• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Assam

7 Dead In Floods, Landslides In Assam; Over 33,000 In Relief Camps
ଆସାମରେ ବନ୍ୟା ବିଭୀଷିକା; ଚାଲିଗଲା ୭ ଜୀବନ

ଆସାମରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Flood displaces around 57,000 people in Assam
ବନ୍ୟାରେ ଉବୁଟୁବୁ ଆସାମ; ୬୫୨ ଟି ଗାଁ ଜଳବନ୍ଦୀ

ଅବିଶ୍ରାନ୍ତ ବର୍ଷା ପରେ ଆସାମର ୨୦ଟି ଜିଲ୍ଲାର ୬୫୨ ଟି ଗାଁ ପାଣି ଘେରରେ ରହିଛି ।

AFSPA
ନାଗାଲାଣ୍ଡ, ମଣିପୁର, ଆସାମରେ ସଙ୍କୁଚିତ ହେବ AFSPA

ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଥିବାରୁ AFSPA ହ୍ରାସ କରାଯାଇଥିବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ଅଶାନ୍ତ ସ୍ଥିତି ପାଇଁ AFSPA ଲାଗୁ କରାଯାଇଥିଲା ।

Assam Lawyer Couple\'s Constitution-Themed Wedding Card Goes Viral
ବାହାଘର କାର୍ଡ଼ରେ ଆଇନ ଛାପିଲେ ବରଘର ଲୋକେ, ଆଉ ତା’ପରେ...

ବାହାଘର ପାଇଁ ଛପାଯାଇଥିଲା ନିମନ୍ତ୍ରଣ କାର୍ଡ଼। କିନ୍ତୁ କାର୍ଡ଼ ଖୋଲିଲା ବେଳକୁ ଲେଖାଯାଇଥିଲା ଭାରତୀୟ ଆଇନ। ଆଉ ତା’ପରେ...

assam
୭ଟି ଟ୍ରକରେ ନିଆଁ ଲଗାଇଦେଲେ ଉଗ୍ରବାଦୀ : ପାଞ୍ଚ ଡ୍ରାଇଭର ମୃତ

ଆସାମର ଦିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରାସ୍ତାରେ ସାତୋଟି ଟ୍ରକକୁ ଜାଳି ଦେଇଥିଲେ ଉଗ୍ରବାଦୀ । ଏହି ଘଟଣାରେ ୫ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସନ୍ଦିଗ୍ଧ ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ।

drugs
ଡ୍ରଗ୍ସ କିଣିବା ପାଇଁ ରକ୍ତ ସମ୍ପର୍କ ଭୂଲିଗଲା ବାପା : ୪୦ ହଜାର ଟଙ୍କାରେ ପୁଅକୁ ବିକ୍ରିକଲା

ଆସାମର ଗୁଆହାଟି ଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ ମୋରିଗାଓଁର ଲାହରିଘାଟ ଗାଁର ବାସିନ୍ଦା ଅମିନୁଲ ଇସଲାମ । ଡ୍ରଗ୍ସ ନିଶାରେ ପାଗଳ । ସେ ଡ୍ରଗ୍ସ କାରବାରରେ ମଧ୍ୟ ଲିପ୍ତ ଥିଲେ । ଏଥିପାଇଁ ସ୍ତ୍ରୀ ରୁକମିନା ଓ ଅମିନୁଲଙ୍କ ମଧ୍ୟରେ କିଛି ମାସ ପୂର୍ବରୁ ପ୍ରବଳ ଝଗଡା ହୋଇଥିଲା । ଡ୍ରଗ୍ ଚୋରା କାରବାରରେ ଅମିନୁଲଙ୍କ ସମ୍ପୃକ୍ତି ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା

Assam Mizoram Border Clash
୧୩ ଗୁଳି ଖାଇବା ପରେ ବି ଜୀବିତ ଅଛନ୍ତି ଯବାନ

ସେପଟେ ଜେହେରୁଲ ଇସଲାମ୍‌ ନାମକ ଜଣେ ପୋଲିସ କର୍ମୀ ୧୩ଟି ଗୁଳି ଖାଇବା ପରେ ମଧ୍ୟ ଏବେ ବି ଜୀବିତ ଅଛନ୍ତି। ଗୁଳି ବାଜିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଜେହେରୁଲ୍‌। ତେବେ ଡାକ୍ତର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବି ତାଙ୍କ ଦେହରେ ଗୁଳି ରହିଛି। ଆଉ ଖୁବଶୀଘ୍ର ଅପରେସନ୍‌ ହୋଇ ଗୁଳି ବାହାର କରାଯିବ। ଆଉ ଆସାମ ପୋଲିସରେ କାର୍ଯ୍ୟରତ ଥିବା ଏହି ଦୁଇ ଯୱାନଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ଜଣେ ଦେଶ ପାଇଁ ସହୀଦ୍‌ ହୋଇଯାଇଥିବା ବେଳେ ଆଉ ଜଣେ ୧୩ ଗୁଳି ଖାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

Assam declared ‘disturbed area’
ଆସାମ ଓ ମିଜୋରାମ ସୀମାରୁ ହଟିବେ ଉଭୟ ରାଜ୍ୟର ପୋଲିସ ଫୋର୍ସ, ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

ଆସାମ ଓ ମିଜୋରାମ ସୀମାରୁ ହଟିବେ ଉଭୟ ରାଜ୍ୟର ପୋଲିସ ଫୋର୍ସ । ସୀମା ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ।

Assam-Mizoram border dispute
କାହିଁକି ଆସାମ-ମିଜୋରାମ ମଧ୍ୟରେ ଲାଗିରହୁଛି ସୀମା ବିବାଦ

୧୯୭୨ରେ ଅରୁଣାଚଳପ୍ରଦେଶକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯିବା ବେଳେ ୧୯୮୭ରେ ଏହା ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଥିଲା। ସେହିପରି ଆସାମକୁ ଭାଗ ଭାଗ କରି ନୂଆ ରାଜ୍ୟ ଗଠନ କରାଯାଇଥିଲା। ୧୯୬୩ରେ ନାଗାଲ୍ୟାଣ୍ଡ, ୧୯୭୨ରେ ମେଘାଳୟ, ୧୯୮୭ରେ ମିଜୋରାମକୁ ରାଜ୍ୟର ମାନ୍ୟତା ମିଳିଥିଲା। ନାଗା, ଖାସି, ଗାରୋ ଓ ମିଜୋଙ୍କ ରାଜନୈତିକ ଅଭିଳାଷା ପୂରଣ ଲାଗି ଏହି ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ଜାତି, ଓ ସଂପ୍ରଦାୟ ଭିତ୍ତିରେ ରାଜ୍ୟଗଠନ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ରାଜନୈତିକ ମାନ୍ୟତା ତ ଦେଇଥିଲା ମାତ୍ର ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ଠିକରେ ହୋଇନଥିବାରୁ ନୂଆ ବିବାଦର ସୂତ୍ରପାତ ହୋଇଥିଲା।

assam-mizoram
ଆସାମ-ମିଜୋରାମ ସଂଘର୍ଷ: ଶାନ୍ତି ବଜାୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅପିଲ୍‌

ଉଗ୍ରରୂପ ଧାରଣ କରିଛି ଆସାମ-ମିଜୋରାମ ସୀମା ବିବାଦ। ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଗୁଳିବିନି ମୟ ଘଟି ଆସାମ ପୋଲିସର ୬ ଯବାନ ପ୍ରାଣ ହରାଇଛନ୍ତି। ୮୦ରୁ ଅଧିକ ଆହତ ହୋଇଛନ୍ତି। ମିଜୋରାମ ପୋଲିସ ଲାଇଟ୍ ମେସିନ୍ ଗନ୍ ବ୍ୟବହାର କରିଥିବା ଅଭିଯୋଗ ଆସୁଛି। ଏଥିରୁ ସ୍ଥିତି କେତେ ସଂଗୀନ ତାହା ବୁଝା ପଡୁଛି

Assam-mizoram dispute
ଆସାମ-ମିଜୋରାମ ସୀମାରେ ସଂଘର୍ଷ: ଆରମ୍ଭ ହେଲା ତଦନ୍ତ

ଗତକାଲି ଆସାମର କାଚାର ଜିଲ୍ଲା ଲୀଳାପୁର ଗାଁ ଓ ମିଜୋରାମ୍ କୋଲାସିବ ଜିଲ୍ଲାର ବୈରେଙ୍ଗତେ ଗାଁର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଘଟଣା ଉଗ୍ର ରୂପ ନେଇଥିଲା। ଗଣ୍ଡଗୋଳରେ ଆସାମ ପୋଲିସର ୬ ଜଣ ଯବାନ ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏହାସହ ସେ ମେଡିକାଲରେ ଚିକିତ୍ସା ହେଉଥିବା ପୋଲିସଙ୍କୁ ଯାଇ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି