ରାଉରକେଲା ପୋଲିସ ଜିଲ୍ଲା ପାଇଁ ୧୦୭ ଗୃହରକ୍ଷୀ ପଦବୀ ପାଇଁ ପରୀକ୍ଷା ଚାଲିଥିବା ବେଳେ, ୯ ହଜାର ୬୧ ଜଣ ପରୀକ୍ଷାର୍ଥୀ ଭାଗ ନେଇଛନ୍ତି ।
ସ୍ବାମୀ-ସ୍ତ୍ରୀଙ୍କ ବିସ୍ଫୋରକ ବିଜ୍ ନେସ୍ ! ବାଲୁଘାଟରୁ ମିଳିଛି ୪୫୦ ପେଟି ବିସ୍ଫୋରକ । ଉଭୟ ପତି-ପତ୍ନୀଙ୍କ ନାଁରେ ଅଛି ଲାଇସେନ୍ସ । ରାଉରକେଲାରୁ ଆସିଥିବା ଏହି ଖବର ଏବେ ଖୁବ୍ ଚର୍ଚ୍ଚାର ପରିଧିକୁ ଆସିଛି । ସ୍ବାମୀ ସ୍ତ୍ରୀ ଚଲାଇଥିଲେ ବିସ୍ଫୋରକ ଗୋଦାମ ।
ସ୍ବାମୀ-ସ୍ତ୍ରୀଙ୍କ ବିସ୍ଫୋରକ ବିଜ୍ ନେସ୍ ! ବାଲୁଘାଟରୁ ମିଳିଛି ୪୫୦ ପେଟି ବିସ୍ଫୋରକ । ଉଭୟ ପତି-ପତ୍ନୀଙ୍କ ନାଁରେ ଅଛି ଲାଇସେନ୍ସ । ରାଉରକେଲାରୁ ଆସିଥିବା ଏହି ଖବର ଏବେ ଖୁବ୍ ଚର୍ଚ୍ଚାର ପରିଧିକୁ ଆସିଛି । ସ୍ବାମୀ ସ୍ତ୍ରୀ ଚଲାଇଥିଲେ ବିସ୍ଫୋରକ ଗୋଦାମ ।
ରାଉରକେଲା ବାଲୁଘାଟରେ ଦୁଇ ଟ୍ରକରୁ ମିଳିଲା ୪୫୦ ପେଟି ବିସ୍ଫୋରକ । ଏନେଇ ସୂଚନା ଦେଲେ ରାଉରକେଲା ଏସପି । ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍ କରିଥିଲା ସୁନ୍ଦରଗଡ଼ ପୋଲିସ ।
ସୁନ୍ଦରଗଡ଼ରୁ ବିସ୍ଫୋରକ ଭର୍ତ୍ତି ଗାଡି ଲୁଟ୍ ଘଟଣାରେ ତନାଘନା । ରାଉରକେଲାରେ NIA ଟିମ୍ । DGP ୱାଇବି ଖୁରାନିଆଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ।
ମଙ୍ଗଳବାର। ସକାଳ ପ୍ରାୟ ୮ଟା ୫୦। ସୁନ୍ଦରଗଡର ବଡଗାଁରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଝାଡଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣିରେ ପହଁଚିଥିଲା। ଗାଡିରୁ ବିସ୍ଫୋରକ ସାମଗ୍ରୀ ଓହ୍ଲାଇବା ବେଳେ ଘେରିଯାଇଥିଲେ ୩୦ରୁ ଅଧିକ ଅଜ୍ଞାତ ବ୍ୟକ୍ତି। ହାତରେ ଧରିଥିଲେ ବନ୍ଧୁକ। ଡ୍ରାଇଭରକୁ ଧମକାଇ ବିସ୍ଫୋରକ ସହ ଗାଡିକୁ ନେଇଯାଇଥିଲେ ଜଙ୍ଗଲକୁ।
ରାଉରକେଲାରେ ୨ ଡକାୟତଙ୍କୁ ପୋଲିସର ଏନ୍କାଉଣ୍ଟର । ଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନ୍କାଉଣ୍ଟର କଲା ପୋଲିସ । ୨ ଜଣ ଆହତ ଅବସ୍ଥାରେ ରାଉରକେଲା ମେଡିକାଲରେ ଭର୍ତ୍ତି ।
କାଲିଠୁ ଶବ ପଡ଼ିଛି। ଆଉ ଶବ ସହିତ ଶବ ହୋଇ ପଡ଼ିରହିଛନ୍ତି ଆତ୍ମୀୟ, ପରିଜନ, ବନ୍ଧୁବାନ୍ଧବ । ମୁଣ୍ଡ ପିଟିପିଟି କାନ୍ଦୁଛନ୍ତି ସଭିଏଁ । ନା ଲୁହ ଶୁଖୁଛି ନା ଉତ୍ତେଜନା ଥମୁଛି ।
‘ଆଦିବାସୀଙ୍କୁ ବଞ୍ଚିଲାବେଳେ ବି ସମ୍ମାନ ନାହିଁ, ମଲାପରେ ବି ସମ୍ମାନ ନାହିଁ’
ଆରଏସପି ପକ୍ଷରୁ ରେଲୱେ ଲାଇନ ନିର୍ମାଣ ବେଳେ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ । ନୂଆ ରେଳ ଲାଇନ୍ ନିର୍ମାଣକୁ ବରକାନି ଅଞ୍ଚଳର ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ । ଏତିକିବେଳେ ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାଁ ଏତୁଆ ଏକା ।
୨୨ ବର୍ଷୀୟ ପୁଅ ବିଷ୍ଣୁ ବର୍ମା ୫୫ ବର୍ଷୀୟ ବାପା କାର୍ତ୍ତୀ କୁମାର ବର୍ମାଙ୍କୁ ହତ୍ୟା କରିଛି । ହେଲେ କାର୍ତ୍ତୀ କାହିକିଁ ତା’ ପତ୍ନୀକୁ ହତ୍ୟା କରିଥିଲା । ପୁଅ ବିଷ୍ଣୁ ବାପା କାର୍ତ୍ତୀକୁ କିପରି ହତ୍ୟା କଲା ତା’ ଏଯାଏଁ ସ୍ପଷ୍ଟ କରିନି ପୋଲିସ ।
ଅଶାନ୍ତ ହୋଇପଡିଛି ସ୍ମାର୍ଟସିଟି ରାଉରକେଲା । ଗତ ଚାରି ଦିନରେ ଚାରି ଚାରିଟି ମୁଣ୍ଡ ଗଡାଇ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀ ।
ସାଧାରଣତଃ ଦୁର୍ଘଟଣା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଖଣ୍ଡିଆ ହୋଇଗଲେ ଖୁବ୍ ଜୋରରେ ରକ୍ତସ୍ରାବ ହୋଇଥାଏ । ଯଦି ଚିକିତ୍ସା ବିଳମ୍ବ ହୁଏ, ତେବେ ରୋଗୀଙ୍କ ଜୀବନ ପ୍ରତି ବିପଦ ବଢିଯାଏ । ଏପରି ସ୍ଥଳରେ ରାଉଲକେଲା ଏନ୍ଆଇଟି ଲ୍ୟାବରେ ପ୍ରସ୍ତୁତ କରିଥିବା ପାଉଡର ଚମତ୍କାର ଭାବେ କାମ କରିବ ।
ଡିଜିଟାଲ୍ ଜମାନାରେ ଚତୁର ନହେଲେ, ସାଇବର ଲୁଟେରା ଚୁନ ଲଗାଇବା ଥୟ। କାରଣ ଚାରିଆଡ଼େ ମାଡ଼ିଯାଇଥିବା ଏହି ଅଦୃଶ୍ୟ ଲୁଟେରାଙ୍କ ଅସ୍ତ୍ର ସାଜିଛି ସୋସିଆଲ୍ ମିଡ଼ିଆ। ନକଲି ଆପ୍ ତିଆରି କରୁଛନ୍ତି, ଅନଲାଇନ ଟ୍ରେଡିଂ ନାଁରେ ଦି’ଗୁଣା ଅର୍ଥର ଲୋଭ ଦେଖାଇ ଲୁଟୁଛନ୍ତି କଷ୍ଟ ଉପାର୍ଜିତ ଟଙ୍କା। ଆଜି ଏମିତି ଏକ ଅନ୍ତର୍ଜାତୀୟ ରାକେଟର ଖୁଲାସା କରିଛି ରାଉରକେଲା ପୋଲିସ। ଯାହାର ମାଷ୍ଟରମାଇଣ୍ଡ ହେଉଛି, UAE ନାଗରିକତ୍ବ ହାସଲ୍ କରିଥିବା ଜଣେ ଅନ୍ତର୍ଜାତୀୟ ସାଇବର ଲୁଟେରା। ତାକୁ ମିଶାଇ ପୋଲିସ୍ ୯ ଜଣଙ୍କୁ ଧରିବା ସହ ୨୩ଟି ଆକାଉଣ୍ଟର କୋଟିଏ ୪୧ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି।
ରାଉରକେଲା ପୋଲିସ ହାତରେ ଧରାପଡ଼ିଛି ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗ । ଓଡ଼ିଶା-ଛତିଶଗଡରୁ ଗ୍ୟାଙ୍ଗ୍ ର ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ।
ଉପରେ ଅସଲି କିନ୍ତୁ ଭିତରେ ନକଲି। ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ତିଆରି ହେଉଥିଲା ନକଲି ଇଞ୍ଜିନ ଅଏଲ୍। ଏଭଳି କିଛି କମ୍ପାନି ଠାବ ହୋଇଛି ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ। ପୋଲିସ ଚଢ଼ାଉ କରି ୪ ହଜାର ଲିଟର ଅପମିଶ୍ରିତ ଇଞ୍ଜିନ୍ ଅଏଲ ଜବତ କରିଛି। ଏଥିସହ ଏହି ଘଟଣାରେ ୨ ଭାଇଙ୍କୁ ଗିରଫ କରିଛି।
ରାଉରକେଲା ସରକାରୀ ହସ୍ପିଟାଲ। ଏଠାକୁ ଦୈନିକ ଆସୁଛନ୍ତି ଶତାଧିକ ରୋଗୀ। ସୁନ୍ଦରଗଡ ସମେତ ପଡୋଶୀ ଝାଡଖଣ୍ଡ ରାଜ୍ୟର ବହୁ ରୋଗୀ ଏହା ଉପରେ ନିର୍ଭର କରିଥାନ୍ତି। ରୋଗୀଙ୍କ ଚିକିତ୍ସା କରିବ କଣ ଖୋଦ୍ ହସ୍ପିଟାଲର ଟ୍ରିଟମେଣ୍ଟ କରିବା ଜରୁରୀ ହୋଇପଡିଛି।
ଅସ୍ଥାୟୀ ଚାକିରୀ କରିବା ପାଇଁ ଶିକ୍ଷିତଙ୍କ ଭିତରେ ରେସ୍। ହୋମଗାର୍ଡ ପାଇଁ ଆବେଦନ କରିବାକୁ ହାଉଜାଉ ଆଶାୟୀ। ୧୦୭ଟି ପଦବି ପାଇଁ ଆବେଦନ ଟପିଲାଣି ୯ ହଜାର। ବିଟେକ୍, ଏମଟେକ୍ ଓ ଏମସିଏ ଡିଗ୍ରୀଧାରୀ ପକାଇଛନ୍ତି ଫର୍ମ ।
ଉଚ୍ଚଶିକ୍ଷିତ ପିଲାଙ୍କ ରେସ୍ ଲାଗିଛି ହୋମଗାର୍ଡ ଚାକିରି ପାଇଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆବେଦନକାରୀଙ୍କ ମଧ୍ୟରେ କିଏ କିଏ ବିଟେକ୍ ଓ ଏମଟେକ୍ କରିଛନ୍ତି ତ କିଏ ଏମସିଏ ଏବଂ ଡିଗ୍ରୀ।
ଉଚ୍ଚଶିକ୍ଷିତ ପିଲାଙ୍କ ରେସ୍ ଲାଗିଛି ହୋମଗାର୍ଡ ଚାକିରି ପାଇଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆବେଦନକାରୀଙ୍କ ମଧ୍ୟରେ କିଏ କିଏ ବିଟେକ୍ ଓ ଏମଟେକ୍ କରିଛନ୍ତି ତ କିଏ ଏମସିଏ ଏବଂ ଡିଗ୍ରୀ।
ଆଜି ଭୋରୁ ଇସ୍ପାତ ନଗରୀରେ ଫୁଟିଛି ଗୁଳି। ଦୀର୍ଘ ଦିନ ଧରି ନିଦ ହଜାଇଥିବା ୱାଣ୍ଟେଡ ଅପରାଧିକୁ ଏନକାଉଣ୍ଟର କରିଛି ପୋଲିସ। ଘାଇଲା ହୋଇଛି ବ୍ୟାସ ଲକୁଆ।
ଆଜି ଭୋର ୪ଟା ସମୟରେ ବାୟାସ ବିଶ୍ରା ଥାନା ଅକ୍ଷୟଶିଳା ଜଳ ପ୍ରପାତ ଅଞ୍ଚଳରେ ଥିବା ରାଉରକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ସେହି ସ୍ଥାନରେ ଛକି ରହିଥିଲା। ପୋଲିସକୁ ଦେଖି ପ୍ରଥମେ ବାୟାସ ଗୁଳି ଚାଳନା କରିଥିଲା।
ରାଉରକେଲାର ଜନ୍ମେଶ ଭୁବନେଶ୍ୱର AIIMSରେ ହଷ୍ଟେଲ୍ ୱାର୍ଡେନ୍ ଭାବେ ଚାକିରି କରୁଥିବା ବାପା ଅଶୋକ ଲେଙ୍କାଙ୍କ ସହ ରହିଆସୁଥିଲା। ସେଦିନ ଥିଲା ଫେବୃୟାରୀ ୧୧ ତାରିଖ। ଅଶୋକଙ୍କ କହିବା କଥା, ମା’ସହ ଶିବ ମନ୍ଦିରରୁ ଫେରିବା ପରେ ଜନ୍ମେଶକୁ ଗାଧୁଆ ପାଧୁଆ
ଜନ୍ମେଶଙ୍କ ମାଆ କହିଛନ୍ତି, ମୋ ପୁଅ ଆଉ ଫେରିବନି । ମୋ ପୁଅର ଅଙ୍ଗରେ ଆଉ କେଉଁ ମାଆ ନିଶ୍ଚୟ ଖୁସି ହେବ । ତା ମନରେ ମୋ ପୁଅ ଖୁସି ଆଣିବ । ସେଇଥିପାଇଁ ଅଙ୍ଗଦାନ ନିଷ୍ପତ୍ତି ନେଲୁ । ମୋ ପୁଅ ପାଇଁ ଆଉ କେଉଁ ପିଲା ଜୀବନ ଦାନ ପାଇବ । ସେଥିରେ ଆମେ ଖୁସି । ଏହି ନିଷ୍ପତ୍ତି କଷ୍ଟକର ଥିଲେ ବି ଆମେ ଘରେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛୁ ।
ରାଉରକେଲା ନିଟ୍ରେ ଚାଲିଥିବା ଅଭିନବ ଜ୍ଞାନକୌଶଳର ବଡ଼ ଗବେଷଣା, ନୌସେନାର ଶକ୍ତିବୃଦ୍ଧି କରି ଆତ୍ମନିର୍ଭର ଭାରତକୁ ବଳ ଦେବା ସହ ସମୁଦ୍ର ଭିତରେ ତୈଳ ସନ୍ଧାନ ଭଳି ଗବେଷଣାକୁ ବି ସହଜ କରିବ ।