• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନୂଆଦିଲ୍ଲୀ: ଚୋର ଚୋରି କରି ସାରିଲା ପରେ ଡ୍ୟାନ୍ସ କରୁଛି। ଚୋରଙ୍କ ଏହି ନିଆରା ଏବଂ ବେଫିକର୍ ଅନ୍ଦାଜ ଦିଲ୍ଲୀରେ ଦେଖିବାକୁ ମିଳିଛି। ରାତିର ଅନ୍ଧାରରେ କଳାକନା ବୁଲାଉ ଥିବା ବେଳେ ଚୋରମାନେ ବଲିଉଡ୍ ଡ୍ୟାନ୍ସ କରୁଛନ୍ତି।

ପ୍ରଥମେ ଗୋଟିଏ ପରେ ଗୋଟିଏ ଦୋକାନର ସଟର୍‌ ତାଡ଼ି ଚୋରି କରି ସାରିଲା ପରେ ଡ୍ୟାନ୍ସ କରୁଛନ୍ତି। ନା ସେମାନଙ୍କର କୌଣସି ଡର ଅଛି ନା କାହାକୁ ଖାତିର ଅଛି। ଶୁନ୍‌ସାନ୍‌ ରାସ୍ତା ଯେପରି ଚୋରଙ୍କ ପାଇଁ ଷ୍ଟେଜ୍‌ ପାଲଟିଛି। ଆଉ ଏହି ଡ୍ୟାନ୍ସ ସିସିଟିଭିରେ କଏଦ ହୋଇଛି। ଏହି ଘଟଣାଟି ଦିଲ୍ଲୀ ଲାହୋରୀ ଗେଟ୍ ନିକଟରେ ଥିବା ରଙ୍ଗ ମହଲ ଗଳିର।

ବିଭିନ୍ନ ଦୋକାନରେ ଗତ ୧୧ ତାରିଖରେ ଚୋରି ହୋଇଥିଲା। ୫ରୁ ୬ ଜଣ ଚୋର ଦୋକାନର ସଟ୍‌ର ତାଡ଼ି ବହୁତ ଟଙ୍କା ଲୁଟି ନେଇଥିଲେ। ଆସବାବପତ୍ର ଚୋରି କରିବା ସମୟରେ କିନ୍ତୁ ବହୁତ ସାବଧାନ ରହୁଥିଲେ ଚୋର ଗ୍ୟାଙ୍ଗ। ମଝିରେ ମଝିରେ ଲୋକେ ଆସୁଥିବା ବେଳେ ସତର୍କତା ସହ ଲୁଚି ମଧ୍ୟ ଯାଉଥିଲେ। ତେବେ ରଙ୍ଗ ମହଲର ସେହି ରଙ୍ଗୀନ ଚୋରଙ୍କ କାରନାମା ପରେ ପୋଲିସର ନିଦ ହଜିଯାଇଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଏବେ ସୁଧା ଚୋରଙ୍କ ସୁରାକ୍ ପାଇନି ପୋଲିସ।

Other Stories