• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona Breaking News

covid
୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ପ୍ରଭାବିତ ଟପ୍ ଟେନ୍ ଦେଶ ତାଲିକାରେ ଥିବା ଭାରତରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୬ ହଜାର ୫୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪୬ ମୃତ୍ୟୁ ରେକର୍ଡ କରାଯାଇଛି। ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୧୬୭ ଟପିଥିବା ବେଳେ ଆକ୍ଟିଭ୍‌ କେସ୍ ୮୦ ହଜାର ୭୨୨ ରହିଛି। ଏପର୍ଯ୍ୟନ୍ତ ସୁସ୍ଥ […]

corona testing
ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ। ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ। ଉଭୟ ଆଣ୍ଟିଜେନ ଓ RTPCR ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ। ନୂଆ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ ୧୯ ୱେବସାଇଟରେ ବ୍ୟବସ୍ଥା ହୋଇଛି। ୱେବସାଇଟକୁ ଯାଇ ନୋ ୟୋର ଟେଷ୍ଟ ରିପୋର୍ଟକୁ କ୍ଲିକ କରନ୍ତୁ। ସେଠି ସାମ୍ପଲ ଦେଲା ବେଳେ ଦେଇଥିବା […]

covischield
ଘରେ ରହି କର କୋଭିଡ୍ ଟେଷ୍ଟ; ୧୫ ମିନିଟ୍‌ରେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଘରେ ରହି କୋଭିଡ୍ ଟେଷ୍ଟ ଲାଗି ଉଦ୍ଦିଷ୍ଟ ରାପିଡ୍ ଆଣ୍ଟିଜେନ୍ କିଟ୍‌କୁ ଗ୍ରୀନ ସିଗନାଲ। କୋଭିଡ୍ ବିରୋଧୀ ଲଢେଇର ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ଏଥିପାଇଁ ଅମୁମତି ପ୍ରଦାନ କରିଛି। ତାସହିତ ଏହି କିଟ୍‌କୁ କିଭଳି ବ୍ୟବହାର କରାଯିବା ସେନେଇ ଗାଇଡଲାଇନ୍ ବି ଜାରି କରିଛି। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ଥିବ କିମ୍ବା ସିଧାସଳଖ କୋଭିଡ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ କେବଳ ସେମାନେ ହିଁ […]

vaccaine
ଠିକ୍‌ ସମୟରେ ଟିକାନେଲେ କମିବ କରୋନା ସଂକ୍ରମଣ: ACS

ଭୁବନେଶ୍ୱର:  ମେ ୧ରୁ ଘରୋଇ ହସ୍ପିଟାଲକୁ ଦିଆଯାଉଥିବା ୨୫୦ ଟଙ୍କିଆ ଟିକା ବନ୍ଦ। ଏପ୍ରିଲ ୩୦ରୁ ସବୁ ଘରୋଇ CVCକୁ ଟିକା ବନ୍ଦ ନେଇ ACS ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ପୋରେସନକୁ ACS ଚିଠି କରିଛନ୍ତି। ଘରୋଇ ହସ୍ପିଟାଲ ସିଧାସଳଖ ଫାର୍ମା କମ୍ପାନୀ ଠାରୁ ଟିକା କିଣିବେ। ବ୍ୟବସ୍ଥା ଅନୁସାରେ ୫୦% କୋଟାରୁ ଘରୋଇ ହସ୍ପିଟାଲ ଟିକା କିଣିବେ। ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ACS ପରାମର୍ଶ ପରାମର୍ଶ ଦେଇଛନ୍ତି। […]

OTV-Portal
କରୋନାରୁ ମୁକ୍ତି ପାଇବା ପାଇଁ ଗାଁରେ ବୁଲିଲା ମଶାଲ

ଅଗର ମାଲୱା: କରୋନାର ଦ୍ୱିତୀୟ ଲହରୀ ସାରା ଦେଶରେ ଉଗ୍ର ରୂପ ଧାରଣ କଲାଣି। ମହାମାରୀକୁ ଦମନ କରିବା ପାଇଁ ଦେଶର ପ୍ରତିଷ୍ଠିତ ଫାର୍ମା କମ୍ପାନୀମାନେ ଦିନରାତି ଏକ କରିଦେଇଛନ୍ତି। କିନ୍ତୁ ଦେଶର କିଛି ଏମିତି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରାମଦାସ ଅଠୱାଲେଙ୍କ ‘ଗୋ କରୋନା ଗୋ’ ପରେ ଏବେ ଆଉ ଏକ ସ୍ଲୋଗାନ୍ ଚର୍ଚ୍ଚାକୁ ଆସିଛି। କରୋନାକୁ ତଡ଼ିବା ପାଇଁ ଏବେ ଚର୍ଚ୍ଚା ହୋଇଛି ‘ଭାଗ୍‌ କରୋନା […]

cm-naveen
ମାସ୍କ ନପିନ୍ଧିଲେ ୨ଗୁଣା ଜୋରିମାନା: ନବୀନ

ଭୁବନେଶ୍ୱର: କରୋନା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ମାନବ ଇତିହାସରେ ଏଭଳି ସଂକଟ କେବେ ବି ଆସିନଥିଲା। ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ଥିଲା। ଆମକୁ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା। ବାରମ୍ବାର ଲକଡାଉନ, ସଟଡାଉନ କରିବାକୁ ପଡ଼ିଥିଲା। ଏବେ କୋଭିଡ୍‌ର ଦ୍ୱିତୀୟ ଲହର ଆରମ୍ଭ ହୋଇଛି, ଶୀଘ୍ର ବ୍ୟାପୁଛି। ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଆରମ୍ଭ ହେଲାଣି। ଆମେ କୋଭିଡ଼ ନିୟମ ମାନିଲେ […]

hostel
ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼, ଗାଇଡଲାଇନ୍‌ ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼। ଏହି ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ ଲାଗି ଗାଇଡ୍‌ଲାଇନ୍ ଜାରି କରିଛି ବିଏମ୍‌ସି। ପରୀକ୍ଷା ସରିଥିବା ଓ ପରୀକ୍ଷା ନଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାଙ୍କ ପରୀକ୍ଷା ସରିନି, ପୂରା ଗାଇଡ୍ ଲାଇନ୍ ମାନି ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି […]

vaccine
ଆଜି ଓଡ଼ିଶାକୁ ଆସିବ କରୋନା ଟିକା

ଭୁବନେଶ୍ୱର: ଆଜି ଓଡ଼ିଶାକୁ ଆସିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ। ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଆଜି ଟିକା ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେଉଛି କୋଭିଡ ଟିକାକରଣ ମହା ଅଭିଯାନ। ଏଥିପାଇଁ ମହାରାଷ୍ଟ୍ରସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କଡା ସୁରକ୍ଷା ବଳୟରେ ଫ୍ରିଜର ଥିବା ଅତ୍ୟାଧୁନିକ ଟ୍ରକ୍‌ରେ […]

strain
୩ ବ୍ରିଟେନ ଫେରନ୍ତା କରୋନାରେ ଆକ୍ରାନ୍ତ: 'ବିଚଳିତ ହୁଅନି, ମୁକାବିଲା କର'

ଭୁବନେଶ୍ୱର: ବ୍ରିଟେନ୍ ଫେରନ୍ତାଙ୍କୁ ତଥ୍ୟ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ନିବେଦନ। ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜ ନିଜର ତଥ୍ୟ ଦେବାକୁ ନିବେଦନ କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ରଖିବାକୁ ସେ ଅନୁରୋଧ କରିଛନ୍ତି। ବ୍ରିଟେନରୁ ଫେରିବା ପରେ ଦେଇଥିବା ମୋବାଇଲ ନମ୍ବର ଅନେକକଙ୍କର ଭୁଲ ରହିଛି। ୧୮ଟି ଜିଲ୍ଲାର ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରର ଅଟନ୍ତି। BMC ପକ୍ଷରୁ ସେମାନଙ୍କୁ ଠାବ କରିବାକୁ ପ୍ରୟାସ […]

Bonda People
କରୋନା ସଂକ୍ରମିତ ଚିହ୍ନଟ ପରେ ବଣ୍ଡା ଘାଟିରେ ଟିକାକରଣ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ କରୋନା ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । ବଣ୍ଡା ଘାଟିରେ ଲୋକଙ୍କ କରୋନା ଟେଷ୍ଟ କରାଯିବା ସହ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଯାଇ ଲୋକଙ୍କୁ ଟିକାଦାନ କରୁଛନ୍ତି । ତେବେ ଗତ କିଛି ଦିନ ପୂର୍ବେ ରାଜ୍ୟ ସବୁଠାର  ଦୁର୍ଗମ ଅଞ୍ଚଳ କୁହାଯାଉଥିବା ବଣ୍ଡା ଘାଟିରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସ୍ଥାନୀୟ […]

corona-state-dead
ଆଜି ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : କରୋନାରେ ଦୈନିକ ମୃତ୍ୟୁରେ ରାଜ୍ୟରେ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂଆ ମୃତ୍ୟୁ ତଥ୍ୟ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫ଶହ ୧୬କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ଆଜି ବି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଦିନକରେ ୧୧ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲିର ହାରଠାରୁ ଏହା ସମାନ୍ୟ ହ୍ରାସ […]

Kandhamal
କରୋନା ଗୁଜବ; ଲୋକଙ୍କ ଭିତରେ ଟେଷ୍ଟିଂ ଭୟ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁରାଙ୍ଗିଆରେ କରୋନାକୁ ନେଇ ନାନା ଗୁଜବ ପ୍ରଚାର ହେବାରେ ଲାଗିଛି। ଏଥିରେ ପ୍ରଭାବିତ ହୋଇ ଲୋକେ କରୋନା ଟେଷ୍ଟିଂ କରିବାକୁ ମନା କରୁଛନ୍ତି। ଟେଷ୍ଟିଂ କଲେ ସେମାନଙ୍କୁ ଦୂରକୁ ନେଇ ତାଙ୍କ କିଡନି ଓ ଆଖି ତାଡ଼ିନେବା ଭଳି ଗୁଜବ ଶୁଣିବାକୁ ମିଳୁଛି । ଏଥିପାଇଁ ଲୋକେ ଭୟଭୀତ ହୋଇ ଟେଷ୍ଟିଂ କରୁନାହାନ୍ତି। ଗାଁର ଅନେକ ଲୋକଙ୍କୁ ଜ୍ୱର ହୋ‍ଇଥିଲେ ବି ଟେଷ୍ଟିଂ କରୁନାହାନ୍ତି । ସେପଟେ ଏନେଇ […]

Labour
କରୋନା ବେଳେ ଶ୍ରମିକ ଚାଲାଣ!

କୋରାପୁଟ : କରୋନା କାଳରେ ହେଉଛି ଶ୍ରମିକ ଚାଲାଣ। ଶ୍ରମିକଙ୍କୁ ଏକ ଘରୋଇ ବସରେ ତାମିଲନାଡୁ ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ କାଠରଗଡା ପଞ୍ଚାୟତର ନୂଆଗୁଡା ଗାଁରେ। ଗାଁର ୧୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ଏକ ବସ ତାମିଲନାଡୁ ତିରୂଚୁର ଜିଲ୍ଲାର ଏକ ଘରୋଇ ସୂତାମିଲକୁ  ଯାଉଥିଲା। ତେବେ ବସଟି ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିସିଂହପୁର ଥାନା ପୁଲିସ ବସକୁ ଅଟକାଇ ଘଟଣାର ଯାଞ୍ଚ କରିବାରୁ […]

pradeep-and-pathak
କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ IFS ଅଭୟକାନ୍ତ ପାଠକ

କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ IFS ଅଭୟକାନ୍ତ ପାଠକ। ଉଭୟଙ୍କୁ ଝାରପଡ଼ା ଜେଲରରେ ଆଇସୋଲେସନରେ ରଖାଯାଇଛି। କାଲି ଝାରପଡ଼ା ଜେଲରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ କରୋନା ସଂକ୍ରମିତ।

corona-odisha
ଭୟଙ୍କର ହେଲାଣି କରୋନା: ସ୍ଥିତି ବିଗିଡ଼ିଲେ ସମ୍ଭାଳିପାରିବେ ତ ରାଜ୍ୟ ସରକାର?

ତେବେ କରୋନାର ଉଗ୍ରରୂପର ମୁକାବିଲା ଲାଗି କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର? ଓଡ଼ିଶାରେ ଯଦି ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ସ୍ଥିତି ସୃଷ୍ଟି ହୁଏ ତାର କିଭଳି ସାମନା କରାଯିବ?

Bed
ହସ୍ପିଟାଲରେ ମିଳୁନି ବେଡ୍, ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ରହୁଛନ୍ତି ରୋଗୀ

ଭୟଙ୍କର ହେବାରେ ଲାଗିଛି କରୋନା। ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଗୁଜୁରାଟ୍‌ରେ ସ୍ଥିତି ଅଣାୟତ୍ତ ରହିଛି

exam
ମହାରାଷ୍ଟ୍ରରେ କରୋନା ପାଇଁ ବାତିଲ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରଖିଛନ୍ତି ସରକାର। କୋଭିଡ ସଂକ୍ରମଣ ବଢୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ପରୀକ୍ଷା ସମ୍ପର୍କରେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡା ସୂଚନା ଦେଇଛନ୍ତି

Odisha-corona
ପୂର୍ବରୁ ଫଁ ଫଁ ହେଉଥିଲା, ଏବେ ଚୋଟ ମାରୁଛି। ରାଜ୍ୟରେ ସଙ୍ଗୀନ ହେଲାଣି କରୋନା ସ୍ଥିତି

ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଛତିଶଗଡ ବର୍ଡରକୁ ଲାଗିଥିବା ଏସବୁ ଜିଲ୍ଲାର ପ୍ରବେଶ ପଥ ସିଲ୍ ହୋଇଛି। ରାସ୍ତା ଉପରେ ବାଉଁଶ ବାନ୍ଧି ସୀମା ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ

corona
କରୋନା ସ୍ଥିତି ସଙ୍ଗୀନ: ବର୍ତ୍ତମାନ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ କ୍ଷତିକାରକ

ଭୟ ବଢ଼ାଇଲା ଏପ୍ରିଲ ମାସ। ଦୈନିକ ସଂକ୍ରମଣର ଭୟଙ୍କର ଟ୍ରେଣ୍ଡ ଦେଖିବାକୁ ମିଳିଛି। ମାର୍ଚ୍ଚ ୩୧ ରେ ୩ ଶହ ତଳେ ଥିବା ଦୈନିକ ସଂକ୍ରମଣ ଏପ୍ରିଲ୍ ୧ ରେ ଚାରିଶହ ମୁହାଁ ହୋଇ ଆଜି ଦିନରେ ୯ ଶହ ଛୁଇଁବାକୁ ବସିଲାଣି। ଗଲା ତିନିଦନର କରୋନା ଗ୍ରାଫ୍ ତ ଡରାଇଲା ଭଳି ରହିଛି।

modi
ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା - ମୋଦି

ଆଗାମୀ ୨ରୁ ୩ ସପ୍ତାହ ସତର୍କ ରୁହ ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ ଜରୁରୀ ନୁହେଁ ଗୋଟିଏ ରାଜ୍ୟକୁ ସମ୍ପୂର୍ଣ୍ଣ ଟୀକାଦେବା ସମ୍ଭବ ନୁହେଁ ଆମକୁ ଦେଶର ସବୁ ରାଜ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ଆମେ ପୂର୍ବବର୍ଷ ପରି ଏଥର ବି କରୋନା ଉପରେ ବିଜୟ ଲାଭ କରିବା ନୂଆଦିଲ୍ଲୀ: କରୋନାକୁ ନେଇ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା […]

corona
ଷ୍ଟାଡିୟମ ହେଲା କି ସୁପରସ୍ପ୍ରେଡର?

ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଭଳି ଛତିଶଗଡ଼ ସୀମାନ୍ତ ଜିଲ୍ଲା ମାନଙ୍କରେ ହୁ ହୁ କୋଭିଡ୍ ସଂକ୍ରମଣ ପଛରେ କୁଆଡ଼େ ଏକ କ୍ରିକେଟ୍ ମ୍ୟାଚ୍ ଦାୟୀ ବୋଲି ଆଶଙ୍କା କରାଯାଉଛି

corona testing
ଖୋର୍ଦ୍ଧାକୁ ଟପିଲା କଟକ; ଦିନକରେ ବାହାରିଲେ ୧,୧୩୩ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ଆଜି ବି ୧୧ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୧୨,୮୫୨  କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧, ୦୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। କଟକରୁ ସର୍ବାଧିକ ୧,୧୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୧୦୧୦ ଓ ସୁନ୍ଦରଗଡ଼ରୁ ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ […]

doctors
ଦେଶରେ କରୋନାର ଦ୍ଵିତୀୟ ଲହର ନେଲାଣି ୪୦୦ରୁ ଅଧିକ ଡାକ୍ତରଙ୍କ ଜୀବନ, ଦିଲ୍ଲୀରେ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଯଦିଓ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି, ହେଲେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିନାହିଁ। ଗତ ୨୪ ଘଣ୍ଟାରେ ଦେଶରେ ୪,୧୯୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା କବଳରୁ ଲୋକଙ୍କୁ ରକ୍ଷା କରୁଥିବା ଡାକ୍ତରମାନେ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହାନ୍ତି। କରୋନା କବଳରେ ପଡ଼ି ଡାକ୍ତରମାନେ ମଧ୍ୟ ଜୀବନ ହରାଇବାରେ ଲାଗିଛନ୍ତି। ଦେଶରେ କରୋନାର ଦ୍ଵିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। […]

caring of covid patient
ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଆଡଭାଇଜରି ମଧ୍ୟ ଜାରି ହୋଇଛି। ଦୁର୍ବଳ,  ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ସଂକ୍ରମଣ ପ୍ରବଣ ଲୋକ ଇତ୍ୟାଦିଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ତ ରାଜ୍ୟର ମୁଖ୍ୟ […]

villagers detain medical team
କୋଭିଡ୍ ଟେଷ୍ଟ ପାଇଁ ଯାଇଥିବା ମେଡିକାଲ୍‌ ଟିମ୍‌କୁ ବନ୍ଧକ ରଖିଲେ ଲୋକେ

ବଲାଙ୍ଗିର: କୋଭିଡ୍ ଟେଷ୍ଟ ପାଇଁ ଗାଁକୁ ଯାଇଥିବା ମେଡିକାଲ୍‌ ଟିମ୍‌କୁ ବନ୍ଧକ ରଖିଲେ ଗାଁ ଲୋକେ। କୋଭିଡ୍‌ ପରୀକ୍ଷା ପରେ ପଜିଟିଭ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରି ମେଡିକାଲ୍‌ ଟିମ୍‌କୁ ଗ୍ରାମବାସୀମାନେ ୫ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖି ଦେଇଥିଲେ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ବରଗାଁରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗତ ୧୮ ତାରିଖ ଦିନ ବୈଦିପାଲି ଗାଁର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ […]