ଗତ ଏକ ମାସରେ ମସ୍ତିଷ୍କ ଖାଉଥିବା ଏମିବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହେଲାଣି । ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏମିବାର ଉତ୍ସ ଚିହ୍ନଟ ହୋଇ ନ ପାରିବା ହେତୁ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣ କରିବାରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।
ବ୍ରେନ୍ ଇଟିଂ ଅମିବା ଯୋଗୁଁ ତିନି ମାସର ଶିଶୁ ସମେତ କେରଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଆଠ ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଗୁରୁଭାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ଜସ୍ମିନ୍ ଜାଫର ମନ୍ଦିର ପୁଷ୍କରିଣୀରେ ତାଙ୍କ ପାଦ ଧୋଇବାର ଏକ ରିଲ୍ ଭିଡିଓ ଭାଇରାଲ କରିବା ପରେ ସେଠାରେ ଶୁଦ୍ଧିକରଣ ନୀତି ଅନୁଷ୍ଠିତ ହେଉଛି।
ଅଭିଯୋଗ ପରେ ଇସ୍ତଫା ଦେଇଥିବା ରାହୁଲ ମମକୁଟାଥିଲ ଏକ ବିବୃତି ଜାରି କରିଛନ୍ତି। କହିଛନ୍ତି, "ମୋ ବିରୁଦ୍ଧରେ କୌଣସି ଆଇନଗତ ଅଭିଯୋଗ ଅଛି କି? ଯେଉଁ ମହିଳା ଏହି ବିବୃତି ଦେଇଛନ୍ତି, ସେ ମୋ ନାମ ନେଇ ନାହାନ୍ତି। ସେ ମୋ ବନ୍ଧୁ। ରାଜ୍ୟର କୌଣସି ପୋଲିସ ଷ୍ଟେସନରେ ମୋ ବିରୁଦ୍ଧରେ କୌଣସି ଅଭିଯୋଗ ଅଛି କି?
ୟେମେନ୍ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ଫାଶିଦଣ୍ଡ ପାଇଥିବା କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ବାତିଲ୍ କରିଥିବା ଖବରକୁ ଖଣ୍ଡନ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ। 'ଗ୍ରାଣ୍ଡ୍ ମୁଫ୍ତି ଅଫ୍ ଇଣ୍ଡିଆ' ଅଫିସ୍ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍ ହୋଇଛି।
ମିଶେଲ୍ ଏକ ଆବେଗଭରା ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ ତାଙ୍କ ମାଆଙ୍କୁ ଭଲ ପାଉଥିବା ଓ ମିସ୍ କରୁଥିବାର ସେଥିରେ କହିଛନ୍ତି । ମୋ ମାଆଙ୍କୁ ଘରକୁ ଫେରାଇ ଆଣନ୍ତୁ ବୋଲି ସେ ସମସ୍ତଙ୍କୁ ଅପିଲ୍ କରିଛନ୍ତି ।
ସେଣ୍ଟ୍ରାଲ ଜେଲରେ ରହିଛି କଡା ସୁରକ୍ଷା ବ୍ୟବସ୍ଥା । ତା ସହିତ ପାଚେରିରେ ଭିତର ପଟେ ଇଲେକ୍ଟ୍ରିକ ତାରବାଡ଼ ବି ରହିଛି । ଏହା ସତ୍ତ୍ୱେ ଦିବ୍ୟାଙ୍ଗ କଏଦୀ ଗୋବିନ୍ଦଚାମୀ ଗୋଟିଏ ହାତରେ ପାଚେରି ଡେଇଁ ପାର୍ । ଏବେ ପ୍ରଶ୍ନ ଉଠୁଛି, ଏହା ସମ୍ଭବ ହେଲା କିପରି ?
ପଣସ ଖାଇଥିଲେ ବୋଲି ରାଜ୍ୟ ପରିବହନ ବିଭାଗ କାଟିଥା’ନ୍ତା ମୋଟା ଅଙ୍କର ଚାଲାଣ । ମାତ୍ର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଓ ନିଜକୁ ମଦ୍ୟପ ନୁହେଁ ବୋଲି ପ୍ରମାଣ କରିପାରୁ ସେ ପରିବହନ ବିଭାଗ ନିକଟକୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
କେରଳରେ ଜରୁରୀ ଅବତରଣର ଗୋଟିଏ ମାସ ପରେ ବ୍ରିଟେନର F-35B ଲଢ଼ୁଆ ବିମାନ ଉଡ଼ାଣ ଭରିବା ସମୟରେ ବିମାନବନ୍ଦର ପାର୍କିଂ ପାଇଁ ୫ ଲକ୍ଷ ଟଙ୍କା ଦେବ।
ୟୁଏଇରେ ଏକ ଫ୍ଲାଟରେ ଅତୁଲ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅତୁଲ୍ୟାଙ୍କ ବାପା ଓ ମାଆ ଝିଅକୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ଅତୁଲ୍ୟାଙ୍କ ଶରୀରରେ ଆଘାତ ଚିହ୍ନ ଥିବା ଫଟୋ ଓ ତାଙ୍କ ସ୍ୱାମୀ ଏକ ପ୍ଲାଷ୍ଟିକ ଷ୍ଟୁଲ ଉଠାଇ ତାଙ୍କୁ ମାରିବାକୁ ଉଦ୍ୟମ କରୁଥିବାର ଏକ ଭିଡିଓ ଜାରି ହୋଇଛି।
ନିମିଶା ଏବେ ହାଉତି କବଜାରେ ଥିବା ୟେମେନର ସାନା ସହରରେ ଅଛନ୍ତି । ହାଉତି ବିଦ୍ରୋହୀଙ୍କ ସହ ଭାରତର କୌଣସି ପ୍ରକାର କୂଟନୀତିକ ସଂପର୍କ ନାହିଁ ।ଏଥିପାଇଁ ଭାରତ ସରକାର ନିମିଶାଙ୍କ ଫାଶୀ ଦଣ୍ଡ ବିରୋଧରେ କିଛି ବି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇ ଦେଇଥିଲେ।
କେରଳ ନର୍ସ ନିମିଷାଙ୍କୁ ୟେମେନରେ ଫାଶୀ ରୋକିବା ପାଇଁ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଭାରତ ସରକାର କହିଛନ୍ତି, ୟେମେନ ସହିତ ଭାରତର କୌଣସି ସମ୍ପର୍କ ନାହିଁ । କେବଳ ବ୍ୟକ୍ତିଗତ ଭାବରେ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛୁ । ହେଲେ ଏହାଠାରୁ ଅଧିକ କିଛି କରି ପାରିବୁ ନାହିଁ ।
ସମ୍ବର ଦକ୍ଷିଣ ଭାରତର ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ଭାତ, ଇଟଲି, ଉପମା, ବରା ସହ ଖାଇପାରିବେ । ଏଥିରେ ବିଭିନ୍ନ ପ୍ରକାରର ପରିବା ପଡୁଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରୀ ।
ଜି.ଏସ. ରଶ୍ନୀ ନାମକ ଜଣେ ମହିଳା ଫରେଷ୍ଟ ଅଫିସର ଏତେ ବଡ଼ କିଙ୍ଗ କୋବ୍ରାକୁ ସଫଳତାର ସହ ଅତି ସାହସିକ ପଦକ୍ଷେପ ନେଇ କାବୁ କରିବା ଭିଜୁଆଲ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଉଛି ।
ଏହି ବିମାନ ଏବେ ଆଉ ଉଡିବା ଅବସ୍ଥାକୁ ଆସିପାରୁନି । ସମସ୍ତ ଚେଷ୍ଟା ବିଫଳ ହେଲାଣି । ଇଞ୍ଜିନିୟରମାନେ ହାତ ଟେକି ଦେଲେଣି । ଇଂଲଣ୍ଡରୁ ଇଞ୍ଜିନିୟରମାନେ ଆସିବାର ଅଛି । ଶେଷ ଚେଷ୍ଟା କରାଯିବ । ନହେଲେ ଖଣ୍ଡ ଖଣ୍ଡ ହୋଇ ବିମାନରେ ବୁହା ହୋଇ ନିଜ ଦେଶକୁ ଯିବ ।
ସେ ଦଳରେ ଥାଇ ବି ସ୍ୱାଧୀନ ଭାବେ ମତ ଦେବାରେ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ । କିନ୍ତୁ ଦଳ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନି । ନା ଦଳ ତାଙ୍କୁ ବାହାର କରିପାରୁଛି ନା ଦଳର ଶୃଙ୍ଖଳା ଭିତରେ ବାନ୍ଧି ରଖିପାରୁଛି । ତେବେ କେଉଁ କାରଣ ପାଇଁ ସେ କଂଗ୍ରେସ ଦଳ ଉପରେ ଭାରି ପଡୁଛନ୍ତି, ଆସନ୍ତୁ ଜାଣିବା ୫ଟି କାରଣ ।
୧୬ ବର୍ଷ ତଳେ ୨୦୦୯ ମସିହା ମେ’ ୨୩ ତାରିଖରେ କେରଳ ଛୁଁଇଥିଲା ମୌସୁମୀ ବାୟୁ । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି ।
ଲିଟମସ ୭ ସିଷ୍ଟମସ କନସଲଟିଂ ପ୍ରାଇଭେଟ ଲିମିଟେଡର ସିଇଓ ବେଣୁ ଗୋପାଳକ୍ରିଷ୍ଣନ ୪ କୋଟି ଟଙ୍କାରେ ଲମ୍ବୋରଗିନି ଉରୁସୁ କାର କିଣିଥିଲେ। ସେ ନିଜ ଇଛା ମୁତାବକ ରେଜିଷ୍ଟ୍ରେସନ ନମ୍ବର KL 07DG 0007କୁ ହାସଲ କରିବା ପାଇଁ ୪୫.୯୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ପ୍ରେମିକାକୁ ହାଣିଲା, ନିଜ ପରିବାର ରକ୍ତରେ ଭିଜିଲା ସୈତାନ ପୁଅ। ନିଜ ୧୩ ବର୍ଷୀୟ ସାନ ଭାଇ, ଜେଜେ ମା’, ଦାଦା, ଖୁଡିଙ୍କୁ ମାରିଲା। ଆଉ ସୈତାନ ନିଜ ମାଆକୁ ବି ଛାଡିଲାନି ।
ଅଭିଯୁକ୍ତର ନାମ ହେଲା ଅଫାନ । କୋଲାମର ଏକ କଲେଜରେ ସ୍ନାତକୋତ୍ତର ଛାତ୍ରୀ ଫରସାନା ତଥା ଅଭିଯୁକ୍ତର ଅଫାନର ଗର୍ଲଫ୍ରେଣ୍ଡ ମଧ୍ୟ ହତ୍ୟାର ଶିକାର ହୋଇଛି । ଚେୟାରରେ ବସିଥିବା ବେଳେ ଫରସାନା ମୁଣ୍ଡ ତଳେ ଚଟାଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି । ପୋଲିସ ପହଞ୍ଚିଲା ବେଳକୁ ରକ୍ତ ଲତପତ ହୋଇ ପଡ଼ିରହିଥିଲା ମୃତଦେହ ।
ସୋମବାର ସନ୍ଧ୍ୟାରେ ଅଭିଯୁକ୍ତ ଆଫାନ କିଛି ଘଣ୍ଟା ମଧ୍ୟରେ ତିନୋଟି ଭିନ୍ନ ସ୍ଥାନରେ ଏହି ହତ୍ୟାକାଣ୍ଡ ଭିଆଇଥିଲା। ପରେ ଅଭିଯୁକ୍ତ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲା। ହତ୍ୟାକାଣ୍ଡର ଘଟଣାକ୍ରମ ପୁଲିସ ନିକଟରେ ବର୍ଣ୍ଣନା କରିଥିଲା।
କେରଳj ଏକ ସରକାରୀ ନର୍ସିଂ କଲେଜରେ ସୀମା ଟପିଲା ରାଗିଂ । ଜୁନିୟରଙ୍କୁ ଉଲଗ୍ନ କରି ଗୁପ୍ତାଙ୍ଗରେ ଝୁଲାଇଲେ ଡମ୍ବଲ୍ ।
କୂଅରେ ପଡ଼ିଯାଇଥିବା ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ଜୀବନକୁ ବିପଦରେ ପକାଇଲେ ପତ୍ନୀ । ନିଜ ଜୀବନ କଥା ଚିନ୍ତା ନକରି କୂଅ ଭିତରେ ପଡ଼ିଯାଇଥିବା ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ କୂଅ ଭିତରକୁ ଡେଇଁଲେ ପତ୍ନୀ ।
କେରଳ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଏକ ନାବାଳିକା ଦୁଷ୍କର୍ମ ମାମଲାରେ ୪୪ ଜଣଙ୍କୁ ଗିରଫ କରିଛି। ସେହିପରି ୧୫ ଜଣ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି।
ଛାଡିଦେଲେ ବ୍ୟାଙ୍କ ଚାକିରି। ୬୪ ବର୍ଗଫୁଟ କୋଠରୀରେ ଜୈବ ମାଇକ୍ରୋଗ୍ରୀନ ଚାଷ କରି ସେ ମାସକୁ ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ। ଆସନ୍ତୁ ଜାଣିବା ଅଜୟ ଗୋପୀନାଥଙ୍କ ସଫଳତାର କାହାଣୀ।