• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heavy Rainfall

rain
ଆଜି ବି ବର୍ଷିବ

ଭିଜୁଛି ସାରା ରାଜ୍ୟ । ରାଜ୍ୟ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରାୟ ଜିଲ୍ଲାରେ ବର୍ଷା ହେଉଛି । ଏଥିପାଇଁ ୟେଲୋ ଆଲର୍ଟ ବି ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ଉପକୂଳ ଓ ପଶ୍ଚିମରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Heavy Rain to Lash Odisha
Heavy Rain to Lash Odisha: ଆସନ୍ତା ୧୩ ତାରିଖ ଯାଏଁ ପ୍ରବଳ ବର୍ଷିବ !

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର।

Delhi Flood
Capital Flood: ଜଳପ୍ରଳୟ: ସଚିବାଳୟ ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ଜଳ, ହଜାର ହଜାର ବିସ୍ଥାପିତ

ଦିଲ୍ଲୀରେ ଲଗାଣ ବର୍ଷାରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଦିଲ୍ଲୀ ସଚିବାଳୟ ନିକଟରେ ବନ୍ୟା ଜଳ ପହଞ୍ଚିବା ଫଳରେ ଏକ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ନିଗମବୋଧ ଶ୍ମଶାନ ଘାଟରେ ପାଣି ପଶିଯିବାରୁ ଅନ୍ତିମ ସଂସ୍କାର ପ୍ରକ୍ରିୟା ବନ୍ଦ କରାଯାଇଛି।

Balasore Flood
Balasore Flood: ସହରୀ ବନ୍ୟା ଦାଉରେ ଆଜି ବି କଲବଲ ବାଲେଶ୍ୱର

ଲଘୁଚାପ ବର୍ଷାରେ ଉବୁଟୁବୁ ବାଲେଶ୍ୱର। କିଛି ଘଣ୍ଟା ବର୍ଷାରେ କୃତ୍ରିମ ବନ୍ୟା ସ୍ଥିତି ଆଉ ଜଳବନ୍ଦୀ ହେଉଛି ସହର। ଜଳ ଯନ୍ତ୍ରଣାରେ ଘାଣ୍ଟି ସନ୍ତୁଳି ହେଉଛନ୍ତି ଲୋକେ। କେଉଁଠି ପଦାକୁ ଗୋଡ଼ କାଢ଼ି ହେଉନି ତ ଆଉ କେଉଁଠି ବୁଡ଼ିଛି ଘରବାଡ଼ି, ଅଫିସ ଆଉ ମଲ୍।

Heavy Rain Alert for Odisha
Heavy Rain Alert: ଅତିପ୍ରବଳ ବର୍ଷା; ସତର୍କ କଲା ପାଣିପାଗ ବିଭାଗ...

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି l

Heavy Rain
ସୃଷ୍ଟି ହେଲା ଲଘୁଚାପ

ସୃଷ୍ଟି ହେଲା ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି । ୨୪ ଘଣ୍ଟା ମଧ୍ୟରେ ହେବ ଆହୁରି ଘନୀଭୂତ । ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି l

Heavy rainfall to lash Odisha till September 2; IMD issues yellow alert for several districts
Rrainfall Alert: କାଲିଠୁ ପୁଣି ବଢିବ ବର୍ଷା ପରିମାଣ

ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା

Landslides
Landslides: ବୈଷ୍ଣୋ ଦେବୀ ଯାତ୍ରା ବେଳେ ଭୂସ୍ଖଳନ ୩୧ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ଜମ୍ମୁ କାଶ୍ମୀରରେ ବୈଷ୍ଣୋ ଦେବୀ ଯାତ୍ରା ବେଳେ ଭୂସ୍ଖଳନ ହେବା ଫଳରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଅନେକ ଶ୍ରଦ୍ଧାଳୁ ରାସ୍ତାରେ ଫସି ରହିଛନ୍ତି। ସେନା ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।

Odisha Weather
ଆସୁଛି ବଡ଼ ବର୍ଷା, ୪ଦିନ ପ୍ରବଳ କାଚିବ

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ନେଇ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ନୟାଗଡ଼, ଗଂଜାମ ଓ ନବରଙ୍ଗପୁରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

Bridge
Bridge Collapse: ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ, ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ

ରାତି ସାରା ଲଗାଣ ବର୍ଷା ହେବା ଫଳରେ କାଠୁଆରେ ଜମ୍ମୁ-ପଠାନକୋଟ ରାଜପଥକୁ ସଂଯୋଗ କରୁଥିବା ଏକ ପୋଲ ଭୁଶୁଡି ପଡିଛି। ଅନେକ ଘରେ ପାଣି ପଶି ଯାଇଛି। ଘରର କାନ୍ଥ ଭୁଶୁଡି ପଡିଥିବାର ଖବର ସାମନାକୁ ଆସିଛି।

Weather Update
Weather Update: ୨୫ ଯାଏଁ ବର୍ଷା ! ଆଲର୍ଟ ଜାରି କଲା ପାଣିପାଗ ବିଭାଗ

୨୫ ତାରିଖ ଯାଏଁ ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ସାଙ୍ଗକୁ ୪୦ କିଲୋମିଟର ବେଗରେ ପବନ ବହିବ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ । 

RAIN_WARNING
ଆହୁରି ୪ ଦିନ ଛେଚିବ

ଅବପାତ ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା । ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

MUMBAI_RAIN
Mumbai Rain: ମୁମ୍ବାଇରେ ବର୍ଷା ବିତ୍ପାତ, ମନୋରେଲରୁ ୭୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଉଦ୍ଧାର

ମୁମ୍ବାଇରେ ଦିନକରେ ୩୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ମିଠି ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ୩୫୦ ଜଣଙ୍କୁ ଉଦ୍ଧାର କରାଯାଇଛି।

WEATHER
Heavy Rain Alert: ଆସୁଛି ବଡ଼ ବର୍ଷା : ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୩ ଯାଏଁ ବିଭିନ୍ନ ଜିଲ୍ଲାକୁ ଝଡ଼ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସବୁ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ।

rain odisha
Rain:ବର୍ଷା ବିତ୍ପାତରେ ବେହାଲ୍ ୪ ଜିଲ୍ଲା, କେଉଁଠି NH ଉପରେ ପାଣି ତ କେଉଁଠି ଉବୁଟୁବୁ ସହର

ଦକ୍ଷିଣ ଓଡ଼ିଶାକୁ ସାଂଘାତିକ ଦୁଃଖ ଦେଇଛି ଲଗାଣ ବର୍ଷା। ମାଲକାନଗିରି ହେଉ କି କୋରାପୁଟ, ନବରଙ୍ଗପୁର ହେଉ କି ଗଜପତି। କେଉଁ ସହର ଉବୁଟୁବୁ ତ ଆଉ କେଉଁ ଆଭ୍ୟନ୍ତରୀଣ ଇଲାକା ବାହ୍ୟଜଗତରୁ ବିଚ୍ଛିନ୍ନ। ୨ ଦିନର ଲଗାଣ ବର୍ଷା ନାକେଦମ୍ କରିଛି ଦକ୍ଷିଣାଞ୍ଚଳର ଏହି ୩ ଜିଲ୍ଲାକୁ। କେବଳ ଓଡ଼ିଶା କାହିଁକି, ଦେଶର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ମୁମ୍ବାଇର ଅବସ୍ଥା ବି ବେହାଲ୍।...

Mumbai Rain
Mumbai Rain: ଲଗାଣ ବର୍ଷାରେ ହାଇଆଲର୍ଟ, ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଆଡଭାଇଜରି

ମୁମ୍ବାଇରେ ଲଗାଣ ବର୍ଷା ହେବା ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖା ଦେଇଛି। ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଆଡଭାଇଜରି ଜାରି କରାଯାଇଛି। ସବୁ ସରକାରୀ, ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛି ପ୍ରଶାସନ।

School closes
Schools Closed: ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ, ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଛୁଟି

ଆଜି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବାରୁ ମାଲମାନଗିରି ଓ ନବରଙ୍ଗପୁର ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।

Cloud burst
Cloudburst Hits Kathua: ଜାମ୍ମୁ ଓ କାଶ୍ମୀରରେ ପୁଣି ପ୍ରକୃତିର ତାଣ୍ଡବ, ବାଦଲଫଟା ବର୍ଷାରେ ୪ ମୃତ

ଜାମ୍ମୁ ଓ କାଶ୍ମୀରର କାଠୁଆରେ ବାଦଲ ଫଟା ବର୍ଷା ହେବା ଯୋଗୁଁ ହଠାତ୍ ପାଣି ମାଡି ଆସିଲା। ଯାହା ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

pakistan-flood
Pakistan Rain Havoc: ପାକିସ୍ତାନରେ ଭୟଙ୍କର ବନ୍ୟା; ଅନେକ ଗାଁ ନିଶ୍ଚିହ୍ନ, ୩୪୦ରୁ ଅଧିକ ମୃତ

ପାକିସ୍ତାନରେ ଭୟଙ୍କର ବନ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି।

Heavy Rain
Heavy Rainfall: ଆସୁଛି ଆଉ ଏକ ଲଘୁଚାପ; ପ୍ରବଳ ବର୍ଷିବ, ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆସନ୍ତା କାଲି ଓ ମଙ୍ଗଳବାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

Pakistan Flood
Pakistan Flood: ବୁଡିଲା ପାକିସ୍ତାନ; ୩୬ ଘଣ୍ଟାରେ ଗଲାଣି ୩୦୦ରୁ ଉର୍ଦ୍ଧ୍ବ ଜୀବନ

ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି। ମାତ୍ର ୩୬ ଘଣ୍ଟା ମଧ୍ୟରେ ୩୦୭ ଜଣଙ୍କର ଜୀବନ ଯାଇଥିବା ବେଳେ, ଅନେକ ଫସି ରହିଛନ୍ତି। ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖାଇବର ପଖତୁନଖ୍ୱା ପ୍ରଦେଶ।

mumbai-rain
Mumbai Rain: ଲଗାଣ ବର୍ଷାରେ ବେହାଲ ମୁମ୍ବାଇ, ଗଲାଣି ୨ ଜୀବନ

ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଭୂସ୍ଖଳନ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇଜଣ ଆହତ ହୋଇଛନ୍ତି।

Heavy Rain
Heavy Rain: ବର୍ଷାରେ କଲବଲ ଦିଲ୍ଲୀରୁ ହିମାଚଳ, ରାଜରାସ୍ତାରେ ଲହଡି ଭାଙ୍ଗୁଛି ପାଣି

ପ୍ରବଳ ବର୍ଷାରେ ଦିଲ୍ଲୀ-ଏନସିଆର ଓ ମୁମ୍ବାଇ ସମେତ ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ହିମାଚଳ ପ୍ରଦେଶରେ ପୋଲ ଭୁଶୁଡି ପଡିଛି। କେତେକ ଅଞ୍ଚଳ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି।

Heavy Rain Alert
Heavy Rain Alert: ମୌସୁମୀ ସକ୍ରିୟ; ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି...

ଆଜି ମଧ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Heavy Rainfall Alert
Heavy Rainfall Alert: ଆଜିଠୁ ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା !

ଦକ୍ଷିଣ ବାଂଲାଦେଶ ଏବଂ ତାହାର ଆଖପାଖ ଅଞ୍ଚଳର ବାୟୁ ମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।