ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଓଡିଶାରେ ଆଗାମୀ ୪ ଦିନ ଯାଏଁ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି । ସକାଳ ୮.୩୦ ସୁଦ୍ଧା ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଲା । ପଶ୍ଚିମ ଓଡିଶାରେ ପ୍ରବଳ ଖରା ଓ ଉପକୂଳ ଓଡିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ।
ଗରମ ବଢୁଥିବାରୁ ଅଂଶୁଘାତର ଭୟ ମଧ୍ୟ ବଢୁଛି। ଏବେ ପ୍ରଶ୍ନ ଉଠେ ଯେ ଆପଣ ହିଟ୍ଷ୍ଟ୍ରୋକ୍ରୁ ସୁରକ୍ଷିତ କି ନାହିଁ କିପରି ଜାଣିବେ? ଏଥିପାଇଁ, ନିଜକୁ କିଛି ପ୍ରଶ୍ନ ପଚାରନ୍ତୁ ଏବଂ ଆପଣ ନିଜେ ଏହାର ମୂଲ୍ୟାଙ୍କନ କରନ୍ତୁ।
ଆଜିଠାରୁ ଆସନ୍ତା ୧ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ଆଜି ମୟୂରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଉପକୂଳ ଓଡ଼ିଶାରେ ପଶ୍ଚିମ ଓଡ଼ିଶା ଅପେକ୍ଷା ତାତି ସାମାନ୍ୟ କମ୍ ରହିବ। ଖରା କମିଲେ ବି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ସକାଳ ୭ରୁ ସାଢ଼େ ୮ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର ବି ବନ୍ଦ ରହିବ। ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଏହି ନିର୍ଦ୍ଦେଶନାମା ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ।
ତେବେ କୌଣସି ପରୀକ୍ଷା ପ୍ରଭାବିତ ହେବନି ଓ ପୂର୍ବସୂଚୀ ଅନୁସାରେ ପରୀକ୍ଷା ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବାବେଳେ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି, ସେମାନେ ରହିପାରିବେ ।
ତେବେ କୌଣସି ପରୀକ୍ଷା ପ୍ରଭାବିତ ହେବନି ଓ ପୂର୍ବସୂଚୀ ଅନୁସାରେ ପରୀକ୍ଷା ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବାବେଳେ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି, ସେମାନେ ରହିପାରିବେ ।
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।
ସକାଳୁ ଉଠିଲେ ଲୋକଙ୍କୁ ପାଣିଚିନ୍ତା । ମହିଳା ମାନେ ହାତରେ ଗରା ମାଠିଆ ଧରି ଗାଁ ନଦୀକୁ ଯାଉଛନ୍ତି । ନଦୀର ଶୁଖିଲା ବାଲିରେ ଚୁଆ କରି ସେଠାରୁ ପାଣିକୁ ମୁନ୍ଦେ ମୁନ୍ଦେ କରି ସଂଗ୍ରହ କରୁଛନ୍ତି । ସକାଳ ୯ ଟା ହୋଇଗଲେ ନଦୀର ବାଲି ତାତି ଯାଉଥିବାରୁ ତରବରିଆ ଭାବେ ମହିଳା ମାନେ ପାଣିଧରି ଘରକୁ ଫେରୁଛନ୍ତି ।
ସମ୍ବଲପୁର ଜିଲ୍ଲାରେ ଆଜିଠୁ ଚାଲିବ ସକାଳୁଆ ଅଫିସ । ସକାଳ ୭ଟାରୁ ଦିନ ୧ ଟା ଯାଏ ଚାଲିବ ଅଫିସ୍। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି।
ସିଂହଦ୍ବାର ନିକଟରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ସେଡ୍ ବ୍ୟବସ୍ଥା ହୋଇନଥିବା ବେଳେ ପାନୀୟ ଜଳ ବଣ୍ଟନରେ ମଧ୍ୟ ଘୋର ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହୋଇଛି ।
କାଳବୈଶାଖୀ ପ୍ରଭାବରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ କମିପାରେ ବୋଲି ପାଣିପାଗ ବିଭାଗ କହିଛି ।
ସେପଟେ ମହାନଦୀରେ ପାଣି ନ ଥିବା ରୁ ମହାନଦୀର ବାଲି ଓ ପଥରରୁ ଗରମ ପବନ ସହର ମୁହାଁ ହେଉଛି । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଲୋକଙ୍କୁ ଅଧିକା କନ୍ଦାଉଛି । ଖରାକୁ ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସବୁ ଜାଗାରେ ପାନୀୟ ଜଳ ଯୋଗାଣ ପାଇଁ ଜଳଛତ୍ର ଖୋଲା ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଜନଗହଳି ପୂର୍ଣ୍ଣ ବାଘଗୁଡା ଛକରେ ଖରାକୁ ଦୃଷ୍ଟିରେ ରଖି ଟ୍ରାଫିକ ସେଡ୍ କରାଯାଇଛି।
ମାର୍ଚ୍ଚ ସରି ସରି ଆସିଲାଣି, ଏପଟେ ପାରଦ ୪୦ ଛୁଇଁଲାଣି । ଏହାରି ଭିତରେ ପାଣି ପାଇଁ ଗାଁ ଗଣ୍ଡାମାନଙ୍କରେ ପଡିଲାଣି ହାହାକାର । କେଉଁଠି ନଈ, ପୋଖରୀ ଶୁଖିଗଲାଣି, ଆଉ କେଉଁଠି ଅଚଳ ହୋଇ ପଡିଲାଣି ନଳକୂପ । ଏମିତି ସ୍ଥିତିରେ ପାଣି ପାଇଁ ନିଇତି ସଂଘର୍ଷ କରୁଛନ୍ତି ଅଧିକାଂଶ ଗାଁର ଲୋକ ।
ଆଗାମୀ ୩ ଦିନରେ ଦିନ ସମେତ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ତେବେ ଆସନ୍ତାକାଲି କେତେକ ସ୍ଥାନରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିପାରେ ।
ଟଲିରେ ବୁହା ଚାଲିଛି କୁନି କୁନି ସିମେଣ୍ଟ କୁଣ୍ଡ । ଏହାକୁ ଗଛ ଛାଇରେ ରଖି ଏଥିରେ ଢଳା ଚାଲିଛି ଥଣ୍ଡା ପାଣି । ବାହାରେ ଅସମ୍ଭାଳ ତାତି ଥିବାରୁ ବୁଲା ଗାଈଗୋରୁ ତୃଷାର୍ତ୍ତ ଏହାକୁ ଆନନ୍ଦରେ ପିଉଛନ୍ତି ଓ ଆତ୍ମ ତୃପ୍ତି ଲାଭ କରୁଛନ୍ତି ।
ଆସନ୍ତାକାଲିଠୁ ପାଗରେ ଆସିବ ପରିବର୍ତ୍ତନ । ଏଥିସହ ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବ ।
ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ ଲାଗୁ କରିବା ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ । ଏହାପୂର୍ବରୁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ।
ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ହେବ ବୋଲି ଗତକାଲି ସରକାର ସୂଚନା ଦେଇଥିଲେ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ତତ୍ କ୍ଷଣାତ ସକାଳୁଆ ସ୍କୁଲ ଲାଗୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ ।
ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ଥିଲା ୧୩ଟି ସହରର ତାପମାତ୍ରା । ରାଜ୍ୟରେ ୪୨ ଡିଗ୍ରୀ ଛୁଇଁଲା ତାତି । ଗତକାଲି ୪୨.୫ ଡିଗ୍ରୀ ସେଲସିୟସ ସହ ବୌଦ୍ଧ ପାଲଟିଲା ଦେଶରେ ସବୁଠୁ ଉତ୍ତପ୍ତ ସହର ।
ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି। କାଲିଠୁ ଆଜି ଅଧିକ ଉତ୍ତପ୍ତ। ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୩୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ମାର୍ଚ୍ଚ ଅଧା ନ ହେଉଣୁ ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି। ସେହିପରି ଚଳିତ ବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି।
ଆଜି ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ। ଆସନ୍ତାକାଲି ପ୍ରାୟ ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି।
ପ୍ରଚଣ୍ଡ ତାତି ନେଇ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲାପାଳଙ୍କ ପାଇଁ ସତର୍କତା ଜାରି କରାଯାଇଛି।