• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Rahul targets CEC
Rahul Gandhi : ରାହୁଲଙ୍କ ଟାର୍ଗେଟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଭୋଟ ଚୋରିର ଦେଲେ ପ୍ରମାଣ

କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଭୋଟର ତାଲିକାରୁ ଅନେକ ଭୋଟରଙ୍କ ନାଁ ବାଦ ଦେବା ଘଟଣାରେ ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାଣିଛନ୍ତି। ଯେଉଁମାନଙ୍କର ନାଁ ତାଲିକାରୁ ଡିଲିଟ କରାଯାଇଛି ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ସପ୍ତାହକ ମଧ୍ୟରେ ଦେବାକୁ ଦାବି କରିଛନ୍ତି ରାହୁଲ। ସେହିଭଳି ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଭୋଟ ଚୋରି ପ୍ରସଙ୍ଗରେ କର୍ଣ୍ଣାଟକ ଆଲାଣ୍ଡ ନିର୍ବାଚନମଣ୍ଡଳୀର ଉଦାହରଣ ଦେଇ ସେ ଭୋଟର ତାଲିକାରେ କିପରି ଏପଟ ସେପଟ କରାଯାଇଛି ସେକଥା ଉଠାଇଛନ୍ତି।

Congress has moved a no-confidence motion
No-Confidence Motion : ଦେଢ଼ ବର୍ଷର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, କଣ କରିବ ବିଜେଡି ?

ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଆଣିଲା ଅନାସ୍ଥା। ଏନେଇ କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଦେଇଛନ୍ତି ଚିଠି। ଯେଉଁ ଚିଠିରେ ୧୫ ଜଣଙ୍କ ଦସ୍ତଖତ ରହିଛି। ଅନାସ୍ଥାକୁ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି। ତେବେ ସରକାରଙ୍କୁ ଅଡୁଆରେ ପକାଇବାକୁ କଂଗ୍ରେସ ଏଭଳି କରିଥିଲେ ମଧ୍ୟ ବିଜେଡି ଉପରେ ରହିଛି ସମସ୍ତଙ୍କ ନଜର।

Shreemayee Mishra
Shreemayee Mishra: ଶ୍ରୀମୟୀଙ୍କୁ ମହଙ୍ଗା ପଡ଼ିବ କି ଶୀର୍ଷ ନେତୃତ୍ବଙ୍କୁ ଚ୍ୟାଲେଞ୍ଜ? ଦଳ ନେବ କି ବଡ଼ କାର୍ଯ୍ୟାନୁଷ୍ଠାନ

ଶୀର୍ଷ ନେତୃତ୍ୱଙ୍କୁ କଟାକ୍ଷ କରି ନିଶାନା କରିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ତେଣୁ ବିଜେଡି ତାଙ୍କ ଉପରେ ଆକ୍ସନ ନେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

Shreemayee
Fake Monk: ଧୃତରାଷ୍ଟ୍ର ଉପାଖ୍ୟାନ ପରେ ସନ୍ନ୍ୟାସୀ ଶର ମାରିଲେ ଶ୍ରୀମୟୀ, ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷରେ କଟାକ୍ଷ

ବିଜେଡି ସୁପ୍ରିମୋ ନବୀନଙ୍କୁ ନିଶାନାର ସପ୍ତାହେ ପରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ। ପରୋକ୍ଷରେ ଏକ ହିନ୍ଦୀ ୱେବ ସିରିଜର ଉଦାହରଣ ରଖି ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ ବୋଲି ବି କଟାକ୍ଷ କରିଛନ୍ତି ଏହି ବିଜେଡି ନେତ୍ରୀ। ସୋସିଆଲ ମିଡିଆରେ ଶ୍ରୀମୟୀ ଲେଖିଛନ୍ତି, ସନ୍ନ୍ୟାସୀ ମାନେ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି, ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ "ଜଗତ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ"। ଏହା ବି ଲେଖିଛନ୍ତି କିଛି ସନ୍ନ୍ୟାସୀ ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି। ବିଜେଡି କହିଛି ସେ କାହିଁକି ଅସନ୍ତୁଷ୍ଟ ତାଙ୍କୁ ପଚାର, ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ନେବେ ନବୀନ । ....

Shreemayee
Shreemayee Mishra: ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ

ଧୃତରାଷ୍ଟ୍ର ପରେ ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ। ନିଜ ସୋସିଆଲ୍ ମିଡିଆ ପେଜ୍ ରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ଏକ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଛନ୍ତି, ଯାହା କି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭି.କେ. ପାଣ୍ଡିଆନଙ୍କ ଆଡକୁ ନିଶାନା ବୋଲି ଚର୍ଚ୍ଚା ହେଉଛି।

  • Tuesday, 16 September 2025
Shreemayee Mishra
Shreemayee Mishra: ଶ୍ରୀମୟୀଙ୍କ ନିଶାନା, କିଏ ଭଣ୍ଡ ସନ୍ନ୍ୟାସୀ?

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ୍ ମିଡିଆରେ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷରେ ଭି.କେ. ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

College Election
College Polls Hang in Balance: ହଟୁନି କଲେଜ ଇଲେକସନ ସସପେନସ୍, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ ସତ୍ତ୍ୱେ ଆସୁନି ସ୍ପଷ୍ଟତା

ଏଥର ଛାତ୍ର ସଂସଦ ନିର୍ବାଚନ ହେବ ନା ନାହିଁ ? କେବେ ହେବ ନା ଏମିତି ଦିନ ଗଡ଼ି ଚାଲିବ। ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରିବେ ତ ? ଦଶହରା ଛୁଟି ପୂର୍ବରୁ ବିଜ୍ଞପ୍ତି ସହ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିଥାଏ। କିନ୍ତୁ ଏଯାଏଁ ସେମିତି କିଛି ସ୍ପଷ୍ଟ ସଙ୍କେତ ମିଳୁନାହିଁ। ଦ୍ବନ୍ଦ୍ବ ଭିତରେ ସରକାର ପ୍ରତିଶ୍ରୁତି ପାଳିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ର ବିଜେଡି ଓ କଂଗ୍ରେସ। ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ପୁଣି କହିଛନ୍ତି ସରକାର ସକାରାତ୍ମକ ଅଛନ୍ତି। ...

BJD
‍ବିଜେଡି ଭାଙ୍ଗିଲା ବ୍ୟାରିକେଡ୍

ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି । ରାଜ୍ୟରେ ସାର ସମସ୍ୟାକୁ ନେଇ ବିଜେଡିର ବିକ୍ଷୋଭ

SC
Supreme Court: କର୍ମକ୍ଷେତ୍ରରେ ମହିଳା ନିର୍ଯାତନା ଆଇନ ଅଧୀନରେ ରାଜନୈତିକ ଦଳଗୁଡ଼ିକ ଆସିବେ କି ନାହିଁ ? ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବି ଆର ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାରେ ଦାୟର ଆବେଦନକୁ ଖାରଜ କରି କହିଛନ୍ତି ଯେ ଏପରି କରିବା ବ୍ଲାକମେଲ୍ ପାଇଁ ଏକ ଉପକରଣ ହୋଇଯିବ।

PM Modi
PM Modi:ମୋଦୀ କହିଲେ “ମୁଁ ଭଗବାନ ଶିବଙ୍କର ଭକ୍ତ, ମୁଁ ସବୁ ବିଷ ପିଇଦେଇ ପାରେ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଦରାଙ୍ଗରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ଜୋରଦାର୍ ଆକ୍ରମଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମାଆଙ୍କୁ ଦିଆଯାଇଥିବା ଗାଳିକୁ ନେଇ ବିରୋଧିଙ୍କୁ ଟାର୍ଗେଟ୍ କରିଛନ୍ତି।

BJD
BJD Conflict: ଟାଣୁଆ ନେତାଙ୍କୁ ଛୁଇଁ ପାରୁନାହାନ୍ତି ବିଜେଡି ସୁପ୍ରିମୋ, ଦୁର୍ବଳ ଉପରେ ସାଧୁଛନ୍ତି କି ଦାଉ ?

ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳର ନିଲମ୍ବନ କରାଗଲା ବୋଲି ବିଜେଡ଼ି କହିଛି । ବିଜେଡ଼ିର ଏହି କାର୍ଯ୍ୟାନୁଷ୍ଠାନକୁ ଦଳର ଏକ ‘ଫେସ୍ ସେଭିଙ୍ଗ୍‌’ ବା ସମ୍ମାନରକ୍ଷା ପଦକ୍ଷେପ ବୋଲି ପ୍ରଫୁଲ୍ଲ କହିଛନ୍ତି । ତାଙ୍କର କହିବା କଥା ସେ ପ୍ରଥମେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ର ପାଇଲା ପରେ ବିଜେଡ଼ି ଦଳ ନିଜକୁ ଅପଦସ୍ତ ପରିସ୍ଥିତିରୁ ମୁକୁଳାଇବା ପାଇଁ ଏହି ପଦକ୍ଷେପ ନେଇଛି ।

Pramila Mallik
Pramila Mallik Challenges: ଯିଏ କହୁଛି ସିଏ ବୁଝାଇକି ଆଣୁ

'ଯେଉଁମାନେ କହୁଛନ୍ତି ସେହିମାନେ ବୁଝାସୁଝା କରି ଆଣୁ ନାହାନ୍ତି। ତାଙ୍କୁ କିଏ ମନା କରୁଛି। ବରିଷ୍ଠ ନେତାମାନଙ୍କର କଣ ଦାୟିତ୍ବ ନାହିଁ। ଆମେ କଣ ଖାଲି ମିଡିଆରେ କଥା କହିଦେଲେ ହୋଇଯିବ।' - ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ମୁଖ୍ୟସଚେତକ

  • Saturday, 13 September 2025
BJD
Internal Rift in BJD: ପ୍ରଫୁଲ୍ଲଙ୍କ ନିଲମ୍ବନ ନିଷ୍ପତ୍ତିକୁ ନେଇ ବିଜେଡିରେ କଂପନ, ପରୋକ୍ଷରେ ଦଳ ମୁଖିଆଙ୍କୁ ବାଣୀ ଶୁଣାଇଲେ ବରିଷ୍ଠ ନେତା ପଦ୍ମନାଭ

ପ୍ରଫୁଲ୍ଲଙ୍କ ନିଲମ୍ବନକୁ ନେଇ ବିଜେଡିରେ କଂପନ। ଅସନ୍ତୁଷ୍ଟଙ୍କ ସମସ୍ୟା ବୁଝି ସମାଧାନ ବଦଳରେ କାର୍ଯ୍ୟାନୁଷ୍ଠାନକୁ ଦଳ ଭିତରୁ ନାପସନ୍ଦ। ବରିଷ୍ଠ ନେତା ପଦ୍ମନାଭ ବେହେରା ତ ଏଇ ପ୍ରସଙ୍ଗରେ ସରକାରରେ ଥାଇ ଦଳ ଚଳାଇବା ଓ ବିରୋଧୀ ସିଟରେ ବସି ଦଳ ଚଳାଇବାର ଫରକ୍ ବତାଇ ଝଡ଼ ସୃଷ୍ଟି କରିଛନ୍ତି। ଯାହାକୁ ନେଇ ସରଗରମ ବିଜେଡି ରାଜନୀତି।...

BJD Faces Exodus
BJD: ବିଜେଡି ପଞ୍ଜୁରୀରୁ ଫୁର୍ ପୁଣି ଜଣେ ଭେଟେରାନ୍, ବୁମେରାଂ ହେବ ପ୍ରଫୁଲ୍ଲଙ୍କ ବିରୋଧରେ ଆକ୍ସନ !

ବିଜେଡି ପଞ୍ଜୁରୀରୁ ଉଡ଼ି ଯାଉଛନ୍ତି ଜଣକ ପରେ ଜଣେ ପୁରୁଖା ନେତା। ଏନ୍ ଭାସ୍କର ରାଓଙ୍କ ପରେ ଶଙ୍ଖ ଦଳ ସହ ସଂପର୍କ ତୁଟାଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଯଦିଓ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରଫୁଲଙ୍କୁ ନିଲମ୍ବନ କରିଥିବା ବିଜେଡି କହୁଛି, ହେଲେ ପ୍ରଫୁଲ୍ଲ କହିଛନ୍ତି ସେ ଆଗେ ଇସ୍ତଫା ଦେଇଛନ୍ତି। ତେଣେ ଗତ କିଛି ଦିନ ଭିତରେ ମୁହଁ…

AI
AI-Created PM Video: ପ୍ରଧାନମନ୍ତ୍ରୀଙ୍କ AI ଭିଡିଓ କଂଗ୍ରେସ ପାଇଁ ସମସ୍ୟା ପାଲଟିବ! IT ବିଶେଷଜ୍ଞ କହିଲେ- କେତେ ବର୍ଷ ଜେଲ୍

ବିହାର କଂଗ୍ରେସ ପକ୍ଷରୁ ଏକ ସୋସିଆଲ ମିଡିଆ ପୋଷ୍ଟ କରାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କ ଫଟୋ ଦର୍ଶାଯାଇଛି। ଏହା ରାଜନୈତିକ ହଇଚଇ ସୃଷ୍ଟି କରିଛି।

Prafulla Mallik
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ, ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ

ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ କଲା ବିଜେଡି । ଗତକାଲି ବିଜେଡିକୁ ଚେତାବନୀ ଦେଇଥିଲେ ପ୍ରଫୁଲ୍ଲ ।

  • Friday, 12 September 2025
Prafulla Mallick
Prafulla Mallik: ଛାଡ଼ିଲେ ନା ତଡ଼ିଲେ ! ପ୍ରଫୁଲ୍ଲ କହିଲେ ସକାଳୁ ବିଜେଡିରୁ ଇସ୍ତଫା ଦେଇସାରିଛି

ଗତକାଲି ଦଳକୁ ବଡ ଚେତାବନୀ ଶୁଣାଇ ପ୍ରଫୁଲ୍ଲ କହିଥିଲେ,ଦଳ ଠିକ ଢଙ୍ଗରେ ନ ଚାଲେ ଦଳଠୁ ଦୂରେଇ ଯିବି।  ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ।

Prafulla Mallik
BJD: ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ, ଗତକାଲି ଚେତାବନୀ ଦେଇଥିଲେ...ଦଳଠୁ ଦୂରେଇ ଯିବି

ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ । ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କଲା ବିଜେଡି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି । 

Nuapada By-Election
Nuapada By-Election: ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ପାଗଭିଡ଼ା, ତିନି ଦଳର ଦମ୍ଭୋକ୍ତି- 'ଆମେ ଜତିବୁ'

ନୂଆପଡା ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ପୁଣି ଜିତିବା ନେଇ ବିଜେଡି ଶହେ ପ୍ରତିଶତ ଗ୍ୟାରେଣ୍ଟି ଦେଉଥିବା ବେଳେ ନୂଆ ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ଭଲ ପ୍ରଦର୍ଶନ ନେଇ ଆଶାବାଦୀ। ବିଜେପି କହିଛି ଆମର ଗୋଟିଏ ସିଟ୍ ବଢିବ।

BJD
BJD Crisis: ବିଜେଡିକୁ ଚେତାବନୀ ଦେଲେ ପ୍ରଫୁଲ୍ଲ ମଲ୍ଲିକ, କହିଲେ ମୁଁ ଦଳ ଛାଡ଼ିଦେବି..

ଯଦି ଦଳ ଆଗକୁ ଠିକ ଢଙ୍ଗରେ ନଚାଲେ, ଭୁଲ୍ ନସୁଧାରେ ତାହେଲେ ଦଳଠୁ ଦୂରେଇ ଯିବି ବୋଲି କହି ବିଜେଡିକୁ କଡା ଚେତାବନୀ ଶୁଣାଇଛନ୍ତି ଭେଟେରାନ ନେତା ପ୍ରଫୁଲ୍ଲ ମଲ୍ଲିକ। ସେପଟେ କଟକରେ ଦଳ ଛାଡି ସିଧା ସିଧା ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ଛାତ୍ର ନେତା ହରିଶଙ୍କର ରାଉତ।

Former Student BJD Leader Harishankar Raut Resigns, Slams Pandian & Naveen
କୁଳବୁଡ଼ା ନୟନ ପିତୁଳା

ମୁଁ ପଛେ ଶାଗ ପଖାଳ ଖାଇ ସ୍ୱାଭିମାନୀ ଓଡ଼ିଆ ହୋଇ ରହିବି, ହେଲେ ଅଣଓଡ଼ିଆଙ୍କ କ୍ରୀତଦାସ ହେବିନାହିଁ। ଏମିତି କହି ପାଣ୍ଡିଆନ୍ ଓ ନବୀନଙ୍କ ଉପରେ ବର୍ଷିଲେ ହରିଶଙ୍କର ରାଉତ। ହରି ସଙ୍କର ରାଉତ ହେଉଛନ୍ତି ଛାତ୍ର ବିଜେଡ଼ିର ପୂର୍ବତନ ସାଧାରଣ ସମ୍ପାଦକ। ସେ ଆଜି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ତାଙ୍କ ମନରେ ଥିବା ସବୁ କଥା କହି ଦେଇଛନ୍ତି।

  • Thursday, 11 September 2025
Harishankar Rout Quits BJD
BJD Crisis: ବିଜେଡି ଛାଡ଼ିଲେ ହରିଶଙ୍କର, ନିଶାନାରେ ନବୀନ-ପାଣ୍ଡିଆନ...କହିଲେ ନିର୍ବାଚନରେ ଲୋକେ ଜବାବ ଦେଲେ

ଦଳ ଛାଡ଼ିବା ସହ ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ନିଶାନା କଲେ ଛାତ୍ରନେତା ହରିଶଙ୍କର ରାଉତ । କହିଲେ ନିର୍ବାଚନରେ ଲୋକେ ଜବାବ ଦେଲେ । ଏହା ସତ୍ତ୍ବେ ବି ନବୀନଙ୍କ ପାଣ୍ଡିଆନ ପ୍ରୀତି ଯାଇନି ।

Prafulla Mallik on BJD
BJD Crisis: ବରିଷ୍ଠ ନେତାଙ୍କ ଚେତାବନୀ; କହିଲେ ଦଳ ଠିକରେ ନଚାଲିଲେ ଛାଡ଼ିଦେବି

ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳ ଏବେ ଆଉ ପୂର୍ବ ବିଚାର ଧାରାରେ ନାହିଁ ।

Bihar
Leaders to Rule the Skies: ବିହାରରେ ପ୍ରଚାର ବେଳେ ଏଥର ଉଡ଼ିବ ୩ ଗୁଣ ଅଧିକ ହେଲିକପ୍ଟର, ଆକାଶରେ ଉଡିବେ ନେତା

୨୦୨୫ ବିଧାନସଭା ନିର୍ବାଚନ ସମୟରେ ବିହାର ଷ୍ଟେଟ୍ ହ୍ୟାଙ୍ଗରରୁ ପ୍ରତିଦିନ ପ୍ରାୟ ୨୦ଟି ହେଲିକପ୍ଟର ଉଡ଼ାଣ ଭରିବ। ଏନଡିଏ ଏବଂ ମହାମେଣ୍ଟ ପକ୍ଷରୁ ହେଲିକପ୍ଟରର ଆଗୁଆ ବୁକିଂ କରାଯାଇଛି। ବିଜେପି ଏବଂ ଜେଡିୟୁ ମେଣ୍ଟ ପକ୍ଷରୁ ଏକ ଡଜନରୁ ଅଧିକ ହେଲିକପ୍ଟର ବୁକ୍ କରାଯାଇଛି।

BJD-will-see-the-new-BJD
ବିଜେଡି ଦେଖିବ ନୂଆ ବିଜେଡି !

ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ପରେ ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ ବିଶ୍ବାସର ସହ କହୁଛନ୍ତି ବିଜେଡି ଫାଳ ଫାଳ ହୋଇଯିବ। ନୂଆ ବିଜେଡିର ମୂଳଦୁଆ ପଡି ସାରିଲାଣି। ବିଜେଡି କର୍ମୀ ହିଁ ନୂଆ ବିଜେଡି ତିଆରି କରିବେ। ବର୍ତ୍ତମାନ ସ୍ଥିତି ଯାହା ବିଜେଡି ଉପରୁ ଆସ୍ଥା ଓ ବିଶ୍ବାସ ଉଠି ସାରିଲାଣି।

  • Thursday, 11 September 2025
  • BJD