ଦୁଇଟି କାର୍ ମଧ୍ୟରେ ହେଲା ଧକ୍କା । ପଛ କାରରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର । ଆଗ କାରରେ ଥିଲେ ବରିଷ୍ଠ ରାଜନେତା । ପଛ କାର୍ ଧକ୍କା ଦେଲା ଆଗ କାରକୁ । ଦୁଇ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
୬ ଦିନ ହେଲା ଅନୁଗୁଳ ଜିଲ୍ଲା ବତିସୁଆଁର ଶ୍ରୀରାମପୁର ଗାଁର ଲୋକଙ୍କୁ ଟିଙ୍କ ସମସ୍ୟା ନୟାନ୍ତ କଲାଣି । ଔଷଧ ସିଞ୍ଚନ ପରେ ଟିଙ୍କ ସଂଖ୍ୟା କମିବ କଣ ବଢି ବଢି ଚାଲିଛି । ଲୋକେ ଶାନ୍ତିରେ ଖାଇପିଇ କି ବସିଉଠି ପାରୁନାହାନ୍ତି ।
ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର ଜଣେ ଯୁବତୀ ୯ ଦିନ ଧରି ନିଖୋଜ ଥିବା ବେଳେ ତାଙ୍କର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ୨୬ ତାରିଖରେ ଭୁବନେଶ୍ବର ଯାଉଥିବା ବେଳେ ଯୁବତୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଭୁବନେଶ୍ବର ବାହାରିଥିବା ବେଳେ ତାଳଚେରରୁ ଟ୍ରେନ୍ ବାତିଲ ହୋଇଯାଇଥିଲା। ପରେ ସେ ଏକ ଅଟୋରେ ତାଳଚେର ରୋଡ୍ ଯାଇଥିଲେ। ସେଠୁ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ ପରିବାର।
ଏକକାଳୀନ ୯ଟି ସ୍ଥାନରେ ଅଧିକାରୀମାନେ ଚଢ଼ାଉ କରୁଥିବାବେଳେ ଏବେ ସୁଦ୍ଧା ବାହାରିଛି ବଣ୍ଡଲ ବଣ୍ଡଲ ୫ଶହ ଟଙ୍କିଆ ନୋଟ୍ ଏବଂ ପୁଳାପୁଳା ସୁନା ।
ଗତକାଲି କ୍ଷୀରୋଦକୁ ଧରିବା ପାଇଁ ଅନୁଗୁଳ ଟାଉନ୍ ଥାନା ଓ ସ୍ପେଶାଲ ସ୍କ୍ୱାଡର ସହାୟତା ଲୋଡିଥିଲା ଛେଣ୍ଡିପଦା ପୋଲିସ । ପୋଲିସକୁ ଦେଖି କ୍ଷୀରୋଦ ଅନୁଗୁଳ ଟାଉନ୍ ଥାନା ହନୁମାନ ବାଟିକା ନିକଟରେ ଆମ୍ବ ବଗିଚାରେ ପଶିଯାଇଥିଲା ।
ଭିନ୍ନ ଜାତିରେ ବିବାହ କଲେ ବୋଲି ମରଶରୀରକୁ କାନ୍ଧ ଦେଲେନି ଜାତି ଭାଇ । ଶେଷରେ ସ୍ୱାମୀର ମୃତଦେହକୁ ଝିଅ ସହ ଖଟିଆରେ ବୋହି ଅନ୍ତିମ ସତ୍କାର କଲେ ପତ୍ନୀ ।
ଦୁଷ୍କର୍ମ କଲା। ହାତ ପୂରାଇ ଅନ୍ତବୁଜୁଳା କାଢ଼ିଲା। ପରେ ମୁହଁରେ ପଥର ଛେଟି ଅତି ନିର୍ମମ ଭାବେ କଲା ହତ୍ୟା । ଏ ଘଟଣା ଆଉ କେହି ନୁହେଁ, ଖୋଦ୍ ଘଟାଇଛି ମୃତ ମହିଳାଙ୍କ ସ୍ୱାମୀର ବନ୍ଧୁ ।
କେଉଁଠି ଯିବାକୁ ରାସ୍ତା ନାହିଁ ତ କେଉଁଠି ପିଇବା ପାଣି ଏବଂ ରହଣୀ ଲାଗି ପର୍ଯ୍ୟଟକଙ୍କ ପାଇଁ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା। ଫଳରେ ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ।
ଭାଇ ଭଉଣୀଙ୍କୁ ଗୁଳିମାଡ଼ । ବିଳମ୍ୱିତ ରାତିରେ କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଏହି ଗୁଳିକାଣ୍ଡ ଘଟିଛି । ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଉଭୟଙ୍କୁ ଗୁଳିମାଡ଼ କରିଛି।
ନିଜ ଘର ପଛପଟ କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି।
ଏବେ ଆଉ ବିରୋଧୀ ନୁହଁ, ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ଆଟାକ୍। ସଭାମଞ୍ଚରେ ଖୋଲା ଖୋଲି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଟାକ୍ କରିଛନ୍ତି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍।
ଗତକାଲି ଧାମନଗର ମଞ୍ଚରେ ନା ନନେଇ ଟାର୍ଗେଟ୍ କରିଥିଲେ। ଆଉ ଆଜି ଅନୁଗୁଳ ଓ ଢେଙ୍କାନାଳରେ ଖୋଲାଖୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।
ଗରିବୀକୁ ମାତ୍ ଦେଇଛି ବଦାନ୍ୟ ବ୍ୟକ୍ତିଙ୍କ ଉଦାରତା... କୁହାଯାଏ ଦୁଃଖ ଯେତେବେଳେ ଆସେ ଯେମିତି ବନ୍ଧୁବାନ୍ଧବ ଓ ପରିବାର ସହ ଆସେ... କନ୍ୟାପିତା ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାବେଳେ ଦୀର୍ଘ ୧୦ ବର୍ଷ ହେଲା ରୋଗାଗ୍ରସ୍ତ...ଏଣେ ଘରେ ବଢ଼ିଲା ଝିଅ ।
ତାଳଚେର ବିଧାୟକ ବ୍ରଜ ପ୍ରଧାନ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଦଳରୁ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ରଜନୀକାନ୍ତଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ବି ଆଶାୟୀ ଅନେକ ।
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ବିଶ୍ଵନାଥ ବର୍ଗିଆ । ବିଶ୍ଵନାଥ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ନିଜ ଚାଷ ଜମି ନିକଟରେ ମଞ୍ଚା କରି ରାତିରେ ଶୋଇଥିଲେ ।
ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିକୁ ଅପମାନ। ଶୌର୍ଯ୍ୟର ପ୍ରତୀକ ଖଣ୍ଡାକୁ କେହି ନେଇଯାଇଥିବା ଅଭିଯୋଗ । ଅନୁଗୋଳ ପୌରପାଳିକା କାର୍ଯ୍ୟାଳୟ ସାମ୍ନାରେ ଏହି ପ୍ରତିମୂର୍ତ୍ତି ଥିଲେ ବି କାହାରି ନଜର ନାହିଁ।
ଦୁଃଖ ଶୁଣ କଲେକ୍ଟର ବାବୁ... ମୁଁ କେତେ ନେହୁରା ହେଲିଣି, ଦୌଡି ଦୌଡି ହତାଶ ହେଲିଣି । ପୁଅ-ବୋହୂ ଯିବା ପରେ ୨ ନାତୁଣୀଙ୍କୁ ମଣିଷ କରିବା ଲାଗି କିଛି ଏମିତି ଢଙ୍ଗରେ ସହାୟତା ମାଗୁଛନ୍ତି ଜଣେ ବୃଦ୍ଧ
ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ରାସ୍ତା ସଂପ୍ରସାରଣ କାମ ଅଧପନ୍ତରିଆ ହୋଇପଡ଼ିଥିବା ବେଳେ ପ୍ରତିଦିନ ଦୁର୍ଘଟଣାରେ ଯାଉଛି ଅନେକ ଜୀବନ।
୧୮ ବର୍ଷୀୟ ପ୍ରଭୁଦତ୍ତ ସତରେ କମାଲ୍ କରି ଦେଖାଇଛନ୍ତି। ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲ କରିଦେଲେ। ଖୁବ୍ ଅଳ୍ପ ଟଙ୍କା ଦରକାର ଏଥିପାଇଁ। ଥରଟିଏ ଚାର୍ଜ ହେଲେ ଯାଉଛି ୩୫ କମି। ବାଟରେ ଯଦି ଚାର୍ଜ ସରିଗଲା ତେବେ ଚିନ୍ତା ନାହିଁ। ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ରିଚାର୍ଜ ହେଇଯିବ। ଏହି ଇ-ସାଇକେଲଟି ଆପଣଙ୍କର ବି ଦରକାର ହୋଇପାରେ, ଦେଖନ୍ତୁ।
ଭୟଙ୍କର ପ୍ରଦୂଷଣ। ଗଛର ରଙ୍ଗ କଳା, ଆଉ ଆକାଶର ରଙ୍ଗ ଧଳା। ପ୍ରଦୂଷଣର ଆଁରେ ପୂରା ଅନୁଗୁଳ ସହର...ଯେଉଁଠିକୁ ଚାହିଁବେ କେବଳ ଦେଖିବେ ଧୂଳି ଆଉ ଧୂଳି...
ଅନୁଗୋଳ ବାଲିପଟା ପଞ୍ଚାୟତର ଏକ ଶିକ୍ଷାନୁଷ୍ଠାନରେ ଏକାଥରକେ ୧୦ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି
ଆଜି ପୁଅ ମାଗୁର, ସେଉଳ ଝୋଳ ଟେ ହବ। ଘରେ ଆଗତା ସୋରିଷ ବେସର ବଟା ହେଇଛି। ଠକରା ଆମ୍ବୁଲ ଖଣ୍ଡେ ପଡ଼ିବ। ଜୁକୁଜୁକିଆ ରାନ୍ଧଣାଟେ ହବ।
ଡାକ୍ତର ନୁହଁନ୍ତି, ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡ଼ିଓଟି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୋଲି କୁହାଯାଉଛି।
ବ୍ଲାକ୍ମେଲିଂର ନୂଆ ତରିକା। ପ୍ରଥମେ ଶାରୀରିକ ସମ୍ପର୍କ ଓ ପରେ ଘଟଣାର ଭିଡିଓ କରି ବ୍ଲାକ୍ମେଲିଂ। ଜଣେ ବିଉଟି ପାର୍ଲର ମାଲିକ ଓ ତାଙ୍କ ସ୍ତ୍ରୀ ଏପରି ଷଡ଼ଯନ୍ତ୍ର ରଚିଥିଲେ।
ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ। ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।