ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ପାଇଁ ହେବ ରୋଡ୍ ସୋ । ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସହ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
କେନ୍ଦ୍ରାପଡ଼ାର ‘ଜରି ମାଉସୀ’ ତଥା କମଳା ମହାରଣାଙ୍କ ୬୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଦରକାରୀ ପଲିଥିନରୁ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରି ପରିବେଶ ସୁରକ୍ଷା ଦିଗରେ ମହତ କାର୍ଯ୍ୟ କରୁଥିଲେ କମଳା। ମନ୍ କି ବାତରେ କମଳାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶୋକପ୍ରକାଶ କରିଛନ୍ତି।
ଭୋପାଳରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ । ନାରୀ ଶକ୍ତିର ପ୍ରତୀକ ‘ଅପରେସନ୍ ସିନ୍ଦୂର’ । ପହଲଗାମରେ ଆତଙ୍କୀମାନେ ଆମ ପରମ୍ପରା ଉପରେ ହମଲା କରିଥିଲେ । ଆମ ନାରୀ ଶକ୍ତିଙ୍କୁ ଚ୍ୟାଲେଞ୍ଜ କରିଥିଲେ ଆତଙ୍କୀ । ‘ଅପରେସନ୍ ସିନ୍ଦୂର’ରେ ମାଟିରେ ମିଶିଛନ୍ତି ଆତଙ୍କବାଦୀ ।
ମୋହନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି ଜୁନ୍ । ଲୋକଙ୍କ ପାଖରେ ରଖିବେ ନିଜ ସରକାରର ପ୍ରଥମ ବର୍ଷ ପୂର୍ତ୍ତିର ରିପୋର୍ଟ କାର୍ଡ। ଏପଟେ ଆଉ କିଛି ଟାସ୍କ ବି ଦେଇଛନ୍ତି ପିଏମ୍ ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ବି ଭେଟିବା ସହ ଓଡ଼ିଶାର ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।
ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ କରନୀ ମାତା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଦେଶନୋକ ରେଳ ଷ୍ଟେସନର ଉଦଘାଟନ କରିଛନ୍ତି ପିଏମ । ଏହାପରେ ପାକିସ୍ତାନକୁ ନିଶାନା କରିବା ସହ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
ପୁଣି ପଦାରେ ପଡିଲା ପାକିସ୍ତାନର ଡାହା ମିଛ। ପାକ୍ ଗାଲୁ ଗପ ଉପରୁ ପରଦା ହଟାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ। କରିଦେଲେ, ଦୁଧ୍ କା ଦୁଧ୍-ପାନି କା ପାନି।
ଶତ୍ରୁଙ୍କ ଉପରେ ଭାରତ ମାତାର ଜୟ ହୋଇଛି । ଆପଣମାନେ ଇତିହାସ ରଚିଛନ୍ତି, ଆପଣଙ୍କ ଦର୍ଶନ ପାଇଁ ଆସିଛି । ଆପଣମାନଙ୍କ ପ୍ରଦର୍ଶନ ନୂଆ ପିଢ଼ି ପାଇଁ ଆଦର୍ଶ ବନିଛି । ସମସ୍ତ ୩ ବାହିନୀଙ୍କୁ ମୁଁ ସାଲୁଟ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରିବା ସହିତ ଭାରତର ଆତଙ୍କବାଦୀ ବିରୋଧି ଅଭିଯାନରେ ଋଷ ପୂର୍ଣ୍ଣ ସମର୍ଥନ କରିବ ବୋଲି କହିଛନ୍ତି ।
ଖୁବଶୀଘ୍ର ଆରମ୍ଭ ହେବ କି ଭାରତ ପାକିସ୍ତାନ ଯୁଦ୍ଧ ? ଧୀରେ ଧୀରେ ସବୁ ପ୍ରସ୍ତୁତି ସାରୁଛି ଭାରତ । ପାକିସ୍ତାନ ବିରୁଦ୍ଧରେ ସାରା ବିଶ୍ବକୁ ଏକାଠି କଲା ଭାରତ । ପ୍ରଧାନମନ୍ତ୍ରୀ ମୋଦିଙ୍କ କଡା ଚେତାବନୀ ପରେ ଆରମ୍ଭ ହୋଇଛି ଫୁଲ ପ୍ରୁଫ ପ୍ରିପାରେସନ । ଦିଲ୍ଲୀ ବୈଦେଶିକ ମନ୍ତ୍ରାଳୟରେ G-20 ଦେଶର ସଦସ୍ୟଙ୍କୁ ଡାକି ସ୍ଥିତି ସଂପର୍କରେ ଅବଗତ କରାଯାଇଛି ।
ସରକାର ଆଣିଲେ ନୂଆ ଯୋଜନା । ସରକାରୀ ହୁଅନ୍ତୁ କି ବେସରକାରୀ ଚାକିରିଆ ସମସ୍ତଙ୍କୁ ମିଳିବ ୧୦ ଲକ୍ଷର ସୁବିଧା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଯୋଜନାର ଆଣି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇ ସାରିଛନ୍ତି ।
ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ମିଳିଲା ନୂଆ ନିଯୁକ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ସଚିବ ଭାବେ କାମ କରିବେ । ଭୁବନେଶ୍ୱରରେ ତାଙ୍କର ଜନ୍ମ ଓ ସେ ଭୁବନେଶ୍ୱର ଡି ଏମ୍ ସ୍କୁଲର ଛାତ୍ର ଥିଲେ । ତାଙ୍କ ପୈତୃକ ଘର ଆଠଗଡ଼ରେ ।
ବିଜେପି ଏହି ମାମଲାରେ କଂଗ୍ରେସ ଏବଂ ଆମେରିକୀୟ ବିଲିୟନେୟାର ଭାରତ ବିରୋଧୀ ଜର୍ଜ ସୋରସ୍ଙ୍କୁ ଦାୟୀ କରିଛି । ଆମେରିକା ଏବେ ନେଇଥିବା ନିଷ୍ପତ୍ତି ପାଇଁ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ।
ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ । ଏଗଜାମକୁ ଏକ୍ସଟ୍ରା ଭାବେ ନିଅନି, ଗୋଲ୍ ଉପରେ ଧ୍ୟାନ ଦିଅ । ସମୟକୁ ନିଜ ଗୁରୁ କର, ଟାଇମ୍ ମ୍ୟାନେଜମେଣ୍ଟ ଶିଖ । ସମସ୍ତଙ୍କ ସହ ମିଶି ଘରେ କର ଲାଫ୍ଟର ଥେରାପି ।
ବିଶାଖାପାଟଣାରେ ଏନଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରୁ ଭୁବନେଶ୍ବର ଆସି ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ସକାଳେ ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ।
୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ । ସେହିପରି ୯ ତାରିଖ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି ।
ଜିମି କାର୍ଟର ୧୯୮୨ମସିହାରେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ସେ ବିଶ୍ୱର ବିଚ୍ଛିନ୍ନାଞ୍ଚଳରେ ବିବାଦର ସମାଧାନ, ନିର୍ବାଚନ ମନିଟରିଂ ଏବଂ ରୋଗ ହ୍ରାସ ପାଇଁ କାର୍ଯ୍ୟ କରିଥିଲେ। ଏହି ପ୍ରୟାସ ତାଙ୍କୁ ବିଶ୍ୱବ୍ୟାପୀ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା ।୨୦୦୨ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା ।
ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଏକ ନମ୍ବର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ। ଆଉ ଏବେ ଦାୟିତ୍ବ ନିର୍ବାହନର ସମୟ। ସରକାରକୁ ଆସିବା ପରେ ବି ମୋଦି ଓ ଶାହଙ୍କ ଘନ ଘନ ଗସ୍ତ ଓଡ଼ିଶାକୁ ରହୁଛି।
୨୫ ବର୍ଷ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି। ୫ ବର୍ଷରେ ଏକ ନମ୍ବର ହେବ ଓଡ଼ିଶା। ନିର୍ବାଚନ ସମୟର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ।
ସଫେଇ କର୍ମଚାରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସେମାନେ ଦିନରାତି ଏକ କରି କାମ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିବା ସହ କହିଛନ୍ତି, ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି।
ଭିତରେ ନବୀନ, ବାହାରେ ମୋଦି । ପ୍ରଧାନମନ୍ତ୍ରୀଙ୍କ ୨୪ମିନିଟର ଭାଷଣ, ସାମ୍ନାରେ ହଜାର ହଜାର ଜନତା, କର୍ମୀ ଓ ନେତା। ତା ପୁଣି ନବୀନ ନିବାସରୁ ହାତେ ଦୂରରେ। ଗତକାଲି ନବୀନ ନିବାସ ସମ୍ମୁଖରେ ହୋଇଥିବା ମୋଦିଙ୍କ ଜନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ପୂରା କାଜୁଆଲ୍ ଆଉ ଜଲି ମୁଡ୍ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏମିତି ଢଙ୍ଗରେ ବିଧାୟକ, ମନ୍ତ୍ରୀ ଏବଂ ସାଂସଦମାନଙ୍କ ଗତ ସଂଧ୍ୟାରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୨ ଘଣ୍ଟା ଆଲୋଚନାରେ ନିଜ ରାଜନୈତିକ ଜୀବନଯାତ୍ରା ବିଷୟରେ କହିଲେ, ରୋଚକ ଘଟଣା କ୍ରମ ଉଦାହରଣ ଦେଲେ ।
ଖାଲି ଦେଶର ନୁହେଁ, ପୂରା ବିଶ୍ବର ନକ୍ସାରେ ଆଗକୁ ଆସିବ ଓଡ଼ିଶା । ଓଡ଼ିଶାର ଗୌରବକୁ ଦିଆଯାଉଛି ପ୍ରାଥମିକତା। ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଆସିବା ପରେ, ବିକାଶକୁ ମିଳିଛି ଗତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ବିଶାଳ ସମାବେଶକୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବ୍ରାଜିଲର ରିଓ ଡି ଜେନେରୋରେ ଜି-ଟ୍ବେଣ୍ଟି ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଛନ୍ତି ପିଏମ୍ ନରେନ୍ଦ୍ର ମୋଦି । ଏଥିସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀଙ୍କ ବିମାନରେ ବୈଷୟିକ ତ୍ରୁଟି କାରଣରୁ ଏହି ବିମାନଟି ଦେଓଘର ବିମାନ ବନ୍ଦରରେ କିଛି ସମୟ ଅଟକି ରହିଥିଲା । ଯାହା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଫେରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା ।