୩ଟି କୋର୍ଟରୁମ୍ ରେ ୩ଟି ବୋମା ଖଞ୍ଜାଯାଇଥିବା ତାସହ ବିଚାରପତିଙ୍କୁ ଟାଗେର୍ଟ କରାଯିବ ବୋଲି ମେଲରେ ଲେଖାଥିଲା। ବାସ୍ ଏହାପରେ ଦିଲ୍ଲୀ ପୋଲିସ୍, ବମ୍ ସ୍କ୍ବାଡ୍ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ ପରେ କୋର୍ଟ ରୁମ୍ ରୁ ବିଚାରପତି, ଓକିଲଙ୍କୁ ବାହାର କରିଥିଲା ।
କରିସ୍ମା ଶର୍ମା ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ଲେଖିଛନ୍ତି ଯେ ଗତକାଲି ମୁଁ ଚର୍ଚଗେଟରେ ଏକ ଶୁଟିଂ ପାଇଁ ଯାଉଥିଲି। ସେହି ସମୟରେ ମୁଁ ଏକ ଶାଢ଼ୀ ପିନ୍ଧିଥିଲି। ଟ୍ରେନରେ ଚଢ଼ିବା ମାତ୍ରେ ଟ୍ରେନର ଗତି ବଢ଼ିଗଲା
କାନ୍ଦିବା ପାଇଁ ଦେବାକୁ ପଡ଼ିବ ଟଙ୍କା। ୫୦୦ ଟଙ୍କିଆଟେ ଦିଅନ୍ତୁ ମନଇଚ୍ଛା କାନ୍ଦନ୍ତୁ। ସଜେଇ ହୋଇ କ୍ରାଇଙ୍ଗ୍ କ୍ଲବ ଯିବେ ଯୁବପିଢ଼ୀ ।
ଜଣେ ପୋଲିସ ଅଧିକାରୀ ଏହି ମାମଲାରେ ସୂଚନା ଦେଇ କହିଛନ୍ତି ଯେ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ କରି ପୋଲିସର ଏକ ଟିମ୍ ଦୁଇଜଣଙ୍କୁ ନକଲି ଗ୍ରାହକ ଭାବେ ପଠାଇଥିଲା, ଯେଉଁମାନେ ଅନୁଷ୍କା ମୋନି ମୋହନ ଦାସ ନାମକ ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ।
ଭିଡିଓରେ ହିଜାବ ପିନ୍ଧିଥିବା ଜଣେ ମହିଳା ଟାଉନଶିପ ବିଷୟରେ କହୁଛନ୍ତି। ସେ କହୁଛନ୍ତି ଯେ ଏଠାରେ ସମାନ ଚିନ୍ତାଧାରା ଥିବା ପରିବାରମାନଙ୍କ ସହିତ ‘ପ୍ରକୃତ ସାମୁଦାୟିକ ଜୀବନ’ ମିଳୁଛି, ପିଲାମାନେ ‘ହଲାଲ ପରିବେଶରେ ନିରାପଦ ଭାବେ ବଢୁଛନ୍ତି’ ଏବଂ ପାଦରେ ଯାତାୟାତ କରିପାରୁଥିବା ଦୂରତାରେ ପ୍ରାର୍ଥନା ସ୍ଥାନ ଏବଂ ସାମୁଦାୟିକ ସମାରୋହ ଭଳି ସୁବିଧା ଉପଲବ୍ଧ।
ଲସ୍କର-ଏ-ଜେହାଦୀର ୧୪ ଜଣ ଆତଙ୍କବାଦୀ ମୁମ୍ବାଇରେ ପଶିଛନ୍ତି । ୩୪ଟି ଗାଡିରେ ବୋମା ଲଗାଯାଇଛି । ଆତଙ୍କୀମାନେ ବିସ୍ଫୋରଣରେ ମୁମ୍ବାଇ ସହରକୁ ଉଡାଇଦେବେ । ବିସ୍ଫୋରଣରେ ପ୍ରାୟ ୪୦୦ କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର କରାଯିବ । ଆଉ ବିସ୍ଫୋରଣ ଏତେ ଭୟଙ୍କର ହେବ ଯେ ପ୍ରାୟ କୋଟିଏ ଲୋକଙ୍କର ଜୀବନ ଯାଇପାରେ । ମୁମ୍ବାଇରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ନେଇ ପୋଲିସକୁ ମିଳିଛି ଏପରି ବଡ଼ ଧମକ ।
ଅରା ଫାର୍ମିଂ ନୃତ୍ୟ, ଯାହାକୁ "ବୋଟ ଡ୍ୟାନ୍ସ" ବି କୁହାଯାଏ । ୧୧ ବର୍ଷିୟ ଇଣ୍ଡୋନେସିଆର ବାଳକ ରେୟାନ ଅର୍କାନ ଦିଖାଙ୍କ ଦ୍ୱାରା ପ୍ରଦର୍ଶିତ ହେବା ପରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛି। ଗତ ମାସରେ ସୋସିଆଲ ମିଡିଆରେ ତାଙ୍କ ବୋଟ ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ସେ ଇଣ୍ଟରନେଟ ସେନସେସନ ହୋଇଯାଇଛନ୍ତି ।
ମୁମ୍ବାଇରେ ଦିନକରେ ୩୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ମିଠି ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ୩୫୦ ଜଣଙ୍କୁ ଉଦ୍ଧାର କରାଯାଇଛି।
ଧାରାବିରେ ରିସାଇକ୍ଲାଇକିଂ କରି ଅଲୋଡ଼ା ଜିନିଷରୁ ସାମଗ୍ରୀ ତିଆରି କରାଯାଏ। ଏହା ଧାରାବିର ସବୁଠାରୁ ବଡ଼ ପରିଚୟ ଏବଂ ଏହାକୁ ଦେଶର ରିସାଇକ୍ଲାଇକିଂ ହବ୍ ମଧ୍ୟ କୁହାଯାଏ। ମୁମ୍ବାଇ ସହରର ପ୍ରାୟ ୬୦ ପ୍ରତିଶତ ପ୍ଲାଷ୍ଟିକ୍ ଅପଚୟ ଧାରାବିରେ ହିଁ ରିସାଇକିଲ ହୁଏ। ପ୍ଲାଷ୍ଟିକ୍, ଲୁହା, କାଚ, କାଗଜ ଏବଂ ଇଲେକ୍ଟ୍ରୋନିକ୍ ଅପଚୟ, ପ୍ରତ୍ୟେକ ପ୍ରକାରର ଜିନିଷ ଏଠାକୁ ଆସେ ଏବଂ ପ୍ରକ୍ରିୟାକରଣ କରାଯାଏ। ଏକ ଆକଳନ ଅନୁଯାୟୀ, ରିସାଇକ୍ଲାଇକିଂ ଶିଳ୍ପର ବାର୍ଷିକ କାରବାର ଏକ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୮୬୦୦ କୋଟି ଟଙ୍କା ଏବଂ ଏହା ପ୍ରାୟ ୨.୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରେ।
ଲିଟରେ କ୍ଷୀର ପାଇଁ ଦେଇଦେଲେ ୧୮ ଲକ୍ଷ...ଅନଲାଇନ ଆପ୍ରୁ କରୁଥିଲେ କ୍ଷୀର ଅର୍ଡର, ଆକାଉଣ୍ଟ ହୋଇଗଲା ଖାଲି । ଏକା ଥରେ ତିନି ତିନିଟା ଆକାଉଣ୍ଟକୁ ପୋଛିନେଲା ଅଦୃଶ୍ୟ ଠକ ସାଇବର ଠକେଇ । ଜଣେ ୭୧ ବର୍ଷୀୟା ବୃଦ୍ଧା ମହିଳା ଅନଲାଇନରୁ ଏକ ଲିଟର କ୍ଷୀର ଅର୍ଡର କରୁଥିବା ବେଳେ ତାଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଖାଲି ହୋଇଯାଇଛି ।
ମୁମ୍ବାଇରେ ଲଗାଣ ବର୍ଷା ହେବା ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖା ଦେଇଛି। ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଆଡଭାଇଜରି ଜାରି କରାଯାଇଛି। ସବୁ ସରକାରୀ, ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛି ପ୍ରଶାସନ।
ଇନଷ୍ଟାଗ୍ରାମରେ ତାଙ୍କର ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହୋଇଛି। ଅନେକ ଉପଭୋକ୍ତା କହିଛନ୍ତି ଯେ ଏହା ବାସ୍ତବତା ଯାହାକୁ ଏବେ ସମସ୍ତେ ଗ୍ରହଣ କରିବାକୁ ପଡ଼ିବ। ଆଉ କେହି କେହି ମଜାରେ ଲେଖିଛନ୍ତି ଯେ ମୁମ୍ବାଇର ଚା ନୁହେଁ, ମୁମ୍ବାଇର ‘ଅନୁଭବ’ ମହଙ୍ଗା ଅଟେ।
ପ୍ରବଳ ବର୍ଷାରେ ଦିଲ୍ଲୀ-ଏନସିଆର ଓ ମୁମ୍ବାଇ ସମେତ ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ହିମାଚଳ ପ୍ରଦେଶରେ ପୋଲ ଭୁଶୁଡି ପଡିଛି। କେତେକ ଅଞ୍ଚଳ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି।
କପିଲ ଶର୍ମାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । କପିଲ ଶର୍ମାଙ୍କର କୌଣସି ଅସୁବିଧା ନ ହେଉ, ସେଥିପାଇଁ ପୋଲିସ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି। କାନାଡାରେ ଥିବା କପିଲ ଶର୍ମାଙ୍କ ‘କ୍ୟାପସ କାଫେ’ ଉପରେ ଦ୍ୱିତୀୟ ଥର ପାଇଁ ଗୁଳିଚାଳନା ଘଟଣା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟର ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଥିଲା।
ଘଟଣାର ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗକୁ ଘଟଣାସ୍ଥଳକୁ ଡକାଯାଇଥିଲା। କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ରୋହିତ ଡେଇଁ ପଡ଼ିଥିଲେ। ଘଟଣା ବିଷୟରେ ଜାଣିଥିବା ମିଳିନ୍ଦ ଦିଓ୍ଵାଡ଼କର ଅଭିଯୋଗ କରିଛନ୍ତି ଯେ ଅଗ୍ନିଶମକର୍ମୀମାନେ ସମୟ ଭିତରେ ଯଥେଷ୍ଟ ଚେଷ୍ଟା କରିନଥିଲେ ଏବଂ ଦର୍ଶକ ହୋଇ ଦେଖିଥିଲେ ।
ପାରାମାନଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖା ଦେଉଥିବାରୁ ମୁମ୍ବାଇରେ ପାରାକୁ ଖାଇବାକୁ ଦେବା ପାଇଁ ନିଷେଦ୍ଧାଦେଶ ଜାରି କରିଛନ୍ତି ହାଇକୋର୍ଟ।
ଏୟାରଇଣ୍ଡିଆର ଫ୍ଲାଇଟ୍ AI 180ରେ କିଛି ଅସରପା ଥିବା କାରଣରୁ ଏୟାରଲାଇନ୍ସ କ୍ଷମା ପ୍ରାର୍ଥନା କରିଛି। ଯାତ୍ରୀଙ୍କ ସିଟ୍ ପରିବର୍ତ୍ତନ କରି ଅନ୍ୟତ୍ର ବସାଇବାର ବ୍ୟବସ୍ଥା କରାଗଲା।
ଠିକଣା ଯାଞ୍ଚ ଶେଷ ହେବା ପରେ ଯିବା ସମୟରେ ସାଗବେକର ତାଙ୍କୁ ବଳପୂର୍ବକ ଜାବୁଡି ଧରିଥିଲେ ଓ କିସ୍ ଦେଇଥିଲେ । ମହିଳା ଅଧିକାରୀ ଜଣକ ତାଙ୍କୁ ଠେଲି ଦେଇ ଖସି ଚାଲିଆସିଥିଲେ । ଏ କଥା ସେ ବ୍ୟାଙ୍କକୁ ଆସି ତାଙ୍କ ମ୍ୟାନେଜର୍ ଓ ସହକର୍ମୀଙ୍କୁ ଜଣାଇଥିଲେ । କିଛି ଦିନ ପରେ ସେ ମଲାଡ ଥାନାରେ ଏସଂପର୍କରେ ଏତଲା ଦେଇଥିଲେ ।
ପୁଣି ବାବଟଣା କଲା ଗୁଗୁଲ୍ ମ୍ୟାପ୍ । ଜଣେ ମହିଳାଙ୍କୁ ନେଇ ଯାଉଥିବା କାର୍ ଡ୍ରାଇଭର ଗୁଗୁଲ ମ୍ୟାପ୍ ଦେଖି ଗାଡ଼ି ଚଳାଉଥିବାବେଳେ ଏହା ଭୁଲ୍ ରାସ୍ତାରେ ଯାଇ ବ୍ରିଜରୁ ତଳକୁ ଖସିଛି।
ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡ଼ାଇବାକୁ ତିନିଟି ମୋବାଇଲ୍ ନମ୍ବରରୁ ମିଳିଛି ଧମକ। ଏହି କଲ୍ଗୁଡ଼ିକ ଆସାମ ଓ ପଶ୍ଚିମବଙ୍ଗ ସୀମା ନିକଟସ୍ଥ ସକ୍ରିୟ ମୋବାଇଲ ନମ୍ବରଗୁଡ଼ିକରୁ କରାଯାଇଥିଲା। ବର୍ତ୍ତମାନ ପୁଲିସ ଏହି ମାମଲାର ତଦନ୍ତରେ ଲାଗିପଡ଼ିଛି।
ମାଆ ନିଜେ ଚପଲ ପିନ୍ଧି ଅନ୍ୱିକାର ସାଣ୍ଡାଲ ଉଠାଉଥିବା ବେଳେ ଅନ୍ବିକା ଜୋତା ରାକ୍ ଉପରେ ଠିଆ ହୋଇ ପାଖରେ ଥିବା ଝରକା ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲା। ଦୁର୍ଭାଗ୍ୟବଶତଃ, ସେ ସନ୍ତୁଳନ ହରାଇ ୧୨ ମହଲାରୁ ତଳକୁ ଖସି ପଡ଼ିଥିଲା। ମାଆ ତାକୁ ଧରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଧରି ପାରିନଥିଲେ।
ଲିଫ୍ଟରେ ଫସିଗଲେ ୩ ବିଧାୟକ।୨୦ ମିନିଟ୍ ପର୍ଯ୍ୟନ୍ତ ଶ୍ୱାସରୁଦ୍ଧ ହୋଇଗଲେ। ପରେ ସଟର ଭଙ୍ଗାଗଲା, ସେମାନଙ୍କୁ ବାହାର କରାଗଲା। ଏହି ଘଟଣା ହେଉଛି ମୁମ୍ବାଇ ନିକଟ ପାଲଘର ଜିଲ୍ଲାର ଭସାଇ ଅଞ୍ଚଳର।
ଖରାପ ପାଗ ଯୋଗୁଁ ଅବତରଣ ପରେ କିଛି ସମୟ ମଧ୍ୟରେ ବିମାନଟି ରନୱେରୁ ବାହାରକୁ ଯାଇଥିଲା। ଅବତରଣ ସମୟରେ ବିମାନର ତିନୋଟି ଟାୟାର ଫାଟିଯାଇଥିଲା ଏବଂ ବିମାନର ଇଞ୍ଜିନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ତଥାପି ବିମାନଟି ନିରାପଦରେ ଟର୍ମିନାଲ ଗେଟ୍ରେ ପହଞ୍ଚି ପାରିଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଜଣେ ସାକ୍ଷୀ ଅନେକ କ୍ରାଇମ ବ୍ରାଞ୍ଚ ମାମଲାରେ ବିଶେଷକରି ଘାଟକୋପାର ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଦେଇଥିଲେ । ତେଣୁ ତାଙ୍କ ସାକ୍ଷ୍ୟ ଅବିଶ୍ୱସନୀୟ ମନେ ହେଉଛି । ଅନେକ ସାକ୍ଷୀ ବର୍ଷ ବର୍ଷ ପରେ ହଠାତ୍ ଅଭିଯୁକ୍ତଙ୍କୁ କିପରି ମନେ ପକାଇ ଚିହ୍ନିପାରିଲେ, ତାହା ବୁଝାଇ ପାରିନଥିଲେ। ହାଇକୋର୍ଟ ଏହାକୁ ପ୍ରକ୍ରିୟାଗତ ତ୍ରୁଟି ବା ପ୍ରୋସିଜିଓରାଲ୍ ଲାପ୍ସ ବୋଲି କହିଛନ୍ତି ।
ମୁମ୍ବାଇରେ ଜଣେ ବ୍ୟକ୍ତି ଜଣେ ୧୧ ବର୍ଷୀୟ ନାବାଳକ ପାଖକୁ ଏକ ପିଟ୍ ବୁଲ୍ କୁକୁର ଛାଡିଦେବା ପରେ ଅଟୋ ଭିତରେ କୁକୁରଟି ଆକ୍ରମଣ କରି ନାବାଳକଟିକୁ କାମୁଡ଼ି ଦେଇଥିଲା। କିନ୍ତୁ ପିଲାଟିକୁ ବଞ୍ଚାଇବା ବଦଳରେ କୁକୁରର ମାଲିକ ହସୁଥିବାର ଦେଖାଦେଇଛି।