ମନ୍ଦିର ସମ୍ବନ୍ଧୀୟ ସୂଚନା ପାଇଁ ସମସ୍ତଙ୍କୁ କେବଳ ସରକାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନ ସାଇଟ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ସାଇବର ଠକେଇର ସନ୍ଦେହ ହେଲେ, ଲୋକଙ୍କୁ ତୁରନ୍ତ ସାଇବର ପିଏସ ସହିତ ୮୨୮୦୪୯୧୩୦୦ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ପୁରୀ ଜିଲ୍ଲାରେ ପର୍ଯ୍ୟଟନ ସମ୍ବନ୍ଧୀୟ ଯେକୌଣସି ସହାୟତା ପାଇଁ, ୧୧୨ କିମ୍ବା ପର୍ଯ୍ୟଟନ ହେଲ୍ପଲାଇନ୍ ୬୩୭୦୯୬୭୧୦୦ କୁ ଡାଏଲ୍ କରିବାକୁ ପୁରୀ ପୋଲିସ ପକ୍ଷରୁ କୁହାଯାଇଛି। ସେପଟେ ସମସ୍ତ ହୋଟେଲ ମାଲିକ ଏବଂ ସେବା ପ୍ରଦାନକାରୀଙ୍କୁ ସତର୍କ ରହିବା ସହ ନିୟମିତ ଭାବରେ ଯାଞ୍ଚ କରିବାକୁ କୁହାଯାଇଛି l
ଅନଲାଇନ୍ ରେ ପୁଣି ମହାପ୍ରସାଦ ବିକ୍ରି। ୱେବସାଇଟରେ ଚାଲିଛି ବେଧଡ଼କ ଅବଢ଼ା ବେପାର। ଭକ୍ତଙ୍କ ଭାବାବେଗ ସହ ଚାଲିଛି ଖେଳ। କିଛି ମୁନାଫାଖୋର ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏହାକୁ ଲାଭଜନକ ବ୍ୟବସାୟରେ ପରିଣତ କରିବାକୁ ଉଦ୍ୟମ କରିଛନ୍ତି। ଅନଲାଇନରେ ଅବଢ଼ା ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୈଣସି ବ୍ୟବସ୍ଥା କି ଅନୁମତି ନଥିବା ବେଳେ କିଭଳି ଏମିତି କରାଯାଉଛି ତାକୁ ନେଇ ବଡ଼ ପ୍ରଶ୍ନବାଚୀ ଉଠିଛି। ଏଣେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେଣି ଭକ୍ତ ଓ ସେବାୟତ।
ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ବୈଠକରେ ସରକାରଙ୍କୁ ୪ଟି ବିନ୍ଦୁ ଉପରେ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ଅନୁମୋଦନକୁ ଅପେକ୍ଷା ରହିଛି।
ହିଡେନ କ୍ୟାମେରା ବିପଦ। ଶ୍ରୀମନ୍ଦିର ସୁରକ୍ଷାକୁ ବିପଦ ହିଡେନ କ୍ୟାମେରା। ହିଡେନ କ୍ୟାମେରା ନେଇ ଯିବା ବେଳେ ଯୁବକ ଅଟକ
ଶ୍ରୀକ୍ଷେତ୍ର ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ। ଦୀଘାରେ ସମ୍ଭବ ନୁହେଁ ଜଗନ୍ନାଥ ଧାମ। ଦୀଘାକୁ ପଶ୍ଚିମବଙ୍ଗ ସରକାର ଧାମ ଦାବି କରିବା ବିବାଦ ଭିତରେ ପୁରୀ ଆସି ଏଭଳି ବଡ଼ ବୟାନ ଦେଇଛନ୍ତି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ।
ବଡ଼ଦାଣ୍ଡରେ ଆଜି ବୋଲ ମାନୁନଥିଲା ଆବେଗର ଲୁହ । ନାଚି ଉଠୁଥିଲା ପାଦ। ଲୟ ଆଉ ଛାନ୍ଦ ଭିତରେ ଘୁଙ୍ଗୁରର ରୁଣୁଝୁଣ ଶବ୍ଦ ଶୁଭୁଥିଲା ଚତୁର୍ଦ୍ଧା ମୁରତ୍ତିଙ୍କ ରଥାରୁଢ଼ବେଳେ।
ବଡଦାଣ୍ଡରେ ବଡ଼ ପ୍ରସ୍ତୁତି । ଦିନକ ପରେ ଗଡ଼ିବ ରଥ । ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ । ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । AI ସିସିଟିଭି ସହ ଏଥର ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି।
ମହାପ୍ରଭୁଙ୍କ ବ୍ରହ୍ମ ବିଭ୍ରାଟ । ରଥ ଉପରୁ ଖସିପଡ଼ିଲେ ବଳଭଦ୍ର । ନବକଳେବର ଦାରରୁ କାଠ ଚୋରି ! ସିଂହଦ୍ବାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ମୃତ୍ୟୁ । ଆଉ ଏବେ ଗାରଦ ଘରୁ ଚୋରି ହୋଇଗଲା ମହାପ୍ରଭୁଙ୍କ ମୋଦକ ।
୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି ବଡଦାଣ୍ଡ । ସ୍ନାନବେଦୀରେ ବ୍ରହ୍ମାଣ୍ଡ ଗୋଷାଇଁଙ୍କୁ ଦେଖି ଭାବବିହ୍ୱଳ ହୋଇପଡୁଛି ଭକ୍ତ । ଗାଧୁଆ ପାଧୁଆ ସାରି ସ୍ନାନବେଦୀରେ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ ।
ମଙ୍ଗଳାର୍ପଣ,ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂରତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନ ବେଦୀରେ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ ।
ବିଚିତ୍ର ଠାକୁର କାଳିଆ ଗୋସେଁଇ। ଅଜବ ତାଙ୍କର ନୀତିକାନ୍ତି। ସବୁକିଛି ମାନବ ପରି। ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ। ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେନାପଟା ନୀତି ଯୋଗୁଁ ଆଜି ଦିନ ୨ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦଇତାପତି ସେବକମାନେ ସିଂହାସନରେ ସେନାପଟା ପରିଧାନ କରାଇଥାନ୍ତି ।
ଜଗା ଆସିବ ବଡ଼ଦଣ୍ଡକୁ । ପଡ଼ିବ ହରିବୋଲ ହୁଳହୁଳି ବାଜିବ ଘଣ୍ଟ କରତାଳି । ଭକ୍ତର ଠାକୁର ସେ କାଳିଆ ସାଆନ୍ତ l ଯେତେବେଳେ ଭକ୍ତଟିଏ ମନପ୍ରାଣ ଦେଇ ଡାକେ ସେ ତା’ ଡାକଶୁଣେ ।
ସ୍ନାନଯାତ୍ରାରେ ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ଶ୍ରୀମନ୍ଦିରରେ ୭୦ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହେବେ। AI କ୍ୟାମେରା ସର୍ଭେଲାନ୍ସ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ ନଜର ରଖାଯିବ।
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ି ଭିଡିଓ ସୁଟ୍ ହୋଇଥିବାର ଏକ ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି । ଷ୍ଟୋରୀ ବାଏ ନରୁ ଗୋପାଳ ନାମକ ଏକ ଇନଷ୍ଟା ଆଇଡିରେ ଗତ ମେ ୩୦ ତାରିଖରେ ଏହାକୁ ପୋଷ୍ଟ କରାଯାଇଛି ।
ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ ଅଧ୍ୟକ୍ଷ ଆକାଶ ଅମ୍ବାନୀ ବୁଧବାର ରାତି ୧ଟା ୩୦ରେ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିରକୁ ଦାନ କରିଛନ୍ତି ।
ଦୀଘା ‘ଧାମ’ ବିବାଦ ପ୍ରସଙ୍ଗରେ ଆଜି ପ୍ରଥମ ଥର ମୁହଁ ଖୋଲି ଗଜପତି ମହାରାଜା ଦିବ୍ୟସିଂହଦେବ ସଫା ସଫା ଶୁଣାଇଛନ୍ତି- କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇ ପାରିବନି। ଏହା ପରଂପରା ବିରୁଦ୍ଧ। ଜଗନ୍ନାଥ ଧାମ, ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର କହିଲେ କେବଳ ପୁରୀକୁ ହିଁ ବୁଝାଏ।
ଦୀଘାକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ । ଏଇଟା ପୂରା ଭୁଲ୍ । ଏମିତି କହି ଦୀଘା ଜଗନ୍ନାଥ ‘ଧାମ’ ନାମକରଣ ପ୍ରସଙ୍ଗରେ ମତ ରଖିଛନ୍ତି ଗଜପତି ମହାରାଜା । ଦୀଘାରେ ‘ଧାମ’ ଲେଖାଯିବା ବ୍ୟଥିତ କରୁଛି ବୋଲି କହିଛନ୍ତି ଗଜପତି ।
ରତ୍ନଭଣ୍ଡାର ମରାମତି ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ରଥଯାତ୍ରାରେ ଗର୍ଭଗୃହରେ ଯେଉଁ ମରାମତି କାମ ହୁଏ ତାହାର ସମୀକ୍ଷା ହୋଇଛି । ନୀଳାଦ୍ରି ବିଜେ ମଧ୍ୟରେ କାମ ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡିପାରିବନି ଡ୍ରୋନ । ପୁରୀ ଜଗନ୍ନାଥ ମନ୍ଦିର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି । ଡ୍ରୋନ ଉଡିଲେ ତଳକୁ ଖସାଇ ଦେବ ।
ଗତଥର ଭଳି ପହଣ୍ଡି ଅଘଟଣ ଯେଭଳି ନହୁଏ ସେନେଇ ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି । ରଥଯାତ୍ରାବେଳେ ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ, ଅଧିକାରୀ । ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ବାବଧାରକ ଉପସ୍ଥିତ ରହିବେ ।
ମୋଟ ୪୨ ଦିନ ଧରି ଅନୁଷ୍ଠିତ ହେଉଥିବା 'ଚନ୍ଦନ ଯାତ୍ରା' ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳନ ହେଉଥିବା ପର୍ବ। ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ଏବଂ ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ପାଳନ ହୁଏ।
ଦୀଘା ଦାରୁ ଦିଅଁ ବିବାଦ ଘଟଣାରେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୩୦ ଦିନ ପାଇଁ ମହାପ୍ରଭୁଙ୍କ ସେବା ତଥା ଶ୍ରୀମନ୍ଦିରରେ ପ୍ରବେଶ ମନା ।
ଅପରେସନ ସିନ୍ଦୂର ୨.୦ ଜରିଆରେ ପାକିସ୍ତାନକୁ ଭାରତ ଦୃଢ ଜବାବ ଦେଉଛି। ଅନ୍ୟପକ୍ଷରେ ପୁରୀରେ ଶ୍ରୀମନ୍ଦିର ସ୍ୱତନ୍ତ୍ର ବାହିନୀ ଶ୍ରୀମନ୍ଦିର ସୁରକ୍ଷାରେ ଲାଗିଛନ୍ତି। ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି।
ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ମୁହଁ ଖୋଲିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ । ଏହାକୁ ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି ।