ଆମେରିକାର ଭାରି ଟାରିଫ୍ର ମାଡରେ ବି ଭାଙ୍ଗି ପଡିନି ଭାରତ। ସେ ଏବେ ବି ତା ବନ୍ଧୁ ଦେଶ ସହିତ ଭାବ ରଖିଛି ଆଉ ରୁଷରୁ ତେଲ କିଣୁଛି। ଏହାକୁ କିନ୍ତୁ ସହଜରେ ହଜମ କରିପାରୁ ନାହିଁ ଆମେରିକା। ଏହାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍ କେତେବେଳେ କ’ଣ କହୁଛନ୍ତି ତାହା ନିଜେ ମଧ୍ୟ ବୁଝି ପାରୁ ନାହାନ୍ତି।
NCERT ଏହି ମଡ୍ୟୁଲର ନାମ ଦେଇଛି ‘ପାର୍ଟିସନ ହରର୍ସ ରିମେମ୍ବରେନ୍ସ ଡେ’ ବା ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’। NCERT ସ୍କୁଲଗୁଡ଼ିକ ପାଇଁ ଏକ ବିଶେଷ ମଡ୍ୟୁଲ୍ ଜାରି କରିଛି। ଏହାର ନାମ ଦିଆଯାଇଛି ‘ପାର୍ଟିସନ ହରର୍ସ ରିମେମ୍ବରେନ୍ସ ଡେ’ ଅର୍ଥାତ୍ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’। ଏହା ଭାରତ-ପାକିସ୍ତାନ ବିଭାଜନ ସହ ଜଡ଼ିତ ସୂଚନା ପ୍ରଦାନ କରିବା ପାଇଁ ଲାଗୁ କରାଯାଇଛି ବୋଲି କୁହାଯାଇଛି।
ପାକିସ୍ତାନର ଧମକକୁ ଭାରତର ଚ୍ୟାଲେଞ୍ଜ୍। ଆତଙ୍କିସ୍ତାନକୁ ହିନ୍ଦୁସ୍ତାନର ଚେତାବନୀ। ଗୋଟିଏ ଭୁଲ ପରିଣାମ ହେବ ଭୟଙ୍କର ।
ଅସୀମ ମୁନୀରଙ୍କ ଧମକକୁ ନିନ୍ଦା କଲା ଭାରତ । ବାରମ୍ୱାର ଧମକ ଦେଉଛ, ସେ ଧମକକୁ ଭାରତ ଡରିନି । ଯଦି କୌଣସି ଭୁଲ୍ ପାକିସ୍ତାନ କରେ, ତେବେ କଷ୍ଟଦାୟକ ପରିଣାମ ଭୋଗିବ ବୋଲି କହିଛି ଭାରତ ।
ଏହି ମାସର ଶେଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତ କରିବେ। ସେ ଶାଙ୍ଘାଇ କୋ-ଅପରେସନ ଅର୍ଗାନାଇଜେସନ (ଏସସିଓ) ସମ୍ମିଳନୀ ପାଇଁ ଚୀନ ଯିବେ। ସେଠାରେ ସେ ଚୀନର ରାଷ୍ଟ୍ରପତି ଶୀ ଜିନପିଙ୍ଗଙ୍କୁ ମଧ୍ୟ ଭେଟିବେ। ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ କଜାନରେ ୧୬ତମ ବ୍ରିକ୍ସ ଶିଖର ସମ୍ମିନଳୀ ସମୟରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଥିଲେ।
ଅପରେସନ ସିନ୍ଦୂରରେ ଭାରତର ପ୍ରଚଣ୍ଡ ପ୍ରହାର ପରେ ବିଳି ବିଳାଉଛି ପାକିସ୍ତାନ । ଭାରତ ବିରୋଧରେ ବୟାନବାଜୀ ଏବଂ ଧମକ ଦେବାରୁ ବିରତ ହେଉନାହାନ୍ତି ପାକିସ୍ତାନୀ । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ସିନ୍ଧୁ ଜଳ ଚୁକ୍ତିକୁ ନେଇ ମଧ୍ୟ ଭାରତ ବିରୋଧରେ ଯୁଦ୍ଧର ଧମକ ଦେଇଛନ୍ତି । ଭୁଟ୍ଟୋଙ୍କ ଏହି ଧମକ ପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ।
ଅପରେସନ୍ ସିନ୍ଦୂର ପରେ, ପାକିସ୍ତାନର ସାମରିକ ପ୍ରତିଷ୍ଠା ଉପରେ ଏକ ବଡ଼ ଝଟ୍କା ଲାଗିଛି। ଏହା କେବଳ ପାକିସ୍ତାନର ସାମରିକ ବାହିନୀ ନୁହେଁ ବରଂ ଏହାର ଗୁପ୍ତଚର କ୍ଷମତାର ପୋଲ୍ ମଧ୍ୟ ଖୋଲିଦେଇଛି। ଏହି ଅପରେସନର ଭୟରୁ ପାକିସ୍ତାନ ସେନା ଏଯାଏ ମୁକୁଳି ପାରିନାହିଁ।
ଭାରତ-ଆମେରିକା ଟାରିଫ୍ ୱାର୍ ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କୁ ରାଜନାଥ ମାରିଲେ ତେରଛା ବାଣ । କହିଛନ୍ତି, ଭାରତ ହେଉଛି ବିଶ୍ୱର ଦ୍ରୁତତମ ବିକାଶ କରୁଥିବା ଦେଶ । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଭାରତର ବିକାଶ ପସନ୍ଦ ନୁହେଁ ।
ଆଜିଠୁ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ! ଅପରେସନ୍ ସିନ୍ଦୂରର ୩ ମାସ ପରେ ପୁଣି ମୁହାଁମୁହିଁ ! ପରସ୍ପରକୁ ତାକତ୍ ଦେଖାଇବେ ଉଭୟ ଦେଶର ନୌସେନା। କୌଣସି ସମ୍ମୁଖ ଯୁଦ୍ଧ ନୁହେଁ, ମଝି ସମୁଦ୍ରରେ ଶକ୍ତି ପ୍ରଦର୍ଶନର ଲଢ଼େଇ ।
ଭାରତର ରାସ୍ତା ରୋକୁଥିଲା। ଏବେ ନାମ ନେଲା ପାକିସ୍ତାନ। ସହିଲା ୧୨୭ କୋଟି ଟଙ୍କାର କ୍ଷତି। ତଥାପି ମାରୁଛି ଗାଲୁ।
ଟ୍ରମ୍ପ୍ କିନ୍ତୁ ତାଙ୍କର ଏହି ଫୁଟାଣି ସେତିକିବେଳେ ମାରିଛନ୍ତି ଯେତେବେଳେ ଅଜରବୈଜାନର ରାଷ୍ଟ୍ରପତି ଏବଂ ଆର୍ମେନିଆର ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ତିନି ନେତା ଏକ ତ୍ରିପାକ୍ଷିକ ସ୍ୱାକ୍ଷର ସମାରୋହରେ ଯୋଗ ଦେଇଥିଲେ। ଏଠାରେ ଆମେରିକାର ମଧ୍ୟସ୍ଥତାରେ ଏକ ଶାନ୍ତି ଚୁକ୍ତି ଉପରେ ଦସ୍ତଖତ ହୋଇଥିଲା।
ସିନ୍ଧୁ ଚୁକ୍ତି ବାତିଲ ପରେ ଭାରତୀୟ ବିମାନ ପାଇଁ ପାକିସ୍ତାନ ତାର ଆକାଶମାର୍ଗ ବନ୍ଦ କରିବା ପରେ ପ୍ରତିଦିନ ୧୫୦ ବିମାନ ପ୍ରଭାବିତ ହେଉଛି। ଦୁଇ ମାସରେ ୧୨୭ କୋଟି ଟଙ୍କାର କ୍ଷତି ସହିଲାଣି ପାକିସ୍ତାନ।
ବେଙ୍ଗାଳୁରୁରେ ଆୟୋଜିତ ୧୬ତମ ଏୟାର ଚିଫ୍ ମାର୍ଶାଲ ଏଲ୍ ଏମ୍ କାତ୍ରେ ମେମୋରିଆଲ ଲେକଚର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବାୟୁସେନା ମୁଖ୍ୟ। ଅପରେସନ୍ ସିନ୍ଦୁର ପରେ ପାକିସ୍ତାନୀ ସେନାର ଯୁଦ୍ଧ ବିମାନକୁ ଭାରତୀୟ ମାଟିରେ ଖସାଇ ଦିଆଯିବା ନେଇ, ଭାରତୀୟ ସେନା ପକ୍ଷରୁ କୌଣସି ଉଚ୍ଚ ଅଧିକାରୀଙ୍କ ଏହା ପ୍ରଥମ ସରକାରୀ ବୟାନ ବୋଲି କୁହାଯାଉଛି।
ନିଦ ହଜାଇ ଦେଇଛି ଗୁଇନ୍ଦା ରିପୋର୍ଟ। ସକ୍ରିୟ ହେଉଛନ୍ତି ULFAର କମାଣ୍ଡର। ପରିଚାଳନା କରୁଛନ୍ତି ବାଂଲାଦେଶୀ ସେନା ଅଧିକାରୀ। ISI ଯୋଗାଇଦେଉଛି ଅସ୍ତ୍ରଶସ୍ତ୍ର ଏବଂ ପାଣ୍ଠି।
ଆମେରିକାର ଟାରିଫ୍ ମାଡକୁ ନେଇ ଭାରତର ନୂଆ ପଦକ୍ଷେପ। ମୁକାବିଲା ପାଇଁ ଭାରତର ରଣନୀତି ଆରମ୍ଭ। ବିଦେଶୀ ରାଷ୍ଟ୍ରଙ୍କ ସହ ହୋଇଛି ଆଲୋଚନା ଜାରି।
ସେନାକୁ ମିଳିବ ପ୍ରଥମ ସ୍ବଦେଶୀ ମିଡିୟମ୍ ମେସିନ୍ ଗନ୍- MMG। ହାଇଦ୍ରାବାଦର ଲୋକେଶ୍ ମେସିନ୍ସ ଲିମିଟେଡ୍ ପକ୍ଷରୁ ଏବଂ ପୁଣେ ସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଏଷ୍ଟାବ୍ଲିସମେଣ୍ଟ- ARDE ସହଯୋଗରେ ନିର୍ମିତ ଏହି MMGକୁ ଭାରତର ପ୍ରଥମ ଏହି ଧରଣର ସ୍ବଦେଶୀ ବନ୍ଧୁକ ବୋଲି କୁହାଯାଉଛି।
ସେ ଖୁଲାସା କରିଛନ୍ତି ଯେ ଅପରେସନ୍ ସିନ୍ଦୂର ସମୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ବେଳେ ଇସ୍ରାଏଲରୁ ମିଳିଥିବା ଅସ୍ତ୍ରଶସ୍ତ୍ର ବହୁତ କାମରେ ଆସିଥିଲା। ସେ କହିଛନ୍ତି ଯେ କାର୍ଗିଲ ଭଳି ଅପରେସନ୍ ସିନ୍ଦୂରରେ ମଧ୍ୟ ଇସ୍ରାଏଲର ଅସ୍ତ୍ରଶସ୍ତ୍ର ଭାରତୀୟ ସେନା ପାଇଁ ବଡ଼ ଶକ୍ତି ହୋଇଥିଲା।
ସେ ଡୋଭାଲଙ୍କ ସହ ସାକ୍ଷାତ ମାଧ୍ୟମରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ପୂର୍ବରୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଥିବା ଶୋଇଗୁ ଡୋଭାଲଙ୍କ ସହ ବୈଠକ ସମୟରେ ଆମେରିକାର ମୁକାବିଲା ପାଇଁ ଏକ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରିବାର ସଙ୍କେତ ଦେଇଛନ୍ତି। ସେ ଭାରତ ସହ ନିଜ ଦେଶର ମଜବୁତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ପ୍ରଶଂସା କରି କହିଛନ୍ତି ଯେ ଏକ ନୂଆ, ନିଷ୍ପକ୍ଷ ଓ ସ୍ଥାୟୀ ବିଶ୍ୱ ବ୍ୟବସ୍ଥା ଗଢ଼ି ଉଠିବା ଉଚିତ।
ସେ ଚାହୁଁଛନ୍ତି ଯେ ଭାରତ ଆମେରିକାର ହିତ ଆଗରେ ଆତ୍ମସମର୍ପଣ କରୁ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଅତି ସ୍ପଷ୍ଟ । ଭାରତ ଆତ୍ମସମର୍ପଣ କରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କ ପାଇଁ କୃଷକଙ୍କ ହିତ ସର୍ବୋଚ୍ଚ ପ୍ରାଥମିକତା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ନିଜ କୃଷକଙ୍କ ହିତ ବିରୁଦ୍ଧରେ କେବେ ହେଲେ ସାଲିସ୍ କରିବ ନାହିଁ।
ଆମେରିକାର ଦୋମୁହାଁ ନୀତି। ଋଷ୍ ସହ ନିଜେ କରୁଛି ବ୍ୟବସାୟ, ଭାରତ କଲେ ରାଗୁଛି। ଟାରିଫ ଧମକ ଦେଇ ଡରଉଛି। କିନ୍ତୁ ଭାରତ ଏହା ମଧ୍ୟ କହିଛି ଯେ ସେ ଆମେରିକାର ଚାପ ଆଗରେ ମୁଣ୍ଡ ନଇଁବ ନାହିଁ।
ଆମେରିକୀୟ ରାଷ୍ଟ୍ରପତି ଭାରତ ଉପରେ ଭୁଲ ବ୍ୟାପାର ପରମ୍ପରା ଜାରି ରଖିଥିବାର ଅଭିଯୋଗ ଲଗାଇଛନ୍ତି। ଏହା ସହିତ ସେ ଚେତାବନୀ ଦେଇଛନ୍ତି ଯେ ଯଦି ଏଥିରେ ସୁଧାର ହୁଏ ନାହିଁ, ତେବେ ତାଙ୍କ ପ୍ରଶାସନ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯଦି ଆମେରିକା ଏପରି କରେ, ତେବେ ଭାରତ ସହିତ ବ୍ୟାପାର ସମ୍ପର୍କରେ ଆହୁରି ତିକ୍ତତା ଆସିବାର ଆଶଙ୍କା ରହିଛି।
୨୦୨୩ ତୁଳନାରେ ୨୦୨୪ ମସିହାରେ ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ୧୧.୧% ବୃଦ୍ଧି ହୋଇଛି। ଏହି ସମୟରେ ମୋଟ ଯାତ୍ରୀ ସଂଖ୍ୟା ୨୧.୧ କୋଟି ରହିଥିଲା। ଏହି ସଂଖ୍ୟା ଜାପାନଠାରୁ ଅଧିକ ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ଋଷିଆର ବନ୍ଧୁତ୍ୱକୁ ନେଇ ଉତ୍ତେଜିତ ହେଉଛନ୍ତି। ସେ ଭାରତକୁ ବାରମ୍ବାର ଧମକ ଦେଉଛନ୍ତି । କେବେ ଋଷିଆରୁ କଞ୍ଚାମାଲ ତେଲ କିଣିବା ନେଇ ତ କେବେ ଅସ୍ତ୍ରଶସ୍ତ୍ର କିଣିବା ନେଇ ଏଣୁତେଣୁ କହୁଛନ୍ତି । । କିନ୍ତୁ ଭାରତ ଓ ଋଷିଆର ପ୍ରତିରକ୍ଷା ଭାଗୀଦାରିତା ଆମେରିକା ରାଷ୍ଟ୍ରପତିଙ୍କ ରକ୍ତଚାପକୁ ଆହୁରି ବଢ଼ାଇ ଦେଇପାରେ।
ଗତ କିଛି ବର୍ଷରେ ଭାରତ ବିଶ୍ୱର ଅନେକ ଦେଶରୁ ଅସ୍ତ୍ରଶସ୍ତ୍ର କ୍ରୟରେ ହ୍ରାସ କରିଛି। ଋଷ୍ ଠାରୁ ଭାରତ ସବୁଠାରୁ ଅଧିକ ଅସ୍ତ୍ର କିଣୁଛି, କିନ୍ତୁ ଏହା ମଧ୍ୟ କମିଗଲାଣି । ଏହା ସହିତ ଭାରତ ଏବେ ଆମେରିକାଠାରୁ ଆଉ ଅସ୍ତ୍ର କିଣୁନାହିଁ। ଏହାର କାରଣ ହେଉଛି ଭାରତ ନିଜେ ଅସ୍ତ୍ର ନିର୍ମାଣ କରୁଛି ଏବଂ ମେଡ୍ ଇନ୍ ଇଣ୍ଡିଆ ମିସାଇଲରୁ ଆରମ୍ଭ କରି ଫାଇଟର ଜେଟ୍ ତିଆରି କରୁଛି।
ସବୁଠାରୁ ଅଧିକ ଟାରିଫ ସିରିଆ ଉପରେ ଲାଗୁ ହୋଇଛି, ଯାହା ୪୧ ପ୍ରତିଶତ। ଟ୍ରମ୍ପ ଏପ୍ରିଲ୨ରେ ବିଶ୍ୱର ବିଭିନ୍ନ ଦେଶ ଉପରେ ଟାରିଫ ଲଗାଇବାକୁ ଘୋଷଣା କରିଥିଲେ, କିନ୍ତୁ ୭ ଦିନ ପରେ ଏହାକୁ ୯୦ ଦିନ ପାଇଁ ସ୍ଥଗିତ କରିଦେଇଥିଲେ।