ସିଂହଦ୍ବାର ଥାନାରେ ୭ ସେବାୟତଙ୍କ ନାଁରେ FIR ହୋଇଥିବା ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ। ବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ୍ ନେଇଥିଲେ।
ମଧ୍ୟାହ୍ନ ଧୂପ ସରିବା ପରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ନୀତି ଆରମ୍ଭ ହେବ । ତେବେ କେତେ ପ୍ରକାର ସୁନା ଅଳଙ୍କାର ପିନ୍ଧିବେ ଭଉଣୀ ସୁଭଦ୍ରା ଓ ବେନି ଭାଇ ବଳଭଦ୍ର-ଜଗନ୍ନାଥ ?
ମହାପ୍ରଭୁଙ୍କୁ ପାଖରୁ ଆଖି ପୁରେଇ ଦେଖିବାକୁ ପୁରୀକୁ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି। ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ଯୋଗୁ ଭିଡ଼ ନେଇ ସତର୍କ କରାଇଛି ପୋଲିସ।
ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଲାଗିଲା ତିନି ରଥ । ପ୍ରଥମେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ । ପରେ ଆସିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ।
ଶରଧାବାଲିରୁ ସିଂହଦ୍ବାର...ରାତି ପାହୁ ନପାହୁଣୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼...ଘଣ୍ଟଘଣ୍ଟା, ଶଙ୍ଖ ଧ୍ବନିରେ ଫାଟି ପଡୁଥିଲା ବଡ଼ଦାଣ୍ଡ...ତାରି ଭିତରେ ନାକଚଣା ଦ୍ବାରରେ ତିନିଠାକୁରଙ୍କ ଅପେକ୍ଷାରେ ଥିଲା ତିନି ରଥ ତ, ଆଡ଼ପ ମଣ୍ଡପରୁ ବେଏଗି ବେଏଗି ନୀତିକାନ୍ତି ବଢ଼ାଇ ପ୍ରସ୍ତୁତ ହେଉଥିଲେ ଭାବ ବିନୋଦିଆ...ସେଇଥିପାଇଁ ନିର୍ଦ୍ଧାରିତ ସମୟର 2 ଘଣ୍ଟା ଆଗରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଧି।
ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ ରଥ । ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା...ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ...
ନିର୍ଦ୍ଧାରିତ ସମୟ ଆଗରୁ ବଡ ଭାଇ ବଳିଆକୁ ପଠେଇ, ନିଜେ ସଜବାଜ ହୋଇ ଜଲଦି ଜଲଦି ବାହାରି ଆସିଛି । ହେଲେ ଭଉଣୀ ସୁଭଦ୍ରାର କ’ଣ ହୋଇଛି କେଜାଣି ମାଉସୀ ଘର ଛାଡି ଯିବାକୁ ବୋଧେ ଇଛା ହେଉନାହିଁ।
ଜୟ ଜଗନ୍ନାଥ, ହରିବୋଲେର କମ୍ପି ଉଠୁଛି ବଡ଼ ଦାଣ୍ଡ। ନାଚୁଛନ୍ତି ଜଗନ୍ନାଥ। ନାଚୁଛନ୍ତି କୃଷ୍ଣ ଆଉ ଚୈତନ୍ୟ। ଦୁଇ ଭଉଣୀ ଏକାଠି ହୋଇ ବଡ଼ ଦାଣ୍ଡରେ ମୃଦଙ୍ଗର ତଳେ ତଳେ ଜଗାକୁ ସୁମରି ସୁମରି ନାଚୁଛନ୍ତି।
ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସରିଛି ଲୀଳାଖେଳା । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଯାଉଛନ୍ତି ମହାପ୍ରଭୁ । ଉଛୁଳି ପଡ଼ୁଛି ବଡ଼ଦାଣ୍ଡ, ଭାବବିହ୍ବଳ ଭକ୍ତ ।
ଦଶମୀ ତିଥିରେ ‘ପ୍ରତ୍ୟାବର୍ତ୍ତନ ଗୁଣ୍ଡିଚା’ ବା ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ। ଏହି ଯାତ୍ରାର ସମସ୍ତ ବିଧିବିଧାନ ଓ ଠାକୁରମାନଙ୍କର ପୂଜା ଅର୍ଚ୍ଚନା ଗୁଣ୍ଡିଚା ଯାତ୍ରା ଭଳି କରାଯାଇଥାଏ। ସେଦିନ ଭୋରରୁ ଠାକୁରମାନଙ୍କ ପାଖରେ ପାରମ୍ପରିକ ରୀତିରେ ଖେଚଡ଼ି ଭୋଗ ହୁଏ।
ଭାଇ ଭଉଣୀଙ୍କ ସହ ନବଦିନ ଯାତ୍ରାରେ ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଶେଷରେ ନୀଳକନ୍ଦରକୁ ଫେରନ୍ତି। ତାଙ୍କ ଯିବା ଯେମିତି ଏକ ଉତ୍ସବ, ରତ୍ନବେଦିକୁ ପ୍ରତ୍ୟାବର୍ତ୍ତନ ମଧ୍ୟ ଏକ ଉତ୍ସବ। ବାଣ ଫୁଟିବ ବାଜା ବାଜିବ। ତା ସହିତ ହୁଏ ସ୍ୱାମୀ-ସ୍ତ୍ରୀ ମୁହଁ ଫୁଲାଫୁଲିର ସମାଧାନ।
ତୋର ଆଖି ଆଗରେ ତୋ ଭକ୍ତର ଜୀବନ ଚାଲିଗଲା....। ତୁ ପରା ସେହି ଠାକୁର ...। ତୋ ଭକ୍ତ ତୋ ପାଖରେ ନ ପହଞ୍ଚିଲା ଯାଏ ତୋ ରଥ ଚକା ଗଡ଼େ ନାହିଁ। ଭକ୍ତ ଦାସିଆ ଡାକରେ ତୁ ନଡ଼ିଆ ଖାଇଥିଲୁ। ତା’ହେଲେ ଭକ୍ତର ଡାକ ତୋତେ ଶୁଭିଲାନି କାହିଁକିରେ ....? ତୁ ପରା ଭକ୍ତର ଠାକୁର... ଭକ୍ତ ପରା ତୋର.....।
ହେରାପଞ୍ଚମୀରେ ମାଆ ଲକ୍ଷ୍ମୀ କାହିଁକି ଭାଙ୍ଗନ୍ତି ନନ୍ଦିଘୋଷ ରଥ? କେଉଁଠି ଖସି ପଡ଼ିଥିଲା ତାଙ୍କ ନାକଚଣା? ପତ୍ନୀଙ୍କୁ ସାଙ୍ଗରେ ନନେଇ କୁଆଡ଼େ ପଳାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ?
ରଥଟଣା ବିଭ୍ରାଟର ସାଂଘାତକ ଘଟଣା। ରଥଯାତ୍ରା ଦିନ ସିଂହଦ୍ବାର ସାମ୍ନାରେ ଗଡ଼ିବା ଅପେକ୍ଷାରେ ଥିବା ଜଗା ରଥର କର୍ଡନ ଭିତରେ ଏତେ ଲୋକ, ଏତେ ଅବ୍ୟବସ୍ଥା ଯେ ଢେର ସମୟ ଧରି ରଥ ଟଣା ଅପେକ୍ଷାରେ ଥିବା ନନ୍ଦିଘୋଷ ରଥକୁ ଟାଣିବା ବେଳକୁ ଦଉଡ଼ି ନଥିଲା।
ସାଧାରଣତଃ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନିକ ପଣା, ଅଣସର ପଣା ଓ ଅଧରପଣା। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସୁନାବେଶ ପରଦିନ ତିନିରଥ ଉପରେ ଅଧରପଣା ନୀତି ସଂପନ୍ନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ।
ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।
ରଥଯାତ୍ରା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଯେତିକି ଭକ୍ତଙ୍କ ସମାଗମ ହୁଏନାହିଁ, ସୁନାବେଶରେ ତା'ଠାରୁ ଅଧିକ ଭକ୍ତ ପୁରୀରେ ପହଞ୍ଚିଥାନ୍ତି। ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖିଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସୁନାବେଶ ସଂପର୍କରେ ଜାଣନ୍ତୁ ସମଗ୍ର ତଥ୍ୟ।
କିଛି ଲୋକଙ୍କ ପାଖରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଧର୍ଯ୍ୟ ନାହିଁ। ସେଥିପାଇଁ ଏଭଳି ଅଘଟଣ ହେଉଛି: ପ୍ରଫୁଲ ରଥ, ସଂସ୍କୃତି ଗବେଷକ ।
ଆକ୍ସନ ମୋଡକୁ ଆସିଛନ୍ତି ସରକାର। ଏଥର ଭୁଲ କଲେ ତୁରନ୍ତ ଦଣ୍ଡ। ମହାପ୍ରଭୁଙ୍କ କାର୍ଯ୍ୟ କିପରି ସୁରୁଖୁରୁରେ ସରିବ ତାହା ପ୍ରଥମ ଲକ୍ଷ୍ୟ: ପୃଥ୍ୱୀରାଜ ହରିଚନ୍ଦନ, ଆଇନ ମନ୍ତ୍ରୀ ।
ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ସହ ରଥଯାତ୍ରା ପରିଚାଳନା ଦାୟିତ୍ବ ତୁଲାଇବେ ଅରବିନ୍ଦ । ରଥଯାତ୍ରା ସୁପରଭିଜନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ଜନ୍ମବେଦିକୁ ବିଜେ କରିବେ ମହାପ୍ରଭୁ। ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବରାଜିବେ ଚତୁର୍ଦ୍ଧା ମୂରତି । ଏହା ପରେ ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଆଡ଼ପ ଦର୍ଶନ କରିବେ। ଏଥିପାଇଁ ସମସ୍ତ ନୀତି ନିର୍ଘଣ୍ଟ ହୋଇଛି ।
ପୁରୀ ଶରଧାବାଲିରେ ଅଘଟଣ । ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା । ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର ୪ଟାରେ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା।
ଭକତ ଡାକରେ ଅଟକି ଗଲେ ଲୀଳାମୟ ଜଗତ ଠାକୁର। ପୁରୀ ରଥଯାତ୍ରା ଇତିହାସରେ ଅନେକ ବର୍ଷ ପରେ ଗତକାଲି ଗୋଟିଏ ଦିନରେ ଶରଧାବାଲିରେ ନଲାଗି ବଡ଼ଦାଣ୍ଡରେ ଅଟକି ଯାଇଥିଲେ ଶ୍ରୀଜିଉଙ୍କ ତିନି ରଥ।