ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଦ୍ରବ୍ୟ ରପ୍ତାନୀ ଉପରେ ୨୫% ଟାରିଫ ଲାଗୁ କରିବା ଘୋଷଣା କରିବା ପରେ ଭାରତ କହିଛି ଯେ, ରାଷ୍ଟ୍ରୀୟ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବୁ।
ଭାରତ ଆଗରେ ଆଣ୍ଠେଇବେ ଚୀନ୍ ଏବଂ ପାକିସ୍ତାନ। ISRO ତିଆରି କରିଛି ସାଟେଲାଇଟ୍ର ବାପା। ପୃଥିବୀର ପ୍ରତି ଇଞ୍ଚ ଉପରେ ରଖିବ ନଜର। ୧୨ ଦିନରେ ସମଗ୍ର ପୃଥିବୀକୁ କରିବ ସ୍କାନ୍।
ଭାରତ ଆଗରେ ଆଣ୍ଠେଇବେ ଚୀନ୍ ଏବଂ ପାକିସ୍ତାନ। ISRO ତିଆରି କରିଛି ସାଟେଲାଇଟ୍ର ବାପା। ପୃଥିବୀର ପ୍ରତି ଇଞ୍ଚ ଉପରେ ରଖିବ ନଜର। ୧୨ ଦିନରେ ସମଗ୍ର ପୃଥିବୀକୁ କରିବ ସ୍କାନ୍।
ଭାରତ ସରକାର ଏହି ପଦକ୍ଷେପ ଏଭଳି ସମୟରେ ନେଇଛନ୍ତି ଯେତେବେଳେ ଉଭୟ ଦେଶ ସମ୍ପର୍କରେ ସୁଧାର ଆଣିବାକୁ ବାରମ୍ବାର ଆଲୋଚନା କରୁଛନ୍ତି । ୨୦୨୦ରେ କୋଭିଡ-୧୯ ମହାମାରୀ କାରଣରୁ ଭାରତ ସମସ୍ତ ପର୍ଯ୍ୟଟନ ଭିସା ଉପରେ ରୋକ ଲଗାଇଥିଲା ।
୨୦୨୦ରେ ଆମେରିକାଠାରୁ ଭାରତ ୨୨ଟି ଆପାଚି ହେଲିକପ୍ଟର କିଣିଥିଲା । ତେବେ ଆଉ ୬ଟି ଆପାଚି ହେଲିକପ୍ଟଟର କିଣିବାକୁ ଆମେରିକା ସହ ଡିଲ କରିଥିଲା ଭାରତ । ସେହି ୬ ହେଲିକପ୍ଟର ମଧ୍ୟରୁ ଆଜି ୩ଟି ଆପାଚି ଆଟାକ୍ ହେଲିକପ୍ଟର ପହଞ୍ଚିଛି । ଯେକୌଣସି ପାଣିପାଗରେ ଆପାଚି ହେଲିକପ୍ଟର ଶତ୍ରୁ ଉପରେ ଆକ୍ରମଣ କରିପାରିବ।
ଖେଳ ହେବା ଆଗରୁ ଭାରତ-ପାକ ମ୍ୟାଚ୍ ବାତିଲ ହୋଇଯାଇଛି । ମ୍ୟାଚଟି ଇଂଲଣ୍ଡର ବର୍ମିଂହାମରେ ହେବାର ଥିଲା । ଭାରତ ଚାମ୍ପିଅନ୍ସ ଏବଂ ପାକିସ୍ତାନ ଚାମ୍ପିଅନ୍ସ ମଧ୍ୟରେ ମ୍ୟାଚ ବାତିଲ ନେଇ ଆୟୋଜକଙ୍କ ପକ୍ଷରୁ ପ୍ରେସ ରିଲିଜ ମାଧ୍ୟମରେ ଘୋଷଣା କରାଯାଇଛି ।
ଭାରତ ପାଇଁ ବୋମା ତିଆରି କରୁଛି ଚୀନ୍ । ଏହାକୁ ଦରକାର ବେଳେ ଅସ୍ତ୍ର ଭାବେ ବ୍ୟବହାର କରିବ କି? କାହିଁକି ଏମିତି ଆଶଙ୍କା କରୁଛନ୍ତି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ।
ପୋଲିସ ଆସିବା ପରେ, ମହିଳା ଜଣକ କହିଥିଲେ ଯେ ମୁଁ ଏହି ଦେଶର ନୁହେଁ, ମୁଁ ଭାରତର। ମୋତେ କ୍ଷମା କରନ୍ତୁ। ମୁଁ ନେଇଥିବା ସମସ୍ତ ଜିନିଷପତ୍ର ପାଇଁ ମୁଁ ପଇସା ଦେବାକୁ ପ୍ରସ୍ତୁତ।
କାଲି ଭାରତୀୟ ସମୟ ଅପରାହ୍ନ ସାଢେ ୪ଟାରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଛାଡ଼ିବେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଆକ୍ସିଅମ୍-୪ ମିଶନର ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ପାଇଁ ଯୋଜନା ରଖିଛି ନାସା ।
ମୌର୍ଯ୍ୟ ସାମ୍ରାଜ୍ୟର କିମ୍ବଦନ୍ତୀ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜଣେ ସାଧାରଣ ପରିବାରରେ ଜନ୍ମ ହୋଇ ମଧ୍ୟ ଚାଣକ୍ୟଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଅହିଂସା ବଳରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ।
ଚୀନ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିଲା । ପାକିସ୍ତାନର ୮୧ ପ୍ରତିଶତ ମିଲିଟାରୀ ହାର୍ଡୱେର ଥିଲା ଚୀନର । ଚୀନ୍ ମଧ୍ୟ ଅନ୍ୟ ଅସ୍ତ୍ର ବିରୋଧରେ ନିଜର ଅସ୍ତ୍ର ପରୀକ୍ଷଣ କରୁଥିଲା । ଏହା ପାକିସ୍ତାନ ପାଇଁ ଏକ ଲାଇଭ୍ ଲାବ୍ ଭଳି କାମ କରୁଥିଲା । ତୁର୍କୀ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବାକୁ ଆଗେଇ ଆସିଥିଲା ।
ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତେ ଆଲୋଚନା ଓ ବିତର୍କକୁ ପ୍ରାଧାନ୍ୟ ଦିଅନ୍ତି । ଏହା ହିଁ ଲୋକଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି । ଏହା ଆମ ପାଇଁ କେବଳ ଲୋକତାନ୍ତ୍ରିକ ବ୍ୟବସ୍ଥା ନୁହେଁ, ସଂସ୍କାର ମଧ୍ୟ । ଏହା ମାନବିକ ଅଧିକାର ଓ ମର୍ଯ୍ୟାଦାକୁ ସବୁଠୁ ଆଗରେ ରଖେ । ଏହା ହିଁ ଗଣତନ୍ତ୍ରର ମୌଳିକ ମୂଲ୍ୟବୋଧ ।
ଅପରେସନ ସିନ୍ଦୂରରୁ ଭାରତକୁ ମିଳିଛି ଅନେକ ଉପଲବ୍ଧି । ପାକିସ୍ତାନକୁ ଧୂଳି ଚଟାଇଛି । ହେଲେ ଏବେ କେବଳ ପାକିସ୍ତାନ ନୁହେଁ, ଚୀନକୁ ଆଖି ଆଗରେ ରଖି ମହାକାଶରେ ପ୍ରଭାବ ବିସ୍ତାର କରିବ ଭାରତ ।
ଏହି ପରିବର୍ତ୍ତନଗୁଡ଼ିକ ଘରର ରୋଷେଇ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡରର ମୂଲ୍ୟ ଠାରୁ କ୍ରେଡିଟ୍ କାର୍ଡ ବ୍ୟବହାର ଉପରେ ଚାର୍ଜ ବୃଦ୍ଧି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ।
ପ୍ରଥମେ ବିଶାଳ ସେନାବାହିନୀ ସଂପର୍କରେ ଛୋଟମୋଟ ଖବର ଦେଇଥିଲେ । ପାକିସ୍ତାନୀ ଯୁବତୀ ଜଣକ ସେତେବେଳେ ୫-୬ ହଜାର ଟଙ୍କା ଦେଉଥିଲେ । ପରେ ସେ କ୍ଲାସିଫାଏଡ ଡିଫେନ୍ସ ଡାଟା ମାଗିଥିଲେ । ଏଥିପାଇଁ ସେ ଅଧିକ ଅର୍ଥ ଦେବା ଆରମ୍ଭ କରିଥିଲେ । ଟଙ୍କା ଲୋଭରେ ବିଶାଲ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସେୟାର କରିଥିଲେ ବୋଲି କହିଛନ୍ତି ପୋଲିସ ଆଇଜି ।
ଆଗରୁ ଭିସା ଆବେଦନ ପ୍ରକ୍ରିୟାରେ ଆମେରିକା ସରକାର ଆବେଦନକାରୀଙ୍କ ସୋସିଆଲ୍ ମିଡିଆର ହ୍ୟାଣ୍ଡଲ ତାଲିକା ଦରକାର କରୁଥିଲେ । କିନ୍ତୁ ଏହି ନୂଆ ବ୍ୟବସ୍ଥାରେ ସୋସିଆଲ ମିଡିଆରେ ପ୍ରାଇଭେସୀ ରେଷ୍ଟ୍ରିକସନ୍ ହଟାଇଦେବାକୁ ପଡିବ । ତେଣୁ ଆବେଦନକାରୀଙ୍କ ସଂପର୍କରେ ଅନଲାଇନରେ ଅଫିସରମାନେ ସହଜରେ ଜାଣିପାରିବେ । କିନ୍ତୁ ଏହା କେତେ ଦିନ ପାଇଁ ପବ୍ଲିକ ରହିବ, ତାହା କୁହାଯାଇନାହିଁ ।
ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ। ହ୍ରାସ ପାଇଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ। କାରବାର ଆରମ୍ଭରୁ ଖସିଲା ଉଭୟ ସେନସେକ୍ସ ଓ ନିଫ୍ଟି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଭାରତର ଆର୍ଥିକ ଅଭିବୃଦ୍ଧିରେ ବ୍ରେକ୍ ଲଗାଇବାକୁ ଆମେରିକାର ଏହା ଏକ ଚକ୍ରାନ୍ତ। ସେପଟେ ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ମତ ହେଲା ପହଲଗାମ ହମଲା, ମାଓବାଦୀ ଦମନ ପ୍ରକ୍ରିୟା ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରିଛି ଆମେରିକା।
ଚଳିତର୍ବଷ ୭୪ଟି ଦେଶର ସ୍ଥିତି ସୁଧୁରି ଥିବାବେଳେ ୮୭ଟି ଦେଶର ସ୍ଥିତି ଖରାପ ହୋଇଛି । ଆଇସଲାଣ୍ଡ, ସ୍ବିଜରଲାଣ୍ଡ, ଆର୍ୟଲାଣ୍ଡ ଭଳି ଦେଶ ଲୋକଙ୍କ ପାଇଁ ଖୁବ ସୁରକ୍ଷିତ ।
ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମେଘାଳୟକୁ ନଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା । ରାଜଧାନୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଗଲେ ସ୍ବତନ୍ତ୍ର ଅନୁମତି ନେବାକୁ ଆଡଭାଇଜରୀ ଜାରି କରି କହିଛି ।
ସମୁଦ୍ରରୁ ସିଆଚେନ୍, ରାସ୍ତାରୁ ପାହାଡ଼। ଯୋଗରେ ଯୋଡ଼ିହେଲା ଜଗତ। ଦୁନିଆ ପାଳିଲା ଯୋଗ ଯଜ୍ଞ। ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ଥିମରେ ବିଶ୍ବର କୋଣ ଅନୁକୋଣରେ ଆଜି ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ ।
ଅଧିନାୟକ ଭାବରେ ତାଙ୍କର ଡେବ୍ୟୁ ଟେଷ୍ଟ ଇନିଂସରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଥିଲେ ବିଜୟ ହଜାରେ, ଯିଏ ୧୯୫୧ ମସିହାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୬୪ ରନ କରିଥିଲେ
ଫ୍ଲାଇଟ କ୍ରୁ ସିଡ୍ୟୁଲ ଓ ଅପରେସନରେ ବାରମ୍ୱାର ଓ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି । ଏୟାର ଇଣ୍ଡିଆ ଏହାକୁ ସ୍ୱେଚ୍ଛାକୃତ ଭାବେ ମାନିଛି ମଧ୍ୟ । କ୍ରୁ ରୋଷ୍ଟରିଂ ପ୍ଲାଟଫର୍ମ ଟ୍ରାନ୍ଜିସନ ସମୀକ୍ଷା ବେଳେ ଏହା ସାମନାକୁ ଆସିଛି । କ୍ରୁ ସିଡ୍ୟୁଲିଂ, ନିୟମ ପାଳନର ତଦାରଖ ଓ ଆଭ୍ୟନ୍ତରୀଣ ଦାୟିତ୍ୱରେ ତ୍ରୁଟିଥିବା ଜଣାପଡିଛି । ଅପରେସନରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବା କ୍ଷୋଭର ବିଷୟ ବୋଲି କହିଛି ଡିଜିସିଏ ।
୨୦୧୧ରେ ଦେଶରେ ଶେଷଥର ପାଇଁ ଜନଗଣନା ଅନୁଷ୍ଠିତ ହୋଇଥିଲା । ଭାରତରେ ପ୍ରତି ୧୦ ବର୍ଷକୁ ଥରେ ଜନଗଣନା କରାଯାଏ । ସାରା ଦେଶରେ ଜନଗଣନା ଶେଷ କରିବାକୁ ପ୍ରାୟ ୨୧ ମାସ ସମୟ ଲାଗିବ। ଜନଗଣନାରେ ସାରା ଦେଶର ଜନସଂଖ୍ୟା ସମେତ ଅନ୍ୟ ତଥ୍ୟ ସଂଗ୍ରହ କରାଯାଇପାରିବ । ଏହି କାର୍ଯ୍ୟରେ ଲକ୍ଷ ଲକ୍ଷ କର୍ମଚାରୀ ନିୟୋଜିତ ହେବେ ।
ସିନ୍ଧ, ବଲୁଚିସ୍ତାନ, ପଖତୁନିସ୍ତାନ ଓ ଗିଲଗିଟ ବାଲ୍ଟିସ୍ତାନ ଭଳି ଅଞ୍ଚଳ ଯାହା ବର୍ତ୍ତମାନ ପାକ୍ ନିୟନ୍ତ୍ରଣରେ ରହିଛି ଓ ପାକ୍ ଅଧିକୃତ କାଶ୍ମୀର ପାକିସ୍ତାନ ବିରେ।ଧରେ ବିଦ୍ରେ।ହ କରିପାରନ୍ତି । ନିଜର ସ୍ବାଧିନତା କିମ୍ବା ଭାରତ ସହ ମିଶିବା ନେଇ ଦାବି କରିପାରନ୍ତି ।