ସରକାରୀ ଯାଗାରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା, ଘଟଣାକୁ ନେଇ ଭଦ୍ରକରେ ପ୍ରବଳ ଉତ୍ତେଜନା । ଭଦ୍ରକ ବାଇପାସରୁ ସରକାର ନଗର ପର୍ଯ୍ୟନ୍ତ ଚାଲିଛି ଉଚ୍ଛେଦ, ରାସ୍ତା ପାର୍ଶ୍ବ ଦୋକାନ ଉଚ୍ଛେଦ ପାଇଁ ହୋଇଥିଲା ନୋଟିସ ।
ଭଦ୍ରକ ସହରରେ ମାସେ ଧରି ମଣ୍ଡପରେ ପୂଜା ପାଇବେ ଗଜାନନ। ବୁଢ଼ାରୁ ପିଲା ଗଣେଶଙ୍କ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର।
କମିଛି ବର୍ଷା ତଥାପି କମୁନି ଦୁର୍ଦ୍ଦଶା । ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ବନ୍ୟା ସ୍ଥିତି । ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀରେ ଆସିଥିବା ପୁଣି ଥରେ ବନ୍ୟା ଛିନଛତ୍ର କରିଛି ଜୀବନ ଜୀବିକାକୁ । ଯୁଆଡ଼େ ଚାହିଁବେ ସିଆଡ଼େ ବନ୍ୟା ପାଣି । ରାସ୍ତା ଘାଟ, ଘର ଦ୍ବାର, ଚାଷ ଜମିକୁ ବୁଡ଼ାଇଛି ବନ୍ୟା ଜଳ ।
ତୃତୀୟ ଥରର ବୈତରଣୀ ବନ୍ୟାରେ ନଦୀ ତଟବର୍ତ୍ତୀ ଅଞ୍ଚଳ ହସନାବାଦ, ଅର୍ଜୁନପୁର, ପଧାନୀ, ସୋହଡା ଆଦି ୪ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଘରଦ୍ବାର ସହ ଚାଷବାସ ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି । ବିଶେଷ କରି ଅର୍ଜୁନପୁର ଓ ହସନାବାଦ ସାଂଘାତିକ ପ୍ରଭାବିତ ହୋଇଛି । ଭଣ୍ଡାରୀପୋଖରୀର କଣ୍ଟିଘାଇ ନିକଟରେ ଚାଷ ଜମିରେ ପଶିଛି ବନ୍ୟା ଜଳ ।
ପ୍ରବଳ ବର୍ଷାରେ ବନ୍ୟା ପାଣି ମାଡି ଆସିଥିବା ବେଳେ ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁରରେ ଅନେକ ଗ୍ରାମ ଜଳବନ୍ଦୀ ହୋଇଯାଇଛି।। ବନ୍ୟା ଦାଉରୁ ରକ୍ଷା ପାଇଁ ଜଳ ଦେବୀ ବା ଜଳ ନାଗୁଆଣି ପୂଜା କରିଛନ୍ତି ଏହି ଗ୍ରାମବାସୀ।
ପୁଣି ବିବାଦ ଘେରରେ ଯାତ୍ରା । ହେଲେ ଏଥର ମଂଚ ବାହାରୁ ହୋଇଛି ବିରୋଧ।
ଭଦ୍ରକ ସହରର ଟାଉନ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଦିନ ଏକ ଘରୋଇ ମେସ୍ର ବାଥରୁମରୁ ଉଦ୍ଧାର ହୋଇଛି।
କାନ୍ଥରେ ରଙ୍ଗ ବେରଙ୍ଗିର ଚିତ୍ର କରାଯାଇଛି । ଦିଦି ବହି ଧରି ପଢାଉଛନ୍ତି ଆଉ ପିଲାମାନେ ଦିଦିଙ୍କ କଥା ଶୁଣୁଛନ୍ତି କିନ୍ତୁ ଦଶର୍କବନ୍ଧୁ, ଗୋଟିଏ ଶ୍ରେଣୀ ଗୃହରେ ଦୁଇ ଜଣ ଦିଦି ଆଉ ଗୋଟିଏ ପଟେ କଳାପଟାରେ ଦିଦି ଗଣିତ ପଢାଉଛନ୍ତି ଆଉ ଅନ୍ୟପଟ କଳାପଟାରେ ପିଲାପଢୁଛନ୍ତି ସାହିତ୍ୟ । ସିଭିଏଁ ପଢିବେ ସିଭିଏଁ ବଢିବେ। ତତକାଳୀନ ସରକାର ୫ଟି ଯୋଜନାରେ ରଙ୍ଗମାରି ବିଦ୍ୟାୟଳକୁ ଚକାଚକ କରିଦେଲେ କିନ୍ତୁ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ନକହିଲେ ଭଲା ଗୋଠିଏ କୋଠରୀରେ ଚାଲିଛି ଛଅ ଟି ଶ୍ରେଣୀର ପାଠପଢା ଆଉ ସେଇଠି ବି ଚାଲିଛି ଅଫିସ କାଯ୍ୟ ।
ସହର ସାରା ବୁଲି ବିକଟାଳ ଶବ୍ଦ କରୁଥିଲେ । ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଲୋକଙ୍କ କାନ ଫଟାଇ ଦେଉଥିଲେ । ଆଉ ଶେଷରେ ଆକ୍ସନ୍ ନେଲା ପୋଲିସ୍ । ବୁଲେଟ୍ ରାଜାଙ୍କୁ ସାବାଡ୍ କଲା ଭଦ୍ରକ ପୋଲିସ୍ । ସହରରେ ଗଜର୍ନ କରି ବୁଲୁଥିବା ୨୫୦ରୁ ଅଧିକ ମୋଡିଫାଏଡ୍ ସାଇଲେନ୍ସରକୁ ଜବତ କରି ରୋଡ୍ ରୋଲର ଚଢ଼ାଇ ଉଦାହରଣ ସୃଷ୍ଟି କରିଛି ଭଦ୍ରକ ପୋଲିସ୍ ।
ବିକଟାଳ ଶବ୍ଦ କରି ବୁଲୁଥିଲେ, ମାଡ଼ି ବସିଲା ପୋଲିସ୍। ସିଜ୍ କଲା ବିକଟାଳ ଶବ୍ଦ କରୁଥିବା ସାଇଲେନସର୍। ୨୫୦ରୁ ଅଧିକ ମୋଡିଫାଏଡ୍ ସାଇଲେନସର୍ ଜବତ
ସୁଁ ସୁଁ କରି ମାଡ଼ିଚାଲିଛି ବନ୍ୟା ଜଳ। ମନ୍ଦିର ବେଢ଼ାକୁ ଘେରିଯାଇଛି ଚାରିଆଡ଼ୁ। ଉବୁଟୁବୁ ଗାଁ ଦାଣ୍ଡ, ଜଳବନ୍ଦୀ ଘର ଦ୍ବାର। କାହା ଘର କୋଉଟା ଜାଣି ହେଉନି, ନିତିଦିନିଆ ରାସ୍ତା ବି ବାରି ହେଉନି। ଟିକେ ଅସାବଧାନ ହେଲେ ବିପଦରେ ପଡ଼ିବା ଥୟ।
ଗାଁ ମଶାଣୀରୁ ବାରମ୍ବାର ଶବ ଉଭାନ ହେବା ଘଟଣାକୁ ନେଇ ଆତଙ୍କିତ ମଣିନାଥପୁର ବାସିନ୍ଦା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲିସ ବି ପାଉନି ଟେର୍।
କେତେକ ଯୁବକ ଚରମ୍ପା ହାଇସ୍କୁଲ ରୋଡ ମଣ୍ଡପ ନିକଟରେ ଥିବାବେଳେ ଜନୈକ ଯୁବକ ବ୍ୟାଟେରୀ ଗାଡ଼ି ଷ୍ଟାର୍ଟ କରିଥିଲେ । ଗାଡିଟି ଷ୍ଟାର୍ଟ ବେଳେ ଭାଇବ୍ରେସନ ହୋଇଥିଲା। ଏହି ସମୟରେ କେତେକ ଯୁବକ ଗାଡ଼ି ଷ୍ଟାର୍ଟ କରୁଥିବା ଯୁବକଙ୍କ ସହ ଯୁକ୍ତିତର୍କ କରିଥିଲେ।
ରାତି ୩ଟାରେ କେନାଲ ପାଣି ହଠାତ ଘର ମୁହାଁ ..ଘର ଭିତରେ ପାଣିର ସୁଅ ଛୁଟିଥିଲା...
ପୁରୀରୁ ବୃନ୍ଦାବନକୁ ଯିବା ବାଟରେ ଶ୍ରୀଚୈତନ୍ୟ ପ୍ରଭୁ ପାଞ୍ଚ ଦିନ ରହିଥିଲେ ଏହି ମନ୍ଦିରରେ । ମନ୍ଦିର ପାଖରେ ଥିବା ସାଳନ୍ଦୀ ନଦୀରେ ଶ୍ରୀ ଚୈତନ୍ୟ ପ୍ରଭୁ ପ୍ରତିଦିନ ସ୍ନାନ କରୁଥିଲେ । ଶେଷରେ ଶ୍ରୀ ଚୈତନ୍ୟ ଏହି ସ୍ଥାନ ଛାଡି ଯିବା ବେଳେ ତାଙ୍କ ନିତ୍ୟ ବ୍ୟବହୃତ କନ୍ଥାଟିଏ ମନ୍ଦିରର ମହନ୍ତଙ୍କୁ ସ୍ମୃତି ରୂପେ ଦେଇଯାଇଥିଲେ । ଆଉ ସେହି କନ୍ଥା ଏବେ ବି ରହିଛି ମନ୍ଦିରରେ ।
୬ ଆତ୍ମା ଆସି ମୋ ବୋଉକୁ ମାରିଦେବାକୁ କହିଲେ, ଲେଙ୍ଗୁଡୁ ବାବା ଗୁଣିଆ ଆମକୁ ପଠାଇଛି ମାରିଦେବାକୁ। ବୋଉର ଦେହ ଖରାପ ହେଲା। ହସପିଟାଲ ନେବା ପରେ ଡାକ୍ତର କହିଲେ କିଛି ରୋଗ ହୋଇନି। କଣ ରହିଛି ଏହା ପଛର ରହସ୍ୟ ?
ଜନ୍ମ କରିଥିବା ଝିଅର ରଙ୍ଗ କଳା ବୋଲି ମୋ ଝିଅକୁ ମାରି ଦେଲେ। କଳାଝିଅକୁ କେମିତି ବିବାହ ଦେବୁ କହି ଟଙ୍କା ମାଗୁଥିଲେ ମୋ ଝିଅକୁ। ଶେଷରେ ତାକୁ ଯେମିତି ତଣ୍ଟିଚିପି ଅତି ନୃସଂଶ ଭାବେ ମାରି ଗଛରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଉଛନ୍ତି।
ବୋହୂର ରଙ୍ଗ କଳା ବୋଲି ଶାଶୁଘର ଲୋକେ ବୋହୂକୁ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଧାମରା ଥାନା କଇଥଖୋଲା ଗାଁରେ ।
ଝିଆରୀକୁ ଦାଦାର ଦୁଷ୍କର୍ମ ଉଦ୍ୟମ ! କବାଟ ଭାଙ୍ଗିବାକୁ ଉଦ୍ୟମ କଲା ଦାଦା । ଘରେ କେହିନଥିବାର ସୁଯୋଗ ନେଇ ଝିଆରୀ ଉପରେ ଖରାପ ଦୃଷ୍ଟି ପକାଇଥିଲା ଦାଦା ! ଅମଣିଷ ପରି ବି ବ୍ୟବହାର କରିଥିଲା । ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଳା ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରୁ ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଭୁଟାନାସିରେ ଗାଁରେ ଦୁଃଖଦ ଘଟଣା । ପୋଖରୀରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ମାମୁଘରକୁ ବୁଲିବାକୁ ଆସିଥିବା ବେଳେ ବୁଡିଗଲେ ।
ଭଦ୍ରକରେ ଗୋଷ୍ଠୀ ସଂଘର୍ଷରୁ ଜଣେ ଯୁବକଙ୍କ ମୃତ୍ୟୁ ପରେ ୫ଟି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପୋଲିସ ଛଢାଉ କରିବା ପରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଦେଶ ବିଭାଜନ ସମୟରେ ପାକିସ୍ତାନ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ଶରଣାର୍ଥୀ ଶିବିରରେ ରହି ଥଇଥାନ ହୋଇଥିଲେ। ଜମି ଖଣ୍ଡେ ଖଣ୍ଡେ ଦେଇ ତାଙ୍କୁ ସରକାରୀ ଖାତା ଖତିୟାନରେ ଦର୍ଶାଯାଇଥିଲା ସ୍ଥାନୀୟ ବାସିନ୍ଦା। ହେଲେ ୭୫ ବର୍ଷ ପରେ ଜଣାପଡ଼ୁଛି ସେମାନଙ୍କ ଜମି ଏବେ ଆଉ ନାହିଁ। ଚାଲିଯାଇଛି ଆଉ କାହା ନାଁରେ। କରିବେ ତ କ’ଣ କରିବେ, ଯିବେ ତ କୁଆଡ଼େ ଯିବେ। ପ୍ରଶାସନକୁ ଗୁହାରି କରି ଥକିଗଲେଣି ସିନା, କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ୧୯୪୭ ମସିହାର ଏହି ବିସ୍ଥାପିତ ପରିବାର। ଆସନ୍ତୁ ଦେଖିବା ଭଦ୍ରକର ସେହି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଦୁର୍ଦ୍ଦଶାର କାହାଣୀ !
ବିନା କେମିକାଲରେ ଶୁଖୁଆ ପ୍ରସ୍ତୁତ କରାଯାଉଥିବାରୁ ଵଜାରରେ ଏହାର ଚାହିଦା ଅଧିକ ରହିଛି। ମାଛକୁ ଭଲ ଭାବରେ ଧୋଇ ଖରାର ଶୁଖାଇ ପ୍ୟାକେଜିଂ କରି ବିକ୍ରି କରୁଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ଶୁଭଦ୍ରା ଶକ୍ତି ମେଳାରେ ଶୁଖୁଆ ବିକୁଛନ୍ତି ମହିଳା। ଦାମ କିଲୋପ୍ରତି ୪୦୦ ଟଙ୍କାରୁ ଅଧିକ ରହିଛି।
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାଠୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ମୋବାଇଲ ଦୋକାନରୁ ୮୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଲୁଟି ନେଇଛନ୍ତି।
ଭଦ୍ରକ ବ୍ଲକ୍ ପ୍ରଶାସନ ଗୋଟିଏ ଦିନରେ ୧୨୦ଟି ଆବେଦନପତ୍ର ଯାଞ୍ଚ୍ କରିବାକୁ ଟୋକନ୍ ବ୍ୟବସ୍ଥା କରିଛନ୍ତି। ତେଣୁ ଆଗୁଆ ଟୋକନ୍ ପାଇବାକୁ ଦୈନିକ ରାତି ଅଧରୁ ଏମିତି ଲାଇନ୍ ଲଗାଉଛନ୍ତି ଆବେଦନକାରୀ।