ତ୍ରିରଙ୍ଗା ଉଡ଼ାଇବାରୁ ମିଳିଲା ଗୁଳି। ପତାକା ଉତ୍ତୋଳନ କରିବାରୁ ଚାଲିଗଲା ଜୀବନ। ଗ୍ରାମସଭାରେ ମାଓବାଦୀ କଲେ ହତ୍ୟା ।
ଓଏମସି ଦ୍ଵାରା ପରିଚାଳିତ ଓଡ଼ିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟ, ଡି.ଏ.ଭି ପବ୍ଲିକ ସ୍କୁଲ ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଅଛି। ଏହି ଅବସରରେ ନିଗମର କର୍ମଚାରୀ ମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଉତ୍ସାହ ଓ ଆନନ୍ଦର ସହିତ ୭୯ତମ ସ୍ବାଧୀନତା ଦିବସ ପାଳନ କରିଥିଲେ।
ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ବିକଶିତ ଭାରତ ରୋଜଗାର ଯୋଜନା ଘୋଷଣା କଲେ ମୋଦି । ଯୁବକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା ।
ପାକିସ୍ତାନର ସ୍ବାଧୀନତା ଦିବସ ପାଳନ ସମୟରେ ଫାଙ୍କା ଗୁଳିଚାଳନା କରି ଉତ୍ସବ ମନାଉଥିବା ବେଳେ ଗୁଳିମାଡରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।
ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହୋଇ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ଆୟୋଜିତ ସ୍ୱାଧୀନତା ଦିବସ ପରେଡରେ ଅଭିବାଦନ ଗ୍ରହଣ କରିବେ ।
ସାଧାରଣ ଜନତାଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ପ୍ୟାରେଡ୍ ଅଭ୍ୟାସ ଓ ସ୍ୱାଧୀନତା ଦିବସ ଉତ୍ସବ ସମୟରେ ଟ୍ରାଫିକ୍ ପରିବର୍ତ୍ତନ କରାଯିବ । ଡିସିପି ଭୁବନେଶ୍ୱର ଉତ୍ସବ ପାଇଁ ପରିବର୍ତ୍ତିତ ଟ୍ରାଫିକ୍ ବ୍ୟବସ୍ଥା କରିବେ । ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଉପଯୁକ୍ତ ସାଇନେଜ୍ ଲଗାଯିବ ।
ଭାରତର ସ୍ୱାଧୀନତା ପ୍ରକ୍ରିୟା ଏକ ଲମ୍ବା ଅଭିଯାନ ଥିଲା । ଅହିଂସାକୁ ମାଧ୍ୟମ କରି ଭାରତ ଆନ୍ଦୋଳନ କରିଥିଲା ସତ ହେଲେ ମିଳିଥିଲା ଏକ ରକ୍ତାକ୍ତ ସ୍ୱାଧୀନତା । ଦ୍ୱିଖଣ୍ଡିତ ଭାରତମାତାର ଲହୁଲୁହରେ ଭିଜି ଯାଇଥିଲା ମାଟି । ଭାରତ ସ୍ୱାଧୀନତା ପାଇଥିଲା କିନ୍ତୁ ବିଭାଜିତ ହୋଇଥିଲା ।
ବଦଳିଲାନି କୁନି ଝିଅ ସୋନାଲିର ଗାଁ ପଦୁଗୁଡ଼ା ଭାଗ୍ୟ । ଗାଁରେ ରାସ୍ତା, ପାଣି ଓ ସ୍କୁଲ ସ୍ଥିତି ଯାହାକୁ ତାହା।
ଲାଲକିଲ୍ଲାରୁ ପିଏମ୍ ମୋଦିଙ୍କ ବଡ଼ ଆହ୍ବନ ଦେଶ ପାଇଁ ଦରକାର ଧର୍ମନିରପେକ୍ଷ ନାଗରିକ ସଂହିତା ୭୮ ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉଡ଼ାଇ ଦେଶରେ ସେକୁଲାର ସିଭିଲ୍ କୋଡ୍ର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଗାଡ଼ିରୁ ଓହ୍ଲାଇ ଆସି ଛାତ୍ରର ଭଲମନ୍ଦ ବୁଝିଲେ ମନ୍ତ୍ରୀ । ତୁରନ୍ତ ଆମ୍ବୁଲାନ୍ସ ଡକାଇ ଛାତ୍ରକୁ ମେଡିକାଲ ପଠାଇଲେ ।
୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ପ୍ରତି ବର୍ଷ ଭିନ୍ନ ଭିନ୍ନ ପଗଡ଼ି ପିନ୍ଧିଥିବାର ନଜର ଆସିଥାନ୍ତି । ଏ ବର୍ଷ ମଧ୍ୟ ଭିନ୍ନ ଏକ ଅନ୍ଦାଜରେ ନଜର ଆସିଛନ୍ତି ମୋଦି ।
ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ । ବଡ଼ ସ୍ବପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି ବୋଲି ନିଜ ସମ୍ବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା ଆମର ଲକ୍ଷ୍ୟ ।
ଭାରତର ସ୍ୱାଧୀନତା ସଂଗ୍ରାମରେ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ। ନାରୀ-ପୁରୁଷ କାନ୍ଧକୁ କାନ୍ଧ ମିଶେଇ ସଂଗ୍ରାମ କରିଥିଲେ। ଓଡ଼ିଶାର ଅନେକ ମହିଳା ମଧ୍ୟ ସ୍ୱାଧୀନତା ସଂଗ୍ରାମୀରେ ଝାସ ଦେଇଥିଲେ। ତେବେ ଆସନ୍ତୁ ଏମିତି ୪ ମହିୟସୀଙ୍କୁ ଜାଣିବା।
ବ୍ରିଟିଶ ଶାସନରୁ ମୁକ୍ତି ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଛି। ଏହାର ବିକାଶ କ୍ଷୀପ୍ର ଗତିରେ ବଢି ଚାଲିଛି। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ଆୟୋଜନ । ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଲଗାତାର ୧୧ ଥର ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜି ଦେଶ ସ୍ୱାଧୀନ ହେବାର କେତେ ବର୍ଷ ହୋଇଗଲା ଅର୍ଥାତ୍ ଚଳିତ ବର୍ଷ ଭାରତରେ ସ୍ୱାଧୀନତା ଦିବସର କେତେ ତମ ବାର୍ଷିକୀ ପାଳନ କରାଯାଉଛି ଓ ଏହାର ଥିମ୍ କ’ଣ ଆସନ୍ତୁ ଜାଣିବା।
ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା, ସେ କ୍ଷତ ମନରୁ ଲିଭିନି । ନିକଟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ଏଥିପାଇଁ ମତଦାତା, ସୁରକ୍ଷାକର୍ମୀ, ନିର୍ବାଚନ କମିଶନ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି ।
ଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୮ ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ଦିଦି ଲିଲି ପୁଷ୍ପିକା ଏକ୍କା ।
ବୁଥରେ ‘ମନ୍ କି ବାତ୍’ ଶୁଣିବା କାର୍ଯ୍ୟକ୍ରମକୁ ସଫଳ ପାଇଁ ବି ଆଲୋଚନା ହୋଇଛି। ଆଜିର ପଦାଧିକାରୀ ବୈଠକରେ ୨ ନିର୍ବାଚନ ପ୍ରଭାରୀ ଯୋଗଥିଲେ।
ବିଭାଗ ସହିତ ଏକ ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଅଧିକ ଅର୍ଥ ବ୍ୟୟବରାଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କେବେ ବାବୁ ଭାୟାଙ୍କ ନଜର ପଡ଼ିନଥିବା ପଦୁଗୁଡ଼ାରେ ଗାଁରେ ଆଜି ପାଦ ପଡ଼ିଛି କୋରାପୁଟ ଜିଲ୍ଲା ପ୍ରଶାସନର । ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତର ପାହାଡି ଗାଁକୁ ଯାଇଛନ୍ତି ଏଭଳି ପାହାଡ଼ ଚଢ଼ି । କାଦୁଅ ଭିତରେ ପଶିବାକୁ ବାଧ୍ୟ ହୋଇଛନ୍ତି ବିଡିଓ ଏବଂ କର୍ମଚାରୀ ।
ଦେଶଠୁ ବିଦେଶ..ସବୁଠି ଫରଫର ଉଡିଲା ତ୍ରିରଙ୍ଗା । ଖାଲି ପବନରେ ନୁହେଁ ବରଂ ପାଣି ଭିତରେ ବି ଉଡିଲା ପତାକା
ଖାଲି ପବନରେ ନୁହେଁ, ଆଜି ପାଣିରେ ବି ଫରଫର ଉଡ଼ିଛି ତ୍ରିରଙ୍ଗା। ଖାଲି ଦେଶ ଭିତରେ ନୁହେଁ, ବିଦେଶରେ ବି ଶୁଭିଛି ଜୟ ହେ ଧ୍ୱନୀ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ।