ଅସ୍ମିତା, ଉଚ୍ଚାଶା ଏବଂ ଅବିଶ୍ରାନ୍ତ ଉଦ୍ୟମ । ଏହି ୩ଟି ଶକ୍ତିର ଉପଯୋଗରେ ହିଁ ବିକଶିତ ଓଡ଼ିଶା ନିର୍ମାଣ ସମ୍ଭବ । କଟକ ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟିରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପବନ ହେଉଥିବାରୁ ନିଆଁ ଶୀଘ୍ର ଚାରିଆଡକୁ ବ୍ୟାପିଯାଉଥିବା ଜଣାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଅଗ୍ନିଶମ ବାହିନୀ ଗାଡ଼ି ଲାଗିଛନ୍ତି। ତେବେ ନିଆଁ କିପରି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଭାୟା ନରାଜ ଦେଇ ଏହି ଟ୍ରେନ ଦୁର୍ଘଟଣାସ୍ଥଳ ନିକଟ ଚୌଦ୍ୱାର ମଙ୍ଗୁଳିକୁ ଯାଇଛି । ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ଏହି ଟ୍ରେନ୍ । ସମସ୍ତ ଯାତ୍ରୀଙ୍କୁ ନେଇ ଟ୍ରେନଟି କାମାକ୍ଷା ଅଭିମୁଖେ ଯାତ୍ରା କରିବ ।
କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହେବା ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ SCB ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହେଲ୍ପଲାଇନ୍ ନମ୍ବର ଜାରି କଲା ଇଷ୍ଟକୋଷ୍ଟ ରେଲୱେ । - କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮
ପୂର୍ବାହ୍ନ ୧୧ଟା ୫୪ ମିନିଟ୍ରେ ଟ୍ରେନର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଛି । ବେଙ୍ଗଳୁରୁ-କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ୱୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।
ଜଷ୍ଟିସ ଟଣ୍ଡନ ପୂର୍ବରୁ କଲିକତା ହାଇକୋର୍ଟର ବିଚାରପତି ଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପାରିସ୍ କରିଥିଲେ। ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।
୨୦୨୩ ମସିହାରେ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଏତଲା ଆଧାରରେ ପୋଲିସ ଯୌତୁକ ସାମଗ୍ରୀ ଜବତ କରିଥିଲା। ବୋହୂ ଜଣଙ୍କ ଯିବା ସମୟରେ ସାଙ୍ଗରେ ଘରର ପୋଷା କୁକୁର ନେଇଯାଇଥିଲେ।
ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ ୧୦ ତାରିଖରେ ଏସ୍ସିବିରେ ଭର୍ତ୍ତି ହୋଇଥିଲେ ପ୍ରସୂତି । ପରଦିନ ୧୧ ତାରିଖରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ପରିବାର ଲୋକ ନବଜାତର ଫଟୋ ବି ଉଠାଇଥିଲେ ।
କଟକରେ ପବ୍ଲିକ୍ ଟଏଲେଟ୍ରେ ଝୁଲୁଛି ତାଲା । ୭ ମାସ ତଳୁ ସରିଲାଣି ନିର୍ମାଣ, ହେଲେ ଏବେ ବି ହୋଇପାରୁନି କାର୍ଯ୍ୟକ୍ଷମ । ସବୁ ସୁବିଧା ଥାଇ ବି ଲୋକମାନେ ଉପକୃତ ହେଉନଥିବାରୁ ବଢିଛି ଅସନ୍ତୋଷ ।
ଭୁବନେଶ୍ବର କମିଶନରେଟ୍ ପୋଲିସର ହେବ ନବକଳେବର । ଭାଗ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ୍ ଜିଲ୍ଲା । ଗଠନ ହେବ ଭୁବନେଶ୍ବର ଇଷ୍ଟ ଓ ଭୁବନେଶ୍ବର ୱେଷ୍ଟ ୟୁପିଡି ।
କଟକର ଜଣେ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ କରିବା ସହ ବ୍ଲାକମେଲ୍ କରି ଟଙ୍କା ମାଗୁଥିଲା । ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆହୁରି ଟଙ୍କା ମାଗିଥିଲା ।
କଟକ ମ୍ୟୁନିସିପାଲଟି କର୍ପୋରେସନରେ ସାଂଘାତିକ ଘୋଟାଲାର ଅଭିଯୋଗ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୫ କୋଟି ଟଙ୍କାର ଦୁର୍ନୀତି ।
ଜେଲରୁ ଫେରି କରୁଥିଲା ବନ୍ଧୁକ କାରବାର। ରାଜ୍ୟ ବାହାରକୁ ବନ୍ଧୁକ ପଠାଇ ମାଲାମାଲ ବି ହେଉଥିଲା। କଟକ ବୈୟାଳିଶ ମୌଜା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ। ନାଁ ତା’ର ଚଗଲା ଖୁଣ୍ଟୁଆ ।
ବୟାଳିଶ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣାରେ ମାଷ୍ଟରମାଇଣ୍ଡ୍ ଚଗଲା ଖୁଣ୍ଟିଆ ଗିରଫ । କଟକ ଶଙ୍କରପୁର ଅଞ୍ଚଳରୁ ଏହି କୁଖ୍ୟାତ ଅପରାଧିକୁ ଧରିଛି STF ଟିମ୍ । ପୂର୍ବରୁ ଏହି ମାମଲାରେ ୪ ଜଣ ଗିରଫ ହୋଇଥିଲେ ।
ସକାଳୁ ସକାଳୁ କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଯୁବକଙ୍କ ହାଇଡ୍ରାମା । ବ୍ୟାରେଜ ଗେଟ୍ ଉପରେ ଚଢି ବ୍ୟାୟାମ କରିବା ପରେ ମହାନଦୀକୁ ମାରିଲେ ଡିଆଁ । ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀଙ୍କ ସହାୟତାରେ ସୁରକ୍ଷିତ ଉଦ୍ଧାର ।
ARC ଦ୍ୱାରା ପରିଚାଳିତ ଚାରବାଟିଆ ଏୟାରଷ୍ଟ୍ରିପରେ ୪.୯ କିଲୋମିଟର ରନୱେ ରହିଛି । ଯାହା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରନୱେର ଦୁଇଗୁଣ । ଫଳରେ ଏହା ବଡ଼ ବଡ଼ ବିମାନ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ।
ବାତିଲ ହେବନି ମେଟ୍ରୋ ପ୍ରକଳ୍ପ। ବରଂ DPR ବଦଳିବ ଓ ଏୟାରପୋର୍ଟରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏଁ ଦୌଡ଼ିବ ମେଟ୍ରୋ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।
ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ରହିଛି। ପୂର୍ବ ସରକାର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋର ପରିକଳ୍ପନା କରିଥିଲେ। ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ’ଣ କରିବେ, କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି।
କେବେ ସ୍ଥାୟୀ ଠିକଣା ପାଇବ କଟକ ବିଶ୍ବନାଥ ପାଠାଗାର ? ସମୟ ଗଡ଼ୁଛି, ହେଲେ ସରିପାରୁନି ଲାଇବ୍ରେରୀ ନିର୍ମାଣ । ନେତାଜୀ ବସ୍ ଟର୍ମିନାଲ୍ ପାଇଁ ବଳିପଡ଼ିଲା କଟକର ଅନ୍ୟତମ ଗୌରବମୟ ଅଧ୍ୟାୟ ପଣ୍ଡିତ ବିଶ୍ବନାଥ ପାଠାଗାର।
ହୋଲି ପାଇଁ ଚାରିଆଡ଼େ ବନ୍ଦ ଥିଲା ଦୋକାନ ବଜାର ଓ ଆହାର କେନ୍ଦ୍ର। ଖାଦ୍ୟ ଟିଏ ପାଇଁ ହନ୍ତସନ୍ତ ହେଉଥିଲେ ଲୋକେ। ହେଲେ ଦେବତା ଭଳି ଆସି ହଜାର ହଜାର ଲୋକଙ୍କୁ ଭାତ ଡାଲମା ବାଣ୍ଟିଲେ ଅଭିମନ୍ୟୁ ।
ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାରରେ ସାମାନ୍ୟ ପାଟିତୁଣ୍ଡରୁ ଗୁଳି ମାଡ଼ କରି ହତ୍ୟାକାଣ୍ଡ ଘଟିଛି ।
କଟକରେ ହୋଲି ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଜଗତପୁର ବିଜୁ କଲୋନୀ ଓ ହରିଜନ ସାହି ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା ।
ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ୍ ମୁତୟନ ହେବେ । ଏଥିସହ ସହରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ଏବଂ ବେଆଇନ ଭାବେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।...
ନିଛାଟିଆ ଜଙ୍ଗଲ ଭିତରେ ଝାଟିମାଟିର ଘର। ବାହାରୁ ଚାଳ ଛପର ଆଉ ଭିତରେ ପୁଳା ପୁଳା ବନ୍ଧୁକ। ଚାଳ ଘରେ ଚାଳିଥିଲା ବନ୍ଧୁକ କାରଖାନା। ପୁଲିସ ଆଖିରେ ଧୂଳି ଦେଇ ବେଧଡ଼କ ବେଇଆନ ବନ୍ଧୁକ କାରଖାନା ଚଳାଇଥିଲେ ଅଭିଯୁକ୍ତ।
କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଚାଲିଥିବା କ୍ରାଇମବ୍ରାଞ୍ଚ STF କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ କ୍ରାଇମବ୍ରାଞ୍ଚ STF ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ଏକ ଚାଳ ଘର ଭିତରେ ଚାଲିଥିଲା ବନ୍ଧୁକ ତିଆରି । ଘଟଣା ସ୍ଥଳରୁ ବନ୍ଧୁକ ତିଆରି ମେସିନ, ସରଞ୍ଜାମ ଓ ବନ୍ଧୁକ ଜବତ ହୋଇଛି।