• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ପୁରୀ ବଢ଼ିଲା କରୋନା କଟକଣା
  • ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ୭୨ ଘଣ୍ଟା ପୂର୍ବର ଏହି ରିପୋର୍ଟ ଦେଖାଇବାକୁ ପଡ଼ିବ 
  • ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ, ଗୁଜରାଟ ପ୍ରମୁଖ ରାଜ୍ୟ
  • ନେଗେଟିଭ୍ ରିପୋର୍ଟ ନ ‌ଆଣିଲେ ୭ ଦିନି‌ଆ ହୋମ୍ ଆଇସୋଲେସନ

ପୁରୀ : କରୋନା ସଂକ୍ରମଣ ବୃଦ୍ଧି ପରେ ଜଗନ୍ନାଥ ଧାମ ପୁରୀରେ ନିୟମ କଡ଼ାକଡ଼ି କରାଯାଇଛି । ସଂକ୍ରମଣ ଶୀର୍ଷ ଛୁଇଁଥିଲେ ହେଁ କାଳିଆ ଦର୍ଶନ ପାଇଁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଏହାକୁ ଦୃଷ୍ଟିରେ ରଖି ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ୧୨ ରାଜ୍ୟର ପର୍ଯ୍ୟଟକଙ୍କ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୭୨ ଘଣ୍ଟା ପୂର୍ବର RT-PCR ନେଗେଟିଭ୍ ରିପୋର୍ଟ ଦେଲେ ପର୍ଯ୍ୟଟକ ପୁରୀ ଭିତରକୁ ପ୍ରବେଶ କରିପାରିବେ । ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ, ଗୁଜରାଟ ପ୍ରମୁଖ ରାଜ୍ୟର ପର୍ଯ୍ୟଟକମାନେ କରୋନା ନେଗେଟିଭ୍ ରିପୋର୍ଟ ନ ଆଣିଲେ ୭ ଦିନିଆ ହୋମ୍ ଆଇସୋଲେସନ ରହିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

ସେପଟେ ରାଜ୍ୟରେ ଦ୍ରୁତ ବେଗରେ ବଢ଼ି ଚାଲିଛି କରୋନା ସଂକ୍ରମଣରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୫୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୫୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୦୫ ପଜିଟିଭ୍ ବାହାରିଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡି- ୬୪, ଝାରସୁଗୁଡ଼ା- ୩୧, କଟକ- ୩୦, ନୂଆପଡ଼ା- ୨୯ ଓ ସମ୍ବଲପୁରରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୭, ପୁରୀ- ୨୪, ଷ୍ଟେଟ୍ ପୁଲ୍- ୨୩, ବରଗଡ଼ରୁ ୨୧, ଯାଜପୁର- ୧୫, ବାଲେଶ୍ୱର- ୧୩,ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧୧ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମଣ ସଂଖ୍ୟା ଆହୁରି ବୃଦ୍ଧି ପାଇଛି ।

ଅନ୍ୟପଟେ କୋଭିଡ୍ ଲେଉଟାଣି ପାଇଁ ପୁଣିଥରେ ସଜାଗ ହୋଇ ଉଠିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ । ବାଲେଶ୍ୱର ସହରର ମୋତିଗଞ୍ଜ ବଜାରରେ ଏକ ଗ୍ରସୋରୀ ଦୋକାନକୁ ମ୍ୟୁନିସିପାଲିଟିର ଏକଖ ଟିମ୍ ପୋଲିସ ଉପସ୍ଥିତିରେ ସିଲ୍ କରିଥିଲା । ତେବେ ଏହାର ପ୍ରତବାଦରେ ଆଜି ବ୍ୟବସାୟୀ ସଂଘ ଦିନିକିଆ ବନ୍ଦ ଡାକରା ଦେଇଛି । ସହରର ସମସ୍ତ ଦୋକାନ ବନ୍ଦକ ରିଛନ୍ତି ବ୍ୟବସାୟୀ ।

Strict-rules-for-puri-after-the-rising-case-of-corona-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories