• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ ଆଉ ୩ଟି ରାଜସ୍ୱ ନିରୀକ୍ଷଣ ମଣ୍ଡଳ ବା ଆରଆଇ ସର୍କଲ ଗଠନ କରିଛନ୍ତି ସରକାର। ବରଗଡ଼ ଜିଲ୍ଲାରେ ଏହି ୩ଟି ଯାକ ଆରଆଇ ସର୍କଲ ସୃଷ୍ଟି କରାଯାଇଛ। ନୂଆ ସର୍କଲଗୁଡ଼ିକ ହେଲା ତାଲପାଲି, ଗୁଡେରପାଲି ଓ ଡଙ୍ଗବାହାଲ। ଏହାଛଡ଼ା ଗାଈସିଲଟ ଆରଆଇ ସର୍କଲର ପୁନର୍ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ପ୍ୟାକେଜ୍ ଘୋଷଣା ଅନୁଯାୟୀ ଏହି ୩ଟି ଆରଆଇ ସର୍କଲ ପ୍ରତିଷ୍ଠା କରାଯାଇଛି।

ଗତବର୍ଷ ବିଜେପୁର ଉପ ନିର୍ବାଚନ ଓ ଚଳିତ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ଜିତିବାକୁ ନେଇ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ବିଜେପୁର । ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ଆଧାରରେ ଏପରି ଘୋଷଣା କରାଯାଇଛି। ଲୋକଙ୍କୁ ସହଜ ଓ ସୁବିଧାରେ ରାଜସ୍ୱ ସେବା ଯୋଗାଇ ଦେବାକୁ ଏଭଳ ନିଷ୍ପତ୍ତି ନିଆଯାଇଛି।

Other Stories