• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ମୁମ୍ବାଇ:  ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ତିନୋଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବୁଧବାର ଭାରତୀୟ କ୍ରିକେଟ ବୋର୍ଡ଼ (ବିସିସିଆଇ) ପକ୍ଷରୁ ଘୋଷଣା ହୋଇଥିବା ଦଳରେ, ଭୁବନେଶ୍ୱର କୁମାରଙ୍କୁ ବାଦ୍‌ ଦିଆଯାଇଛି। ଅନ୍ୟପକ୍ଷରେ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷବ ପନ୍ତଙ୍କୁ ପ୍ରଥମ ଥର ଟେଷ୍ଟ ଦଳରେ ସାମିଲ୍‌ କରାଯାଇଛି। ସେହିପରି ପେସ୍‌ ବୋଲର ମହମ୍ମଦ ସାମି ଦଳକୁ ପ୍ରତ୍ୟାପର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ଏକ ଦିବସୀୟ ମ୍ୟାଚ ଖେଳୁନଥିବା ଜସ୍‌ପ୍ରିତ ବିମ୍‌ରାଙ୍କୁ ବି ଦଳରେ ସାମିଲ୍‌ କରାଯାଇଛି। ହେଲେ ଆହତ ସମସ୍ୟା ପାଇଁ ସେ ପ୍ରଥମ ମ୍ୟାଚଟି ଖେଳିପାରିବେ ନାହିଁ।

ଟେଷ୍ଟ ଟିମ୍‌ର ନିୟମିତ ୱିକେଟ କିପର ରିଦ୍ଧିମାନ ସାହା ଆହତ ଯୋଗୁ ସିରିଜରୁ ବାଦ୍‌ ପଡ଼ିଛନ୍ତି। ପନ୍ଥଙ୍କ ସମେତ ଦିନେଶ କାର୍ତ୍ତିକ ଦୁଇଜଣ ୱିକେଟ୍‌ କିପର୍‌ଙ୍କୁ ଦଳରେ ସାମିଲ୍‌ କରାଯାଇଛି। ତୃତୀୟ ଏକଦିବସିୟ ମ୍ୟାଚ୍‌ରେ ଭୁବନେଶ୍ୱର କୁମାର ଆହତ ହୋଇଥିଲେ। ଯାହାଫଳରେ ତାଙ୍କୁ ଦଳରେ ସ୍ଥାନ ଦିଆଯାଇନାହିଁ। ସେହିପରି ବିସିସିଆଇ ଚୟନକର୍ତ୍ତା ବରୁଣ ନୟରଙ୍କୁ ମଧ୍ୟ ଦଳରେ ସୁଯୋଗ ଦେଇଛନ୍ତି। ଅନ୍ୟପଟେ ରୋହିତ ଶର୍ମା ଦଳକୁ ଫେରିପାରିନାହାନ୍ତି। ପ୍ରଥମ ଟେଷ୍ଟ ଆସନ୍ତା ୧ ଅଗଷ୍ଟରୁ ବର୍ମିଂହାମରେ ଖେଳାଯିବ।

ଟେଷ୍ଟ ଦଳରେ ସ୍ଥାନ ପାଇଥିବା ଖେଳାଳି- ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ବରୁଣ ନୟର, ଦିନେଶ କାର୍ତ୍ତିକ (ୱିକେଟ୍‌ କିପର), ରିଷବ ପନ୍ତ (ୱିକେଟ୍‌ କିପର), ଆର ଅଶ୍ୱିନ, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ଇଶାନ୍ତ ଶର୍ମା, ମହମ୍ମଦ ସାମୀ, ଉମେଶ ଯାଦବ, ଜଶପ୍ରିତ୍‌ ବୁମ୍‌ରା, ଶର୍ଦ୍ଦୁଲ ଠାକୁର୍‌,

Other Stories