ଏୟାରପୋର୍ଟ ନୂଆ ରୋଡ଼ରେ ଦୁର୍ବୃତ୍ତଙ୍କ ଏଭଳି କାରନାମା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ଖଣ୍ଡଗିରି ଥାନା ପୋଲିସ ଘଟଣାର ଛାନଭିନ କରୁଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି I ଅଭିଯୁକ୍ତମାନେ ସ୍ଥାନୀୟ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି I
ଆସନ୍ତା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ହେବ ମକ୍ ଡ୍ରିଲ୍ । ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏହି ମକ୍ ଡ୍ରିଲ୍ କରାଯିବ ।
'ଭୁବନେଶ୍ୱର ବିମାନ ବନ୍ଦରର ବିମାନ ଟେକ୍ ଅପ୍ ଓ ଲ୍ୟଣ୍ଡିଂ ପଥରେ ରହିଛି ପ୍ରତିବନ୍ଧକ। ବିମାନ ଟେକ୍ ଅପ୍ ପଥରେ ବଡ ବଡ ଗଛ ରହିଛି। ଏପରିକି ରନ୍ ୱେ ର ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଅନେକ ବେଆଇନ୍ ଉଚ୍ଚ ଅଟାଳିକା ମଧ୍ୟ ବିମାନ ବନ୍ଦର ପାଖରେ ଗଢି ଉଠିଛି।' - ପ୍ରସନ୍ନ ପ୍ରଧାନ, ନିର୍ଦ୍ଦେଶକ, ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର
ବିମାନ ଟେକ୍ ଅଫ୍ ପଥରେ ବଡ଼ ବଡ଼ ଗଛ ରହିଛି । ଏମିତିକି ରନ୍ୱେର ନିର୍ଦ୍ଦିଷ୍ଟ ଦୂରତାରେ ବେଆଇନ ଉଚ୍ଚ ଅଟ୍ଟାଳିକା ମଧ୍ୟ ଗଢ଼ି ଉଠିଛି ।
ଭୁବନେଶ୍ବର ଏୟାରପୋର୍ଟରେ ମିଳିଲା ଏକ ଗୋଲାପି ବ୍ୟାଗ୍। ତେବେ ବ୍ୟାଗର କେହି ଦାବିଦାର ନ ଥିଲେ। ଏହାକୁ ନେଇ ଟେନସନ ବଢ଼ିବାରୁ ଡଗ୍ ଏବଂ ବମ୍ବ ସ୍କ୍ବାଡ୍ ଯାଞ୍ଚ କରିଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ରାଜ୍ୟର ଏୟାରପୋର୍ଟକୁ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ହାଇ ଆଲର୍ଟ ଜାରି କରାଯାଇଛି।
ପଶ୍ଚିମ ପ୍ରାନ୍ତଙ୍କୁ ଉଡ଼ାଣ କଟକଣା ଥିବାରୁ ଭୁବନେଶ୍ୱରରୁ ୨ ବିମାନ ଉଡାଣ ବାତିଲ ହୋଇଥିବା କହିଛନ୍ତି ନିର୍ଦ୍ଦେଶକ
ଭୁବନେଶ୍ବର ଏୟାରପୋର୍ଟରୁ ଆଜି ଏକ ଆନ୍ତରାଷ୍ଟ୍ରୀୟ ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଛି କଷ୍ଟମ ବିଭାଗ । ବ୍ୟାଂକକରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିଲା ସ୍ବତନ୍ତ୍ର ଧରଣର ସାପ, କଇଁଛ ଓ ଝିଟିପିଟି ।
ଭୁବନେଶ୍ବର ବିମାନବନ୍ଦରରେ ଭାରତ ଓ ଇଂଲଣ୍ଡ ଟିମ୍ । ହୋଟେଲ୍ରୁ କଡ଼ା ସୁରକ୍ଷା ମଧ୍ୟରେ ଯାଇ ପହଞ୍ଚିଲେ । ଭୁବନେଶ୍ବରରୁ ସିଧା ଅହମ୍ମଦାବାଦ ଗଲେ ଦୁଇ ଟିମ୍ ।
ଭୁବନେଶ୍ୱର ବିମାନବନ୍ଦରରେ ବିଭିନ୍ନ ରାଜ୍ୟର ଖଣିମନ୍ତ୍ରୀଙ୍କ ସମେତ ସେମାନଙ୍କ ପ୍ରତିନିଧିଙ୍କ ଭିଡ ଦେଖିବାକୁ ମିଳିଛି ।
ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି।
ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି।
ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ ପରେ ଯନ୍ତା ବସାଇଛି ବନବିଭାଗ । ବାଘ ଧରିବାକୁ କୁକୁଡା ଥୋପ ଦେଇଛି ବନବିଭାଗ।
ବିମାନ ବନ୍ଦରରେ ବୋମା ଥିବା ନେଇ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ଆସିଲା ଧମକପୂର୍ଣ୍ଣ କଲ୍ ।
ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି, ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ସୁନା ଯାଉଥିଲା । ଗତ ୨୬ତାରିଖରେ ମଧ୍ୟ ଏପରି ୩୦ କେଜି ସୁନା, ୨୦୦କେଜି ରୂପା CT GST ଧରିଥିଲା।
ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି ଭଳି ବିମାନ ବନ୍ଦରରକୁ ଘରୋଇ କମ୍ପାନିକୁ ଦିଆଯିବ। ଫଳରେ ଏହାର ଉନ୍ନତି ସହ ବିମାନ ବନ୍ଦରର ପରିସୀମା ବଢ଼ାଇବାକୁ ଚେଷ୍ଟା କରାଯିବ।
ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨ କୋଟି ୭୯ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ଦୁବାଇରୁ ଭୁବନେଶ୍ୱର ଆସୁଥିବା ୪ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରାଯାଇଛି ।
କୁଆପଥର ମାଡ଼ରେ ଭାଙ୍ଗିଲା ବିମାନର ୱିଣ୍ଡ ସିଲ୍ଡ । ଚେପା ହେଲା ସମ୍ମୁଖ ଭାଗ । ଉପାୟ ନପାଇ ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । ଦିଲ୍ଲୀ ଅଭିମୁଖେ ଦିନ ଗୋଟାଏ ୪୫ରେ ଉଡ଼ାଣ ଭରିବା ପରେ, କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହେବାରୁ ୧୦ ମିନିଟ୍ ପରେ ପୁଣି ଭୁବନେଶ୍ୱରକୁ ଫେରିଥିଲା ଏହି ବିମାନ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଟେକଅପ୍ର କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି ଭିସ୍ତାରା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ଘନ କୁହୁଡିରେ ବି ପାଇଲଟଙ୍କୁ ଦୃଶ୍ୟମାନ ହେବ ରନୱେ । ଭୁବନେଶ୍ୱର ବିମାନ ବନ୍ଦରରେ ଚାଲିଛି କ୍ୟାଟ-2 ଭିଜନ ସମ୍ପ୍ରସାରଣ ।
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ATC । ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହଯୋଗରେ ନିର୍ମିତ ।
ଭୁବନେଶ୍ୱରରୁ ଗୌହାଟି ମାତ୍ର ଦେଢ଼ ଘଣ୍ଟା ଲାଗିବ । ପ୍ରତିଦିନ ଏହା ଅପରାହ୍ନ ୧ଟା ୨୫ରୁ ଭୁବନଶ୍ୱରରୁ ଛାଡ଼ିବ ଓ ୨ଟା ୫୫ରେ ଗୌହାଟିରେ ପହଞ୍ଚିବ ।
ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।
କାର୍ଯ୍ୟକ୍ଷମ ହୋଇଛି ଭୁବନେଶ୍ୱର ବିମାନବନ୍ଦର ନୂଆ ଏୟାର ଟ୍ରାଫିକ୍ କଂଟ୍ରୋଲ୍ ବା ଏଟିସି ଟାୱାର । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଛି ଟ୍ରାଏଲ ରନ୍ । ଉଭୟ ପୁରୁଣା ଓ ନୂଆ ଏଟିସିରୁ ଚାଲିଛି ସମାନ୍ତରାଳ ଅପରେସନ ।