• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲା ସତ୍ୟବାଦୀ ବୀରକିଶୋରପୁରରେ ମଙ୍ଗଳବାର ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍‌ ଭଙ୍ଗାରୁଜା ସହ ପ୍ରିଜାଇଡିଂ ଅଫିସରଙ୍କୁ ଦୁର୍ବ୍ୟବହାର ଘଟଣାରେ ଗଡ଼ିଶାଗୋଦା ପୁଲିସ୍‌ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ।

ଏହି ଘଟଣାରେ ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଓମ୍ ପ୍ରକାଶଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଥିବା ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି।

ଅନ୍ୟପକ୍ଷେ, ଏହି ଘଟଣାରେ ଗୋଟିଏ ରିଭଲ୍‌ଭର୍‌ ଓ ୬ ରାଉଣ୍ଡ ଗୁଳି ଜବତ ହୋଇଛି। ତେବେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶଙ୍କ ଆଦୌ ସମ୍ପୃକ୍ତି ନାହିଁ ବୋଲି ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦେବ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

https://youtu.be/X301ky2rn_Y

Other Stories