗରେ ସୈନ୍ୟ ସାମନ୍ତ ଯୁଦ୍ଧ ଅଭ୍ୟାସ କରୁଥିବାରୁ ଏତେ ମନ୍ଦିର ନିର୍ମାଣ ହୋଇଛି।
କାନ୍ଥରୁ ବାହାଘର ଚିତା ଲିଭିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସବୁକିଛି ଧୂଳିସାତ ହୋଇଗଲା। ଆଉ ଏବେ ନିଜର ସ୍ୱପ୍ନର ମଣିଷକୁ ହରାଇ ମୁଣ୍ଡପିଟି କାନ୍ଦୁଛନ୍ତି ନବ ବିବାହିତା ପତ୍ନୀ ।
ବିନିକା ପୋଲିସକୁ ଗଂଜେଇ ନିଶା ! ଗଂଜେଇ ଧରି ନିଶାରେ ବିନିକା ପୋଲିସ ! ଏଠି ସାକ୍ଷୀ ନକଲି...ମୁଦାଲା ବି ନକଲି... ! ତେଣୁ ବଡ଼ ପ୍ରଶ୍ନ, କିଏ ଅସଲି ଗଂଜେଇ ଚାଲାଣକାରୀ...?
ଏଇ ଛାତ୍ରଙ୍କ ନାଁ ହେଉଛି ଶୁଭମ୍। ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଶ୍ରୀରାମ କଲେଜର ଯୁକ୍ତ ୩ ଛାତ୍ର। ସେ ଏତେ ଚମତ୍କାର ଅଭିନୟ କରୁଛନ୍ତି ସେ ଯିଏ ଦେଖୁୁଛି ମତୁଆଲା ହେଉଛି । ଶୁଭମଙ୍କ ଚମତ୍କାର ସଂଳାପ,ଅଟ୍ଟହାସ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିଛି । ଦମଦାର ଅଭିନୟ କରି ଦର୍ଶକଙ୍କୁ ରାତିତମାମ୍ ବାନ୍ଧି ରଖିବା ସହ ସାଉଁଟିଂଛନ୍ତି ଅନେକ ପୁରସ୍କାର ଓ ମାନପତ୍ର । ଦିନରେ ଶ୍ରୀରାମ କଲେଜରେ ପାଠ ପଢନ୍ତି ଏବଂ ରାତିରେ ଧନୁଯାତ୍ରାରେ ସାଜିଥାନ୍ତି କଂସ ।
ବୌଦ୍ଧ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିଲେବି କଂଟାମାଳ ସୀମାନ୍ତରେ ରହିଥିବା ଏହି ଖଣ୍ଡିକନପା ଅଂଚଳଟି ପିକନିକ ପାଇଁ ବେଶ ଆକର୍ଷଣୀୟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିସାରିଥିବାବେଳେ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ବିଶେଷକରି ପିକିନିକ ଋତୁ ଆସିଲେ ଏହି ସ୍ଥାନରେ ଜମେ ପର୍ଯ୍ୟଟକଙ୍କ ଭିଡ ।
ଡାଇରେକ୍ଟ ଆଟାକିଂ ମୋଡ୍ରେ ଅମିତ ଶାହ। ଫୁଲ୍ ଜୋଶ୍ରେ ଓଡ଼ିଶାରେ ବିଜେପିର ପ୍ରଚାର। ବିଗୁଲ ଫୁଙ୍କିିଛନ୍ତି ରାଜନୀତିର ଚାଣକ୍ୟ।
ଚାଷ ଜମିକୁ ଜଳଯୋଗାଣ ନାଁରେ ମରଣର ଜାଲ ବିଛାଇଛନ୍ତି କି ରାଜ୍ୟ ସରକାର ? ନଳକୂଅ ଖନନ ବ୍ୟବସ୍ଥା ସାଜିଛି କି ମୃତ୍ୟୁର କୂଅ ?
ଚାଷ ଜମିକୁ ଜଳଯୋଗାଣ ନାଁରେ ମରଣର ଜାଲ ବିଛାଇଛନ୍ତି କି ରାଜ୍ୟ ସରକାର ? ନଳକୂଅ ଖନନ ବ୍ୟବସ୍ଥା ସାଜିଛି କି ମୃତ୍ୟୁର କୂଅ ? ତଥ୍ୟ କହୁଛି, ବିଜୁ କୃଷକ ବିକାଶ ଯୋଜନାରେ ଏଭଳି ପ୍ରାୟ ଦେଢ଼ ଲକ୍ଷ ବୋରୱେଲ ଖୋଳାଯାଇଥିବା ବେଳେ ପ୍ରାୟ ୪୫ ହଜାର ବୋରୱେଲ୍ ଅବ୍ୟବହୃତ ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି।
ବଜାର ସୁବିଧା ଭଲରେ ନାହିଁ । ଯଦି ବ୍ୟବସାୟ ପାଇଁ ସବୁ ସୁବିଧା କରାଯିବ ତାହାଲେ ଲାଭ ପାଇବେ ବୁଣାକାର ପରିବାର
ସ୍କୁଲ ଯାଉଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତର ଚୁଲିମାଳ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା ।
ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ ।
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ । ସୁବର୍ଣ୍ଣପୁର ବିନିକା ଥାନା ଦାନିପାଲି ଛକରେ ଦୁର୍ଘଟଣା ପରେ କଲେଜ୍ ଛକରେ ବହୁ ସଂଖ୍ୟାରେ ସ୍ଥାନୀୟବାସିନ୍ଦା ରାସ୍ତାରୋକୋ କରିଛନ୍ତି ।
ସ୍ୱାମୀ ପାଲଟିଲା ସଇତାନ୍ । ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଆଇଁଲାଛାଟ ଗାଁରେ ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଆଇଁଲାଛାଟ ଗାଁ ଶଙ୍କର ଦେହେରି ନାମଙ୍କ ବ୍ୟକ୍ତି ତାଙ୍କ ପତ୍ନୀ ମମତା ଦେହୁରୀଙ୍କୁ ଏଭଳି ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ କରାଯାଇଛି ।
ଯିଏ ଦିନେ ପରିବାର ଚଳାଉଥିଲେ, ସେ ନିଜେ ଚଳିବା କଷ୍ଟକର ହୋଇପଡ଼ିଛି। ଦୁର୍ଘଟଣାରେ ଗୋଡ ହରାଇ ଖଟିଆ ଉପରେ ପଡ଼ି ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛନ୍ତି ଚାଣ୍ଡାଳ...ସହାୟତା ମିଳିଲେ ଲାଗିପାରନ୍ତି କୁତ୍ରିମ ଗୋଡ଼
ଏହା ସ୍କୁଲ ନା ପାର୍କ? ସରକାରୀ ସ୍କୁଲର ରୂପକୁ ପ୍ରଧାନଶିକ୍ଷକ ଏମିତି ରୂପ ଦେଇଛନ୍ତି ଯେ, ବାଟରେ ଚାଲିଯାଉଥିବା ଲୋକ ଘଡ଼ିଏ ଛିଡ଼ା ହୋଇ ଏଇଠି ସେଲଫି ନେଉଛନ୍ତି...ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ କଥା ପଚାରେ କିଏ? ଆପଣ ବି ଦେଖନ୍ତୁ କେମିତି ସ୍କୁଲ ହୋଇଛି ପାର୍କ...
ସେପଟେ ମାଡ଼ି ଆସିଲାଣି ବର୍ଷା । ଧାନ ବିକ୍ରି କରିବା ପାଇଁ ଚାଷୀ ଟୋକନ ପାଇଛିି । ମାତ୍ର ଧାନ ବିକ୍ରି ହୋଇନପାରିବା ଯୋଗୁଁ ୧୦ ଦିନ ହେଲାଣି ଖୋଲା ଆକାଶ ତଳେ ପଡ଼ି ରହିଛି । ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ । ମିଲର୍ସ ମଣ୍ଡିକୁ ଧାନ କିଣିବାକୁ ଆସୁନଥିବାରୁ ଧାନ ଉଠୁନଥିବା ଅଭିଯୋଗ ହୋଇଛି ।
ପଦାରେ ପଡିଲା ସରକାରୀ କାମର ଭିତିରି କଥା। ରାସ୍ତା ଟିକିଏ ବଙ୍କା ହୋଇଗଲା ବୋଲି ଆଉ ଥରେ ହେଲା କାମ। ଶ୍ରମିକ ଲାଗିଲେ, ଟଙ୍କା ଖର୍ଚ୍ଚ ବି ହେଲା। ଯାହାକୁ ଦେଖି ଲୋକେ ତାଜୁବ୍...
ଆରମ୍ଭ ହୋଇଛି ଶୀତର ରାଜୁତି । ଘନ କୁହୁଡି ସହ ଶୀତରେ ଥରୁଛି ସାରା ଓଡ଼ିଶା । ଠିକ୍ ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ ।
ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ । କୁହୁଡି ସହ ଥଣ୍ଡା ପବନ ଓ ଗଛ ପତ୍ରରେ କାକରର ଛିଟା ମଧ୍ୟ ଦେଖିବାକୁ ମିଳିଛି । ତଥାପି ଲୋକମାନେ ଶୀତର ମଜା ନେବାକୁ ଟିକେ ହେଲେ ପଛାଉ ନାହାଁନ୍ତି ।
ନାଁକୁ ମାତ୍ର ସ୍ମାର୍ଟ ସ୍କୁଲ : ଆଗ ପୁରା ଚକାଚକ୍ କିନ୍ତୁ ଭିତରେ ପୂରା ଅବ୍ୟବସ୍ଥା : ଲାଇଟ୍ ଜଳୁନି କି ଶୌଚାଳୟ ନାହିଁ
ଆମକୁ କୌଣସି ସାହାଯ୍ୟ ସହଯୋଗ ମିଳୁନି । ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଲୋକକଳା ଗାଁ ଭାବେ ପରିଚିତ ହୋଇଥିବା ଏଠାକାର କଳାକାj ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜକଳାକୁ ପ୍ରଦର୍ଶିତ କରି ସୁନାମ ଅର୍ଜନ କରିଛନ୍ତି ।
ଧସିଲା ରାଜପଥ ମାଟି । ଏମିତି ଘଟଣା ଘଟିଛି ସମ୍ୱଲପୁର ଏବଂ ସୋନପୁରକୁ ଯୋଗାଯୋଗ କରୁଥିବା ରାସ୍ତା। ଭିଡିଓରୁ ଜାଣନ୍ତୁ ମାଟି ଧସିବାର କାରଣ