ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲୋନ୍ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ନେଇ ବଡ ତଥ୍ୟ ପ୍ରକାଶ କରିଛନ୍ତି। ଭାରତ ଅପରେସନ ସିନ୍ଦୂର କରିବା ବେଳେ ମୁନିର ବଙ୍କର ଭିତରେ ଲୁଚି ରହିଥିଲେ ବୋଲି କହିଛନ୍ତି।
ପରିବାରର ୫ମ ପିଢ଼ିର ସାମରିକ ଅଧିକାରୀ ହେଲେ ପାରୁଲ ଧଡୱାଲ। ତାଙ୍କ ବାପା ଓ ଭାଇ ଏବେ ବି ସେନାରେ କାର୍ଯ୍ୟ ଜାରି ରଖିଛନ୍ତି।
‘ମାନବ GPS’ ବାଗୁ ଖାନ ଓରଫ ସମନ୍ଦର ଚାଚାକୁ ଏନକାଉଣ୍ଟରରେ ନିପାତ କରାଯାଇଛି। ସେ ୧୦୦ରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାରେ ସଫଳ ଥିଲା।
ପହଲଗାମ୍ ହମଲାର ବଦଲା...ମାଟିରେ ଲୋଟିଲେ ଆତଙ୍କବାଦୀ ...ଯେଉଁମାନେ ଖେଳିଥିଲେ ରକ୍ତର ହୋଲି, ସେମାନେ ହେଲେ ରକ୍ତାକ୍ତ। ତିନି ମାସର ଲୁଚକାଳି ପରେ ଶେଷରେ ସେନା ଗୁଳିରେ ନିପାତ ହୋଇଛି ପହଲଗାମ୍ ଆକ୍ରମଣର ମାଷ୍ଟର୍ ମାଇଣ୍ଡ ସୁଲେମାନ୍ ଶାହା ଓରଫ୍ ହାସିମ୍ ମୁସା। ତା ସହ ଆଉ ୨ ଆତଙ୍କବାଦୀ ମଧ୍ୟ ଟଳିଛନ୍ତି ।
ଶ୍ରୀନଗରର ଦଚିଗାମ ଜାତୀୟ ଉଦ୍ୟାନ ନିକଟରେ ଭାରତୀୟ ସୁରକ୍ଷା ବାହିନୀର ମିଳିତ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିପାତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆଡ୍ଡାରୁ ଅନେକ ଗ୍ରେନେଡ୍ ଏବଂ ରାସନ୍ ସାମଗ୍ରୀ ଜବତ କରାଯାଇଛି।
ଏହି ଦଶ ବର୍ଷୀୟ ବାଳକଟିର ଶିକ୍ଷା ଖର୍ଚ୍ଚ ବହନ କରିବ ସେନା ବାହିନୀ। ସ୍ୱର୍ଣ୍ଣ ସିଂହ ତାରା ୱାଲି ଗ୍ରାମରେ ସୈନିକମାନଙ୍କ ପାଇଁ କାମ କରିଥିଲେ। ସୈନିକମାନଙ୍କୁ ସାହାଯ୍ୟ କରିଥିଲେ । ପାକିସ୍ତାନ ସେନା ସହ ଗୁଳି ବିନିମୟ ସମୟରେ ଏହି ବାଳକ ସୈନିକମାନଙ୍କୁ ପାଣି, ବରଫ, ଚା’, କ୍ଷୀର ଏବଂ ଲସି ଯୋଗାଇଥିଲା।
ଆପାଚି ହେଲିକପ୍ଟରକୁ ଆକାଶ ମାର୍ଗରେ ଟ୍ୟାଙ୍କ ବୋଲି କୁହାଯାଏ। ଏବେ ଭାରତୀୟ ସେନାରେ ଆପାଚି ହେଲିକପ୍ଟରର ୨ଟି ସ୍କ୍ବାର୍ଡନ ରହିଛି । ୨୦୨୦ରେ ଆମେରିକାଠାରୁ ଭାରତ ୨୨ଟି ଆପାଚି ହେଲିକପ୍ଟର କିଣିଥିଲା ।
ଭାରତୀୟଙ୍କ ପାଇଁ ଖୁସି ଖବର । ବଢିବ ଦେଶର ଶକ୍ତି । ପାକିସ୍ତାନ ସୀମାରେ ମୁତୟନ ହୋଇପାରେ ଆପାଚି ଆଟାକ୍ ହେଲିକପ୍ଟର। ଆର୍ମି ଏଭିଏସନ୍ କୋର୍ ପାଇଁ ପ୍ରଥମ ବ୍ୟାଚରେ ୩ଟି ଆପାଚି ହେଲିକପ୍ଟର ଆସିବ। ଯାହା ଦେଶକୁ ଆହୁରି ଶକ୍ତିଶାଳୀ କରିବ ।
ଭାରତ ସୀମାବର୍ତ୍ତୀ ଅଞ୍ଚଳରେ AI-ଚାଳିତ ନେଗେଭ୍ ଲାଇଟ୍ ମେସିନ୍ ଗନ୍ (LMG) ର ସଫଳ ପରୀକ୍ଷଣ କରିଛି। ଗ୍ୟାସ୍-ଚାଳିତ ରୋଟେଟିଂ ବୋଲ୍ଟ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି ବନ୍ଧୁକ ପ୍ରତି ମିନିଟରେ ୮୫୦ରୁ ୧୦୫୦ ରାଉଣ୍ଡ ଗୁଳି ଚଳାଇପାରିବ। ଏହା ସୈନ୍ୟ ବଳକୁ ରକ୍ଷା କରିବ।
ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନା ବାହିନୀ ପଞ୍ଜାବର ଫିରୋଜପୁରରେ ଥାଇ ସାମରିକ କାର୍ଯ୍ୟାନୁଷ୍ଠାନ କରୁଥିବା ବେଳେ ପ୍ରବଳ ଗରମରେ ବି ସେମାନଙ୍କୁ ପାଣି, କ୍ଷୀର, ଲସି ଓ ବରଫ ଦେଇ ସୈନିକଙ୍କ ସେବା କରୁଥିଲେ ୧୦ ବର୍ଷୀୟ କୁନି ବାଳକ ଶ୍ରବଣ ସିଂହ । ଭାରତୀୟ ସେନା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ୱାର୍ ରୁମ୍ରେ ସିଧା ସଳଖ ଲାଇଭ୍ ମନିରିଂ କରୁଥିଲେ ତିନି ସେନା ମୁଖ୍ୟ । ତେବେ ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ୱାର୍ ରୁମ୍ର ଚିତ୍ର ସାମ୍ନାକୁ ଆସିଛି ।
ଅଦମ୍ୟ ସାହସ ଓ ବୀରତାର ପରିଚୟ ଦେଇ ଅମର ହୋଇଗଲେ ସିକ୍କିମ ସ୍କାଉଟ୍ସର ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ । ନିଜ ଜୀବନକୁ ତିଳେ ମାତ୍ର ଭ୍ରୁକ୍ଷେପ ନକରି ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଚିର ଦିନ ପାଇଁ ସେ ଅମର ହୋଇ ଯାଇଛନ୍ତି ।
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଧରାପଡିଲା ଆଉ ଜଣେ ଗୁପ୍ତଚର । ଗୁଜରାଟ କୁଚ୍ ଅଞ୍ଚଳରୁ ପାକ୍ ଜାସୁସ୍କୁ ଗିରଫ କଲା ଏଟିଏସ୍ । ପାକିସ୍ତାନକୁ ଦେଉଥିଲା ଦେଶର ସୁରକ୍ଷା ସହ ଜଡିତ ତଥ୍ୟ ।
ଜମ୍ମୁ- କାଶ୍ମୀରର କିସ୍ତୱାର ଜିଲ୍ଲାର ସିଂପୋରା ଅଂଚଳରେ ୨ ଆତଙ୍କୀଙ୍କୁ ନିପାତ କରିଛି ଭାରତୀୟ ସେନା । ଘଞ୍ଚ ଜଙ୍ଗଲ ମଧ୍ୟରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି ।
ଭାରତୀୟ ସେନା, CRPF ଓ ପୋଲିସର ମିଳିତ ଅପରେସନ୍ ରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
କେମିତି ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ରକୁ ଅକାମୀ କରିଥିଲା ସେନା । ସ୍ବର୍ଣ୍ଣମନ୍ଦିର ଓ ଅମୃତସର ସହରକୁ ସୁରକ୍ଷା ଯୋଗାଇଥିଲେ ତା’ର ଡେମୋ ପ୍ରଦର୍ଶନ କରାଯାଇଛି ।
#ଅପରେସନ୍_ସିନ୍ଦୂର_ଭିଡିଓ_ଦେଲା_ସେନା କେମିତି ଥିଲା ସେନାର ଅପରେସନ୍ ସିନ୍ଦୂର। ଅଫିସିଆଲ୍ X ହ୍ୟାଣ୍ଡେଲରେ ଅପରେସନ୍ ଭିଡିଓ ସେୟାର କରିଛି ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ। ଯେଉଁଥିରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ବିରୋଧରେ ହୋଇଥିବା ଆକ୍ସନକୁ ଦର୍ଶାଯାଇଛି।
ଭାରତ ତିଆରି କରୁଛି 5th Gen ଫାଇଟର୍ । ଆମେରିକାର F-35 ଓ ଋଷିଆର Su-57ରୁ ଶକ୍ତିଶାଳୀ । ରାଡାରରେ ଧରା ପଡ଼ିବନି, ନିମିଷକେ ତାଣ୍ଡବ ରଚିବ ।
ଗର୍ଭବତୀ ସ୍ତ୍ରୀ ବି ଚାହିଁ ରହିଥିଲା ସ୍ୱାମୀ ଆସିବା ବାଟକୁ। ହେଲେ ସେ ତ ନୁହେଁ ଏବେ ଫେରିଛି ତାଙ୍କ ମର ଶରୀର। ଦେଶ ପାଇଁ ସହିଦ୍ ହୋଇଯାଇଛନ୍ତି ଏହି ବୀର ଯବାନ।
ଭାରତ ଆଗରେ ହାର୍ ମାନିଲା ବେଇମାନ୍ ପାକିସ୍ତାନ । ଶେଷରେ ଭାରତ ଆଗରେ ମୁଣ୍ତ ନୁଆଁଇଲା ପାକିସ୍ତାନ । ଆତଙ୍କୀ ପାକିସ୍ତାନ ଶେଷରେ ଭାରତୀୟ BSF ଯବାନଙ୍କୁ ଛାଡ଼ିଛି । ୨o ଦିନ ହେବ ଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନ ।
ଭାରତୀୟ ସେନା ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ଅପରେସନ୍ କେଲର ସମ୍ପର୍କରେ ସୂଚନା ଦେଇଛି। ଏହା ଅନ୍ତର୍ଗତ, ଜମ୍ମୁ ଏବଂ କାଶ୍ମୀର ଶୋପିଆନ ଜିଲ୍ଲାର ସୋଏକାଲ କେଲର ଅଞ୍ଚଳରେ ଏକ ବଡ଼ ଆତଙ୍କବାଦୀ ବିରୋଧୀ ଅପରେସନ କରାଯାଇଥିଲା।
ସୋପିଆନର ବିଭିନ୍ନ ସ୍ଥାନରେ ଆତଙ୍କୀଙ୍କ ପୋଷ୍ଟର ଲଗାଇ ସୁରକ୍ଷା ଏଜେନ୍ସି ଏମାନଙ୍କ ସୂଚନା ମାଗିଛି। ସୂଚନା ଦେବା ବ୍ୟକ୍ତିଙ୍କ ତଥ୍ୟ ଗୋପନ ରଖାଯିବା ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଦିଆଯିବା ନେଇ ଘୋଷଣା କରାଯାଇଛି।
ପାକିସ୍ତାନର ୧୩ଟି ସାମରିକ ଘାଟିର କେଉଁ ଅବସ୍ଥା କରିଛି ଭାରତୀୟ ଏୟାରଷ୍ଟ୍ରାଇକ୍, ସାମ୍ନାକୁ ଆସିଲା ତାହାର ନୂଆ ସାଟେଲାଇଟ ଚିତ୍ର । କୁହାଯାଉଛି, ଏହିସବୁ ସ୍ଥିତିକୁ ଦେଖି ଭାରତ ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ ।
ପଞ୍ଜାବର ଆଦମପୁର ଏୟାରବେସରେ ସେନା ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜବାବୀ ହମଲା ନେଇ ମୋଦିଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ଏୟାରଫୋର୍ସ ଅଧିକାରୀ ।
ଅପରେସନ ସିନ୍ଦୂରର ସଫଳତା ପରେ ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା କରିବ ବିଜେପି । ସାମିଲ ହେବେ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ନିର୍ବାଚିତ ପ୍ରତିନିଧି ।