• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Assembly security
Assembly Security : ବିଧାନସଭାରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା, ଜଗିବେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ

ଲୋୟର ପିମଜିରେ ୧୪୪ ଧାରା ଜାରି କରାଯିବ । CCTV ସରଭିଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗିରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୂର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା ।

DJ VEHICLE
DJ : ଡିଜେକୁ ନେଇ ବଡ ଅପଡେଟ: ଗାଡି, ସାଉଣ୍ଡ, ଲାଇଟରେ ଲାଗିବ କଟକଣା

ମୋଟର ଯାନର ଷ୍ଟ୍ରକଚର୍ ପରିବର୍ତ୍ତନ କରି ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ମୋଟର ଯାନ ଆଇନର ଧାରା 190 (2) ଏବଂ ଧାରା 182 (କ) (4) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରାଯିବ । ଏହାସହ ଏପରି ଯାନଗୁଡ଼ିକର ଫିଟନେସ୍ ଓ ପଞ୍ଜିକରଣ ପ୍ରମାଣପତ୍ର ବାତିଲ କରିବାକୁ ମୋଟର ଯାନ ଆଇନର ଧାରା 53 ଓ 56 (4)ର ବ୍ୟବହାର କରାଯିବ। 

kalinga ghati
Land Slide : ଭୂସ୍ଖଳନ ପରେ ଭୟଙ୍କର ଦିଶୁଛି କଳିଙ୍ଗା ଘାଟି, ସବୁ ଛିନଛତର

ଭୁସ୍ଖଳନ ପରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖୁଛନ୍ତି ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ! ଘାଟି ରାସ୍ତାର ମରାମତି କିଭଳି କରାଯିବ ଓ ଶ୍ରମିକ ମାନେ କିଭଳି ବିପଦ ମୁକ୍ତ ଭାବେ କାର୍ଯ୍ୟ କରିବେ, ସେ ନେଇ ସ୍ଥିତି ପରଖୁଛନ୍ତି ଫୁଲବାଣୀ ଡିଭିଜନର ଏସଡ଼ିଓ ! କେବେ କାମ ଆରମ୍ଭ ହେବ କେତେଦିନ ମଧ୍ୟରେ ମରାମତି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତାହା ବଡ ପ୍ରଶ୍ନ। 

job fraud
Job Fraud : ଚାକିରି ଦେବାକୁ କହି ୧୮ ଲକ୍ଷ ଠକେଇ, ଜାଲ ଡକ୍ୟୁମେଣ୍ଟ ଦେଇ ଲୁଟିଲା

ନାଲକୋରେ ଚାକିରି ଦେବାକୁ କହି ଚାକିରି ଆଶାୟୀଙ୍କ ଠାରୁ ୨୦୨୧ ମସିହାରେ ୧୮ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି । ପ୍ରତିବଦଳରେ ସେ ଚାକିରି ଆଶାୟୀଙ୍କୁ ଜାଲ ଡକ୍ୟୁମେଣ୍ଟ ଦେଇଥିଲା । ଫେକ୍ ଆପଏଣ୍ଟମେଣ୍ଟ ଲେଟର, ଜଏନିଂ ଲେଟର, ଗେଟ ପାସ ଦେଇଥିବା ଅଭିଯୋଗ ହୋଇଛି ।

Part-Plot Registration
Part-Plot Registration: ପାର୍ଟ ପ୍ଲଟ୍ ବିକ୍ରିକୁ ନେଇ କେବେ ହଟିବ ଦ୍ବନ୍ଦ୍ବ? ମନ୍ତ୍ରୀ କହିଲେ ରେଜିଷ୍ଟ୍ରେସନ୍ ନକଲେ ହେବ କାର୍ଯ୍ୟାନୁଷ୍ଠାନ

ପାର୍ଟ ପ୍ଲଟ୍ ରେଜିଷ୍ଟ୍ରସନକୁ ନେଇ ତୁଟୁନି ବିବାଦ। ରାଜ୍ୟ ସରକାର ଓଡିଶା ଡେଭଲପମେଣ୍ଟ ଅଥରିଟି ଆଇନରେ ସଂଶୋଧନ ପରେ ଏହି ସମସ୍ୟା ଦୂର ହୋଇଥିବା କହୁଥିବା ବେଳେ ଏହାକୁ ନେଇ ଏଯାଏଁ ହଟିନି ଦ୍ବନ୍ଦ୍ବ। ତେଣେ ମନ୍ତ୍ରୀ କହିଛନ୍ତି ପାର୍ଟ ପ୍ଲଟ ରେଜିଷ୍ଟର କରିବାକୁ ସବ୍ ରେଜିଷ୍ଟ୍ରାର ମନା କଲେ, ତାଙ୍କ ବିରୋଧରେ ହେବ କଡା ଆକ୍ସନ। ଏପଟେ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସେପଟେ ଅଫିସରଙ୍କ ଆଇନ୍ ଭିତରେ ପେଶି ହେଉଛନ୍ତି ସାଧାରଣ ଲୋକେ।...

Corruption in Odisha
Corruption: ବର୍ଷେ ଭିତରେ ୧୧ ଯୁବ ଅଫିସରଙ୍କ ଦୁର୍ନୀତି ଫଣ୍ଡାକୁ ନେଇ ବଢ଼ିଲା ଚର୍ଚ୍ଚା, ରାଜସ୍ବ ମନ୍ତ୍ରୀ କହିଲେ ଆଗକୁ ବି ହେବ ଜୋରଦାର ଆକ୍ସନ...

ସରକାରୀ ଚାକିରି ଖଣ୍ଡେ ପାଇବା ପରେ ସତେ ଯେମିତି କଚେ ପୁଅ ବାର । ସେ IAS ହେଉ କି OAS । ପଦ ପଦବୀ ଖଣ୍ଡେ ମିଳିଗଲା ପରେ ବିଲେଇର ଆଖି ବୁଜା କ୍ଷୀରପିଆ ନୀତିରେ ଦୁର୍ନୀତି କରିଚାଲୁଛନ୍ତି ଯୁବ ଅଫିସର । ପ୍ରଶାସନିକ ସେବାରେ ଯୋଗଦେଉ ଦେଉ ହାତ ବଢ଼ାଇ ଲାଞ୍ଚ ନେଉଛନ୍ତି, ଭିଜିଲାନ୍ସ ଜାଲରେ ପଡ଼ି ବଦନାମ୍ ହେଉଛନ୍ତି । OAS ଟପ୍ପର ଅଶ୍ବିନୀ ପଣ୍ଡା ହୁଅନ୍ତୁ ଅବା IAS ଧିମାନ ଚକମା ।

No More Illegal Agreements
No More Illegal Agreements: ଆଗକୁ ରୋକାଯିବ ସବୁ ଫର୍ଜରୀ ଏଗ୍ରିମେଣ୍ଟ, ନିଯୁକ୍ତି ହେବେ ଦେଢଗୁଣା ନୂଆ ନୋଟାରୀ

ରାଜ୍ୟରେ ଆଉ ହୋଇ ପାରିବନି ବେଆଇନ୍ ଏଗ୍ରିମେଣ୍ଟ, ଡିଡ୍ କି ଜମି ରେଜିଷ୍ଟ୍ରେସନ। ଏହାକୁ ରୋକିବା ସହ ରାଜସ୍ବ କ୍ଷତି ଅଟକାଇବାକୁ ଅଣ୍ଟା ଭିଡ଼ିଛି ଆଇନ ବିଭାଗ। ରାଜ୍ୟରେ ଦେଢଗୁଣା ନୂଆ ନୋଟାରୀ ନିଯୁକ୍ତି ସହ ସ୍ବତନ୍ତ୍ର ଆପ୍ ଜରିଆରେ ନୋଟାରି ଓ ଓକିଲଙ୍କ ନିୟମିତ କାର୍ଯ୍ୟ ବିବରଣୀ ଦାଖଲ କରିବାକୁ ହୋଇଛି ବଡ଼ ନିଷ୍ପତ୍ତି।

BJD Faces Exodus
BJD: ବିଜେଡି ପଞ୍ଜୁରୀରୁ ଫୁର୍ ପୁଣି ଜଣେ ଭେଟେରାନ୍, ବୁମେରାଂ ହେବ ପ୍ରଫୁଲ୍ଲଙ୍କ ବିରୋଧରେ ଆକ୍ସନ !

ବିଜେଡି ପଞ୍ଜୁରୀରୁ ଉଡ଼ି ଯାଉଛନ୍ତି ଜଣକ ପରେ ଜଣେ ପୁରୁଖା ନେତା। ଏନ୍ ଭାସ୍କର ରାଓଙ୍କ ପରେ ଶଙ୍ଖ ଦଳ ସହ ସଂପର୍କ ତୁଟାଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଯଦିଓ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରଫୁଲଙ୍କୁ ନିଲମ୍ବନ କରିଥିବା ବିଜେଡି କହୁଛି, ହେଲେ ପ୍ରଫୁଲ୍ଲ କହିଛନ୍ତି ସେ ଆଗେ ଇସ୍ତଫା ଦେଇଛନ୍ତି। ତେଣେ ଗତ କିଛି ଦିନ ଭିତରେ ମୁହଁ…

cyclone
Cyclone Fear: ପୁଣି ଅକ୍ଟୋବରରେ ଆସିବ କି ବାତ୍ୟା, ଓଡ଼ିଶା ଉପକୂଳରେ ମାଡ ହେବ କି ସାମୁଦ୍ରିକ ଝଡ଼ ?

ଅକ୍ଟୋବର ଆସିଲେ ଓଡିଶାକୁ ଘାରେ ବାତ୍ୟା ଭୟ। ଆଉ ଏହି ଭୟ ଭିତରେ ବିଶ୍ବ ପାଣିପାଗ ସଂସ୍ଥା ପକ୍ଷରୁ ଜାରି ରିପୋର୍ଟକୁ ନେଇ ବଢିଛି ଚିନ୍ତା । ରିପୋର୍ଟ ଅନୁସାରେ ସାମୁଦ୍ରିକ ଜଳବାୟୁ ପ୍ରକ୍ରିୟା ଲା ନିନା ସକ୍ରିୟ ହୋଇଥିବା କୁହାଯାଉଛି । ଲା ନିନା ସମ୍ଭାବ୍ୟ ବାତ୍ୟାକୁ ଅଧିକ ବଳ ଯୋଗାଉଥିବାରୁ ଭାରତର ପୂର୍ବ ଉପକୂଳ ପ୍ରତି ଦେଖାଦେଇପାରେ ବିପଦ ।

Riverfront Development
Odisha Govt: ଝଲସିବ କୁଆଖାଇ ଓ କୁଶଭଦ୍ରା ନଦୀ ତଟ, ସାବରମତୀ ଢାଞ୍ଚାରେ ନିର୍ମାଣ ହେବ ମହାନଦୀ ରିଭରଫ୍ରଣ୍ଟ ଭିୟୁ

ନଦୀ ସୁରକ୍ଷା ଆଉ ସୌନ୍ଦର୍ଯ୍ୟକରଣ ପାଇଁ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି। ମହାନଦୀ ସହ ୩ଟି ନଦୀର ତଟରେ ନିର୍ମାଣ ହେବ ରିଭରଫ୍ରଣ୍ଟ। ୩ ବର୍ଷରେ ସରକାର ଖର୍ଚ୍ଚ କରିବେ ୨୪୦ କୋଟି ଟଙ୍କା। ସାବରମତୀ ରିଭରଫ୍ରଣ୍ଟ ଢାଞ୍ଚାରେ ନିର୍ମାଣ ହେବ ସମ୍ବଲପୁର ମହାନଦୀ ରିଭରଫ୍ରଣ୍ଟ ଭିୟୁ। ଏହା ସହ ପାଣ୍ଡରା ନିକଟରେ କୁଆଖାଇ ଏବଂ କୁଶଭଦ୍ରା ନଦୀ ତଟରେ ବି ହେବ ନବୀକରଣ କାମ।

Kendrapada-No-Door-Village
Odisha Village: ଓଡ଼ିଶାର ଏହି ଗାଁର କୌଣସି ଘରେ ନାହିଁ କବାଟ, ଚୋର ଆସିବାକୁ ଡ଼ରିଥାନ୍ତି

ଓଡିଶାର ଏକ ଗାଁ ଅଛି। ଯେଉଁଠାରେ ପ୍ରତ୍ୟେକ ଘରେ କବାଟ ନାହିଁ, କି ସେଠାରେ ଚୋରି ବି ହୁଏ ନାହିଁ।

hospital
Bribes Before Treatment: ସରକାରୀ ଡାକ୍ତରଖାନାରେ ଚାଲିଛି ଲାଞ୍ଚ କାରବାର, ଶୋଷଣ ହେଉଛନ୍ତି ଗରିବ-ଗୁରୁବା

ରୋଗୀଙ୍କୁ ଆଶାଦିଦି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ତାହା ପୁଣି ସେ ହିସାବ ଦେଇ ଟଙ୍କା ମାଗୁଛନ୍ତି। ଡାକ୍ତରଙ୍କ ସମେତ, ଆଉ କିଏ କେତେ ଟଙ୍କା ନେବେ, ତାହା ବି କହୁଛନ୍ତି।

ENCOUNTER
Encounter: ‍ବଡ଼ ଏନକାଉଣ୍ଟର, ୧୦ ମାଓବାଦୀ ସଫା

ମାଓବାଦୀଙ୍କ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କରର ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

Extra-Maretial-allegitaion
Teacher's Illicit Affair: ଘରେ ଅଛନ୍ତି ସ୍ତ୍ରୀ-ପିଲା, ସ୍ବାମୀ ଖୋଜୁଛନ୍ତି ଟିକେ ଏକ୍ସଟ୍ରା

ପଦ୍ମପୋଖରୀ ସ୍କୁଲରେ ପ୍ରଧାନଶିକ୍ଷକଙ୍କ ପରକୀୟା ପ୍ରୀତି ଧରାପଡିବା ପରେ ରାସ୍ତାରେ ଉଲଗ୍ନ କରି ଚଲାଇଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ବାମୀ।

Utkal University Eviction
ବାଣୀବିହାରରେ ଆକ୍ସନ୍... ତାଲା ଭାଙ୍ଗିଲେ, ଜିନିଷପତ୍ର ଫିଙ୍ଗିଲେ

ଭୁବନେଶ୍ୱରର ବାଣୀବିହାରରୁ ଆରମ୍ଭ ହେଲା କ୍ୱାର୍ଟର୍ସରୁ ଉଚ୍ଛେଦ । ବେଆଇନ୍ ସରକାରୀ କ୍ୱାର୍ଟର୍ସକୁ ଖାଲି କରାଯାଉଛି । ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

subhadara yojana
Big Decision: ‘ସୁଭଦ୍ରା’ ତୃତୀୟ କିସ୍ତିରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଶୁଭ ଖବର , ହେବ ଡୋର୍ ଟୁ ଡୋର୍ ସର୍ଭେ

ଆପଣ ପୁଣି ଥରେ ସାମିଲ ହୋଇପାରନ୍ତି ହିତାଧିକାରୀ ତାଲିକାରେ। ସୁଭଦ୍ରା ଯୋଜନାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ଯୋଡିବାକୁ ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ସେମାନଙ୍କୁ ପୁଣି ଥରେ ସାମିଲ କରିବାକୁ ହେବ ଫିଲ୍ଡ ଇନକ୍ୱାରୀ। ଅଭିଯୋଗ ପୋର୍ଟାଲରେ ଆବେଦନ କରି ବି ଯୋଡି ହୋଇପାରିବେ ବାଦ୍ ପଡିଥିବା ମହିଳା। ସୁଭଦ୍ରା ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

SUBHADRA UPDATE
Subhadra : ସମସ୍ତେ ପାଇବେ ସୁଭଦ୍ରା ! ହେବ ଡୋର ଟୁ ଡୋର ସର୍ଭେ...ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ବଞ୍ଚିତ ହେବେନି ଯୋଗ୍ୟ ହିତଧିକାରୀ। ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ ତର୍ଜମା ହେବ । କେୱାଇସି ଅପଡେଟ୍ ହୋଇଛି କି ନାହିଁ ଯାଂଚ ହେବ । ଅନ୍ୟାନ୍ୟ ଯାହା ଦରକାର ତାହାର ତର୍ଜମା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା।

Builders on Notice
Builders on Notice:ସାବାଡ୍ ହେବେ ବେଆଇନ୍ ବିଲଡର, ବିଲ୍ଡିଂ ପ୍ଲାନ୍ ଆପ୍ରୁଭାଲ ପୂର୍ବରୁ OC ବାଧ୍ୟତାମୂଳକ

ବିଲଡର ସଂସ୍ଥାଙ୍କୁ ସୁପ୍ରିମ୍ ଛାଟ । ବେଆଇନ୍ ଓ ଅନଧିକୃତ ନିର୍ମାଣ କରୁଥିଲେ ସାବଧାନ ! ଏଣିକି ବିଲଡିଂ ପ୍ଲାନ ଅନୁମୋଦନ ପୂର୍ବରୁ ଅକୁପାନ୍ସି ସାର୍ଟିଫିକେଟ ଦେବା ବାଧ୍ୟତାମୂଳକ । ନିର୍ମାଣ ସମୟରେ କଡ଼ାକଡ଼ି ହେବ ଯାଞ୍ଚ ପ୍ରକ୍ରିୟା । OC ଜାରି ପରେ ପ୍ଲାନ୍ ଉଲ୍ଲଂଘନ ଜଣାପଡ଼ିଲେ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । OC ନଥିବା ବିଲଡିଂକୁ ବିଦ୍ୟୁତ୍, ପାଣି ଓ ଡ୍ରେନେଜ୍ ସଂଯୋଗ ଦିଆଯିବନି । ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଯାହାକୁ ସ୍ୱାଗତ କରିଛନ୍ତି କ୍ରେତା ଓ ରିଅଲ୍ ଇଷ୍ଟେଟ୍ କର୍ମୀ।

Minor killed
Minor killed:ମୁଣ୍ଡ ନୁଆଁଇଦେଲା ନୟାଗଡ଼ ରଣପୁର ମଦ୍ରାସାର କୁତ୍ସିତ କାଣ୍ଡ,ଅପ୍ରାକୃତିକ ଯୌନକ୍ରିୟା ସହ ୧୨ ବର୍ଷର ନାବାଳକକୁ ହତ୍ୟା

ଶେଷରେ ପୋଲିସ ଖୋଳତାଡ଼ କରିବା ସହ ହତ୍ୟାରେ ସଂପୃକ୍ତ ୩ ଜଣଙ୍କୁ ଏବଂ ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ୨ ଜଣ, ଏଭଳି ଭାବେ ୫ ଜଣଙ୍କୁ ଧରି କିଶୋର ନ୍ୟାୟ ପରିଷଦରେ ହାଜର ପରେ ବାଲ୍ ସୁଧାର ଗୃହକୁ ପଠାଇ ଦିଆଯାଇଛି।

Odisha Govt Warns
Govt Warns: OAS, ORS ବାବୁଙ୍କୁ ରାଜସ୍ବ ବିଭାଗର କଡ଼ା ଚେତାବନୀ, ଜିଲ୍ଲା ଛାଡ଼ି ମନଇଚ୍ଛା ରାଜଧାନୀ ମୁହାଁ ହୋଇପାରିବେନି ଅଫିସର

ସବୁ ଜିଲ୍ଲାପାଳ ଏବଂ ଆରଡିସିଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ବିଭାଗ ଅତିରିକ୍ତ ସଚିବ। ଚିଠିରେ ଉଲ୍ଲେଖ କରାଯାଇଛି, ବ୍ୟକ୍ତିଗତ କାରଣ ନେଇ ଲୋକ ସେବା ଭବନ ଆସିଲେ ଏହାକୁ ଗୁରୁତର ସହ ନେବ ବିଭାଗ। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। 

Mahanadi Flood touched Maa Bhattarika temple
Flood Water: ମା'ଙ୍କ ବେଢାରେ ମହାନଦୀର ଢେଉ !

ମାଡ଼ି ଆସିଲା ମହାନଦୀ ବନ୍ୟା ପାଣି , କଟକ ବଡ଼ମ୍ବା ଭଟ୍ଟାରିକା ମନ୍ଦିରକୁ ଛୁଇଁଲା ଭଟ୍ଟାରିକା ମନ୍ଦିରରେ ଉଛୁଲିଲା ବନ୍ୟା ପାଣି ।

State BJP President Manmohan Samal visits Delhi
Delhi Visit: ଦିନକ ପୂର୍ବରୁ ଫେରିଥିଲେ, ପୁଣି ଦିଲ୍ଲୀ ଗଲେ ମନମୋହନ

ପୁଣି ଦିଲ୍ଲୀ ଗସ୍ତରେ ମନମୋହନ ସାମଲ, ବଢ଼ିଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା । ରାଜ୍ୟ କମିଟି ଗଠନ, ବୋର୍ଡ ଓ ନିଗମ ନିଯୁକ୍ତି ଚର୍ଚ୍ଚା। ଗତକାଲି ରାତିରେ ଦିଲ୍ଲୀ ଗଲେ ବିଜେପି ସଭାପତି, ଦିନକ ପୂର୍ବରୁ ହିଁ ଦିଲ୍ଲୀରୁ ଫେରିଥିଲେ। ଗତ ଗସ୍ତ ବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ହୋଇଥିଲା ଆଲୋଚନା।

Road repair work to be completed before 20th.
Big Update: ପୂଜା ପୂର୍ବରୁ ସବୁ ରାସ୍ତା ଚକାଚକ୍‌

ପୂଜା ପୂର୍ବରୁ ସରିବ ରାସ୍ତା ମରାମତି କାମ। ଆସନ୍ତା ୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ। କେବଳ କଟକ ଓ ଭୁବନେଶ୍ବର ନୁହେଁ, ସବୁ ମ୍ୟୁନିସିପାଲିଟି ଅଞ୍ଚଳରେ କାମ ହେବ।

Konark
୩୦ ମିନିଟରେ ପିପିଲିରୁ କୋଣାର୍କ!

ପିପିଲି-କୋଣାର୍କକୁ ସଂଯୋଗ କରିବ ନୂଆ ଗ୍ରୀନ-ଫିଲ୍ଡ କରିଡର । ୧୦୦କିମି ବେଗରେ ଗଡ଼ିବ ଯାନବାହାନ । ଫଳରେ ପିପିଲିରୁ କୋଣାର୍କ ଯିବାକୁ ସମୟ ଅବଧି ଦେଢ଼ ଘଣ୍ଟାରୁ ୩୦ ମିନିଟକୁ ହ୍ରାସ ପାଇବ I

birdflu
Bird Flu:କୁକୁଡ଼ା ମଡ଼କ, ବାର୍ଡ ଫ୍ଲୁ ଛନକା, ଗୋଟିଏ ଫାର୍ମରେ ୩୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ

ପୁଣି କୁକୁଡ଼ା ମଡ଼କ। ବଢିଲା ବାର୍ଡ ଫ୍ଲୁ ଛନକା। ଜଗତସିଂହପୁର ଜିଲ୍ଲା ନିମାପଡା ଗାଁରେ ଏକ ଫାର୍ମରେ ଏକ ସଙ୍ଗେ ୩୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ମୃତ କୁକୁଡ଼ାଙ୍କ ସ୍ୱାବ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।