ଲୋୟର ପିମଜିରେ ୧୪୪ ଧାରା ଜାରି କରାଯିବ । CCTV ସରଭିଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗିରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୂର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା ।
ମୋଟର ଯାନର ଷ୍ଟ୍ରକଚର୍ ପରିବର୍ତ୍ତନ କରି ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ମୋଟର ଯାନ ଆଇନର ଧାରା 190 (2) ଏବଂ ଧାରା 182 (କ) (4) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରାଯିବ । ଏହାସହ ଏପରି ଯାନଗୁଡ଼ିକର ଫିଟନେସ୍ ଓ ପଞ୍ଜିକରଣ ପ୍ରମାଣପତ୍ର ବାତିଲ କରିବାକୁ ମୋଟର ଯାନ ଆଇନର ଧାରା 53 ଓ 56 (4)ର ବ୍ୟବହାର କରାଯିବ।
ଭୁସ୍ଖଳନ ପରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖୁଛନ୍ତି ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ! ଘାଟି ରାସ୍ତାର ମରାମତି କିଭଳି କରାଯିବ ଓ ଶ୍ରମିକ ମାନେ କିଭଳି ବିପଦ ମୁକ୍ତ ଭାବେ କାର୍ଯ୍ୟ କରିବେ, ସେ ନେଇ ସ୍ଥିତି ପରଖୁଛନ୍ତି ଫୁଲବାଣୀ ଡିଭିଜନର ଏସଡ଼ିଓ ! କେବେ କାମ ଆରମ୍ଭ ହେବ କେତେଦିନ ମଧ୍ୟରେ ମରାମତି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତାହା ବଡ ପ୍ରଶ୍ନ।
ନାଲକୋରେ ଚାକିରି ଦେବାକୁ କହି ଚାକିରି ଆଶାୟୀଙ୍କ ଠାରୁ ୨୦୨୧ ମସିହାରେ ୧୮ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି । ପ୍ରତିବଦଳରେ ସେ ଚାକିରି ଆଶାୟୀଙ୍କୁ ଜାଲ ଡକ୍ୟୁମେଣ୍ଟ ଦେଇଥିଲା । ଫେକ୍ ଆପଏଣ୍ଟମେଣ୍ଟ ଲେଟର, ଜଏନିଂ ଲେଟର, ଗେଟ ପାସ ଦେଇଥିବା ଅଭିଯୋଗ ହୋଇଛି ।
ରାଜଧାନୀରେ ହେବ ବୁଲା କୁକୁର ଗଣନା। ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ହେବ ବୁଲା କୁକୁର ଗଣନା। ଆସନ୍ତା ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ସମୁଦାୟ ୬୭ଟି ୱାର୍ଡରେ ଗଣନା କାର୍ଯ୍ୟ ପାଇଁ ଗଠନ ହେଲା ୪୧୦ଟି ଟିମ । ସଂକ୍ରମଣ ଜନିତ ରୋଗ, ଦୁର୍ଘଟଣାରୁ ରକ୍ଷାପାଇବା ପାଇଁ BMCର ଏହି ପ୍ରୟାସକୁ ସଭିଏ ସ୍ବାଗତ କରିଛନ୍ତି । ସେପଟେ ଗଣନା କାର୍ଯ୍ୟରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ BMC
ରାଜଧାନୀ ପ୍ରତିଷ୍ଠାର ୭୭ବର୍ଷ ପରେ ନୂଆ ଭୁବନେଶ୍ୱର ନିର୍ମାଣର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଏବେ ପ୍ରଶ୍ନ କେମିତି ରହିବ ଏହାର ରୂପରେଖ। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି-ଏକ ପରିପୂର୍ଣ୍ଣ ସହର ନିର୍ମାଣ ଲାଗି ସିଙ୍ଗାପୁରର ଏକ ସଂସ୍ଥାକୁ ଡିପିଆର ଦାୟିତ୍ବ ଦିଆଯାଇଛି। ତେବେ ସରକାରଙ୍କ ଉଦ୍ୟମକୁ ଟାଉନ ପ୍ଲାନର ସ୍ବାଗତ କରିଥିବାବେଳେ ବାସ୍ତବ ରୂପ ନେବା ବାଟରେ ଅନେକ ଚ୍ୟାଲେଞ୍ଜ୍ ଆସିବ ବୋଲି କହିଛନ୍ତି।
ଆଜି ଆକ୍ସନ ମୋଡକୁ ଆସି ସଂପୃକ୍ତ ଜବରଦଖଲକାରୀଙ୍କୁ ହଟାଇଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ମିଶନ୍ ଅଲ୍ ଆଉଟ୍ ଜରିଆରେ ପୋଲିସ ଫୋର୍ସ ଉପସ୍ଥିତିରେ ଆଜି ୫୦ଟି ସରକାରୀ କ୍ବାର୍ଟର୍ସକୁ ଖାଲି କରିଛନ୍ତି। ୟା ପରେ ସରକାରୀ ଘରେ ଥିବା ଭଡ଼ାଟିଆ ଏବଂ କ୍ୟାମ୍ପସରେ ଥିବା ବସ୍ତିର ପାଳି ପଡ଼ିବ ତ ?
ଗତ ବର୍ଷ ଅଗଷ୍ଟ ମାସରୁ ସମସ୍ତ ପଦବୀ ଖାଲି ପଡ଼ିଥିଲେ ବି ନୂଆ ନିଯୁକ୍ତି ପାଇଁ କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି । ଏହି ପ୍ରସଙ୍ଗରେ ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଦଳ ଛାଡ଼ିବା ସହ ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ନିଶାନା କଲେ ଛାତ୍ରନେତା ହରିଶଙ୍କର ରାଉତ । କହିଲେ ନିର୍ବାଚନରେ ଲୋକେ ଜବାବ ଦେଲେ । ଏହା ସତ୍ତ୍ବେ ବି ନବୀନଙ୍କ ପାଣ୍ଡିଆନ ପ୍ରୀତି ଯାଇନି ।
ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳ ଏବେ ଆଉ ପୂର୍ବ ବିଚାର ଧାରାରେ ନାହିଁ ।
ଏଣିକି ମନରେଗା ବ୍ୟତୀତ ଅନ୍ୟ ବିକାଶମୂଳକ ଯୋଜନା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଶାସନିକ ଅନୁମୋଦନ ଦେଇପାରିବେ ବିଡିଓ । ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ ପାଇଁ ବିଡିଓଙ୍କ ଆର୍ଥିକ କ୍ଷମତା ୨ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
ବଞ୍ଚିତ ହେବେନି ଯୋଗ୍ୟ ହିତଧିକାରୀ। ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ ତର୍ଜମା ହେବ । କେୱାଇସି ଅପଡେଟ୍ ହୋଇଛି କି ନାହିଁ ଯାଂଚ ହେବ । ଅନ୍ୟାନ୍ୟ ଯାହା ଦରକାର ତାହାର ତର୍ଜମା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା।
ପୁଣି ଦିଲ୍ଲୀ ଗସ୍ତରେ ମନମୋହନ ସାମଲ, ବଢ଼ିଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା । ରାଜ୍ୟ କମିଟି ଗଠନ, ବୋର୍ଡ ଓ ନିଗମ ନିଯୁକ୍ତି ଚର୍ଚ୍ଚା। ଗତକାଲି ରାତିରେ ଦିଲ୍ଲୀ ଗଲେ ବିଜେପି ସଭାପତି, ଦିନକ ପୂର୍ବରୁ ହିଁ ଦିଲ୍ଲୀରୁ ଫେରିଥିଲେ। ଗତ ଗସ୍ତ ବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ହୋଇଥିଲା ଆଲୋଚନା।
ଜଣେ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି।
ପାରାଦୀପ ବନ୍ଦରରେ ଘଟିଛି ଅଘଟଣ। ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଏହି ଅଘଟଣ ଘଟିଥିବା ଜଣା ପଡ଼ିଛି। ନିଖୋଜ କ୍ରିଉ ମେମ୍ବର ଚୀନର ନାଗରିକ ବୋଲି ସୂଚନା ମିଳିଛି।
ଦୀର୍ଘ ୧୨ ବର୍ଷ ପରେ ଏଣିକି ନିର୍ବାଚିତ ଜନପ୍ରତିନିଧି ବୁଝିବେ ସମ୍ବଲପୁର ମହାନଗର ନିଗମର ହାଲଚାଲ୍। ସଂରକ୍ଷଣକୁ ନେଇ ଆଇନଗତ ପ୍ରତିବନ୍ଧକ ହଟିଲା ପରେ ପ୍ରଥମ ଥର ପାଇଁ ଏସ୍ଏମସିରେ ଚାଲିବ ଲୋକତାନ୍ତ୍ରିକ ଶାସନ।
କଟକର ଏକ ଘରୋଇ ହସ୍ପିଟାଲରୁ ଆଜି ଅଭିଜିତଙ୍କୁ ଭୁବନେଶ୍ବର ଏମ୍ସ୍ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟରେ ତାଙ୍କର ଚିକିତ୍ସା ଚାଲିଛି ।
ରାତିରେ ଜୋରଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରୁଥିଲେ ସ୍ୱାମୀ...ପୁଅ ଓ ଅର୍ଚ୍ଚନାଙ୍କୁ ହତ୍ୟାଧମକ ଦେଲେ ସ୍ୱାମୀ ଜଗବନ୍ଧୁ...ଅର୍ଚ୍ଚନା ନାଗ କଣ କଲେ ଦେଖନ୍ତୁ...
ଓଡ଼ିଶା ପ୍ରୋ ଟି-୨୦ କ୍ରିକେଟ ଲିଗ ସେପ୍ଟେମ୍ୱର ୧୫ ରୁ ଆରମ୍ଭ ହେବ। ଟି-୨୦ ଲିଗରେ ୬ ଟି ଫ୍ରାଞ୍ଚାଇଜ ରହିବେ । ପ୍ରତ୍ୟେକ ଦିନ ୨ ଟି ଲେଖାଏଁ ମ୍ୟାଚ ହେବ, ଓସିଏ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକର ହୋଇଛି ନିଷ୍ପତ୍ତି । ମ୍ୟାଚ ଶେଷ ପରେ ଓସିଏ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ରୋଗୀ ମୃତ ! ଜଗତସିଂହପୁର ଜିଲ୍ଲାରୁ ଆସିଲା ସଂଗୀନ ଅଭିଯୋଗ। କଟକ ଯିବାବେଳେ ଅଧାବାଟରେ ମହିଳା ରୋଗୀଙ୍କ ମୃତ୍ୟୁ। ମୃତକ ଜଗତସିଂହପୁର ଥାନା ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା । କମଳାଙ୍କୁ ଜଗତସିଂହପୁରରୁ କଟକ ସ୍ଥାନାନ୍ତର କରାଯାଉଥିଲା। ବାଟରେ ଅକ୍ସିଜେନ୍ ଦରକାର ପଡ଼ିବାରୁ ମାସ୍କ ଲଗାଯାଇଥିଲା ।
ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ସିଏମ୍ । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ କିଛି କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଅନଲାଇନରେ ମହାପ୍ରଭୁଙ୍କ ପୂଜା ପାଇଁ ୱେବସାଇଟ ଖୋଲି ବିଜ୍ଞାପନ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫେକ୍ ଓ୍ୱେବସାଇଟ୍ । ୪ ପ୍ରକାର ପୂଜା ପାଇଁ ଅଲଗା ଅଲଗା ଦର ବିଜ୍ଞପ୍ତିରେ ଉଲ୍ଲେଖ
ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା। ପୂର୍ବରୁ ଦୁଇ ଦୁଇଥର ଘୁଂଚିଥିଲା
ଭୁଶୁଡ଼ିଲା ଲାଲ ଦୁର୍ଗ। ଧ୍ୱଂସ ହେଲା ମାଓ କ୍ୟାମ୍ପ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ।