ମାସର ପ୍ରଥମ ସପ୍ତାହରେ ସବୁ ଏଟିଏମ୍ ଅଚଳ । କାର୍ଡ ରିଡରରେ ଅଠା ଲଗାଇ ଅଚଳ କରିଦିଆଯାଉଛି ମେସିନ୍ । ଗୋଟିଏ କି ଦୁଇଟା ନୁହେଁ, ଗତ ଦୁଇ ମାସରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 40ରୁ ଅଧିକ ଏଟିଏମର ଅଚଳ ସ୍ଥିତି । ଜଙ୍କିଆଠୁ ନେଇ ନିରାକାରପୁର, ଟାଙ୍ଗୀଠୁ ନେଇ ନାଚୁଣୀ, ବାଲୁଗାଁ । ସବୁ ଏଟିଏମର ସମାନ ଅବସ୍ଥା ।
ମାସର ପ୍ରଥମ ସପ୍ତାହରେ ସବୁ ଏଟିଏମ୍ ଅଚଳ । କାର୍ଡ ରିଡରରେ ଅଠା ଲଗାଇ ଅଚଳ କରିଦିଆଯାଉଛି ମେସିନ୍ । ଗୋଟିଏ କି ଦୁଇଟା ନୁହେଁ, ଗତ ଦୁଇ ମାସରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 40ରୁ ଅଧିକ ଏଟିଏମର ଅଚଳ ସ୍ଥିତି । ଜଙ୍କିଆଠୁ ନେଇ ନିରାକାରପୁର, ଟାଙ୍ଗୀଠୁ ନେଇ ନାଚୁଣୀ, ବାଲୁଗାଁ । ସବୁ ଏଟିଏମର ସମାନ ଅବସ୍ଥା ।
ଅଭିନବ ଉପାୟରେ ATM ଠକେଇ । ଅଠା ଲଗାଇ ATM ଅଚଳ କରୁଛନ୍ତି ଦୁର୍ବୃତ୍ତ ! ଗତ ଦୁଇ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ୪୦ରୁ ଅଧିକ ATMକୁ ଅଚଳ କରି ଦିଆଯାଇଥିବା ଅଭିଯୋଗ ହୋଇଛି ।
ଖୋର୍ଦ୍ଧା ସହରରେ ଟ୍ରାଫିକ ଭିଡ଼ କମାଇବାକୁ ହେଲା ବ୍ୟବସ୍ଥା, ନିର୍ମାଣ ହେଲା ଭେଣ୍ଡିଂ ଜୋନ୍। ହେଲେ ଖୋର୍ଦ୍ଧା ସହରକୁ କ୍ୟାବିନ ମୁକ୍ତ କରିବାକୁ ଆରମ୍ଭ ଯୋଜନା ଅଧାରେ ଅଟକି ଯାଇଛି। ଉଚ୍ଛେଦ ହୋଇଥିବା ଅଧିକାଂଶ ଦୋକାନୀ ଭେଣ୍ଡିଂ ଜୋନ୍ ଯାଉନାହାନ୍ତି। ଅନେକ ଉଠା ବ୍ୟବସାୟୀ ପୁରୁଣା ଜାଗା ଛାଡୁନାହାଁନ୍ତି।
ସ୍ତ୍ରୀର ନିର୍ଯାତନା ରାମଚନ୍ଦ୍ରଙ୍କୁ ଏପରି ଅଥୟ କରିଥିଲା ଯେ, ଚରମ ନିଷ୍ପତ୍ତି ନେବାକୁ ସେ ପଛାଇ ନାହାନ୍ତି । ବାପା, ମାଆ, ଆଉ ଜନ୍ମ କଲା ଝିଅକୁ ପର କରି ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରି ଦେଇଛନ୍ତି ।
ଜଟଣୀ ଥାନା ଅନ୍ତର୍ଗତ ଷଣ୍ଢପୁର ଛକରେ ହତ୍ୟାକାଣ୍ଡ । ଘରୁ ଡାକିଆଣି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ।
ଖୋଳିତାଡି ଖାଲ କରିଦେଲେଣି ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପାଇଁ ଉଦ୍ଦିଷ୍ଟ ଖୋର୍ଦ୍ଧା ଭୋଗପୁରର ଖାଣ୍ଡେଲାଇଟ ପଥର ପାହାଡ। ରାଜ୍ୟର ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ଏହିଠାରୁ ହିଁ ଯାଇଥାଏ ମୂଲ୍ୟବାନ ପଥର।
ଘରେ ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଘରର ଆଜବେଷ୍ଟ ଉଡିବା ସହ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ । ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧା ବନଖଣ୍ଡରେ ଉଗ୍ର ହେଲାଣି ହାତୀ ମଣିଷ ଲଢେଇ । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୨୮ ଲୋକଙ୍କ ଜୀବନ ଯାଇଥିବା ବେଳେ ଭିନ୍ନ ଭିନ୍ନ କାରଣରୁ ୧୩ ହାତୀଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଏବଂ ଟାଙ୍ଗୀ ରେଞ୍ଜରେ ହାତୀପଲ ବ୍ୟାପକ ଧନ ଜୀବନ ହାନି କରୁଥିବା ଅଭିଯୋଗ ହୋଇଛି ।
ଉନସୁଗାର କାରବାର ଉପରେ ପୋଲିସର କଡ଼ା ନଜର ପରେ ଏବେ ଗଂଜେଇ କାରବାରରେ ମାତିଛନ୍ତି ନିଶାବେପାରୀ। ଖୋର୍ଦ୍ଧାର ବିଭିନ୍ନ ଥାନା ଅଞ୍ଚଳରୁ ଗତ ମାସକ ଭିତରେ ଅବକାରୀ ବିଭାଗ ପକ୍ଷରୁ ୫ଟି ଗାଡି ସହ ମୋଟ ୭୦ ଲକ୍ଷର ଗଂଜେଇ ଧରାପଡିଛି । ମାମଲାରେ ଏବେସୁଦ୍ଧା ୮ ଅଭିଯୁକ୍ତ ବନ୍ଧା ହୋଇଛନ୍ତି।
ଖୋର୍ଦ୍ଧା କାଇପଦର ଟାଙ୍ଗିଣି ମୁଣ୍ଡିଆ ପଥର ଖଣିରୁ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ ।
ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ବିବାଦୀୟ ମନ୍ତବ୍ୟ । ଖୋର୍ଦ୍ଧା ପାଇକ ମାଟିର ବାସିନ୍ଦାଙ୍କ ପାଇଁ ଅପଶବ୍ଦ ।
ଗୋକୁଳଙ୍କ ଅନ୍ତିମ ସଂସ୍କାର ପରେ ସ୍ତ୍ରୀ ଅନନ୍ଦିତା ସୁବୁଦ୍ଧି ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ସ୍ୱାମୀ ମୃତ୍ୟୁରେ ମ୍ରିୟମାଣ ହୋଇ ଅନନ୍ଦିତା ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ମୃତ ଛାତ୍ର ଜଣଙ୍କ ଗଜପତି ଜିଲ୍ଲାର ଦଶମ ଶ୍ରେଣୀର ଛାତ୍ର। ଷଷ୍ଠ ଶ୍ରେଣୀରୁ ଗଜପତିରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ। ତେବେ ଗତକାଲି ରାତିରେ ସେହି ଛାତ୍ର ଜଣଙ୍କ ମୋବାଇଲକୁ ପ୍ରିନ୍ସିପାଲ ନେଇଯାଇଥିଲେ। ଯାହାପରେ ଛାତ୍ର ଜଣଙ୍କ ସ୍କୁଲ ପରିସରରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପ୍ରେସମିଟରେ ଭୁବନେଶ୍ୱର ଡିସିପି ଆହୁରି କହିଛନ୍ତି ଯେ, ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ଟିଉସନ୍ ହେଉଥିଲେ । ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍ ଫି’ ବାକି ରହିଥିଲା ।
ଛାତ ପଡିବାର ୨ ମାସ ପରେ ଭୁଶୁଡ଼ି ପଡ଼ିଲା । ଲୋକେ କହୁଛନ୍ତି ଅତି ନିମ୍ନମାନର କାମ ହୋଇଛି । ହେଲେ ସରପଞ୍ଚ ମାନିବାକୁ ନାରାଜ । କହୁଛନ୍ତି, ଅଧ ରାତିରେ ହାତୀ ଆସିଲା, ଛାତ ଭାଙ୍ଗି ପଳେଇଗଲା
ସରକାରୀ ଚାକିରି କରିଥିଲେ, ପେନସନ୍ ପାଇବାକୁ ଆଶା ରଖିଥିଲେ । ଲଢେଇ କରି କରି ଆଖି ବୁଜିଲେ ସତ କିନ୍ତୁ ପେନସନ ପାଇଲେ ନାହିଁ । କୋର୍ଟ, କଚେରୀ , କଲେଜ ବୁଲିବୁଲି ହାଲିଆ ହେଲେ କିନ୍ତୁ କିଛି ମିଳିଲାନି
ଖୋର୍ଦ୍ଧା ପୌରପରିଷଦ । ପ୍ରାୟ ୬୦ ହଜାରରୁ ଅଧିକ ଲୋକ ପୌରପାଳିକାରେ ରହୁଛନ୍ତି । ସହର ଭିତରେ ହିଁ ୬ ଜିଲ୍ଲାକୁ ରହିଛି ସଂଯୋଗର ମୁଖ୍ୟ ରାସ୍ତା । ତାହା ସହିତ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ମଧ୍ୟ ଏହିଠାରେ ରହିଥିବାରୁ ସହର ଭିତରେ ଅସମ୍ଭବ ଭିଡ଼ । ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି ସହର ଭିତରେ ଥିବା କ୍ୟାବିନ ଏବଂ ଉଠାବ୍ୟବସାୟୀ । ହେଲେ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଖୋର୍ଦ୍ଧାର ହାବେଳି ପଡ଼ିଆ ଏବଂ ଟି.ଏଲ୍.ସି ପାଖ ଜାଗା ଚିହ୍ନଟ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନଥିବାରୁ ବ୍ୟବସାୟୀ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।
ଅଭିନେତ୍ରୀ କରାଇଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସରୋଜ ବିଶ୍ୱାଳକୁ ଗିରଫ କରିଛି । ବହୁଦିନର ଲୁଚକାଳି ଖେଳ ପରେ ଶେଷରେ ଖୋର୍ଦ୍ଧାରୁ ସରୋଜ ଧରାପଡିଛି ।
ପାଇଖାନା ନାରେ ବଡ଼ଧରଣର ହେରଫେର। ୧୬ ପାଇଖାନା କାମ ପାଇଁ ବିଲ ଆସିଛି କିନ୍ତୁ ବାସ୍ତବରେ କିଛି ହୋଇନି। ସ୍ମାର୍ଟ ପଂଚାୟତରେ ସ୍ମାର୍ଟ ଦୁର୍ନୀତିର ଖୋଲୁଛି ଗୁମର...ଦେଖନ୍ତୁ କେମିତି ହୋଇଛି ଦୁର୍ନୀତି
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୭୫୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୯୫୯ ରହିଛି।
ରାଜ୍ୟରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି.. ଚଳିତ ସିଜିନର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି..
ଚିଲିକାର ୫ଟି ରେଂଜ୍ ଯଥା ରମ୍ଭା, ବାଲୁଗାଁ, ଟାଙ୍ଗି, ଚିଲିକା ଓ ସାତପଡାରେ ପକ୍ଷୀଗଣନା କରାଯାଇଛି।
ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତର ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଗାଁରେ ଥିବା ଶହ ଶହ ଏକର ଜଗନ୍ନାଥ ଜମିରେ ଚାଲିଛି ଲୁଟ୍ । ଦିନରେ ଖୋଳୁଛନ୍ତି ଆଉ ରାତି ହେଲେ ଚାଲାଣ ହେଉଛି । ସରକାରୀ ବାବୁମାନେ ଏକଥା ଯେ ଜାଣି ନାହାନ୍ତି, ତା ନୁହେଁ ଗ୍ରୀନ୍ ଟ୍ରିବୁନାଲରେ ସତ୍ୟପାଠ କରି ଖୋଦ୍ ଖୋର୍ଦ୍ଧା ଜିଲ୍ଲାପାଳ ବି ମାନିଛନ୍ତି
ଖୋର୍ଦ୍ଧା ନିଜିଗଡ଼ ତାପଂଗ ପଞ୍ଚାୟତ ଅଞ୍ଚଳରେ ୫୦୦ ଏକରରୁ ଉର୍ଦ୍ଧ୍ୱ ଜଗନ୍ନାଥ ଜମିରେ ବେଆଇନ ପଥର ଖଣି ଲୁଟ ଘଟଣାକୁ ଗୁରୁତର ସହ ନେଇଛି ଏନଜିଟି। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ଏନଜିଟି। ସଚିବ, ପୋଲିସ ଡିଜି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧ୍ୟକ୍ଷ ବୈଠକ କରି ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।