ବିଶେଷତଃ ଜମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀମାନେ ଇରାନରେ ମେଡିକାଲ୍ ଓ ଅନ୍ୟ ପ୍ରଫେସନାଲ୍ କୋର୍ସରେ ନାମ ଲେଖାଇଥାନ୍ତି । କମ୍ ଖର୍ଚ୍ଚରେ ପାଠପଢ଼ା ଓ ସାଂସ୍କୃତିକ ସାମଞ୍ଜସ୍ୟ ପାଇଁ କାଶ୍ମୀର ଛାତ୍ରଛାତ୍ରୀ ଇରାନର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ପସନ୍ଦ କରିଥାନ୍ତି ।
ଜାତିସଂଘରେ ପ୍ରସ୍ତାବ ଗୃହୀତ ହେବା ସତ୍ତ୍ୱେ ପାକିସ୍ତାନୀ ସେନା ପିଓକେରୁ ପ୍ରତ୍ୟାହାର କରି ନଥିଲା । ସେପ୍ଟେମ୍ବର ୧୯୫୨ରେ ଆଉ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହା ଅନୁଯାୟୀ ପାକିସ୍ତାନର ୩ ରୁ ୬ ହଜାର ସୈନିକ ଏବଂ ଭାରତର ୧୨ ରୁ ୧୮ ହଜାର ସୈନିକ କାଶ୍ମୀରରେ ରହିପାରିବେ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଓ ଇସଲାମାବାଦ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁ ନାହାନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପାକିସ୍ତାନୀ ସାମ୍ବାଦିକ । କାଶ୍ମୀର ପ୍ରସଙ୍ଗରେ ସମସ୍ୟାର ସମାଧାନ କଲେ ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି କହିଲେ ।
ମୁନିରଙ୍କର ଏହି ବୟାନ ପରେ ପରେ ପହଲଗାମ ଆତଙ୍କୀ ଆକ୍ରମଣ ହୋଇଥିଲା । ତେଣୁ ଏହି ଆକ୍ରମଣ ଯେ ସେନାମୁଖ୍ୟଙ୍କର ଷଡଯନ୍ତ୍ର ଏଥିରୁ ଅନୁମାନ କରିହୁଏ । ହେଲେ ଆଶ୍ଚର୍ଯ୍ୟ ଲାଗେ, ଜଣେ ସେନାମୁଖ୍ୟ ଯାହା ଉପରେ ପୂରା ପାକିସ୍ତାନର ସୁରକ୍ଷା ଦାୟିତ୍ୱ ସେ କେମିତି ଧର୍ମକୁ ନେଇ ଏପରି ବୟାନ ଦେଇ ପାରିବେ ? ଜଣେ ସେନାମୁଖ୍ୟ କେମିତି କହି ପାରିବେ ହିନ୍ଦୁ-ମୁସଲିମ ଅଲଗା ?
ସବୁଜ ପଣତ ତଳେ କାନ୍ଦୁଛି କାଶ୍ମୀର । ତାର ଉଷୁମ ଲୁହରେ ତରଳି ଯାଉଛି ହିମ ପାହାଡ । କେତେ ଆଉ ବିଖଣ୍ଡିତ ହେବ ତାର ଶରୀର ? କେତେ ଲହୁଲୁହାଣ ହେବ ? ପାଖାପାଖି ୮୦ ଦଶକରୁ ପାକିସ୍ତାନ ନିଜର ମନ୍ଦ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଭାରତକୁ ରକ୍ତରେ ଭିଜାଇ ଆସୁଛି । ବିଶେଷକରି କାଶ୍ମୀରକୁ । ପାକିସ୍ତାନର ଏହି ହୀନ ଆଉ ଘୃଣ୍ୟ କାମ ପାଇଁ ସୀମାରେ ସବୁବେଳେ ବି ଶାନ୍ତି ନଷ୍ଟ ହେଉଛି । ଆଉ ଏହାର ପ୍ରଭାବ ବେଶି ପଡୁଛି କାଶ୍ମୀର ଉପରେ । ପାକିସ୍ତାନ ଏବେ ସବୁଠାରୁ ବଡ ଆଘାତ ଦେଇଛି ପହଲଗାମରେ । ସେହି ପହଲଗାମ କାଶ୍ମୀରରେ ରହିଛି ଯାହା ଉପରେ ଆରମ୍ଭରୁ ପାକିସ୍ତାନର ଲୋଲୁପ ଦୃଷ୍ଟି ରହି ଆସିଛି । ଆସନ୍ତୁ ଜାଣିବା ଏଇ କାଶ୍ମୀରର ଯନ୍ତ୍ରଣାର କାହାଣୀ ।
ବର୍ତ୍ତମାନର ପାକ ସେନାମୁଖ୍ୟ ଅସୀମ ମୁନିର ହୁଅନ୍ତୁ ବା ପୂର୍ବତନ ଅନ୍ୟ ସେନାମୁଖ୍ୟ ସମସ୍ତେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ କାଶ୍ମୀରକୁ ମୁଖ୍ୟ ପ୍ରସଙ୍ଗ କରିଥାନ୍ତି । କାଶ୍ମୀର ଯେମିତି ଏମାନଙ୍କ ପାଇଁ ଏକ ହଟକେକ୍ । କାଶ୍ମୀର ପ୍ରସଙ୍ଗକୁ ନେଇ ଏମାନଙ୍କୁ ଏତେ କ୍ଷମତା ମିଳେ ଯେ ସେମାନେ ରାଜନୈତିକ ଶକ୍ତି ଉପରେ ବି ପ୍ରଭାବ ବିସ୍ତାର କରନ୍ତି ।
ପହଲଗାମରେ ନରସଂହାର କରି କଶ୍ମୀରରେ ହିଁ ଲୁଚିଛନ୍ତି ଲସ୍କର ଆତଙ୍କୀ । ହାଇ କମ୍ୟୁନିକେସନ ଟେକ୍ନୋଲୋଜି ବ୍ୟବହାର କରି ସେନାକୁ ଦେଉଛନ୍ତି ଚକମା ।
ବୈସରନ ଘାଟିରେ ମିଶନରୁ ସଫଳ କରିବା ପାଇଁ ଆତଙ୍କବାଦୀମାନେ ୨ ଦିନ ପୂର୍ବରୁ ସେଠାରେ ପହଞ୍ଚିଥିଲେ । କିନ୍ତୁ ପହଲଗାମ ଅଞ୍ଚଳରେ ସେମାନେ ୧୫ ତାରିଖରେ ଆସି ପହଞ୍ଚିଥିଲେ ବୋଲି ସୂଚନା ମିଳିଛି ।
କାଶ୍ମୀର ଉପତ୍ୟକାରୁ ଧାରା ୩୭୦ ହଟିବା ପରେ ଏଠାରେ ବିକାଶର ଧାରା ଦ୍ରୁତ ଗତିରେ ବଢୁଛି । ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇଛି । ସ୍ଥାନୀୟ ଲୋକଙ୍କର ରୋଜଗାର ବଢିଛି । କାଶ୍ମୀର ଘାଟିର ଏ ବିକାଶକୁ ପଡୋଶୀ ଦେଶ ହଜମ କରିପାରୁନି । କାଶ୍ମୀର ଅକ୍ତିଆର କରିବା ପାଇଁ ଚଲାଇଛି ଆତଙ୍କୀ କାର୍ଯ୍ୟକଳାପ ।
କାଶ୍ମୀରର ଅର୍ଥ ବ୍ୟବସ୍ଥା ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରେ । ଆତଙ୍କୀ ଆକ୍ରମଣ ଏଅହି ଶିଳ୍ପକୁ ପ୍ରଭାବିତ କରିଛି । ୯୫ ପ୍ରତିଶତ ପର୍ଯ୍ୟଟକ ସେମାନଙ୍କ ଟିକେଟ କ୍ୟାନସଲ କରିଛନ୍ତି। ସମସ୍ତ ପହଲଗାମ ବାସିନ୍ଦା ଡିପ୍ରେସନରେ ଅଛନ୍ତି। ସୁନ୍ଦର ଭାବେ ଚାଲୁଥିବା ବ୍ୟବସାୟ ସମ୍ପୁର୍ଣ୍ଣ ଠପ ହୋଇଯାଇଛି।
ଉତ୍ତର ପ୍ରଦେଶର ଜୌନପୁରର ଏକତା ତିୱାରୀ। ପହଲଗାମ ଆକ୍ରମଣ ପରେ ତଦନ୍ତ ସଂସ୍ଥା ଯେଉଁ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ତାଙ୍କ ସହ ଝଗଡ଼ା ହୋଇଥିବା ସେ ଦାବି କରିଛନ୍ତି। ଏପ୍ରିଲ ୨୦ ତାରିଖରେ ୨୦ ଜଣିଆ ଦଳ ସହ ସେ ଓ ତାଙ୍କ ପରିବାର ପହଲଗାମରେ ପହଞ୍ଚିଥିଲେ।
ଘୋଡ଼ା ଚାଳକ ସାଜି ଘୋଡାରେ ବସାଇ ବୁଲାଇଲେ। ଏହାପରେ ଧର୍ମ ପଚାରି କୋରାନ ପଢ଼ିବାକୁ କହିଲେ। କାହିଁକି ରୁଦ୍ରାକ୍ଷ ମାଳ ପିନ୍ଧିଛ ବୋଲି ବି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଝଗଡ଼ା ହୋଇଥିଲା। ପରେ ଅମରନାଥ ଆସ ଆମେ ତମକୁ ବିନା ରେଜିଷ୍ଟ୍ରେସନରେ ବୁଲାଇଦେବୁ କହିଥିଲେ। ସନ୍ଦେହ ହେବାକୁ ଉକ୍ତ ଘୋଡା ଚାଳକଙ୍କ ଫଟୋ ଉଠାଇଥିଲୁ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜଣେ ପ୍ରତ୍ୟେକ୍ଷଦର୍ଶୀ ଅଙ୍ଗେ ନିଭାଇଥିବା ଏପରି କିଛି କାହାଣୀ ବଖାଣିଛନ୍ତି।
ପ୍ରାୟ ଏକ ଦଶନ୍ଧିର ପ୍ରୟାସ ପରେ କାଶ୍ମୀରର ଅର୍ଥନୀତି ପୁଣିଥରେ ଟ୍ରାକକୁ ଫେରିଥିଲା । ଗତ ତିନି ଆର୍ଥିକ ବର୍ଷରେ ରେକର୍ଡ ହୋଇଥିବା ପ୍ରକୃତ ଅଭିବୃଦ୍ଧି ହାର ଏହା ପୂର୍ବରୁ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କେବେ ଦେଖାଯାଇ ନଥିଲା । କିନ୍ତୁ ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣ ପୃଥିବୀର ଏହି ସ୍ୱର୍ଗର ଭବିଷ୍ୟତ ଚିତ୍ରକୁ ଝାପ୍ସା କରିଦେଇଛି।
ମହାରାଷ୍ଟ୍ରର ପୁଣେରୁ ପହଲଗାମ ବୁଲିବାକୁ ଆସିଥିଲେ ଆଶାବରୀ । ଆଶାବରୀଙ୍କ କହିବା ଅନୁଯାୟୀ, ଆତଙ୍କୀମାନେ ସ୍ଥାନୀୟ ପୋଲିସ ବର୍ଦ୍ଦିରେ ଥିଲେ ଏବଂ ମାସ୍କ ପିନ୍ଧିଥିଲେ । ଆତଙ୍କୀମାନେ କେବଳ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ । ବିଶେଷକରି ହିନ୍ଦୁମାନଙ୍କୁ ଜବରଦସ୍ତ କଲମା ପଢାଇବାକୁ ଚେଷ୍ଟା କରୁଥିଲେ । ଯେଉଁମାନେ; ପଢି ପାରୁ ନ ଥିଲେ ସେମାନଙ୍କୁ ଗୁଳି ମାରୁଥିଲେ ।
ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।
ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।
ଆପଣ ଓଡ଼ିଶାରେ କାଶ୍ମୀର ଓ ମସୁରୀ ପରି ପରିବେସର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଥରେ କୋରାପୁଟ ଯାଆନ୍ତୁ । ଥରେ ଦେଖନ୍ତୁ ବର୍ଷାଋତୁରେ କେମିତି ଦେଖାଯାଏ କୋରାପୁଟ ।
ଯଦି ଆପଣ ଦେଶର ସବୁଠାରୁ ଭଲ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାକୁ ଚାହାଁନ୍ତି, ତେବେ ଆପଣ କାଶ୍ମୀରରୁ କନ୍ୟାକୁମାରୀ ଭିତରେ ଅନେକ ପ୍ରସିଦ୍ଧ ଏବଂ ପ୍ରିୟ ସ୍ଥାନ ପାଇପାରିବେ। ଆସନ୍ତୁ ଦେଶର ସବୁଠାରୁ ଚାରି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ବିଷୟରେ ନଜର ପକେଇବା।
ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଘେରି ଗୁଳିମାଡ଼ କଲେ ଆତଙ୍କବାଦୀ । ଆକ୍ରମଣରେ ଆଉ ୩ ଯବାନ ଗୁରୁତର ଆହତ ସୂଚନା ମିଳିଛି ।
ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଇଦ ଇଶାନ୍ ବୁଖାରୀର ଫିଟୁଛି ଆତଙ୍କୀ ଲିଙ୍କର ଗୁମର । ଆସିଛି ପାକିସ୍ତାନ ISI ଏଜେଣ୍ଟଙ୍କ ସଂସ୍ପର୍ଶରେ। ଦେଶ ଭିତରେ ଥାଇ କରିଛି ଇଣ୍ଟରନ୍ୟାସନାଲ୍ ଫୋନ କଲ୍। ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ସନ୍ଦେହଜନକ ଆର୍ଥିକ କାରବାର। ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ବୁଖାରୀର ଏଭଳି ଦେଶ ବିରୋଧୀ ଷଡ଼ଯନ୍ତ୍ରର ସୁରାକ୍ ।
ଆତଙ୍କୀ ରାଡାରରେ ରହିଛି କି ସାଂପ୍ରଦାୟିକ ଭେଦଭାବ ଶୂନ୍ୟ ଓଡ଼ିଶା ? ଶାନ୍ତିପ୍ରିୟ ରାଜ୍ୟ ବୋଲି ଏହାକୁ ସୁରକ୍ଷିତସ୍ଥଳ ବାଛିନେଇଛନ୍ତି କି ସନ୍ଦିଗ୍ଧ ବ୍ୟକ୍ତି ? କାରଣ ଗତକିଛି ବର୍ଷ ହେଲା ରାଜ୍ୟ ଭିତରୁ ଧରାହେଲେଣି ଅନେକ ସନ୍ଦିଗ୍ଧ ଆତଙ୍କୀ ।
ପାକ୍ ଅଧିକୃତ କାଶ୍ମୀରରେ ଲୋକଙ୍କ ପ୍ରତି ବଢୁଥିବା ଆକ୍ରୋଶକୁ ବି କଡ଼ା ଭାଷାରେ ନିନ୍ଦା କରି ପଡ଼ୋଶୀ ଦେଶକୁ ଚତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର କାମ ଚାଲିଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି।
କାଶ୍ମୀରରେ ବଦଳୁଛି ସମୟ । କୋଭିଡ୍ କଟକଣା ସତ୍ତ୍ୱେ କାଶ୍ମୀରକୁ ଆସୁଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଡାଲ ହ୍ରଦ ଆଉ ମୋଗଲ ଗାର୍ଡେନ ।
ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ କାଶ୍ମୀର ଗସ୍ତ କରିଛନ୍ତି । କୋଭିଡ୍ କଟକଣା ସତ୍ତ୍ୱେ ଅକ୍ଟୋବରରେ ୯୩ ହଜାର ଓ ନଭେମ୍ବର ମାସରେ ଏକ ଲକ୍ଷ ସାତ ହଜାର ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି ।