• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cricket

Asia Cup
ICC Turns Down Pakistan’s Demand: ରେଫରି ହଟିବେ ନାହିଁ, 'ହ୍ୟାଣ୍ଡସେକ୍ ବିବାଦ'ରେ ପାକିସ୍ତାନର ଦାବିକୁ ICCର ପ୍ରତ୍ୟାଖ୍ୟାନ

ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କଲା ICC । ଏସିଆ କପରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ରହିବେ। ସେ UAE ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ରେଫରି ମଧ୍ୟ ହେବେ।

Asia Cup
India vs Pakistan: ଭାରତ ବନାମ ପାକିସ୍ତାନ, କିଏ ଜିତିବ? ପାଞ୍ଚ ପୂର୍ବତନ କ୍ରିକେଟରଙ୍କ ଭବିଷ୍ୟବାଣୀ

ଏସିଆ କପ୍ ୨୦୨୫ରେ ଭାରତ ବନାମ ପାକିସ୍ତାନ ମ୍ୟାଚରେ ଆଜି କେଉଁ ଦଳ ଜିତିବ? ଏହି ପାଞ୍ଚ ଜଣ ଭେଟେରାନ୍ କ୍ରିକେଟର ମ୍ୟାଚ ପୂର୍ବରୁ କଲେ ଭବିଷ୍ୟବାଣୀ । କେଉଁ ଦଳ ରହିଛି ସୁବିଧାଜନକ ସ୍ଥିତିରେ ?

Cricket
India-Pakistan : ଭାରତ ପାକିସ୍ତାନ ମ୍ୟାଚ୍ କେତେ ଜରୁରୀ ? ପ୍ରଶ୍ନ ଉଠାଇଛନ୍ତି ଅନେକ ଲୋକେ

ଆସନ୍ତାକାଲି ଖେଳାଯିବ ଭାରତ ପାକିସ୍ତାନ ଏସିଆ କପ୍ ର ହାଇ-ଭୋଲଟେଜ୍ ମ୍ୟାଚ୍ । ହେଲେ ଏହାକୁ ନେଇ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ । ପହଲଗାମ୍ ହମଲା ପରେ ଭାରତ କାହିଁକି ପାକିସ୍ତାନ ସହ ମ୍ୟାଚ୍ ଖେଳୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଅନେକ ଲୋକେ ।

Cricket
Cricket: ଆବେଦନ ହୋଇଥିଲା କ୍ରିକେଟକୁ ଜାତୀୟ ସ୍ୱାର୍ଥ ଉପରେ ରଖାନଯାଉ, ସୁପ୍ରିମକୋର୍ଟ କହିଲେ...

ଭାରତ Vs ପାକିସ୍ତାନ T20 ମହାମୁକାବିଲାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିଲା ଆବେଦନ । ଖଣ୍ଡପୀଠ ଏହା ଉପରେ ଦେଲେ ଏମିତି ନିର୍ଦ୍ଦେଶ ।

shreyas
Shreyas Iyer:ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ, ଖୁସି ହୋଇଗଲେ ଫ୍ୟାନ୍ସ

ସେପ୍ଟେମ୍ବର ୯ରୁ ଏସିଆ କପ ଆରମ୍ଭ ହେବ। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏସିଆ କପ ସ୍କ୍ୱାଡରୁ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ବାଦ ଦିଆଯିବାରୁ ଏହାକୁ ନେଶ ବିବାଦ ହୋଇଥିଲା। ଶ୍ରେୟସ ଆୟରଙ୍କୁ ବିସିସିଆଇ କାହିଁକି ଟି-୨୦ ସ୍କ୍ୱାଡରୁ ବାଦ ଦେଲା ବୋଲି ପ୍ରଶ୍ନ ଉଠାଇଥିଲେ କ୍ରିକେଟ ପଣ୍ଡିତ।

retirement
Cricket:କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ଖେଳାଳି, ୨୦୧୭ରେ ଶେଷଥର ବ୍ଲୁ ଜର୍ସିରେ ନଜର ଆସିଥିଲେ

ଦେଶ ପାଇଁ ୨୨ଟି ଟେଷ୍ଟ, ୩୬ଟି ଦିନିକିଆ ଓ ୧୦ଟି ଟି-୨୦ ଖେଳିଥିବା ଅମିତ ମିଶ୍ରା ମୋଟ ୧୫୬ଟି ୱିକେଟ ନେଇଛନ୍ତି। ୨୦୦୮ରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଅମିତ ମିଶ୍ରା। ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ଟେଷ୍ଟରେ ସେ ୫ଟି ୱିକେଟ ଦଖଲ କରିଥିଲେ।

Slapgate
Slapgate: ୧୮ ବର୍ଷ ପରେ କାହିଁକି ସାମ୍ନାକୁ ଆସିଲା ଶ୍ରୀସନ୍ଥ-ହରଭଜନଙ୍କ ଚାପୁଡା ଘଟଣାର ଭିଡିଓ? ହର୍ଷ ଭୋଗଲେ ଖୋଲି କହିଦେଲେ

ଶ୍ରୀସନ୍ଥଙ୍କ ପତ୍ନୀ ଭୁବନେଶ୍ୱରୀ ଭିଡିଓ ଫୁଟେଜ ରିଲିଜ କରିବା ପାଇଁ ଲଲିତ ମୋଦିଙ୍କୁ ଜୋରଦାର ଶୁଣାଇଛନ୍ତି। ସେ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ କହିଛନ୍ତି, ଲଲିତ ମୋଦି ଏବଂ ମାଇକେଲ କ୍ଲାର୍କ, ଆପଣମାନେ ଦୁହେଁ ଲଜ୍ଜା ଅନୁଭବ କରିବା ଉଚିତ। ଆପଣମାନେ ନିଜର ଶସ୍ତା ଲୋକପ୍ରିୟତା ପାଇଁ ୨୦୦୮ ମସିହାର ସେହି ଘଟଣାକୁ ଟାଣି ଆଣୁଛନ୍ତି।

Pujara
Cheteshwar Pujara: ଭାରତୀୟ ଟେଷ୍ଟ ଟିମ୍‌କୁ ପୂଜାରାଙ୍କ ବିକଳ୍ପ ମିଳିବା କାହିଁକି କଷ୍ଟସାଧ୍ୟ?

ଭାରତୀୟ ଟେଷ୍ଟ ଟିମ୍‌ର ତିନି ନମ୍ବର ସ୍ଥାନରେ ଥିଲା ଚେତେଶ୍ୱର ପୂଜାରାଙ୍କ ଦଶନ୍ଧି-ବ୍ୟାପୀ ଆଧିପତ୍ୟ । ଫର୍ମ ଅଭାବରୁ ତାଙ୍କୁ ଟିମ୍‌ରୁ କଢ଼ାଯିବାର ଦୁଇ ବର୍ଷ ପରେ ବି ଏହି ସ୍ଥାନରେ କେହି ଫିଟ୍ ହୋଇପାରି ନାହାନ୍ତି । ପ୍ରଶ୍ନ ଉଠୁଛି, ତିନି ନମ୍ବରରେ ପୂଜାରାଙ୍କ ବିକଳ୍ପ ମିଳିବା କାହିଁକି କଷ୍ଟସାଧ୍ୟ?

BCCI cancels contracts with Dream11
 Real money gaming ban: ବିନା ପ୍ରାୟୋଜକରେ ଖେଳିବ ଟିମ୍ ଇଣ୍ଡିଆ !

ଏସିଆ କପ୍ ପୂର୍ବରୁ ବିସିସିଆଇ ନିଜର ବଡ଼ ସ୍ପନ୍ସର ଅନଲାଇନ୍ ଗେମିଂ ଆପ୍ - ଡ୍ରିମ୍ ଇଲେଭେନ୍ ସହ ସବୁ ପ୍ରକାର ଚୁକ୍ତି ବାତିଲ୍ କରିଛି । ଆଗକୁ ଏସିଆ କପ ଥିବା ବେଳେ ଭାରତୀୟ ଟିମ୍ ବିନା ପ୍ରାୟୋଜକରେ ଖେଳିପାରେ ।

pujara
Cheteshwar Pujara:କ୍ରିକେଟରୁ ଅବସର ନେଲେ ବଡ଼ ଖେଳାଳି, ଫ୍ୟାନ୍ସଙ୍କୁ କରିଲେ ଇମୋସନାଲ

ପୂଜାରା ୨୦୧୦ ମସିହାରେ ଭାରତ ପାଇଁ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ।୩୭ ବର୍ଷର ପୂଜାରା ୧୦୩ଟି ଟେଷ୍ଟ ଖେଳିବା ସହିତ ୫ଟି ଦିନିକିଆ ଖେଳିଛନ୍ତି। ଟେଷ୍ଟରେ ସେ ୭ ହଜାର ୧୯୫ ରନ କରିଥିବା ବେଳେ ୧୯ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Iyer
Shreyas Iyer: ଶେଷ ହୋଇଗଲା କି ଶ୍ରେୟସ ଆୟରଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅର୍‌ ?

ଏସିଆ କପ୍ ୨୦୨୫ ପାଇଁ ମନୋନୀତ ଭାରତୀୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟର । ଘରୋଇ କ୍ରିକେଟ୍ ଓ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଟି-୨୦ ଟିମ୍‌ରେ ସୁଯୋଗ ଦିଆ ନ ଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି, ଶେଷ ହୋଇଗଲା କି ତାଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅର୍‌?

Shubhman Gill
Asia Cup: ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା, ଶୁଭମନ ଗିଲ ଉପଅଧିନାୟକ

ସେପ୍ଟେମ୍ବର ୯ ରୁ ୨୮ ମଧ୍ୟରେ ଦୁବାଇରେ ଏସିସି ଏସିଆ କପ୍ ୨୦୨୫ ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆ ଟିମ୍ ଘୋଷଣା କରାଯାଇଛି । ଦୁବାଇରେ ଆୟୋଜିତ ଏସିଆ କପ୍ ୨୦୨୫ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ଦଳର ଘୋଷଣା କରାଯାଇଛି।

Gill
Shubman Gill: ଭାରତର ଟି-୨୦ ଯୋଜନାରେ ଫିଟ୍ ହେବେ କି ଶୁବମନ ଗିଲ୍‌ ?

ଟେଷ୍ଟ ଓ ଦିନିକିଆରେ ଶୁବମନ ଗିଲ୍ ଟିମ୍ ଇଣ୍ଡିଆର ଅଭିନ୍ନ ଅଙ୍ଗ, ହେଲେ କ୍ଷୁଦ୍ରତମ ଫର୍ମାଟ୍‌ରେ ତାଙ୍କ ସ୍ଥାନ ପକ୍କା ନୁହେଁ । ସେ ବର୍ଷେ ହେଲା ଖେଳି ନାହାନ୍ତି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ । ଏବେ ପ୍ରଶ୍ନ ଉଠୁଛି, ଭାରତର ଟି-୨୦ ଯୋଜନାରେ ଫିଟ୍ ହେବେ କି ଗିଲ୍‌? ଏସିଆ କପ୍ ପାଇଁ ତାଙ୍କୁ ଟିମ୍‌ରେ କରାଯିବ କି ସାମିଲ୍‌?

Mohammed Siraj
Mohammed Siraj: ପ୍ରତିକୂଳ ପରିସ୍ଥିତିରେ ପରାଜୟ ସ୍ୱୀକାର କରନ୍ତିନି ଟିମ୍ ଇଣ୍ଡିଆର ଏହି ଯୋଦ୍ଧା, ଜାଣନ୍ତୁ ଦଳ ପାଇଁ ସେ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ନିଜର ବୋଲିଂ କୌଶଳ, ଲଢ଼ିବାର ମନୋବୃତ୍ତି ଓ ଟିମ୍ ପ୍ରତି ସମର୍ପଣ ଭାବ ଯୋଗୁଁ ଭାରତ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇପାରିଛନ୍ତି ମହମ୍ମଦ ସିରାଜ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଜଣେ ପ୍ରକୃତ ଯୋଦ୍ଧା ଭଳି ଖେଳିଥିଲେ ଏହି ଭାରତୀୟ ପେସର୍ । ଏବେ କ୍ରିକେଟ୍ ମହଲରେ ତାଙ୍କ ପ୍ରଦର୍ଶନ ଓ ଲଢ଼ୁଆପଣକୁ ନେଇ ବେଶ୍ ଚର୍ଚ୍ଚା ।

Sanju-Samson-Will-Leave-RR
ସାମସନଙ୍କ ପାଇଁ କଣ୍ଟା ହେଲେ ବୈଭବ ସୂର୍ଯ୍ୟବଂଶୀ ?

IPL ଆଗାମୀ ସିଜିନ୍‌ ଆରମ୍ଭ ହେବାକୁ ଏବେ ଅନେକ ଦିନ ବାକି ରହିଛି । କିନ୍ତୁ ପରବର୍ତ୍ତୀ ସିଜିନ୍‌ ପାଇଁ ଏବେଠୁ ଆରମ୍ଭ ହୋଇସାରିଛି ଚର୍ଚ୍ଚା । ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ରାଜସ୍ଥାନ ରୟାଲ୍ସ । କାହିଁକି ନା ଆଗାମୀ ସିଜିନ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଛାଡ଼ିପାରନ୍ତି ସଞ୍ଜୁ ସାମସନ୍‌ । ଆଉ ଏଥିପାଇଁ ସେ ୨୦୨୫ ଆଇପିଏଲ୍‌ ପରେ ପରେ ରାଜସ୍ଥାନ ମ୍ୟାନେଜମେଣ୍ଟକୁ ଆବେଦନ କରିଥିବା ଜଣାପଡ଼ିଛି ।

Messi
Messi:ମୁମ୍ବାଇ ଦେଖିବ ମେସି ମ୍ୟାଜିକ୍‌, ୧୪ ବର୍ଷ ପରେ ଭାରତ ଆସିବେ ଷ୍ଟାର ଫୁଟବଲର

ଭାରତର ଫୁଟବଲ ଓ କ୍ରିକେଟ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ୧୪ ବର୍ଷ ପରେ ଭାରତ ଆସିବେ ଷ୍ଟାର ଫୁଟବଲର ଲିଓନାଲ ମେସି । ଚଳିତ ବର୍ଷର ଶେଷରେ ମେସି ଭାରତ ଆସିବେ ।ଏହି ଗସ୍ତ ସମୟରେ ମେସିଙ୍କୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟ୍‌ ଖେଳୁଥିବାର ଦେଖିବାକୁ ମିଳିବ ।

Virat Kohli
Virat Kohli: ବିରାଟ କୋହଲିଙ୍କୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଏବି ଡି'ଭିଲିୟର୍ସ, ନେଲେ ଆଉ ଜଣଙ୍କ ନାଁ

ନିକଟରେ ଡି'ଭିଲିୟର୍ସ ତିନି ଜଣ ବ୍ୟାଟ୍ସମ୍ୟାନଙ୍କ ନାଁ ନେଇଥିଲେ, ଯେଉଁଥିରେ ସେ କାଲିସଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଆଖ୍ୟା ଦେଇଥିଲେ। ଏହାପରେ ଦ୍ୱିତୀୟ ସ୍ଥାନରେ ଏବି ରିକି ପଣ୍ଟିଙ୍ଗଙ୍କୁ ରଖିଥିଲେ। ତୃତୀୟ ସ୍ଥାନରେ ଏବିଙ୍କର ପସନ୍ଦର ଶୀର୍ଷ ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲି ରହିଛନ୍ତି। ଏହାସହ ଏବି ଏକ ବିଶ୍ୱ ଏକାଦଶ ମଧ୍ୟ ମନୋନୀତ କରିଛନ୍ତି ।

Yuzvendra Chahal
Yuzvendra Chahal: ମୁଁ କାହାକୁ ପ୍ରତାରଣା କରିନାହିଁ, ଆଖି ଆଗରେ ଅନ୍ଧକାର ଛାଇ ଯାଉଥିଲା

ଯେତେବେଳେ ଡିଭୋର୍ସ ବିଷୟରେ ଆଲୋଚନା ହେଲା , ଅନେକ ଲୋକ ତାଙ୍କୁ ପ୍ରତାରକ ବୋଲି କହିଥିଲେ, କିନ୍ତୁ ଏହି କଥା ବିଲକୁଲ ଭୁଲ। ସେ କହିଛନ୍ତି, "ମୁଁ କାହାକୁ ପ୍ରତାରଣା କରିନାହିଁ।

yash dayal
Yash Dayal: ପୁଣି ଦୁଷ୍କର୍ମ ଅଭିଯୋଗ, ଏଫଆଇଆର ରୁଜୁ

୨ ବର୍ଷ ଧରି ଜଣେ ଯୁବତୀଙ୍କୁ ବ୍ଲାକମେଲିଂ କରି ଦୁଷ୍କର୍ମ କରିଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି। ଦୟାଲ ଯୁବତୀଙ୍କୁ କ୍ରିକେଟିଂ କ୍ୟାରିୟରର ସ୍ୱପ୍ନ ଦେଖାଇ ତାଙ୍କର ନିକଟବର୍ତ୍ତୀ ହୋଇଥିଲେ। ୨ ବର୍ଷ ଧରି ବିଭିନ୍ନ ସମୟରେ ସେ ଝିଅଟିକୁ ଡାକି ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ।

WCL
WCL: ଭାରତ ପାକିସ୍ତାନ WCL ମ୍ୟାଚ ବାତିଲ୍ , ଆୟୋଜକଙ୍କ ପକ୍ଷରୁ ଘୋଷଣା

ଖେଳ ହେବା ଆଗରୁ ଭାରତ-ପାକ ମ୍ୟାଚ୍ ବାତିଲ ହୋଇଯାଇଛି । ମ୍ୟାଚଟି ଇଂଲଣ୍ଡର ବର୍ମିଂହାମରେ ହେବାର ଥିଲା । ଭାରତ ଚାମ୍ପିଅନ୍ସ ଏବଂ ପାକିସ୍ତାନ ଚାମ୍ପିଅନ୍ସ ମଧ୍ୟରେ ମ୍ୟାଚ ବାତିଲ ନେଇ ଆୟୋଜକଙ୍କ ପକ୍ଷରୁ ପ୍ରେସ ରିଲିଜ ମାଧ୍ୟମରେ ଘୋଷଣା କରାଯାଇଛି ।

Cricket  At LA Olympics
Cricket At LA Olympics: T20 ଫର୍ମାଟରେ ଖେଳାଯିବ, ଭାଗନେବେ ୧୮୦ଜଣ ଖେଳାଳି

୨୦୨୮ ଅଲିମ୍ପିକରେ କ୍ରିକେଟ T20 ଫର୍ମାଟରେ ଖେଳାଯିବ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦ୍ୱାରା ସ୍ଥିର କରାଯାଇଛି । ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ଦ୍ବାରା ଏହାର ପ୍ରଚାରପ୍ରସାର ଆହୁରି ହୋଇପାରିବ ।

Tragedy On Pitch
Tragedy On Pitch: ହଠାତ ଅନ୍ୟ ଖେଳାଳି କିଛି ବୁଝିପାରିନଥିଲେ...ଚାହୁଁ ଚାହୁଁ ସବୁକିଛି ଶେଷ ହୋଇଗଲା

ସକାଳେ କ୍ରିକେଟ ଖେଳିବା ସମୟରେ ଛକା ମାରିବା ପରେ ହରଜିତ ସିଂ ହୃତଘାତର ଶିକାର ହୋଇଥିଲେ । ସାଙ୍ଗେ ସାଙ୍ଗେ ସାଥି ଖେଳାଳି ସିପିଆର ଦେଇଥିଲେ । କିନ୍ତୁ ବଞ୍ଚାଇପାରିନଥିଲେ।

Rinku Singh-Priya Saroj Wedding
Rinku Singh-Priya Saroj Wedding: ଅଟକିଲା ରିଙ୍କୁ-ପ୍ରିୟାଙ୍କ ବିବାହ ! ଜାଣନ୍ତୁ କାହିଁକି...

ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଓ ତାଙ୍କ ବାନ୍ଧବୀ ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ଉଭୟ ପରିବାର ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ବିବାହର ପ୍ରସ୍ତୁତିରେ ଜୋରସୋରରେ ଲାଗିଥିଲେ, କିନ୍ତୁ ବର୍ତ୍ତମାନର ସୂଚନା ଅନୁଯାୟୀ...

ICC Hall of Fame 2025
MS Dhoni ICC Hall of Fame: ICC ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇଲେ ଧୋନୀ

ଏକାଦଶ ଭାରତୀୟ କ୍ରିକେଟର୍ ଭାବେ ICC ହଲ୍ ଅଫ୍ ଫେମ୍ ରେ ସାମିଲ ହୋଇଛନ୍ତି ଧୋନୀ। ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ୫ ବର୍ଷ ପରେ ଧୋନୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ahwin
Umpire Decision Controversy: ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିରେ ଆଉଟ ହେଲେ ଅଶ୍ବିନ, ରିଆକ୍ସନର ଭିଡିଓ ହେଉଛି ଭାଇରାଲ

ତେବେ ଅଶ୍ବିନ ସ୍ବିପ ଶଟ ମିସ କରିଥିବା ବେଳେ ବଲ ତାଙ୍କ ପ୍ୟାଡରେ ବାଜିଥିଲା। ସାଇ କିଶୋର ଆଉଟ ପାଇଁ ଆବେଦନ କରିଥିବା ବେଳେ ଅମ୍ପାୟାର ଆଉଟ ଦେଇଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତି ଅଶ୍ବିନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବଲଟି ଲେଗ ଷ୍ଟମ୍ପ ବାହାରେ ପିଚ ହୋଇଥିବା ବେଳେ ଅମ୍ପାୟାର ଅଶ୍ବିନଙ୍କୁ ଆଉଟ ଦେଇଥିଲେ।