ବିହାରରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳେ ବି ପ୍ରଶ୍ନ କରୁଛନ୍ତି, ରାହୁଲ ତାହାକୁ ଏଡ଼ାଇ ଦେଉଛନ୍ତି। ଆଉ ଏହା ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ରାହୁଲ ଓ ତେଜସ୍ୱୀଙ୍କ ଯୋଡ଼ି ବିହାରରେ ଖୁବ୍ ଜମୁଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାନଯିବା ପଛରେ କିଛି ରହସ୍ୟ ଥାଇପାରେ ବୋଲି କୁହାଯାଉଛି।
ବୁଲେଟ ଚଳାଇ ରାଲି କରୁଥିଲେ ରାହୁଲ ଗାନ୍ଧୀ। ତାଙ୍କ ସୁରକ୍ଷା ପା ଅନେକ ସୁରକ୍ଷାକର୍ମୀ ମଧ୍ୟ ଥିଲେ। କିନ୍ତୁ ସୁରକ୍ଷା ବଳୟକୁ ଭେଦ କରି ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ କିସ୍ କରିବାକୁ ଚେଷ୍ଟା କରିଥିଲେ।
ଲୋକସଭାରେ ଆଗତ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ନେଇ ବିରୋଧୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଟାର୍ଗେଟ୍ । ଗିରଫ ହୋଇ ୩୦ଦିନ ଜେଲରେ ରହିଲେ ବିଲ୍ ରେ ପଦ ଯିବା ବ୍ୟବସ୍ଥା ରହିଛି । ଜେଲରୁ କେବେ ସରକାର ଚାଲିପାରିବ ନାହିଁ ।
ଭୋଟ୍ ଚୋରି ବିବାଦରେ ମୁହଁ ଖୋଲିଲେ ନିର୍ବାଚନ କମିଶନ। ଖାଲି ମୁହଁ ଖୋଲିଲେନି, ଏହି ଅଭିଯୋଗ ଆଣିଥିବା ରାହୁଲ ଗାନ୍ଧିଙ୍କ ନାଁ ନନେଇ ଜୋରଦାର ବର୍ଷିଲେ
ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଚୀନ ଦ୍ୱାରା ଭାରତୀୟ ଜମି ଦଖଲ ସମ୍ପର୍କିତ ବୟାନ ଉପରେ ବିରକ୍ତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ପଚାରିଛନ୍ତି ଯେ ଚୀନ ୨,୦୦୦ ବର୍ଗ କିଲୋମିଟର ଜମି ଦଖଲ କରିଛି ବୋଲି ତୁମ ପାଖରେ କ’ଣ ପ୍ରମାଣ ଅଛି?
“ମୁଁ ମୋ ଦଳର ନେତା କ’ଣ କହିଛନ୍ତି ସେ ନେଇ କୌଣସି ମନ୍ତବ୍ୟ ଦେବି ନାହିଁ। ଏପରି କହିବା ପାଇଁ ତାଙ୍କର ନିଜସ୍ୱ କାରଣ ଅଛି।” ଭାରତ ଓ ଆମେରିକାର ସମ୍ପର୍କ ଉପରେ ସେ କହିଥିଲେ ଯେ ଏକ ଆର୍ଥିକ ଭାଗୀଦାର ଭାବେ ଆମେରିକା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ।
ତୁମେମାନେ ଟାଇଗର୍, କାହାରିକୁ ଡରନି । ମାଡ଼ି ଚାଲ । ଏମିତି କହି କଂଗ୍ରେସ ନେତା ଓ କର୍ମୀଙ୍କ ଜୋଶ୍ ଭରିଲେ ରାହୁଲ୍ । ବାରମ୍ୱାର ଓଡ଼ିଶା ଆସିବାକୁ ଦେଲେ ପ୍ରତିଶ୍ରୁତି । କଂଗ୍ରେସର ଫୋକସରେ ରହିଛି ଓଡ଼ିଶା ।
ଭୁବନେଶ୍ବରରୁ ବିଜେପି ଉପରେ ପ୍ରଚଣ୍ଡ ହମଲା କଲେ ରାହୁଲ ଗାନ୍ଧି...ଅଭିଭାଷଣ ଆରମ୍ଭରୁ ବର୍ଷିଲେ...କହିଲେ, ସାରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି ବିଜେପି...ଜଳ, ଜଙ୍ଗଲ ଓ ଜମି ପ୍ରସଙ୍ଗ ଉଠାଇ କଡ଼ା ସମାଲୋଚନା...
ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାହୁଲ ଗାନ୍ଧି । ରାହୁଲଙ୍କ ଗସ୍ତ ପାଇଁ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ।
ବରମୁଣ୍ଡା ହାଇସ୍କୁଲ୍ ପଡିଆରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ । ଆସୁଛନ୍ତି କଂଗ୍ରେସର ଟପ୍ ଲିଡର୍ । ରାହୁଲ ଗାନ୍ଧିଙ୍କ ସମେତ ମଲ୍ଲିକାର୍ଜୁନ୍ ଖଡ଼ଗେ ଏବଂ କେସି ବେଣୁଗୋପାଳ ମଧ୍ୟ ସାମିଲ ହେବେ । ଚଳଚଞ୍ଚଳ ପ୍ରଦେଶ କଂଗ୍ରେସ ଶିବିର ।
ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ପରେ ପିସିସି ଅଫିସରେ ଦଳର କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ରାହୁଲ ।
ଜୁନ୍ ୩୦ତାରିଖରେ ୩୫ ସାଂଗଠନିକ ଜିଲ୍ଲାର ଅନ୍ତରୀଣ ସଭାପତି ନାଁ ଘୋଷଣା ହେଇଗଲା। ହେଲେ ଦି ଦିନ ଯାଇନି ବଦଳିଗଲା ଅଙ୍କ। କି ଚାପ ପଡ଼ିଲା କେଜାଣି ନିଜ ଛେପ ନିଜେ ଢୋକି ୨ ତାରିଖରେ ଜାରି ହେଲା ଆଉ ଏକ ଚିଠି।
'ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆଜି ସମଗ୍ର ଦେଶ ଏକାଠି ଛିଡ଼ା ହୋଇଛି... ଗତକାଲି ଆମର ସରକାରଙ୍କ ସହିତ ଏକ ବୈଠକ ହୋଇଥିଲା ଯେଉଁଥିରେ ବିରୋଧୀ ଦଳ ଏହି ଘଟଣାର ନିନ୍ଦା କରିଥିଲେ। ସରକାର ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ଆମେ ସେମାନଙ୍କ ସହିତ ଛିଡ଼ା ହୋଇଛୁ...।'
ଇଡିର ଚାର୍ଜସିଟରେ ସୁମନ ଦୁବେ ଏବଂ ଅନ୍ୟ କେତେଜଣଙ୍କ ନାଁ ମଧ୍ୟ ସାମିଲ ରହିଛି, ଯାହା ଉପରେ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ। ମାମଲାରେ ପୂର୍ବରୁ ମଧ୍ୟ ଉଭୟ ସୋନିଆ ଏବଂ ରାହୁଲଙ୍କୁ ଜେରା ହୋଇଛି।
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍ ଦାଖଲ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ନାଁରେ ଇଡିର ଚାର୍ଜସିଟ୍ । ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ।
ସୋନିଆ କହିଥିଲେ, ମିଛ ପ୍ରତିଶ୍ରୁତି କୁହ । ରାହୁଲ୍ କହିଥିଲେ, ‘ବୋରିଂ’ କହିବା । ନା ‘ନୋ କମେଣ୍ଟ’ କହିବା। ସେତିକି ବେଳେ ସୋନିଆ କହିଥିଲେ, ‘ଦ ପୁଅର୍ ଲେଡି’ ଭାଷଣ ଦେଇ ଥକିଗଲେଣି । ଏହି କଥା ସେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିନଥିଲେ ମଧ୍ୟ ଭାଇଭଉଣୀ ଓ ମାଆଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା କ୍ୟାମେରାରେ କଏଦ୍ ହୋଇଥିଲା ।
ଆମ୍ବେଦକର ପ୍ରସଙ୍ଗରୁ ସଂସଦରେ ଧକ୍କାକାଣ୍ଡ, ସାରା ଦେଶ ହୁଲସ୍ତୁଲ। ସଂସଦ ଭବନ ବାହାରେ ବିଜେପିର ବିକ୍ଷୋଭ ବେଳେ ରାହୁଲ ଗାନ୍ଧିଙ୍କ ଧକ୍କାବାଜିରୁ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଦୁଇ ବିଜେପି ସାଂସଦ ଗୁରୁତର ଆହତ ହୋଇଛନ୍ତି। ଏପଟେ ବିଜେପି ସାଂସଦଙ୍କ ଠେଲାପେଲାରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ୍ ଖଡ଼ଗେ ଆହତ ହେବା ଭଳି ପାଲଟା ଅଭିଯୋଗକୁ ନେଇ ସରଗରମ ରାଜନୀତି । ଆକ୍ରମଣାତ୍ମକ ମୁଦ୍ରାରେ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ।
ସମ୍ବିଧାନ...ଆମ୍ବେଦକର...ବାକ୍ ଲଢ଼େଇରୁ ଧକ୍କାମୁକ୍କି, ରକ୍ତପାତ...ସଂସଦ ବାହାରେ ଶାସକ ଏନଡିଏ-ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଟକରାଟକରିରୁ ସାଂଘାତିକ ସ୍ଥିତି । ଠେଲାପେଲାରୁ ଶିଡ଼ି ପାହାଚରୁ ପଡ଼ି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ।
ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲି ଦେଇଥିଲେ। ଏଥିରେ ସଂସଦର ମକର ଦ୍ବାରର ସିଡି ଉପରରୁ ତଳକୁ ପଡ଼ି ଯାଇଥିଲେ ପ୍ରତାପ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ୫ଟି ଷ୍ଟିଚ୍ ପଡିଛି ।
RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ତେବେ ଏହି ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି।
ରାହୁଲ ଗାନ୍ଧି ପ୍ରଥମେ ମୁକେଶ ରାଜପୁତଙ୍କୁ ଧକ୍କା ଦେଇଥିଲେ। ମୁକେଶ ପ୍ରତାପ ଷଡଙ୍ଗୀଙ୍କ ଉପରେ ପଡିଯାଇଥିଲେ। ଏହାପରେ ତାଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ରାମମନୋହର ଲୋହିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ରାହୁଲ ଗାନ୍ଧୀଙ୍କ ତାଙ୍କୁ ଠେଲି ଦେବା ପରେ ସେ ପଡିଯାଇ ଆହତ ହୋଇଛନ୍ତି ବୋଲି ବାଲେଶ୍ବର ସାଂସଦ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଛିଡା ହୋଇଥିଲି। ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଲେ ଏବଂ ସେହି ସାଂସଦ ମୋ ଉପରେ ପଡ଼ିଗଲେ। ଏହାପରେ ମୁଁ ପଡ଼ିଗଲି।
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।
ମହାରାଷ୍ଟ୍ରରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ କଂଗ୍ରେସକୁ ଓ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ସୁରଟର ବିଧାୟକ ତଥା ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଗଭୀ ।
କେରଳରେ ଭାଗ୍ୟ ପରୀକ୍ଷା କରୁଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଉପନିର୍ବାଚନରେ ହୋଇଛି କଡା ଟକ୍କର । ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏହି ଆସନରେ ଲଢିଛନ୍ତି ପ୍ରିୟଙ୍କା ଗାନ୍ଧୀ। ମତଦାନ ହାର କମିଥିବାରୁ ଫଳାଫଳକୁ ନେଇ ବଢିଛି ଚର୍ଚ୍ଚା ।