• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହେବ ପାକିସ୍ତାନ। ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ କାଉଣ୍ଟର ପିଟିସନ୍ ଦାଖଲ କରିବ ପାକିସ୍ତାନ। ଆସନ୍ତା ୧୭ ତାରିଖରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍-ICJଙ୍କ ଦ୍ୱାରସ୍ତ ହେବା ପାଇଁ ପାକିସ୍ତାନ ସରକାର ସଜବାଜ ହେଉଥିବା ପାକ୍ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

ପ୍ରଥମରୁ ସାରା ବିଶ୍ୱରେ ଲଜ୍ଜିତ ହୋଇଥିବା ପାକିସ୍ତାନ ଏନେଇ ପୁଣି ଥରେ ICJ ମୁହାଁ ହେବାକୁ ଯାଉଛି। ଗତ ସପ୍ତାହରେ ଏନେଇ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ନାସିର୍ ଓଲ୍ ମୁଲକ୍‌ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। କୁଲଭୂଷଣ ଯାଦବଙ୍କୁ ମୃତ୍ୟୁ ଦଣ୍ଡ ଉପରେ ଲାଗିଥିବା ରୋକ୍‌କୁ ହଟାଇବା ପାଇଁ ନିବେଦନ କରିବ ପାକିସ୍ତାନ।

ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କୁ ପାକିସ୍ତାନ ସାମରିକ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି। ତେବେ ପାକ୍ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବା ସହ କୁଲଭୂଷଣଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ICJ । କୁଲଭୂଷଣ ଯାଦବଙ୍କୁ ଇରାନରୁ ଅପହରଣ ପରେ ଗିରଫ ଦର୍ଶାଇଥିଲା ପାକିସ୍ତାନ ସେନା।

 

Other Stories