ପ୍ରଭୁ ବିଶ୍ୱକର୍ମାଙ୍କୁ ବିଶ୍ୱର ପ୍ରଥମ ଇଞ୍ଜିନିୟର ଓ ସ୍ଥାପତ୍ୟବିତ୍ ଭାବେ ଗଣନା କରାଯାଏ। ସେ ଦେବଗଣଙ୍କ ପାଇଁ ଅସ୍ତ୍ରଶସ୍ତ୍ର, ରଥ, ମନ୍ଦିର ଏବଂ ନଗର ନିର୍ମାଣ କରିଥିଲେ।
ସେ ଗଢ଼ିଛନ୍ତି ସ୍ୱର୍ଗର ଅନେକ ସହର ଅନେକ ନଗରୀ। ଅନେକ ଦେବତାଙ୍କ ପାଇଁ ଗଢ଼ି ଦେଇଛନ୍ତି ଶକ୍ତିଶାଳୀ ଅସ୍ତ୍ର। ସେ ହେଲେ ଦେବଶିଳ୍ପୀ ବିଶ୍ୱକର୍ମା। ଆସନ୍ତୁ ଜାଣିବା ତାଙ୍କ ବିଷୟରେ।
ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଦେଖାଗଲା ପୁଣି ସେଇ ଦୃଶ୍ୟ...ନୀଳଚକ୍ର ବାନାରେ ବସିଲା ଚିଲ...। ତେବେ ଏପରି ଦୃଶ୍ୟ ବାରମ୍ୱାର ଦେଖାଯାଉଥିଲେ ମଧ୍ୟ ଶୁଭ କି ଅଶୁଭ ବୋଲି ବୁଦ୍ଧିଜୀବୀ ମହଲରେ ସବୁବେଳେ ଚର୍ଚ୍ଚା ଆଲୋଚନା ଜୋର୍ ଧରିଥାଏ।
ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଶକ୍ତି ପୀଠରେ ଷୋଡ଼ଶ ଉପଚାର ପୂଜା। କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ମନ୍ଦିରରେ ଆଜିଠାରୁ ମା ଙ୍କ ଘଟ ସ୍ଥାପନ ସହ ପୂଜା ଆରମ୍ଭ ହୋଇଛି। ତେବେ ଅଧାଗଢା ମନ୍ଦିରରେ ଆରମ୍ଭ ହୋଇଛି ମା'ଙ୍କ ଷୋଡ଼ଶ ଉପଚାର ପୂଜା ।
ଆଶ୍ୱିନ ମାସ ମୂଳାଷ୍ଟମୀ ଠାରୁ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା । ଏହି ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ । ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ବିଭିନ୍ନ ଶକ୍ତି ପୀଠ ।
ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ବାଙ୍କୀ ସ୍ଥିତ ମା ଚର୍ଚ୍ଚିକାଙ୍କ ପୀଠ। ଶୋଡ଼ଶ ଦିନାତ୍ମକ ପୂଜାରେ ଅନୁଷ୍ଠିତ ହେବ ମାଆଙ୍କର ବିଭିନ୍ନ ଦିବ୍ୟ ବେଶ। ସକାଳ ଧୂପରେ ମାଆଙ୍କ ପାଖରେ ଲାଗି ହେବ ମାଣ୍ଡୁଅ ଭୋଗ।
'ଅଷ୍ଟମୀରେ ମା'ଙ୍କ ପାଖରେ ମାଗୁର ମାଛର ବଳି ପଡ଼େ..ସବୁଆଡ଼େ ଖୋଜିଲୁ କିନ୍ତୁ ପାଇଲୁନି...ଶେଷକୁ ଗୋଟିଏ ହାଣ୍ଡିରେ ଦେଖିଲୁ ମାଗୁର ମାଛ ଥିଲା। ଆଶ୍ଟର୍ଯ୍ୟର କଥା ସେ ହାଣ୍ଡି ଭିତରେ ଆମେ ଆଗରୁ ଖୋଜାଖୋଜି କରି ସାରିଥିଲୁ।' - ମନୋଜ ପଣ୍ଡା, କଟକ ଚଣ୍ଡୀ ମନ୍ଦିର ପୂଜକ
କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ କେମିତି ଆବିର୍ଭାବ ହେଲେ? କଣ ଥିଲା ସଂପୂର୍ଣ୍ଣ ଘଟଣା ଶୁଣନ୍ତୁ ମାଆଙ୍କ ପୂଜକ ମନୋଜ ପଣ୍ଡାଙ୍କ ଠାରୁ...
ଗାୟତ୍ରୀ ମନ୍ତ୍ର ଅତ୍ୟନ୍ତ ପବିତ୍ର ହେତୁ ଏହାର ଅବମାନନା କରିବା ଅଶୁଭ ବୋଲି ବିବେଚନା କରାଯାଏ। ଅବମାନନାର କେତେକ ରୂପ ଓ ତା’ର ପରିଣାମ ଏହିପରି ହୁଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ।
ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ ଏବଂ ସନ୍ତାନବତୀ ମାଆ ସନ୍ତାନମାନଙ୍କର ଦୀର୍ଘ ଜୀବନ କାମନା କରି ଦୁତୀଆ ଓଷା କରୁଥିବାରୁ ଏ ଓଷା ପ୍ରତ୍ୟେକ ହିନ୍ଦୁ ନାରୀ ମନରେ ଗଭୀର ରେଖାପାତ କରିଥାଏ। ସେଥିପାଇଁ କୌଣସି ଲୋକ ବିପଦରୁ ରକ୍ଷା ପାଇଗଲେ ଲୋକମାନେ କୁହନ୍ତି "ସତରେ ମା ତୋର ଦୁତୀଆ ପୂଜିଥିଲା" ତେଣୁ ରକ୍ଷା ପାଇଗଲୁ।
ଏହି ମନ୍ଦିରର ମହିମା ଅତ୍ୟନ୍ତ ଅନନ୍ୟ। ଏହି ସ୍ଥାନ ଉଦୟପୁର ସହରରୁ ୬୦ କିଲୋମିଟର ଦୂରରେ ଆରାବଲ୍ଲୀ ପାହାଡ଼ରେ ଅବସ୍ଥିତ। ଏହି ମନ୍ଦିର ଉପରେ କୌଣସି ଛାତ ନାହିଁ ଏବଂ ଏହା ଏକ ଖୋଲା ସ୍ଥାନରେ ଅବସ୍ଥିତ।
ଖାଲି ସେତିକି ନୁହେଁ, ଯିଏ ଏଠାକୁ ଦର୍ଶନ ପାଇଁ ଆସନ୍ତି, ସେମାନଙ୍କ ଜୀବନରୁ ଅଭାବ ଅନଟନ ଦୂରେଇଯାଏ । ମା ଲକ୍ଷ୍ମୀ ସେମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଧନର ବର୍ଷା ହୁଏ । ଘରକୁ ସୌଭାଗ୍ୟ ଆସେ ।
ପୂର୍ବପୁରୁଷଙ୍କ ମୁକ୍ତି ପାଇଁ ତିଳତର୍ପଣ। ଆଜି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା। ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ। ଆସନ୍ତା ୧୫ ଦିନ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯିବ।
ମସଜିଦ ଆଗରେ ଅଟକି ଯାଆନ୍ତି ଲାଲବାଗଚା ରାଜା। ବର୍ଷ ବର୍ଷ ଧରି ଚାଲିଛି ନିଆରା ଏକ ପରମ୍ପରା। ମୁସଲିମଙ୍କ ହାତରୁ ମିଠା ନଖାଇ ଆଗକୁ ବଢ଼ନ୍ତିନି ବାପ୍ପା ।
ମସଜିଦ ଆଗରେ ଅଟକି ଯାଆନ୍ତି ଲାଲବାଗଚା ରାଜା। ବର୍ଷ ବର୍ଷ ଧରି ଚାଲିଛି ନିଆରା ଏକ ପରମ୍ପରା। ମୁସଲିମଙ୍କ ହାତରୁ ମିଠା ନଖାଇ ଆଗକୁ ବଢ଼ନ୍ତିନି ବାପ୍ପା ।
ରବିବାର ଚୁଟି ଓ ନିଶଦାଢ଼ି କାଟିବା ଉଚିତ କି? ରହିବାର ଆମିଷ ଖାଇବା ଉଚିତ ନା ଅନୁଚିତ? ଭାରତୀୟ ସଂସ୍କୃତିରେ ରବିବାର ଏକ ବିଶ୍ରାମ ଓ ପୁନର୍ଜନନର ଦିନ ଭାବେ ମଧ୍ୟ ବିବେଚିତ। ଏହି ଦିନ ପରିବାର ଓ ସମାଜ ସହ ସମୟ କାଟିବା, ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ଏବଂ ଆତ୍ମଚିନ୍ତନ ପାଇଁ ଉତ୍ତମ।
ପୁରୀ ବଡ଼ଦେଉଳର ପୁରାଣପଣ୍ଡା ଥିଲେ ଭଗବାନ ଦାସ। ସେ ତାଙ୍କ ପୁଅ ନିକଟରେ ମହାପୁରୁଷର ଲକ୍ଷଣ ସବୁ ଦେଖି ପୁଅର ନାମ ରଖିଛନ୍ତି ଜଗନ୍ନାଥ। ଚାରି ବର୍ଷଠାରୁ ଆଠ ବର୍ଷ ମଧ୍ୟରେ ଜଗନ୍ନାଥଙ୍କ କର୍ଣ୍ଣବେଧ, ବ୍ରତୋପନୟନ ଆଦି କାର୍ଯ୍ୟ ଶେଷହୋଇଛି। ବାରବର୍ଷ ବୟସରେ ପିତାମାତା ଜଗନ୍ନାଥଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବାକୁ ସ୍ଥିର କରିଛନ୍ତି; ମାତ୍ର ସେ ରାଜି ହୋଇନଥିଲେ।
କୁହାଯାଏ ଥରେ ଲାଗିଗଲେ କାଳିଆର ଡୋରୀ, କେହି ଅଟକାଇପାରେନା। ବସିଲା ଜାଗାରୁ ଉଠି ଭକ୍ତ ଛୁଟି ଚାଲେ ଦର୍ଶନ ପାଇଁ। ଫରକ ପଡେନି ମାଇଲ୍ ମାଇଲ୍ ବାଟ କି ଖାତିର ନଥାଏ କଣ୍ଟା-ପଥର, ଖାଲ-ଖମା। ସିଏ ବ୍ରହ୍ମାଣ୍ଡ କର୍ତ୍ତା, ସେ ଜଗତରେ ନାଥ ଜଗନ୍ନାଥ। ତାଙ୍କ ଦର୍ଶନ ଟିକେ ପାଇଁ ସାଧାରଣ ମଣିଷ ନିଜକୁ ଭାଗ୍ୟବାନ ମନେକରେ। ମହାପ୍ରଭୁଙ୍କ ଟିକିଏ ସାନିଧ୍ୟ ପାଇଁ ମଣିଷ ଅନେକ ସାଧନା କରେ, ଆଉ ଇଏ ହେଉଛି ସେହି ଦୃଶ୍ୟ…
ଶୁକ୍ରବାରର ଅଧିପତି ହେଉଛନ୍ତି ଶୁକ୍ର ଗ୍ରହ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶୁକ୍ର ଗ୍ରହ ସୌନ୍ଦର୍ଯ୍ୟ, ପ୍ରେମ, ଐଶ୍ୱର୍ଯ୍ୟ, କଳା, ସଙ୍ଗୀତ ଏବଂ ଭୌତିକ ସୁଖର କାରକ ଅଟେ। ଶୁକ୍ର ଗ୍ରହ ବୃଷ ଓ ତୁଳା ରାଶିର ସ୍ୱାମୀ ଅଟନ୍ତି। ଏହି ଗ୍ରହର ପ୍ରଭାବ ଶୁକ୍ରବାରରେ ଅଧିକ ରହିଥାଏ। ତେଣୁ ଏହିଦିନ ଶୁଭକାର୍ଯ୍ୟ, ବିବାହ, ଧନ ସମ୍ବନ୍ଧୀୟ କାର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ।
ବାମନ ହେଉଛନ୍ତି ବିଷ୍ଣୁଙ୍କର ପଞ୍ଚମ ଅବତାର, ଯିଏକି ତ୍ରେତୟା ଯୁଗରେ ନରସିଂହ ଅବତାର ପରେ ଆବିର୍ଭାବ ହୋଇଥିଲେ। ବାମନ ଅବତାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଦୈତ୍ୟରାଜା ମହାବଳିଙ୍କଠାରୁ ସ୍ୱର୍ଗ, ମର୍ତ୍ୟ ଓ ପାତାଳ ନେଇ ବିଶ୍ୱର ବ୍ରାହ୍ମଣ୍ୟ ଶୃଙ୍ଖଳା ପୁନଃସ୍ଥାପନ କରିବା।
ସେତେବେଳେ ସବୁକିଛି ହେଉଥିଲା ଗଜପତି ମହାରାଜାଙ୍କ ହିସାବରେ। ତାଙ୍କ ରାଜକୀୟ ଶାସନ ଆରମ୍ଭଠାରୁ ଗଣନା ହୁଏ ଓଡ଼ିଆଙ୍କ ଅଙ୍କ ତିଥି। ଆମମାନଙ୍କ ଜାତକରେ ଲେଖାହୁଏ ସେହି ସଂଖ୍ୟା। ସୁନିଆଁ ହେଉଛି ଓଡିଶାର ଶାସକୀୟ ବର୍ଷ ଆରମ୍ଭର ପ୍ରଥମ ଦିନ।
ସମ୍ବଲପୁର ଓ ବଲାଙ୍ଗିରର ଆରାଧ୍ୟ ଦେବୀ ମାଆ ସମଲେଇଙ୍କ ପାଖରେ ନବାନ୍ନ
ନୂଆଁଖାଇ କେବଳ ନୂଆ ଅନ୍ନ ଖାଇବାର ପର୍ବ ନୁହେଁ, ଏହା ଏକତା, ଭାଇଚାରା ଓ କୃତଜ୍ଞତାର ପର୍ବ। ନୂଆଁଖାଇ ପାଳିବା ପାଇଁ ଲୋକମାନେ ଘରଦ୍ୱାର ସଫା କରନ୍ତି, ନୂଆ ପୋଷାକ କିଣନ୍ତି ଏବଂ ପର୍ବ ପାଇଁ ବେଶ୍ ଉତ୍ସାହରେ ପ୍ରସ୍ତୁତ ହୁଅନ୍ତି। ନିର୍ଦ୍ଧାରିତ ଲଗ୍ନରେ ପରିବାରର ମୁଖିଆ, ନୂଆ ଧାନରୁ ପ୍ରସ୍ତୁତ ଭାତ ବା କ୍ଷୀରିକୁ ପ୍ରଥମେ ନିଜ ଇଷ୍ଟଦେବୀ ଓ ଗ୍ରାମଦେବତୀଙ୍କୁ ଅର୍ପଣ କରନ୍ତି।
ସବୁ ପୂଜାର ଯେମିତି ଗୋଟେ ବିଧି ଥାଏ, ସେମିତି ଗଣେଶ ପୂଜାର ମଧ୍ୟ ଅନେକ ବିଧି ରହିଛି। ପ୍ରଭୁ ଗଣେଶ ହେଉଛନ୍ତି ସବୁ ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ଅର୍ଥାତ ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟର ପୂଜା ହୁଏ। ପ୍ରଭୁ ଗଣେଶଙ୍କୁ ନେଇ ରହିଛି ଅନେକ କୌତୂହଳୀ କାହାଣୀ।
ଗୁରୁଭାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ଜସ୍ମିନ୍ ଜାଫର ମନ୍ଦିର ପୁଷ୍କରିଣୀରେ ତାଙ୍କ ପାଦ ଧୋଇବାର ଏକ ରିଲ୍ ଭିଡିଓ ଭାଇରାଲ କରିବା ପରେ ସେଠାରେ ଶୁଦ୍ଧିକରଣ ନୀତି ଅନୁଷ୍ଠିତ ହେଉଛି।