ପ୍ରସାରଣ ସମୟ- ସୋମବାର ଠାରୁ ଶନିବାର ଅପରାହ୍ନ ୩ଟା ୩୦ମିନିଟ ଉପସ୍ଥାପିକା- କୁସ୍ମିତା ସାମଲ ବିଚିତ୍ର ବ୍ରହ୍ମାଣ୍ଡ ,ଏହି କର୍ଯ୍ୟକ୍ରମ ଜରିଆରେ ଆପଣ ଜାଣିବାକୁ ପାଇବେ ଆମ ଦେଶ ଦୁନିଆର କିଛି ଅଦ୍ଭୁତ ତଥା ବିଚିତ୍ର, ଜଣା ଅଜଣା ତଥ୍ୟ । ବିଶ୍ୱ ବ୍ରହ୍ମାଣ୍ଡର ବିଚିତ୍ର ତଥା ଅଦ୍ଭୁତ ସ୍ଥାନ, ନିଆରା ଟ୍ୟାଲେଣ୍ଟ, ଓ ବିଚିତ୍ର ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଏହି କାର୍ଯ୍ୟକ୍ରମ । ଆମ ବିଶ୍ୱରେ ପାଦେ ପାଦେ କିଛି ନା କିଛି ଚମତ୍କାର ଦେଖିବାକୁ ମିଳେ । ଅନେକ ନୂତନ ତଥ୍ୟ ଜାଣିବାକୁ ମିଳେ । ଯାହା ଜ୍ଞାନ ଆହରଣରେ ସହାୟକ ହୋଇଥାଏ । ଏଠି ମନୁଷ୍ୟକୃତ କଳାକୃତି ହେଉ କି ପ୍ରକୃତିର ରଚନା ସବୁ କିଛି ଆମକୁ ପ୍ରତିକ୍ଷଣରେ ଆଶ୍ଚର୍ଯ୍ୟ କରେ । ଆଉ ତା ସହ ଆମ କଳାସଂସ୍କୃତି, ଐତିହ୍ୟ-ନିର୍ମାଣ ବି କୌଣସି ବିଚିତ୍ର ଠାରୁ କମ୍ ନୁହେଁ । ତେଣୁ ସେହିଭଳି କିଛି ବିଷୟବସ୍ତୁକୁ ନେଇ ଆମର ଉପସ୍ଥାପନା, ବିଚିତ୍ର ବ୍ରହ୍ମାଣ୍ଡ ।