ଏଥର ଷଷ୍ଠଥର ବନ୍ୟାରେ ସବୁ ବ୍ଲକର ବହୁ ଇଲାକା ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଫସଲ ଉଜୁଡ଼ି ଯାଇଛି । ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ, ଜଳେଶ୍ବର ବ୍ଲକର ୬ଟି ପଞ୍ଚାୟତର ୩୦ଟି ଗାଁ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି ।
ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ହୋଇପାରେ । ଆସନ୍ତାକାଲି ପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବା ସମ୍ଭାବନା ରହିଛି। ପ୍ରଭାବରେ ଆଜି ଓ କାଲି ଦୁଇଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।ଆଜି ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି।
ଏପ୍ରିଲ୍ ପହିଲାରୁ ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨, ୩ ଓ ୪ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟର ଟେନସନ୍, ଏଣେ କ୍ଷତିପୂରଣ ପାଇବାକୁ ରେଜିଷ୍ଟ୍ରେସନର ଚିନ୍ତା । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କ୍ଷୟକ୍ଷତି ବାବଦ ସୂଚନା ଦେବାର ଅବଧିକୁ ଆଉ ୭୨ ଘଣ୍ଟା ବଢ଼ାଇଛନ୍ତି ସରକାର ।
ଧାନ ତ ନୁହେଁ, ସୁନା ଫଳିଥିଲା..ଫସଲ ତ ନୁହେଁ, କ୍ଷେତ ମଝିରେ ଆହାର ପୂରିଥିଲା। ହେଲେ ସେହି ସୁନାର ଫସଲ ଆଉ ବର୍ଷକର ଆହାର ଉଜୁଡ଼ିଯିବା ପରେ ଚାଷୀ ବା ଆଉ କରିବ କ’ଣ, ଶେଷରେ ହତାସ ହୋଇଯାଇଛି।
ଅମଳ ବେଳେ ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି । କଟା ହୋଇଥିବା ଧାନ, ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ପଡ଼ି ସୁନାର ଫସଲ ବରବାଦ୍ ହୋଇଛି ।
ଶୀତରେ ଘରୁ ବାହାରିବେଳକୁ ପିନ୍ଧିବେ କ’ଣ ? ସ୍ବେଟର୍ କିମ୍ବା ଜାକେଟ ପିନ୍ଧିବେ ନା ପିନ୍ଧିବେ ରେନକୋଟ୍ ? ମାର୍ଗଶୀର ସରିଲା... ପୌଷ ଆରମ୍ଭ ହେଲା... ବିଳମ୍ବରେ ଜାଡ଼ ପ୍ରଭାବ ବି ଆରମ୍ଭ ହୋଇଥିଲା। କିନ୍ତୁ ଗତକାଲିଠୁ କୋହଲା ପାଗ ସହ ଝିପି ଝିପି ବର୍ଷା ଅଧା ଓଡ଼ିଶାକୁ ଓଦା କଲାଣି।
ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି।
ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା । ବଙ୍ଗୋପସାଗରରେ ଆସୁଛି ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ୨୩ ସୁଦ୍ଧା ଲଘୁଚାପ ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ ।
ନଭେମ୍ବରରେ ଆଉ ଏକ ବାତ୍ୟା ଆସିବା ନେଇ IMD କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡ଼ିରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି ।
ବାତ୍ୟା ଦାନା କେତେ କ୍ଷୟକ୍ଷତି କରିଛି ? କେଉଁ ଜିଲ୍ଲାରେ କେତେ କ୍ଷତି ?
ପ୍ରବଳବର୍ଷା ପରେ ଫୁଲୁଛି ନଦୀ । ବୁଢ଼ାବଳଙ୍ଗ ନଦୀର ଉପର ମୁଣ୍ଡରେ ବାଙ୍ଗିରିପୋଷି ବ୍ଲକ୍ର ଜାମତାଳିଆ ପାଖରେ ନଦୀର ଉଗ୍ର ରୂପ ।
ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ବଡ଼ ତୟାରୀ । କେନ୍ଦ୍ରାପଡ଼ାରୁ ଭଦ୍ରକ, ବାଲେଶ୍ୱରରୁ ଜଗତସିଂହପୁର ।
ଆସୁଛି ବାତ୍ୟା । ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ ।
୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ପାଶ୍ବବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ବାତ୍ୟାର ରୂପ ନେବ କି ନାହିଁ ଆସନ୍ତା ସପ୍ତାହରେ ହେବ ସ୍ପଷ୍ଟ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
ତାମିଲନାଡୁରେ ଜାରି ରହିଛି ଭାରି ବର୍ଷା । କେବଳ ଚେନ୍ନାଇରେ ୧୬ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାସ୍ତାଘାଟରେ ପାଣି ଜମି ରହିଛି ।
ବର୍ଷାରେ ଭୁଶୁଡ଼ିଲା ଭୁବନେଶ୍ୱର ରସୁଲଗଡ ଦୁର୍ଗା ପୂଜା ଲାଇଟ ଗେଟ । ୩୦ ଫୁଟ ଉଚ୍ଚର ଏହି ଗେଟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ।
ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣର ଆର୍ଦ୍ରତା ରହୁଥିବାରୁ ମୌସୁମୀ ଅପସରିବାର ବାଟ ଫିଟିନାହିଁ ବୋଲି କହିଛି ବିଭାଗ । ଏବେବି ୭୦ରୁ ୯୦ ପ୍ରତିଶତ ରାଜ୍ୟରେ ଆଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।
ସରିଲା ମୌସୁମୀ ବର୍ଷା । ଏଥର ଓଡ଼ିଶାରେ ସ୍ୱାଭାବିକ ବର୍ଷା ।
ପାର୍ବଣକୁ ଫିକା କରିପାରେ ବର୍ଷା । ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।
ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ । ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣଂ ।
କାରଣ ସାଜିଛି NH-32ର ୭ଟି ସ୍ଥାନରେ ଥିବା ନୂଆଁଣିଆ ପୋଲ । ଡେଡଲାଇନ୍ ପରେ ବି ସରୁନି ଉଚ୍ଚ ବ୍ରିଜ୍ ନିର୍ମାଣ କାମ ।