୨୦୧୧ରେ ଦେଶରେ ଶେଷଥର ପାଇଁ ଜନଗଣନା ଅନୁଷ୍ଠିତ ହୋଇଥିଲା । ଭାରତରେ ପ୍ରତି ୧୦ ବର୍ଷକୁ ଥରେ ଜନଗଣନା କରାଯାଏ । ସାରା ଦେଶରେ ଜନଗଣନା ଶେଷ କରିବାକୁ ପ୍ରାୟ ୨୧ ମାସ ସମୟ ଲାଗିବ। ଜନଗଣନାରେ ସାରା ଦେଶର ଜନସଂଖ୍ୟା ସମେତ ଅନ୍ୟ ତଥ୍ୟ ସଂଗ୍ରହ କରାଯାଇପାରିବ । ଏହି କାର୍ଯ୍ୟରେ ଲକ୍ଷ ଲକ୍ଷ କର୍ମଚାରୀ ନିୟୋଜିତ ହେବେ ।
ଇରାନ୍-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଇସ୍ରାଏଲର ଚେତାବନୀ ସତ୍ତ୍ବେ ଜବାବୀ ଆକ୍ରମଣ ଜାରି ରଖିଛି ଇରାନ୍। ଘନଘନ ମିସାଇଲ ଓ ଡ୍ରୋନ୍ ବର୍ଷା କରି ଚାଲିଛି । ଇରାନର ସଂସଦ ପରମାଣୁ ଅପ୍ରସାର ଚୁକ୍ତି (ଏନପିଟି) ରୁ ବାହାରିବା ଏକ ବିଲ୍ ପ୍ରସ୍ତୁତ କରିଛି। ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଏନପିଟିରୁ ବାହାରିବାକୁ ଇରାନ ଘୋଷଣା କରିଛି ।
ପାଣ୍ଡବମାନେ ଗୋଟେ ବର୍ଷ ଅଜ୍ଞାତବାସରେ ରହିବା ପାଇଁ କେଉଁ ଦେଶକୁ ମନୋନୀତ କଲେ ? କିଏ କୋଉ ନାମ ଧରି କୋଉ ଛଦ୍ମରୂପ ଧରି ରହିବାକୁ ଠିକ କଲେ ? ପାଣ୍ଡବମାନଙ୍କ ସହ ଥିବା ଅନ୍ୟମାନେ ପୁଣି କୁଆଡେ ଗଲେ ? ଏଇସବୁ ରୋଚକ ଘଟଣା ବିଷୟରେ ଅଧିକ ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଯେତେବେଳେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀଙ୍କର ଶପଥ ଗ୍ରହଣ ସମାରୋହ ଚାଲିଥିଲା, ସେତେବେଳେ କୋରାପୁଟ ଜିଲ୍ଲା ସେମିଳିଗୁଡା ସୁବାଇ ଅଂଚଳରେ ଝାଡାବାନ୍ତି ବ୍ୟାପିଥିଲା। ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ଶିଶୁ, ମହିଳା, ବୃଦ୍ଧ ଆକ୍ରାନ୍ତ ହୋଇଥିଲେ। ଆଜି ଯେତେବେଳେ ସରକାର ବାର୍ଷିକ ପୂର୍ତ୍ତି ସମାରୋହ ପାଳନ କରୁଛନ୍ତି, ସେହି ସମୟରେ ଅଣାୟତ୍ତ ଝାଡାବାନ୍ତି ହଇଜା ରୂପ ଧାରଣ କଲାଣି।
କାହିଁକି ଏମିତି ହୁଏ ? କେଉଁ କାରଣ ପାଇଁ ହୁଏ ? କାହିଁକି ପାଟି ଶୁଖି ଅଠା ଅଠା ହୋଇଯାଏ ? ଏହା କିଛି ରୋଗ କି ? କେମିତି କରିବେ ଏହାର ପ୍ରତିକାର । ପଢ଼ନ୍ତୁ ।
ରଜ ପର୍ବରେ ଦୋଳି ଉପରେ ବା ସାଙ୍ଗସାଥୀ ମେଳରେ ବୋଲା ଯାଉଥିବା ଗୀତର ମାଧୁର୍ଯ୍ୟ ଅନନ୍ୟ । ଏହି ରଜଗୀତ କାହିଁ କେଉଁ ଅନାଦି କାଳରୁ ଆମରି ଗାଆଁଗହଳିରେ ଜନ୍ମ ନେଇଥିଲା । ବିଶେଷ କରି ତରୁଣୀମାନେ ଦୋଳି ଖେଳ ସମୟରେ ନିଜର ସାଥୀ ମାନଙ୍କୁ, ପ୍ରେମିକମାନଙ୍କୁ ବା ଭାଉଜମାନଙ୍କୁ ଲକ୍ଷ୍ୟକରି ଖୁସିରେ ଗୀତଗାଇ ଚାଲନ୍ତି।
କାହିଁକି ସରୋବର କୂଳରେ ପହଞ୍ଚି ଯୁଧିଷ୍ଠିର ବିଳାପ କରି କାନ୍ଦିଲେ? ଯୁଧିଷ୍ଠିରଙ୍କୁ କ'ଣ ପଚାରିଲେ ଯକ୍ଷ? କାହିଁକି ଚାରି ଭାଇ ଭିତରୁ କେବଳ ନକୁଳଙ୍କ ଜୀବନ ଭିକ୍ଷା କଲେ ଯୁଧିଷ୍ଠିର? ଯକ୍ଷ ରୂପରେ କେଉଁ ଦେବତା ଆସିଥିଲେ ପାଣ୍ଡବଙ୍କ ପାଖକୁ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଏମିତି କାହାଣୀ ଆପଣ କେବଳ ଭାରତୀୟ ହିନ୍ଦୁ ସଂସ୍କୃତିରେ ହିଁ ଦେଖିବାକୁ ପାଇବେ। ଜଗନ୍ନାଥ ସଂସ୍କୃତିର ବିଶେଷତ୍ୱ ହେଉଛି ଏହା ସାଧାରଣ ମଣିଷର କଥା କୁହେ। ମହାପ୍ରଭୁଙ୍କ ନୀତି ସହିତ ଜଡ଼ିତ ଏହି କାହାଣୀଟି ପଢ଼ନ୍ତୁ, ଜାଣିପାରିବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁରୁତ୍ୱ।
ଆମେରିକା ଏବଂ ୟୁରୋପ ଇସ୍ରାଏଲ ସହିତ ଠିଆ ହୋଇଛନ୍ତି। ରୁଷ ଏବଂ ଚୀନ ଗୁପ୍ତ ଭାବରେ ଇରାନକୁ ସମର୍ଥନ କରନ୍ତି। ଆରବ ଦେଶଗୁଡ଼ିକ କେତେବେଳେ ଇରାନ ବିରୋଧରେ ତ କେତେବେଳେ ନିରପେକ୍ଷ ମନ୍ତବ୍ୟ ଦିଅନ୍ତି। ତେବେ ଇସ୍ରାଏଲ ସହିତ ୟୁଏଇର ସମ୍ପର୍କ ସ୍ୱାଭାବିକ ରହିଛି । ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେଲେ ତେଲ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହେବ ଏବଂ ସାରା ବିଶ୍ୱରେ ଆର୍ଥିକ ସଙ୍କଟ ଆହୁରି ଗଭୀର ହେବ।
ଆପଣମାନେ ଜାଣନ୍ତି କି ଆମ ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପୋଡ଼ପିଠା ଖାଇବାକୁ ଭଲ ପାଆନ୍ତି। ରଥଯାତ୍ରା ସାରି ବଡ଼ଦେଉଳକୁ ଫେରିବା ସମୟରେ ବାଟରେ ମହାପ୍ରଭୁ ନିଜ ମାଉସୀଙ୍କ ହାତରୁ ପୋଡ଼ପିଠା ଖାଆନ୍ତି। ବଳଗଣ୍ଡିରେ ଥିବା ମାଉସୀ ମା ମନ୍ଦିରରେ ମା ଅର୍ଦ୍ଧଶୋଷିଣୀ ଦେବୀଙ୍କ ପିଠରେ ତାଙ୍କ ମୁଖ୍ୟ ସେବକ ପ୍ତସ୍ତୁତ କରନ୍ତି ପୋଡ଼ପିଠା।
ଆଇପିଏଲ୍ର ୧୮ତମ ସିଜନ୍ରେ ଜଣେ ପରିପୂର୍ଣ୍ଣ ଅଧିନାୟକ ଥିଲେ ରଜତ ପାଟିଦାର । ତାଙ୍କ ନେତୃତ୍ୱରେ ଲିଗ୍ ଇତିହାସରେ ପ୍ରଥମ ଥର ଚାମ୍ପିଅନ୍ ହୋଇଛି ଆର୍ସିବି । ତେବେ ଟିମ୍ର ସ୍ୱପ୍ନକୁ କିପରି ସାକାର କରିଛନ୍ତି ଏହି ନୂଆ ଅଧିନାୟକ? ତାଙ୍କ ବୈଶିଷ୍ଟ୍ୟ ଓ ରଣନୀତି ଏବେ ପାଲଟିଛି ଚର୍ଚ୍ଚାର ବିଷୟ ।
ସମସ୍ତେ ଏଇ ସୁଖ ଟିକିଏ ପାଇବା ଆଶାରେ ଟଙ୍କା ପଛରେ ଗୋଡେଇ ଚାଲିଛନ୍ତି । ଖୁସି ଯେ ବହୁତ ସହଜରେ, ମାଗଣାରେ ମିଳିଯାଏ, ଏକଥା କିନ୍ତୁ କେହି ବୁଝି ପାରନ୍ତିନି, ଏଇ ସରଳ କଥାଟି ସମସ୍ତଙ୍କୁ ବହୁତ ଜଟିଳ ଲାଗେ ।
ମୁଖ୍ୟମନ୍ତ୍ରୀ ଶାସନର ବିକେନ୍ଦ୍ରିକରଣ କରିଛନ୍ତି । ମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପଦାଧିକାରୀମାନଙ୍କ କାର୍ଯ୍ୟରେ ଆଦୌ ରାଜନୈତିକ ହସ୍ତକ୍ଷେପ ହେଉଥିବା ଦେଖିବାକୁ ମିଳୁନାହିଁ । ଅବଶ୍ୟ ଆଗକୁ କ’ଣ ହେବ, ତାହା ଏବେ କହିହେବ ନାହିଁ । ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ଅଧିକାରୀମାନଙ୍କ ଉପରେ କଡ଼ା ନଜର ରଖିଥିବାରୁ ପ୍ରତ୍ୟେକଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ପ୍ରୟାସ ଚାଲିଛି ।
କାହିଁକି ପାଣ୍ଡବମାନେ ଘୋର ଜଙ୍ଗଲରେ ଗୋଟେ ମୃଗର ସନ୍ଧାନ କରୁଥିଲେ? ଶୋଷରେ ଆଉଟୁ ପାଉଟୁ ହୋଇ କ'ଣ କଲେ ସେମାନେ? ଅରଣ୍ୟ ଭିତରେ ଥିବା ସରୋବରରୁ ଜଳ ଆଣିବାକୁ ଯାଇ କାହିଁକି ପାଣ୍ଡବ ଚାରି ଭାଇ ଆଉ ଯୁଧିଷ୍ଠିରଙ୍କ ପାଖକୁ ଫେରିଲେନି? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ମଧୁମେହ ଏକ ମହାମାରୀ ପରି ବ୍ୟାପିବାରେ ଲାଗିଛି। ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୭୭ ମିଲିୟନ ଅତିକ୍ରମ କରିସାରିଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ରହିଛି। ମଧୁମେହ ଏପରି ଏକ ଅବସ୍ଥା ଯେଉଁଥିରେ ଶରୀର, ଇନସୁଲିନକୁ ସଠିକ୍ ଭାବରେ ବ୍ୟବହାର କରିପାରେ ନାହିଁ ।
ସମ୍ପୂର୍ଣ୍ଣ ଦକ୍ଷିଣ ଏସିଆରେ ତ୍ବଚାର ଗୋରା ରଙ୍ଗ ପ୍ରତି ଗୋଟିଏ ଅହେତୁକ ଆକର୍ଷଣ ରହିଛି। ସୁନ୍ଦର ହେବା ପାଇଁ, ତ୍ବଚାର ଗୋରା ହେବା ନିହାତି ଜରୁରୀ ବୋଲି ଗୋଟିଏ ଭୁଲ ଧାରଣା ରହିଛି। ଏବଂ ଏହି ଭୁଲ ଧାରଣା ହିଁ ତ୍ବଚାକୁ ଗୋରା କରିବା କ୍ରିମ୍ ଓ ବିଭିନ୍ନ କସ୍ମେଟିକ୍ ପ୍ରଡକ୍ଟର ଗୋଟିଏ ବଡ ବଜାର ତିଆରି କରି ପାରିଛି। କିନ୍ତୁ ଗୋଟିଏ ବହୁଳ ମାତ୍ରାରେ ପ୍ରଚଳିତ ଓ ବିକ୍ରି ହେଉଥିବା କ୍ରିମ୍ ଯେ ତ୍ବଚା ପାଇଁ ସୁରକ୍ଷିତ ତାହା ବିଲକୁଲ ସତ ନୁହେଁ। ଗୋରା ହେବା ପାଇଁଁ ବ୍ୟବହାର କରା ଯାଉଥିବା ଏହି କ୍ରିମ ଗୁଡ଼ିକ ତ୍ବଚା ପାଇଁ ବିଷ ସଦୃଶ ଏବଂ ଅନେକ ସମୟରେ ତ୍ବଚା ଉପରେ ଚିରସ୍ଥାୟୀ କୁପ୍ରଭାବ ପକାଇ ଥାଏ।
ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ, ସ୍ନାନବେଦିରୁ ଶ୍ରୀଜିଉମାନେ ଅଣସର ଘରକୁ ଯିବାପରେ ସେଠି କଣ ହୁଏ? ସେଠାରେ ସେବାୟତମାନେ କେଉଁସବୁ ଗୁପ୍ତନୀତି ସମ୍ପାଦନ କରନ୍ତି? ଏ ସଂପର୍କରେ ଜଗନ୍ନାଥ ସଂସ୍କୃତିର ଗବେଷକମାନେ ଯାହା ଉଲ୍ଲେଖ କରିଛନ୍ତି ପଢ଼ନ୍ତୁ ଏହା ଉପରେ ଏହି ଲେଖାଟି।
ହତ୍ୟାକାଣ୍ଡ ପରେ ପ୍ରେମିକଙ୍କ କାକା ଶବକୁ ଲୁଚାଇବାକୁ ପରାମର୍ଶ ଦେଇଥିଲେ। ମୃତଦେହକୁ ଏକ ନୀଳ ରଙ୍ଗର ଟ୍ରଲି ବ୍ୟାଗରେ ରଖାଯାଇଥିଲା। ଏବଂ ଓଲାରୁ ଏକ କାର୍ ବୁକ୍ କରାଯାଇଥିଲା। ପ୍ରେମିକ ଏବଂ ତା ବନ୍ଧୁମାନେ ମୃତଦେହ ନେଇ ବେଙ୍ଗାଲୁରର ଚାନ୍ଦପୁରା ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ।
ସ୍ନାନଯାତ୍ରାଠାରୁ ଆରମ୍ଭ ହୋଇଯାଏ ରଥଯାତ୍ରାର ପ୍ରକୃତ ପ୍ରକ୍ରିୟା। ଶ୍ରୀଜିଉମାନେ କିଏ କେତେ ଗରା ପାଣିରେ ଗାଧାନ୍ତି ଏବଂ ଆଗରୁ ଯେତେବେଳେ ଏମିତି ସ୍ନାନବେଦି ନଥିଲା, ସେତେବେଳେ କେଉଁଥିରେ ତିଆରି ହେଉଥିଲା ସ୍ନାନବେଦି, ଆସନ୍ତୁ ଜାଣିବା ସ୍ନାନଯାତ୍ରାର କିଛି ବିଶେଷ କଥା।
ସମୟ ଥିଲା ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କ ଭଲ ବନ୍ଧୁ ଥିଲେ । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଖୋଲାଖୋଲି ଭାବରେ ଟ୍ରମ୍ପଙ୍କୁ ସମର୍ଥନ ଜଣାଇଥିଲେ ମସ୍କ । ଟ୍ରମ୍ପ ଏବଂ ଅନ୍ୟ ରିପବ୍ଲିକାନ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ମସ୍କ ପ୍ରାୟ ୩୦୦ ନିୟୁତ ଡଲାର ଖର୍ଚ୍ଚ କରିଥିଲେ ବୋଲି କୁହାଯାଏ । ହେଲେ ଏପରି ଗଭୀର ବନ୍ଧୁତାରେ କିପରି ଫାଟ ସୃଷ୍ଟିହେଲା...।
ସାଧାରଣତଃ ବୃଦ୍ଧ ବ୍ୟକ୍ତିମାନଙ୍କ ଭୋକ ଲାଗିବାରେ ସମସ୍ୟା ଆସେ। ବୟସ ହେବା ସସଙ୍ଗେ ସଙ୍ଗେ ଶାରୀରିକ ମେଟାବଲିଜିମ୍ କମିବା ଯୋଗୁଁ ଏପରି ଘଟେ। ଏଥିସହିତ ଦାନ୍ତ ଦୁର୍ବଳ ହୋଇଆସୁଥିବା ହେତୁ ଚୋବାଇବାରେ ମଧ୍ୟ ସମସ୍ୟା ଉପୁଜେ। ଫଳସ୍ୱରୂପ ହଜମ କ୍ରିୟା ଧୀର ହୋଇଯାଏ।
ରାତି ପାହିଲେ ସ୍ନାନ ପୂର୍ଣ୍ଣିମା। ସ୍ନାନବେଦିକୁ ଯିବେ ଚତୁର୍ଦ୍ଧା ମୂରତି। ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ସ୍ନାନଯାତ୍ରା ପଛର କାହାଣୀ, ଆଉ ଜାଣିବା କେଉଁ ପୃଷ୍ଠଭୂମିରେ ହୋଇଥାଏ ମହାପ୍ରଭୁଙ୍କର ହାତୀବେଶ। ସ୍ନାନଯାତ୍ରା ପୂର୍ବରୁ ଓ ପରେ କ'ଣ ସବୁ ହୋଇଥାଏ ଆସନ୍ତୁ ଜାଣିବା।
ଘର ଭିତରେ ନରସଂହାର କରିଥିବା ସେହି ହତ୍ୟାକାରୀ ଥିଲା ନୌଶାଦ। ଯିଏ ସେହି କୋଠାରେ ରୁହେ। ଦୁଷ୍କର୍ମ ସହିତ ହତ୍ୟା କରିବା ପରେ ସେ ନାବାଳିକାର ମୃତଦେହକୁ ଏକ ସୁଟକେସରେ ଲୁଚାଇ ଦେଇଥିଲା। ପୁଲିସ ଅଭିଯୁକ୍ତ ନୌଶାଦକୁ ଚିହ୍ନଟ କରିଛି। ତା' ଫଟୋ ମଧ୍ୟ ସାମନାକୁ ଆସିଛି। ମୃତ ନାବାଳିକାର ପରିବାର ଏବଂ ସ୍ଥାନୀୟ ଲୋକଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି। ତାକୁ ଫାଶି ଖୁଣ୍ଟରେ ଚଢ଼ାଇବାକୁ ସମସ୍ତେ ଅଡ଼ି ବସିଛନ୍ତି।
ହିମାଳୟ ଦେଇ ପ୍ରବାହିତ ପ୍ରତ୍ୟେକ ନଦୀ ପରି ବ୍ରହ୍ମପୁତ୍ର ନଦୀର ନିଜସ୍ୱ ଇତିହାସ ଏବଂ ପୌରାଣିକ କାହାଣୀ ରହିଛି । କିନ୍ତୁ ଦେବୀ ଭାବରେ ପୂଜା ପାଉଥିବା ଭାରତର ଅନ୍ୟ ନଦୀ ଏବଂ ବ୍ରହ୍ମପୁତ୍ର ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ରହିଛ । ଏହି ନଦୀ ଭାରତର କିଛି ପ୍ରମୁଖ ନଦୀ ମଧ୍ୟରୁ ଗୋଟିଏ, ଯାହାର ନାମ ପୁରୁଷବାଚକ । ଭଗବାନ ବ୍ରହ୍ମାଙ୍କ ସହିତ ପୌରାଣିକ ସମ୍ପର୍କରୁ ଏହି ନଦୀର ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୨୦୨୩ ଅଗଷ୍ଟ ୫ ତାରିଖରେ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯାଇଥିଲା। ତାଙ୍କୁ ଇସଲାମାବାଦ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜାମିନ ମିଳିବାର କିଛି ସମୟ ପରେ ପୁଣି ତାଙ୍କୁ ଗିରଫ କରାଯାଇଥିଲା।