• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Donald Trump

USA
US Softens Stance: ଆମେରିକାର ମନୋଭାବ ନରମ ହେବାରେ ଲାଗିଛି, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି କହୁଛି  

ଋଷୀୟ ତେଲ କିଣିବା ପାଇଁ ଭାରତକୁ କ୍ରମାଗତ ଟାର୍ଗେଟ କରୁଥିବା ଆମେରିକା ଏବେ ତା'ର ଆଭିମୁଖ୍ୟକୁ ନରମ କରୁଥିବା ପରି ମନେ ହେଉଛି। ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଘୋଷଣା ପରେ, ଆମେରିକାର ବୈଦେଶିକ ମନ୍ତ୍ରୀ ଏବଂ ଭାରତରେ ମନୋନୀତ ପରବର୍ତ୍ତୀ ରାଷ୍ଟ୍ରଦୂତ ମଧ୍ୟ ଭାରତ ସହିତ ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି।

Jail
Trump's Friend Convicted: ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁଙ୍କ ବାକି ଜୀବନ କଟିବ ଜେଲରେ, ଏହି ବଡ଼ ଅପରାଧ ପାଇଁ ସୁପ୍ରିମକୋର୍ଟ ଦେଲେ ଦଣ୍ଡ

ଡୋନାଲ୍ଡ ଟ୍ରମ୍ପ ବୋଲସୋନାରୋଙ୍କ ମାମଲା ଉପରେ ଦଣ୍ଡ ସ୍ୱରୂପ ବ୍ରାଜିଲ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଏବଂ ଏବେ ସେ ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି।

Charlie Kirk Shot Dead
ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା। ୟୁନିଭର୍ସିଟି ଡିବେଟ୍ କାର୍ଯ୍ୟକ୍ରମରେ ଗୁଳି କରି ହତ୍ୟା । କଞ୍ଜରଭେଟିଭ୍ ୟୁଥ୍ ଗ୍ରୁପ୍ 'ଟର୍ନିଂ ପଏଣ୍ଟ ୟୁଏସଏ' ସିଇଓ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଚାର୍ଲି ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପଙ୍କ ଅତି ଘନିଷ୍ଠ ଭାବେ ଜଣାଶୁଣା ।

Donald Trump
ଭାରତ ମାଡରେ ଟ୍ରମ୍ପ ଚେପା!

ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ୍ ! ଟାରିଫ୍ ବିବାଦର ସମାଧାନ ପାଇଁ ଟ୍ରମ୍ପଙ୍କ ଭରପୁର ଉଦ୍ୟମ। ସୋସିଆଲ ମିଡିଆରେ ଟ୍ରମ୍ପ କହିଛନ୍ତି, ଭାରତ ସହିତ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବାକୁ ଆଲୋଚନା ଜାରି ରଖିଛୁ।

USA
Trump's Advisor: ଟ୍ରମ୍ପଙ୍କ ଉପଦେଷ୍ଟା ଫ୍ୟାକ୍ଟ-ଚେକ୍ ଜାଲରେ ଫସିଗଲେ, ଅଭିଯୋଗକୁ ଭାରତର ଖଣ୍ଡନ

କିନ୍ତୁ ଏହି ପୋଲରେ ମଧ୍ୟ ତାଙ୍କ ଦାବିଗୁଡ଼ିକର ପୋଲ ଖୋଲିଗଲା ଏବଂ ଅଧିକାଂଶ ଲୋକେ ଏହା ସହ ସହମତ ହେଲେ। ଏହାଦ୍ୱାରା ନାଭାରୋ ଆହୁରି ବିରକ୍ତ ହେଲେ ଏବଂ ଏକ ପୋଷ୍ଟ ମାଧ୍ୟମରେ ନିଜର ରାଗ ପ୍ରକାଶ କଲେ। ସେ ଲେଖିଲେ, "ଏକ୍ସର ଆଉ ଏକ ବାଜେ କଥା। ଫ୍ୟାକ୍ଟ: ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ପୂର୍ବରୁ ଭାରତ ରୁଷିଆରୁ ବହୁତ ପରିମାଣରେ ତୈଳ କିଣିନଥିଲା। ଏହା ରକ୍ତର ଟଙ୍କା ଏବଂ ଲୋକମାନେ ମରୁଛନ୍ତି। ମଦର ଜୋନ୍ସ, ଏହାକୁ ମନେ ରଖ ଏବଂ ତୁମେ ଲଜ୍ଜିତ ହେବା ଉଚିତ।" ଶେଷରେ ସେ ଭାରତୀୟ ଏବଂ ଏକ୍ସ ଉପରେ ବିରକ୍ତି ପ୍ରକାଶ କଲେ ।

trump
Donald Trump: ଭାରତକୁ ଦେଖଉଥିଲେ ମୁହଁ ଟାଣ, ଏବେ ନରମିଲେ କାହିଁକି..ଜାଣନ୍ତୁ ୭ କାରଣ

କେତେବେଳେ ଗରମ, ପୁଣି କେତେବେଳେ ନରମ । ବର୍ତ୍ତମାନ ପର୍ଯ୍ୟନ୍ତ, ଭାରତକୁ ଧମକ ଦେଉଥିବା ଟ୍ରମ୍ପଙ୍କ ମନୋଭାବ ଏବେ ବଦଳିଥିବା ପରି ମନେହେଉଛି। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି ଟ୍ରମ୍ପଙ୍କ ହୃଦୟ ପରିବର୍ତ୍ତନ ହେଲା କାହିଁକି? ଏମିତି କ’ଣ କାରଣ ରହିଛି ନରମ ପଡିବାକୁ ଟ୍ରମ୍ପଙ୍କୁ ବାଧ୍ୟ କରିଛି। ଏହା ସମସ୍ତଙ୍କ ମନରେ ପ୍ରଶ୍ନ।

Trump
Donald Trump: ଚୀନ ହାତରେ ଭାରତକୁ ହରାଇବା ଠାରୁ ମୋଦି ମୋର ବନ୍ଧୁ ପର୍ଯ୍ୟନ୍ତ... ଟ୍ରମ୍ପ ଘନଘନ ବୟାନ ବଦଳାଇବାର ଅର୍ଥ କଣ ?

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମ୍ପର୍କରେ ବାରମ୍ୱାର ବୟାନ ଦେଉଛନ୍ତି। ତାଙ୍କର ସାମ୍ପ୍ରତିକ ବୟାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି, ଯେଉଁଥିରେ ସେ ଭାରତ ଓ ଆମେରିକାର ସମ୍ପର୍କ ବିଷୟ କହିଛନ୍ତି। କିନ୍ତୁ କାହିଁକି ?

USA
Donald Trump: ଟ୍ରମ୍ପଙ୍କ ଭାରତ-ରୁଷିଆ-ଚୀନ ପୋଷ୍ଟ, ଏବେ ବିଳିବିଳେଇଲେଣି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କକୁ ‘ବହୁ ବର୍ଷ ଧରି ଏକପାଖିଆ’ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଉଚ୍ଚ ଶୁଳ୍କକୁ ଆମେରିକାର ରପ୍ତାନିରେ ବାଧା ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି, "ଭାରତ ସହ ଆମର ସମ୍ପର୍କ ବହୁତ ଭଲ, କିନ୍ତୁ ଆପଣଙ୍କୁ ବୁଝିବାକୁ ପଡ଼ିବ, ବହୁ ବର୍ଷ ଧରି ଏହା ଏକପାଖିଆ ସମ୍ପର୍କ ଥିଲା।"

trump elon
Trump-Musk Controversy: ଏଲନ ମସ୍କଙ୍କୁ ବରବାଦ କରିଦେବେ ଟ୍ରମ୍ପ ! ବଡ଼ ବୈଠକକୁ ଡାକିଲେନି

ଯେତେବେଳେ ଟେକ୍ ଇଣ୍ଡଷ୍ଟ୍ରିର ସମସ୍ତ ବଡ଼ ଅଧିକାରୀ ଏଠାରେ ଉପସ୍ଥିତ ଥିଲେ, ସେତେବେଳେ ଟ୍ରମ୍ପଙ୍କ ଅତିଥି ତାଲିକାରେ ଏଲନ ମସ୍କଙ୍କର ଅନୁପସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଲନମସ୍କ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ଥିଲେ । ଏବେ କିନ୍ତୁ ପରସ୍ପରର ମୁହଁକୁ ଚାହୁଁନାହାଁନ୍ତି ।

Trump
Donald Trump: ଶାନ୍ତି ପାଇଁ ଭାରତ ଉପରେ ଟାରିଫ, କୋର୍ଟରେ ଏମିତି ଯୁକ୍ତି ଦର୍ଶାଇଲା ଟ୍ରମ୍ପ ପ୍ରଶାସନ

ରୁଷ-ୟୁକ୍ରେନରେ ଶାନ୍ତି ସହିତ ଆମେରିକାକୁ ଅର୍ଥନୈତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଟାରିଫ ଲଗାଯାଇଛି। ଏହି ନିଷ୍ପତ୍ତି ଆମେରିକାର ଟ୍ରେଡ୍ ଡେଫିସିଟ୍‌ରେ କିଛି ନା କିଛି ସୁଧାର ଆଣିଛି। ଯଦି ଏହି ଟାରିଫ ହଟାଇ ଦିଆଯାଏ, ତେବେ ଦେଶକୁ ୧.୨ ଟ୍ରିଲିୟନ ଆମେରିକୀୟ ଡଲାରର ଅର୍ଥନୈତିକ କ୍ଷତି ହୋଇପାରେ। ଟ୍ରମ୍ପ ପ୍ରଶାସନରଏହା ହେଉଛି ଯୁକ୍ତି ।

trump
Trump: ଜିଦଖୋରିଆ ଟ୍ରମ୍ପଙ୍କ ପାଇଁ ବରବାଦ ହେବ ଆମେରିକା !

ଦୁନିଆ ସହିତ ଝଗଡ଼ା ଟ୍ରମ୍ପଙ୍କୁ ମହଙ୍ଗା ପଡୁଛି ! ଡଲାର-ୟୁଏସ୍ ଟ୍ରେଜେରୀ ସହିତ ୩୦ ବର୍ଷରେ ପ୍ରଥମ ଥର ପାଇଁ ଏମିତି ଖେଳ ହୋଇଛି ଯାହାର କଳ୍ପନା କରିନଥିଲେ ଟ୍ରମ୍ପ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ପୁନର୍ବାର ମହାନ କରିବାକୁ ଅଡ଼ି ବସିଛନ୍ତି। କିନ୍ତୁ ତାଙ୍କ ରଣନୀତି ଯୋଗୁଁ ଆମେରିକା ପୁରା ଦୁନିଆରୁ ଅଲଗା ହେଉଛି।

BJP
PM Modi: ଟାରିଫ ଉପରେ ଟ୍ରମ୍ପଙ୍କୁ ଧୂଳି ଚଟାଇବା ପାଇଁ ଅଭିଯାନ ଆରମ୍ଭ କରିବ ବିଜେପି... ୨୫ ସେପ୍ଟେମ୍ବରରୁ ମେଗା ଅଭିଯାନ

ବିଜେପି ୨୫ ସେପ୍ଟେମ୍ବରରୁ ‘ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ’ ଆରମ୍ଭ କରିବ। ଏହି ଅଭିଯାନ ୨୫ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଦେଶୀ ଏବଂ ଆତ୍ମନିର୍ଭରଶୀଳତାର ବିଚାରକୁ ପ୍ରୋତ୍ସାହନ ଦେବା। ବିଜେପି ଜାତୀୟ ସ୍ତରରେ ‘ଭୋକାଲ ଫର ଲୋକାଲ’ ଅଭିଯାନକୁ ମଧ୍ୟ ପ୍ରୋତ୍ସାହନ ଦେବ। ଏହି ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯେଉଁଥିରେ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ।

nobel
Trump: ନଭେମ୍ବରରେ ଭାରତ ଆସିବେନି ଟ୍ରମ୍ପ ! ନୋବେଲ ପାଇଁ ଟ୍ରମ୍ପ ଓ ମୋଦିଙ୍କ ସଂପର୍କରେ ଫାଟ....ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ଦାବି

ଜୁନ ୧୭ରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିଲା । ଏହିଠାରୁ ବିଗିଡିଥିଲା ସଂପର୍କ । କଥାବାର୍ତ୍ତା ବେଳେ ପାକିସ୍ତାନ ଭଳି ଭାରତ ବି ନୋବେଲ ପୁରସ୍କାର ପାଇଁ ତାଙ୍କ ନାମ ସୁପାରିଶ କଲୁ ବୋଲି ଟ୍ରମ୍ପ କହିଥିଲେ କିନ୍ତୁ ମୋଦି ଏହା କରିବାକୁ ସିଧାସଳଖ ମନା କରିଦେଇଥିଲେ । ଟ୍ରମ୍ପ ନୋବେଲ ପୁରସ୍କାର ପାଇବା ପାଇଁ ଏକ ଅଭିଯାନ ଚଳାଇଛନ୍ତି । କିନ୍ତୁ ମୋଦି ମନା କରିବା ପରେ ଏହି ଅଭିଯାନ ଫିକା ପଡ଼ିଛି ।

Rajnath Singh
Trump Tariff: ରାଜନାଥଙ୍କର ଆମେରିକାକୁ 'ଚଟାଣ' ଉତ୍ତର, 'ଇଷ୍ଟ ଇଣ୍ଡିଆ କମ୍ପାନୀ' କଥା ସ୍ମରଣ କରାଇଦେଲେ

ଅନ୍ତର୍ଜାତୀୟ ସମ୍ପର୍କ ବିଷୟରେ ରାଜନାଥ ସିଂହ କହିଛନ୍ତି ଯେ ନିଜ ଦେଶବାସୀଙ୍କର ହିତ ସର୍ବୋପରି। କୌଣସି ପରିସ୍ଥିତିରେ ଏହା ସହିତ ବୁଝାମଣା କରାଯିବ ନାହିଁ। ଯେତେ ଚାପ ପକାଇଲେ ମଧ୍ୟ ଭାରତ ନଇଁବ ନାହିଁ ।

trump modi
Modi Ignored:ଟାରିଫ ଲଗାଇ ମୋଦିଙ୍କୁ ଫୋନ୍ କଲେ ଟ୍ରମ୍ପ, ୪ଥର ଆସିଲା କଲ୍, ରିସିଭ୍ କଲେନି ମୋଦି

ଟାରିଫ ଲଗାଇ ମୋଦିଙ୍କୁ ଫୋନ୍ କଲେ ଟ୍ରମ୍ପ। ୪ଥର ଆସିଲା କଲ୍, ରିସିଭ୍ କଲେନି ମୋଦି। ମୋଦିଙ୍କ ସହ କଥା ହେବାକୁ କାହିଁକି ବ୍ୟସ୍ତ ଟ୍ରମ୍ପ ?

Tariff
Tariff War: ଟ୍ରମ୍ପଙ୍କ ସହଯୋଗୀ କହିଲେ, ଚୀନ୍ ଭାରତର ମିତ୍ର ନୁହେଁ, ତା ସହ ନ ମିଶୁ

ହ୍ୱାଇଟ ହାଉସ୍‌ର ପରାମର୍ଶଦାତା ପିଟର ନାଭାରୋ କହିଛନ୍ତି ଯେ ୟୁକ୍ରେନରେ ଶାନ୍ତିର ପଥ ଭାରତ ଦେଇ ଯାଇଛି। ସେ ଏକ ଯୁକ୍ତି ଦେଇ କହିଛନ୍ତି ଯେ ଭାରତ ଆମେରିକାରେ ଜିନିଷ ବିକ୍ରି କରି ଟଙ୍କା ରୋଜଗାର କରୁଛି। ସେହି ଟଙ୍କାରେ ସେ ରୁଷିଆରୁ ତୈଳ କିଣୁଛି ଏବଂ ସେହି ଟଙ୍କା ଦେଇ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଛି।

Tariff
ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁଁ ବିଶ୍ୱ ଭୂ-ରାଜନୀତିରେ ପରିବର୍ତ୍ତନ, ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ଚୀନ ନିକଟତର

ପାରମ୍ପରିକ ଭାବରେ ରଣନୈତିକ ପ୍ରତିଦ୍ୱନ୍ଦୀ ଥିବା ଏହି ଦୁଇ ଦେଶ ଏବେ ଆମେରିକାର ଆର୍ଥିକ ନୀତି ବିରୋଧରେ ଏକ ସାମୂହିକ ମୋର୍ଚ୍ଚା ଗଠନ କରିବାକୁ ଆଗେଇ ଆସିଛନ୍ତି । ନିକଟରେ ବ୍ରିକ୍ସ ସମ୍ମିଳନୀ ସମୟରେ,ଭାରତ ଏବଂ ଚୀନ୍ ପ୍ରତିନିଧିମାନଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ସକାରାତ୍ମକ ଆଲୋଚନା ହୋଇଥିଲା।

usa
US–India Trade Clash: ଆମେରିକା କରିଥିଲା ଟାରିଫ ମାଡ଼,ଭାରତ କରିବ ପାଲଟା ଆକ୍ରମଣ

୩୦ ଜୁଲାଇରେ, ଆମେରିକା ଏକ ନିର୍ଦ୍ଦେଶ ଜାରି କରି କହିଥିଲା ​​ଯେ $୮୦୦ ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଶୁଳ୍କମୁକ୍ତ ଛାଡ ନିୟମକୁ ଉଚ୍ଛେଦ କରାଯାଇଛି। ଏପରି ପରିସ୍ଥିତିରେ, ୨୯ ଅଗଷ୍ଟରୁ, ଆମେରିକାକୁ ଯାଉଥିବା ସମସ୍ତ ଆନ୍ତର୍ଜାତୀୟ ଡାକ ସାମଗ୍ରୀ, ସିଏ ଯାହାକି ହେଉ, ସବୁ ଉପରେ ସୀମା ଶୁଳ୍କ ଲାଗୁ ହେବ।

tariff
Nikki Haley:ଟ୍ରମ୍ପ୍ ପ୍ରଶାସନକୁ ନିକ୍କୀଙ୍କ ତାଗିଦ; ଭାରତ ସହ ସମ୍ପର୍କ ଖରାପ ମହଙ୍ଗା ପଡିବ

ଟ୍ରମ୍ପ୍ ପ୍ରଶାସନକୁ ନିକ୍କୀଙ୍କ ତାଗିଦ। ଭାରତ ସହ ସମ୍ପର୍କ ଖରାପ ମହଙ୍ଗା ପଡିବ। ଚୀନକୁ କାବୁ କରିବା ପାଇଁ ଭାରତ ଜରୁରୀ। ଭାରତ ପ୍ରତି ଟ୍ରମ୍ପ ପ୍ରଶାସନର ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କୀ ହେଲି ଆଉ ଦେଇଛନ୍ତି ଏମିତି ଉପଦେଶ।

Farmer
Shrimp Farmers: ଟ୍ରମ୍ପଙ୍କ ଟାରିଫ କାରଣରୁ ଭାରତୀୟ ଚିଙ୍ଗୁଡ଼ି ଚାଷୀ ବରବାଦ, ବ୍ୟବସାୟ ବଦଳାଇବା ପାଇଁ ବାଧ୍ୟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ଟାରିଫ କାରଣରୁ ଭାରତୀୟ ଚିଙ୍ଗୁଡ଼ି ଚାଷୀମାନେ ସଙ୍କଟରେ ପଡ଼ିଛନ୍ତି। କାରଣ ଆମେରିକା ହେଉଛି ସେମାନଙ୍କର ସବୁଠାରୁ ବଡ଼ ବଜାର। ୫୦% ପର୍ଯ୍ୟନ୍ତ ଟାରିଫର ଆଶଙ୍କା ଯୋଗୁଁ ଚାଷୀମାନେ ବହୁତ କ୍ଷତି ସହୁଛନ୍ତି। ଏହା ସେମାନଙ୍କୁ ଋଣରେ ବୁଡ଼ାଇ ଦେଇଛି ଏବଂ ଅନ୍ୟ ବିକଳ୍ପ ବ୍ୟବସାୟ ବିଚାର କରିବାକୁ ବାଧ୍ୟ କରୁଛି।

trump
Donald Trump: ଡୋନାଲ୍ଡ ଟ୍ରମ୍ପଙ୍କ ହାତର ଏ କ’ଣ ହେଲା… ଫଟୋ ସୋସିଆଲ ମିଡିଆରେ ଭାଇରାଲ

ଟ୍ରମ୍ପଙ୍କର ଏମିତି କିଛି ଫଟୋ ସାମ୍ନାକୁ ଆସିଛି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ବିଚଳିତ କରିଛି। ତାଙ୍କ ହାତର ଏକ ଫଟୋ ସୋସିଆଲ ମିଡିଆରେ ଲଗାତାର ଭାଇରାଲ ହେଉଛି। ଏଥିରେ ତାଙ୍କ ହାତରେ ଏକ ବଡ ଛଉ ଭଳି ଦେଖାଯାଉଛି।

russia
Trump vs Russia: ଭାରତକୁ ଋଷିଆର ବଡ଼ ଅଫର୍, ଟ୍ରମ୍ପଙ୍କ ଗାଲକୁ ଶକ୍ତ ଚାପୁଡ଼ା

ଋଷ ଭାରତକୁ ନୂତନ ପ୍ରସ୍ତାବ ଦେଉଥିବାବେଳେ, ଆମେରିକା ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇସାରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷରୁ ତେଲ କିଣିବା ପାଇଁ ଭାରତ ଉପରେ 50% ଶୁଳ୍କ ଲାଗୁ କରିଥିଲେ। ଏହା ପରେ ମଧ୍ୟ ସେ ଧମକ ଦେଇଥିଲେ ଯେ ଶୁଳ୍କ ହାର ଆହୁରି ବୃଦ୍ଧି କରାଯାଇପାରେ।

USA
Trump: ‘ଚୀନକୁ ଅଟକାଅ, ଭାରତ ସହ ସମ୍ପର୍କ ସୁଧାର’,  ନିକ୍କୀ ହେଲୀ ଟ୍ରମ୍ପ ପ୍ରଶାସନକୁ ଦେଲେ ଚେତାବନୀ

ନିକ୍କୀ ହେଲୀ ଟ୍ରମ୍ପ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଯେ ଯଦି ଭାରତ ସହିତ ସମ୍ପର୍କ ନ ସୁଧୁରାଯାଏ, ତେବେ ଚୀନକୁ ଅଟକାଇବା ସେମାନଙ୍କ ପାଇଁ ବହୁତ କଷ୍ଟକର ହେବ। କେତେବେଳେ ଟାରିଫ୍‌ ତ କେତେବେଳେ ପାକିସ୍ତାନ ସହିତ ନିକଟତର ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଅସନ୍ତୁଷ୍ଟ କରିଛନ୍ତି।

Donald-Trump-Heaven
Donald Trump: କାହିଁକି ସ୍ବର୍ଗକୁ ଯିବାକୁ ଚାହୁଁଛନ୍ତି ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏଥର ସେ ନିଜ ବିଷୟରେ ଏମିତି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ସ୍ୱର୍ଗକୁ ଯିବା କଥା କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

trump
Donald Trump: ଟ୍ରମ୍ପଙ୍କ ଚୀନ ପ୍ରେମ, କହୁଥିଲେ ବ୍ୟାନ କରିବେ..ଏବେ ନୂଆ ଆକାଉଣ୍ଟ ଖୋଲି ଭିଡିଓ ପୋଷ୍ଟ କଲେ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍ ସହିତ ପ୍ରେମ ଓ କିଛି ତିକ୍ତତା ମଧ୍ୟ ରହିଛି। ତିକ୍ତତାର କାରଣ ହେଉଛି ଟିକ୍‌ଟକ୍ ଏକ ଚୀନର କମ୍ପାନୀ ଏବଂ ଟ୍ରମ୍ପ ନିଜ ନାଗରିକମାନଙ୍କର ଡାଟା ଚୀନକୁ ପଠାଇବାକୁ ଚାହାଁନ୍ତି ନାହିଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଏକ ଆଇନ ପ୍ରଣୟନ କରିଛନ୍ତି ଯାହା ଅନୁସାରେ ଟିକ୍‌ଟକ୍‌କୁ ଆମେରିକାରେ ଚାଲିବା ପାଇଁ ଏକ ଅଣ ଚୀନ କମ୍ପାନୀକୁ ବିକ୍ରି କରିବାକୁ ପଡ଼ିବ। ନଚେତ୍ ଏହାକୁ ବ୍ୟାନ କରାଯିବ ।