ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଋଣ ଉପରେ ସୁଧ ଦେବାକୁ ପଡୁଥିଲା, କିନ୍ତୁ ଏବେ ଏହା ଉପରେ କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ। କିସ୍ତିର ଅବଧି ବୃଦ୍ଧି ହେବା ସହିତ ପ୍ରତ୍ୟେକ ମାସର EMI ହ୍ରାସ ପାଇବ । ଗରିବ ଏବଂ ମଧ୍ୟବିତ୍ତ ପରିବାରର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇବାରେ ଏହା ସାହାଯ୍ୟ କରିବ।
ବିହାରର ରାଜଧାନୀ ପାଟନାରେ ଜମି ବ୍ୟବସାୟୀ ରାଜକୁମାର ରାୟ ଓରଫ ଆଲା ରାୟଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ସେ ପୂର୍ବରୁ ଆରଜେଡି ସହ ଜଡ଼ିତ ଥିଲେ ଏବଂ ଏଥର ରାଘୋପୁର ବିଧାନସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି କରୁଥିଲେ । ସେଠାରେ ବର୍ତ୍ତମାନ ଆରଜେଡି ନେତା ତେଜସ୍ୱୀ ଯାଦବ ବିଧାୟକ ଅଛନ୍ତି।
ଏହି ଦଳଗୁଡ଼ିକ ଗତ ଛଅ ବର୍ଷ ଧରି କୌଣସି ନିର୍ବାଚନରେ ଭାଗ ନେଇ ନାହାନ୍ତି। ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଦଳଗୁଡ଼ିକର ରିପୋର୍ଟ ପ୍ରସ୍ତୁତ କରି ନିର୍ବାଚନ କମିଶନଙ୍କ ନିକଟକୁ ପଠାଇଛନ୍ତି। ଏବେ କମିଶନ ଶୀଘ୍ର ଏହି ଦଳଗୁଡ଼ିକୁ ନିବନ୍ଧିତ ଅଣ-ମାନ୍ୟତାପ୍ରାପ୍ତ ଦଳଙ୍କ ତାଲିକାରେ ରଖାଯିବ ନା ତାଲିକାରୁ ବାହାର କରାଯିବ ତାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ।
ବିହାରରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳେ ବି ପ୍ରଶ୍ନ କରୁଛନ୍ତି, ରାହୁଲ ତାହାକୁ ଏଡ଼ାଇ ଦେଉଛନ୍ତି। ଆଉ ଏହା ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ରାହୁଲ ଓ ତେଜସ୍ୱୀଙ୍କ ଯୋଡ଼ି ବିହାରରେ ଖୁବ୍ ଜମୁଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାନଯିବା ପଛରେ କିଛି ରହସ୍ୟ ଥାଇପାରେ ବୋଲି କୁହାଯାଉଛି।
କଂଗ୍ରେସ ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଅପଶବ୍ଦ ବ୍ୟବହାର କରାଯିବା ଘଟଣାରେ କାର୍ଯ୍ୟକ୍ରମର ଆୟୋଜକ ମହମ୍ମଦ ନୌଶାଦଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରାଯାଇଛି। ଏହାକୁ ନେଇ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ନୌଶାଦ ଏହି ଘଟଣା ସାମ୍ନାକୁ ଆସିବା ପରେ ନିଜର ପକ୍ଷ ରଖି କ୍ଷମା ମାଗିଛନ୍ତି।
ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କୀ ନେପାଳ ସୀମା ଦେଇ ବିହାରରେ ଅନୁପ୍ରବେଶ କରିଛନ୍ତି।
ଗାଁ ଲୋକମାନେ ପୀଡ଼ିତଙ୍କ ପରିବାର ଲୋକଙ୍କ ପାଇଁ କ୍ଷତିପୂରଣ ଦାବି କରି ମନ୍ତ୍ରୀ ଆଗରେ ନାରାବାଜୀ କରିଥିଲେ। ତେବେ ମନ୍ତ୍ରୀ ସେମାନଙ୍କ ଦାବି ପରବର୍ତ୍ତୀ ସମୟରେ ବିଚାର କରାଯିବ କହିଥିଲେ। ବାସ୍ ଏହା ଶୁଣି ଗାଁ ଲୋକ ଚିହିଁକି ଉଠିଥିଲେ। ଶତାଧିକ ଗାଁ ଲୋକ ହାତରେ ଠେଙ୍ଗା ଓ ପଥର ଧରି ମନ୍ତ୍ରୀଙ୍କୁ ମାଡ଼ ମାରିବାକୁ ଦୌଡ଼ି ଆସିଥିଲେ।
ବୁଲେଟ ଚଳାଇ ରାଲି କରୁଥିଲେ ରାହୁଲ ଗାନ୍ଧୀ। ତାଙ୍କ ସୁରକ୍ଷା ପା ଅନେକ ସୁରକ୍ଷାକର୍ମୀ ମଧ୍ୟ ଥିଲେ। କିନ୍ତୁ ସୁରକ୍ଷା ବଳୟକୁ ଭେଦ କରି ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ କିସ୍ କରିବାକୁ ଚେଷ୍ଟା କରିଥିଲେ।
ବିହାରରେ କ୍ୟାଟ୍ କୁମାର ନାଁରେ ରେସିଡେନ୍ସ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିବା ବେଳେ ଆବେଦନକାରୀଙ୍କ ନାମ କ୍ୟାଟ୍ କୁମାର, ପିତା ଭାବରେ କ୍ୟାଟି ବସ୍ ଏବଂ ମାତା ଭାବରେ କାଟିୟା ଦେବୀ ନାମ ରହିଛି।
ତେଜ ପ୍ରତାପ କହିଛନ୍ତି ଯେ ଆଗାମୀ ଦିନରେ ଅନେକ ଚ୍ୟାଲେଞ୍ଜ ଅଛି। ଅନେକ ଲୋକ ଭାବନ୍ତି ଯେ ଆମ ସହିତ ଟକ୍କର ଦେଲେ ସେମାନେ ଚୂରମାର ହୋଇଯିବେ। ବିହାର ଓ ଦେଶର ଜନତା ଜାଣନ୍ତି ଯେ ମୋ ସହିତ କିପରି ଅନ୍ୟାୟ ହୋଇଛି। ଆମେ ମହୁଆରୁ ନିର୍ବାଚନ ଲଢ଼ିବା ଘୋଷଣା କରିଛୁ। ମହୁଆ ପାଇଁ ଆମେ ବହୁତ କାମ କରିଛୁ। ଆମେ ଆଗକୁ ବିହାର ପାଇଁ ଲଢ଼େଇ ଜାରି ରଖିବୁ। ମୋର ଅନେକ ଶତ୍ରୁ ଅଛନ୍ତି।
ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜେପି ଭରସାରେ ମୁଖ୍ୟମନ୍ତ୍ରୀ ହୋଇଥିବା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ଲୋକଙ୍କୁ ନିଜ ସପକ୍ଷରେ ଆଣିବା ପରେ ସେ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରି ଚାଲିଛନ୍ତି।
ଅଞ୍ଜଳି ସହ ସମ୍ପର୍କ ଚ୍ଛିନ୍ନ ହେବା ପରେ ପ୍ରେମିକ ଶୁଭମ ତା’ର ସାଙ୍ଗ ରୌଶନ ସହ ମିଶି ଅଞ୍ଜଳି ଓ ତାଙ୍କ କୁନି ଭାଇଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ।
ବିଶ୍ବାସ ହେଉନଥିଲେ ବି ବିଲକୁଲ ସତ ଘଟଣା। କୁକୁର ପୁଣି ବାବୁ ଆଉ ତା ନାଁରେ ଜାରି ହୋଇଛି ଏମିତି କିଛି ପ୍ରମାଣ ପତ୍ର ଜାରି ହୋଇଛି ବିହାରରେ।
ଏହି ରେସିଡେନ୍ସ ସାର୍ଟିଫିକେଟରେ କୁକୁରର ନାଁ ‘ଡଗ୍ ବାବୁ’ ରହିଛି । କୁକୁର ବାପାର ନାଁ ରହିଛି ‘କୁତା ବାବୁ’ । ଡଗ୍ ବାବୁ ମାଆର ନାଁ ରହିଛି କୁତିୟା ଦେବୀ । ଠିକଣାରେ ଲେଖାଯାଇଛି କାଉଲିଚୌକ ମହଲା, ୱାର୍ଡ ନମ୍ୱର ୧୫, ନଗର ପରିଷଦ ମସାଉରି । ଏଥିରେ ରେଭେନ୍ୟୁ ଅଫିସର ମୁରାରୀ ଚୌହାନଙ୍କ ଦସ୍ତଖତ ରହିଛି ।
ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଏକ ୩ ବର୍ଷର ଶିଶୁ ଗୋବିନ୍ଦ କୁମାର ଏକ ଜୀଅନ୍ତା ନାଗ ସାପକୁ କାମୁଡ଼ି ମାରି ଦେଇଥିବା ବେଳେ ସେ ନିଜେ ବେହୋସ୍ ହୋଇ ଯାଇଛନ୍ତି।
ପୋଲିସ ପରେଡ ଗ୍ରାଉଣ୍ଡରେ ହୋମଗାର୍ଡ ନିଯୁକ୍ତି ପାଇଁ ଚାଲିଥିବା ଶାରୀରିକ ସହନଶୀଳତା ପରୀକ୍ଷା ସମୟରେ ଘଟିଛି । ପରୀକ୍ଷା ସମୟରେ ଦୌଡ଼ ପରୀକ୍ଷା ଦେଉଥିବା ଏହି ୨୬ ବର୍ଷୀୟ ମହିଳା ହଠାତ୍ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ନିଆଯାଇଥିଲା। ସେ ଅଚେତ ଅବସ୍ଥାରେ ଥିବା ସମୟରେ ଆମ୍ବୁଲାନ୍ସ ଭିତରେ ୩ ରୁ ୪ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।
ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ କୋଲକାତାର ଏକ ଗେଷ୍ଟ ହାଉସରେ ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଆଘାତ ଲାଗିଥିଲା।
ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ପାଞ୍ଚ ଜଣ ଦୁର୍ବୃତ୍ତ ବହୁତ ଆରାମରେ ପାରସ ହସ୍ପିଟାଲରେ ପ୍ରବେଶ କରୁଛନ୍ତି ଏବଂ ଚନ୍ଦନ ଯେଉଁ ଓ୍ଵାର୍ଡରେ ରହୁଥିଲେ, ସେହି ଦିଗକୁ ଆଗେଇ ଯାଉଛନ୍ତି। ଏହି ମାମଲାରେ ପୁଲିସ ଏଫଆଇଆର ରୁଜୁ କରିଛି।
ନୀତୀଶ କୁମାର ଆଜି ମାଗଣା ବିଜୁଳି ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ଅଗଷ୍ଟ ୧ ତାରିଖରୁ ରାଜ୍ୟ ସରକାର ବିହାରବାସୀଙ୍କୁ ୧୨୫ ୟୁନିଟ ଯାଏ ମାଗଣା ବିଜୁଳି ଦେବେ ବୋଲି ନୀତୀଶ କୁମାର କହିଛନ୍ତି।
ବିହାରର ରାଜଧାନୀ ପାଟନାର ପାରସ ହସ୍ପିଟାଲରେ ଜଣେ ପାରୋଲ କଏଦୀ ଚନ୍ଦନ ମିଶ୍ରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଶତ୍ରୁ ଗ୍ୟାଙ୍ଗର ସଦସ୍ୟ।
ସ୍ତ୍ରୀର ଥିଲା ପରକୀୟାପ୍ରୀତି । ଘର ଛାଡିବା ଯୋଜନାରେ ଥିଲା । ବାହାର ରାଜ୍ୟରେ ରହୁଥିବା ସ୍ୱାମୀ ଘରେ ପହଞ୍ଚିବା ପରେ ବିଚଳିତ ହୋଇପଡିଥିଲା ସ୍ତ୍ରୀ । ରାତି ଅଧରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସ୍ୱାମୀଙ୍କୁ ମାରିଦେଲା । ଆକ୍ରମଣ ବେଳେ ମୁହଁରେ ରକ୍ତ ପଡିବାରୁ ଉଠି ପଡିଥିଲା ୧୨ ବର୍ଷର ପୁଅ । ମାଆ କହିଲା, ଶୋଇପଡ ନହେଲେ ତୋତେ ମାରିଦେବି ।
ଏଠି ସତରେ କ'ଣ ଚାଲିଛି ଜଙ୍ଗଲରାଜ୍ ? କାହିଁକି ଘଟୁଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ? ଶେଷରେ ଓକିଲଙ୍କୁ ବି ଗୁଳି କରି ଫେରାର୍ ହୋଇଗଲେ । ଆଇନଶୃଙ୍ଖଳା ପରିସ୍ଥିତି ଜଟିଳ ହୋଇପଡିଲାଣି ।
ଜାତୀୟ ମତ୍ସ୍ୟ ଚାଷ ଦିବସ ଅବସରରେ ବିହାରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସୁପୌଲ ଜିଲ୍ଲାର ମତ୍ସ୍ୟ ଅଧିକାରୀ ମଦ ପିଇ ଯିବା ପରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ୨୦୨୪ରେ ମଦ୍ୟପାନ ଅବସ୍ଥାରେ ତାଙ୍କୁ ଧରାଯାଇଥିଲା ।
କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବ ଉପରେ ମୋହର ଲଗାଯାଇଛି । ସେହିପରି ଯୁବଗୋଷ୍ଠୀଙ୍କୁ ଅଧିକ ସଶକ୍ତ କରିବାକୁ ବିହାର ୟୁଥ କମିଶନ ଗଠନ ହେବ । ଏନେଇ ନୀତୀଶ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।
ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ଅଭିଯୋଗ । ନିର୍ଧୁମ ମାଡ଼ ପରେ ଜୀଅନ୍ତା ଜାଳିଦେଲେ ଗ୍ରାମବାସୀ । ଟ୍ରାକ୍ଟରରେ ମୃତଦେହ ସବୁ ନେଇ ଫିଙ୍ଗିଦେଲେ । ପୂରା ଗାଁରେ ଚାଞ୍ଚଲ୍ୟ । ସମ୍ପୃକ୍ତ ଥିବା ୩ ଅଭିଯୁକ୍ତ ଗିରଫ । ପରିବାରର ଏକମାତ୍ର ଜୀବିତ ପୁଅ ବଖାଣିଲା ଛାତିଥରା କାହାଣୀ...