ଜୁନ ମାସର ଅନ୍ତିମ ଦିନ ୩୦ ତାରିଖରେ ମଧ୍ୟ ରାଜ୍ୟ ସରକାରଙ୍କ ପିଛା ଛାଡିନଥିଲା ଅଡୁଆ ପରିସ୍ଥିତି ! ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଜନଅଭିଯୋଗ ଶୁଣାଣି ସମୟରେ ଆକ୍ରମଣ ଘଟଣା ସମଗ୍ର ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
ତୋର ଆଖି ଆଗରେ ତୋ ଭକ୍ତର ଜୀବନ ଚାଲିଗଲା....। ତୁ ପରା ସେହି ଠାକୁର ...। ତୋ ଭକ୍ତ ତୋ ପାଖରେ ନ ପହଞ୍ଚିଲା ଯାଏ ତୋ ରଥ ଚକା ଗଡ଼େ ନାହିଁ। ଭକ୍ତ ଦାସିଆ ଡାକରେ ତୁ ନଡ଼ିଆ ଖାଇଥିଲୁ। ତା’ହେଲେ ଭକ୍ତର ଡାକ ତୋତେ ଶୁଭିଲାନି କାହିଁକିରେ ....? ତୁ ପରା ଭକ୍ତର ଠାକୁର... ଭକ୍ତ ପରା ତୋର.....।
ନନ୍ଦ ରାଜାଙ୍କ ନଟଖଟିଆ ପୁଅ ଟାହିଆ ହଲେଇ ହଲେଇ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ଚିତ୍ର ଦେଖି କିଏ ଷାଷ୍ଟାଙ୍ଗ ପ୍ରଣିପାତ କରିଥିଲା ତ କିଏ ଆଖିର ଲୁହକୁ ଲୁଚାଇ ପାରିନଥିଲା । ଝିପି ଝିପି ବର୍ଷାରେ କାଳିଆର ଚକା ଆଖି ସହ ଆଖି ମିଶାଇ ଭଗବାନଙ୍କ ଭାବରେ ମିଶିଯାଇଥିଲେ । ପୁରୀ ବଡ଼ ଦାଣ୍ଡରେ ପ୍ରବଳ ଜନଗହଳି
ମୋଦକ ଚୋରି ନେଇ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗୁନିଙ୍କ ପ୍ରତିକ୍ରିୟା । କହିଲେ, ୭୦ ମୋଦକ ଚୋରି କଥା ସତ । କିଏ ନିଶ୍ଚିତ ମୋଦକ ନେଇଥିବ । ରାଜ୍ୟ ସରକାର ସିସିଟିଭି ଦେଖି ଏହାର ତଦନ୍ତ କରନ୍ତୁ ।
ରଥଯାତ୍ରାକୁ ସବୁ ଦୃଷ୍ଟିରୁ ଭବ୍ୟ, ଦିବ୍ୟ ଏବଂ ଶୃଙ୍ଖଳିତ କରିବାକୁ ଏଥର ବ୍ୟାପକ ପଦକ୍ଷେପ ନିଆଯାଇଛି। ରଥଯାତ୍ରାରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଡ୍ରୋନର ସହାୟତା ନିଆଯିବା ସହ ଏଥର ପୂରା ଶ୍ରୀକ୍ଷେତ୍ରରେ ୨୭୫ ଟି AI କ୍ୟାମେରା ଲଗାଯିବ।
ରଥଯାତ୍ରା ପାଇଁ କିପରି ହୋଇଛି ପ୍ରସ୍ତୁତି? କେଉଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି? ଆଜି ଏସବୁର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ପୁରୀ ପୌର ସଦନଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।
ଦାସିଆ ବାଉରୀ ପୀଠ ତୁଳସୀ ଉଦ୍ୟାନର ପ୍ରତିଟି କୋଣ ଅନୁକୋଣ ତୁଳସୀରେ ପରିପୂର୍ଣ୍ଣ l ତୁଳସୀ ବାସ୍ନାରେ ମହକି ଉଠୁଛି ପୂରା ପରିବେଶ l ଯେମିତି ସମସ୍ତେ କହୁଛନ୍ତି ଶ୍ରୀ ଜୟ ଜଗନ୍ନାଥ । ପୂରା ପରିବେଶ ଜଗନ୍ନାଥମୟ ହୋଇ ଉଠିଛି। କାଳିଆର ସେବାର ସମସ୍ତେ ଯେମିତି ମଜ୍ଜି ଯାଇଛନ୍ତି।
ପୁରୀ ରଥଯାତ୍ରାକୁ ଶୃଙ୍ଖଳା ଭାବେ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିର ଆବାହକ ରହିବେ ଆଇନ ବିଭାଗ ପ୍ରମୁଖ ସଚିବ ।
ବର୍ଷତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା ଓ ଭଦ୍ରା ସହ ବୈଜୟନ୍ତି ନାମକ ୫ଟି ଡଙ୍ଗାକୁ ପୁଷ୍କରିଣୀରୁ ଉଦ୍ଧାର କରିଛନ୍ତି ଭୋଇ ସେବକ । ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯ଼ାତ୍ରା ସରିବା ପରେ ଅଥବା ହଳଦୀପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯ଼ାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯ଼ାଇଥାଏ।
ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ସନ୍ଧ୍ୟା ବେଳେ ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା।
ଗୁଣ୍ଡିଚା ବେଳର ତ୍ରୁଟିକୁ ବାହୁଡ଼ାରେ ସୁଧାରିଲେ । ଏବର୍ଷ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ବେଳେ ଏକାଧିକ ବିଶୃଙ୍ଖଳାକୁ ପଦାରେ ପକାଇଥିଲା । ହେଲେ ବାହୁଡ଼ାରେ କିନ୍ତୁ, ସେ ବିଲକ୍ଷଣ ଓ ବିଶୃଙ୍ଖଳାକୁ ଯେମିତି ଆଦୌ ପ୍ରଶ୍ରୟ ଦେଇନି ଶ୍ରୀମନ୍ଦିର ପ୍ରଶାସନ।
ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ୁଲେ ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ବାର ସାମ୍ନାରେ ତାଳଧ୍ବଜ , ଦେବଦଳନ ଓ ନନ୍ଦିଘୋଷ । ଲକ୍ଷ୍ମୀନାରାୟଣ ଭେଟ ସାରି ପଛେ ପଛେ ପହଞ୍ଚିଲେ ନନ୍ଦିଘୋଷ ।
ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଏନେଇ କ’ଣ କହୁଛନ୍ତି କେଉଁ ସେବାୟତ, ଆସନ୍ତୁ ଜାଣିବା...
ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂରତୀ । ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ଗଲେ ଭାଇ-ଭଉଣୀ । ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା ।
ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ? ସାମ୍ନାକୁ ଆସିଲା ରଥ ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର। କୁହାଯାଉଛି ଅନୁମୋଦିତ ସଂଖ୍ୟାଠୁ ରଥରେ ଅଧିକ ସଂଖ୍ୟାରେ ସେବକ ଚଢ଼ିବା ଯୋଗୁଁ ଯାବତୀୟ ସମସ୍ୟା ସୃଷ୍ଟି ହେଲା।
ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା।ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ।
ସୂରୁଜ ଉଇଁଲା ବେଳକୁ ଆଜି ଭାବ ରସରେ ଭିଜି ସାରିଥିଲା ଶ୍ରୀକ୍ଷେତ୍ର... ମହୋଦଧି ବେଳାଭୂମିରୁ ମହାମାର୍ଗ ବଡ଼ଦାଣ୍ଡ... ସବୁଠି ଶୁଭୁଥିଲା ଜଗତ ଠାକୁରଙ୍କ ଜୟ ଜୟ କାର...
ଆବେଗ ଭରା ଭକ୍ତପ୍ରାଣ...ଲୁହ ଛଳ ଛଳ ଆଖି...ଭାବର ଠାକୁର ଯେତେବେଳେ ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ, ଭକ୍ତଟିଏ ତା’ର ଦୁଃଖ ଆଉ ସୁଖ ଜଣାଇବ ନିଜ ପ୍ରାଣପ୍ରିୟ ଠାକୁରଙ୍କୁ..ତେଣୁ ଆଜିଠୁ ଉଛୁଳିଲାଣି ଶ୍ରୀକ୍ଷେତ୍ର...ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ।
ରଥଯାତ୍ରା ୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଛୁଟି ଘୋଷଣା ହୋଇଛି । ପୁରୀରେ ସମୀକ୍ଷା ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାର ମୁଖ୍ୟ ଯାତ୍ରା ଭାବେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ। ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ।
ରାଜାରାଜୁଡ଼ା ସମୟରୁ ଦଶପଲ୍ଲା ଜଙ୍ଗଲରୁ ମହାବାହୁଙ୍କ ରଥ ନିର୍ମାଣ ପାଇଁ କାଠ ଯାଇଥାଏ। ବିଧିମୁତାବକ ଶ୍ରୀପଞ୍ଚମୀ ପୂର୍ବରୁ ରଥକାଠ ପହଞ୍ଚିଯାଏ ରଥଖଳାରେ। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ।
ଉତ୍ସବର ସହର ପୁରୀ। ଏଠି ବର୍ଷତ ସାତା ଆୟୋଜିତ ହୋଇଥାଏ ଅନେକ ଯାତ୍ରା। ତା ଭିତରେ ସାହିଯାତ ଅନ୍ୟତମ। ଆସନ୍ତୁ ଜାଣିବା ଏହି ସାହିଯାତ କ’ଣ ଆଉ କେବେଠାରୁ ଆରମ୍ଭ ହୋଇଛି ଏହି ସାହିଯାତ ପରଂପରା?
ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଅପେକ୍ଷାରତ ତିନି ରଥ।
ତିନି ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜା। ବିଧି ଅନୁସାରେ ତିନିରଥରେ ଶ୍ରୀଜିଉମାନେ ବିରାଜମାନ କରିବା ପରେ ଗଜପତି ମହାରାଜା ତାମ୍ର ଯାନରେ ଆସି ଶ୍ରୀଜିଉଙ୍କ ସେବା କରିବାର ଅନନ୍ୟ ପରମ୍ପରା ରହିଛି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves