• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Weather Update

Low pressure likely over bay of bengal around nov 26
ଆସନ୍ତାକାଲି ଘୁର୍ଣ୍ଣିବଳୟ, ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଶୀତ

ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସମ୍ଭାବନା । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ୨୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

 rainfall in Odisha
୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ବର୍ଷା !

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା...

Odisha Weather update
ମାଡି ଆସୁଛି ଘୂର୍ଣ୍ଣିବଳୟ; ରୁହନ୍ତୁ ସତର୍କ

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Weather Update | Mercury Crosses 40 Degree Celsius In 7 Places In Odisha
ତାତିଲା ସମ୍ବଲପୁର; ୪୦ ଡିଗ୍ରୀ ଉପରେ ରାଜ୍ୟର ୭ ସହର

ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିବା ବେଳେ ୪୦ ଡେଇଁଲାଣି ପାରଦ । ଗତକାଲି ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ ୪୦ ଦଶମିକ ୮ ଡିଗ୍ରୀ ସହ ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର।

Odisha Weather: Dry Spell For Next 2 Days, Temperature To Fall From February 24
ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟରେ ଶୁଖିଲା ପାଗ ରହିବ; ଖସିବ ରାତ୍ରି ତାପମାତ୍ରା

ରାଜ୍ୟରେ ଆସନ୍ତା ୨୩ ତାରିଖ ଯାଏଁ ଶୁଖିଲା ପାଗ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

The night temperature will rise from tomorrow
୧୬ରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

୧୬ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟର ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୁଖତଃ ଶୁଖିଲା ପାଗ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Cold Wave To Increase In Odisha From Tomorrow
କାଲିଠାରୁ ବଢ଼ିବ ଶୀତ

ଆସନ୍ତା କାଲିଠାରୁ ରାଜ୍ୟରେ ବଢ଼ିବ ଶୀତ। କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ ଜାଣି ନିଅନ୍ତୁ

Rain In Odisha
ରାଜ୍ୟର ୧୦ ଜିଲ୍ଲାରେ ୨୦୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ: ବୌଦ୍ଧରେ ସର୍ବାଧିକ, ନବରଙ୍ଗପୁରରେ ସର୍ବନିମ୍ନ

ରାଜ୍ୟର ୧୦ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି। ୨ ଦିନରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୩୬୦ ମି.ମି. ବର୍ଷା ରେକର୍ଡ ହୋଇଛି।

cloudy sky
୨୮ରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା !

ଆସନ୍ତା ୨୮ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୯ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

lightening
ବଜ୍ରପାତ ନେଲା ୩ ଜୀବନ

ବ୍ରହ୍ମପୁର: ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଡେଙ୍ଗାବାଡ଼ି ଗାଁରେ ଦୋକାନ୍ ପିଣ୍ଡାରେ ବସିଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ ମତାଧାରୀ ଗାଁର ଏବଂ ଅନ୍ୟ ଜଣେ ହେଲେ ତାକରଡ଼ା ଗାଁର। ସେହିପରି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ନୂଆସାହି ଗାଁରେ ବଜ୍ରାଘାତରେ ସୁମନ୍ତ କୁମାର ବିଶୋୟୀ ନାମକ ଜଣେ ଯୁବକଙ୍କ […]

heat wave
ତାତିରେ ସିଝିବ ଓଡ଼ିଶା:୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା । ଝାଞ୍ଜି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା,ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲା […]

heavy rainfall
ଆଜିଠୁ ଓଡ଼ିଶାରେ ବଢ଼ିପାରେ ବର୍ଷାର ପରିମାଣ, ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଓଡ଼ିଶାରେ ଏବେ ମୌସୁମୀ ସ୍ୱାଭାବିକ ଥିବାବେଳେ ବର୍ଷାର ପରିମାଣ କମ୍ ରହିଛି। ଆଜିଠୁ ବର୍ଷାର ପରିମାଣ ବଢ଼ିପାରେ। ଏ ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଓ ବରଗଡ଼। ଏସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ଓ ୧୪ ତାରିଖ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା […]

rainfall
ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ସକ୍ରିୟ ରହିବା ସହିତ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ। ୧୨ ଘଣ୍ଟା ମଧ୍ୟରେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି […]

rainfall
ଆସନ୍ତା ୫ଦିନ ଯାଏ ବର୍ଷା !

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାସହ ମୌସୁମୀ ସକ୍ରିୟ ହେବା ପରେ ଉତ୍ତର ପଞ୍ଜାବଠୁ ପଶ୍ଚିମ ବଙ୍ଗୋପସାଗର ଯାଏ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ […]

rainfall
ଆସନ୍ତା ୨୪ ଘଣ୍ଟାରେ ବର୍ଷା ! ୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାସହ ମୌସୁମୀ ସକ୍ରିୟ ହେବା ପରେ ଏବେ ଉତ୍ତର ପଞ୍ଜାବଠୁ ପଶ୍ଚିମ ବଙ୍ଗୋପସାଗରରେ ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାସହ ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ […]

rainfall
ଓଡ଼ିଶାରେ ୩ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାରେ ଲାଗି ରହିଛି। ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ସୁନ୍ଦରଗଡ଼, ଦେବଗଡ଼, […]

Odisha Weather Update
Odisha Weather Update: ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୪ରୁ ୫ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ୧୬ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଏବଂ ବୌଦ୍ଧ। ଏ […]