ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଚାଲି ଚାଲି ମେଡ଼ିକାଲ ଯିବା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା । କାଦୁଅ ରାସ୍ତା ଥିବାରୁ ଗାଁକୁ ଆସିପାରି ନଥିଲା ଆମ୍ବୁଲାନ୍ସ ।
ବିଳମ୍ବରେ ଆସିଲା ଆମ୍ବୁଲାନ୍ସ, ସାପ କାମୁଡ଼ାରେ ଚାଲିଗଲା ମହିଳା ସରପଞ୍ଚଙ୍କ ଜୀବନ। ରାୟଗଡ଼ା ଜିଲ୍ଲା କୁଲିସଦର ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ମୃତ ସରପଞ୍ଚ ହେଲେ ମାଙ୍ଗି କାଡ୍ରାକା । ଗତକାଲି ରାତିରେ ଶୋଇଥିବାବେଳେ ତାଙ୍କୁ ଏକ ସାପ କାମୁଡ଼ିଥିଲା । ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଲାଇଟ୍ ସମସ୍ୟା ଥିବାରୁ ଆମ୍ବୁଲାନ୍ସଟି ଡେରିରେ ପହଞ୍ଚିଥିଲା । ପ୍ରାୟ ଘଣ୍ଟାଏ ବିଳମ୍ବରେ ମାଙ୍ଗିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।
ଗୁଣୁପୁରରେ SHG ମହିଳାମାନଙ୍କ ଡ୍ରାଗନ୍ ଫ୍ରୁଟ୍ ଚାଷ। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ସ୍ୱାଧୀନତା।
ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରେ ସେଠାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୮ ବର୍ଷ ହେବ କାର୍ଯ୍ୟରତ ଥିଲେ।
ନିୟମଗିରିର ସପୁରୀ ଚାଷୀଙ୍କ ଉପରେ ପଡ଼ିଲା ଚଡ଼କ । ବଜାରରେ ପହଞ୍ଚି ପାରୁନି ଡ଼ଙ୍ଗରିଆଙ୍କ ସପୁରୀ ଫସଲ । ଶସ୍ତାରେ ବିକିବାକୁ ବାଧ୍ୟ ହେଉଛି ଚାଷୀ ।
ପ୍ରେମ କଲେ ବୋଲି ମିଳିଲା ବଳଦ ଦଣ୍ଡ। କାନ୍ଧରେ ଜୁଆଳି ପକାଇ ଜୋରଜବରଦସ୍ତ ହଳ କରାଇଲେ ଗାଁ ଲୋକେ। କଙ୍ଗାରୁକୋର୍ଟର ଅଜବ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ। ଗୋଟିଏ ବଂଶର ହୋଇଥିବାରୁ ଗାଁ ଲୋକେ ଏଭଳି କଠୋର ନିଷ୍ପତ୍ତି ନେଇଥିବା ଜଣାପଡିଛି । ବିଲରେ ହଳ କରିବା ସହ ଗାଁରୁ ପ୍ରେମୀ ଯୁଗଳଙ୍କୁ ପୁରା ଗାଁରୁ ତଡି ଦେଲେ। ଯାହାକୁ ନେଇ ସଭ୍ୟ ସମାଜ ନିନ୍ଦା କରୁଥିବା ବେଳେ ପ୍ରଶାସନ କହିଛି ହେବ କାର୍ଯ୍ୟାନୁଷ୍ଠାନ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ।
ଲାଞ୍ଚ ନେଇ ଅକଳରେ ପଡ଼ିଯାଇଛନ୍ତି ସରକାରୀ କର୍ମଚାରୀ । ଅଙ୍ଗନୱାଡି କର୍ମୀଙ୍କଠାରୁ ଲାଞ୍ଚ ନେଉଥିଲେ ସିଡିପିଓ ଓ କିରାଣୀ । ସେମାନଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ କାର୍ଯ୍ୟାଳୟରେ ଉଭୟଙ୍କୁ ପଚରାଉଚରା କରାଯାଇଛି ।
ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଆଉ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ପ୍ରେମ ବିବାହ କରିଥିଲେ । ଏହି ଘଟଣାକୁ ନେଇ ଝିଅ ଘର ପରିବାରରୁ ୪୦ ଜଣ ସଦସ୍ୟ ମୁଣ୍ଡନ ସହ ଶୁଦ୍ଧି ହୋଇଛନ୍ତି ।
ରାୟଗଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳକୁ ନେଇ ଜୋରଦାର ଚର୍ଚ୍ଚା । କର୍ମୀଙ୍କ ମତ ନେବାକୁ ସେଠାକୁ ଯାଇଛନ୍ତି ଦଳର ୨ ବରିଷ୍ଠ ନେତା ପ୍ରମିଳା ମଲ୍ଲିକ ଓ ପଦ୍ମନାଭ ବେହେରା । ଯାହା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ୩ଟି ନିର୍ବାଚନ ମଣ୍ଡଳୀରେ ଦୁଇ ଦିନ ହେଲା କର୍ମୀଙ୍କ ସହ ଆଲୋଚନା କରୁଛନ୍ତି ଏହି ବରିଷ୍ଠ ନେତା ।
ରାୟଗଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କ ୨ଟି ଦାମୀ ପ୍ଲଟ୍ ସହ ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ଠାବ ହୋଇଛି । ୧୦ ଲକ୍ଷ ଟଙ୍କାର ଆସବାବପତ୍ର ସହ ୧୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ଟିମ୍ । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ଯନ୍ତ୍ରୀ ସହଦେବ ।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଶିକରପାଇ ଗାଁରେ ବଡ଼ ଧରଣର ଲୁଟ୍ । ସ୍ୱାମୀ-ସ୍ତ୍ରୀକୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଆଲମିରା ଟେକିନେଲେ ଦୁର୍ବୃତ୍ତ ।
ବକ୍ସାଇଟ୍ ବୋଝେଇ ଟ୍ୟାଙ୍କରଟି କୋରାପୁଟରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଏକ ସ୍କୁଟର ଆସୁଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ଚୈତନ୍ୟ ଶବର ଗତକାଲି ସକାଳେ କୌଣସି କାମରେ ଡମ୍ବସରା ଯାଇ ମଧ୍ୟାହ୍ନ ସମୟରେ ଘରକୁ ଫେରି ନିଜ ପରିବାର ସହିତ ଖାଇବାକୁ ବସିଥିବା ବେଳେ ପଡ଼ୋଶୀ ପଣ୍ଡା ଶବର ଓ ତାଙ୍କ ପୁଅ ଆସି ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା ।
ରାୟଗଡ଼ା ଜିଲ୍ଲା ଲିକିଟିପଦର ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ବୀଭତ୍ସ ହତ୍ୟା । ଗାଁ ଦାଣ୍ଡରେ ପଡିଛି ବାପ-ପୁଅଙ୍କ ମୃତଦେହ । ପୋଲିସ ଓ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଡାକ୍ତର ସମୀର ରାୟଙ୍କ ପତ୍ନୀ ସାଗରିକା ରାୟ ନେଇଛନ୍ତି ଏପରି ଭିନ୍ନ ପଦକ୍ଷେପ। ସ୍ୱାମୀଙ୍କ ମୃତ୍ୟୁ ପରେ ସିଲିକଲ ପ୍ରତିମୂର୍ତ୍ତି ନିର୍ମାଣ କରାଇ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ହିନ୍ଦୁ ରୀତିନୀତିରେ ଦେବଦେବୀଙ୍କ ପୂଜାର୍ଚ୍ଚନା ପରି ନନା ମନ୍ତ୍ରପାଠ କରି ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଇଛନ୍ତି।
ରାଜ୍ୟରେ ୮୧ଟି ମାମଲା ରୁଜୁ ହୋଇଥିବାବେଳେ ୧୧୭ଟି ଗାଡି ଜବତ କରି ୮୮ ଜଣଙ୍କୁ ଗିରଫ କରାଯାଇଛି । ଏବେ ବାଲି ମାଫିଆଙ୍କ ଛାତି ଧଡ଼ଧଡ଼ ହେଲାଣି । ସାଲେପୁରରେ ବାଲିଘାଟରେ ଚଢାଉବେଳେ ପୋଲିସକୁ ଦେଖି ନଦୀକୁ ଡେଇଁପଡ଼ିଥିଲା ଜଣେ ଚାଲାଣକାରୀ ।
ପଣସ ବିକ୍ରୟକରି ଭଲ ଦୁଇ ପଇସା କମାଉଛନ୍ତି ନିୟମଗିରି ବାସିନ୍ଦା । ପ୍ରତିଦିନ ସ୍ଥାନୀୟ ଅଞ୍ଚଳରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଛନ୍ତି ଟନ୍ ଟନ୍ ପଣସ କଠା । କେଜି ପ୍ରତି ୩୦ରୁ ୪୫ ଟଙ୍କାରେ ପଣସ ବିକ୍ରୟକରି ଭଲ ରୋଜଗାର କରୁଛନ୍ତି ଚାଷୀ । ସ୍ଥାନୀୟ ଅଞ୍ଚଳର ପାଣିପାଗ ଚାଷକୁ ସୁହାଉଥିବା ବେଳେ ଜୈବିକ ପଦ୍ଧତି ଚାଷ କରୁଥିବାରୁ ବଜାରରେ ନିୟମଗିରି ପଣସର ବେଶ୍ ଚାହିଦା ରହିଛି ।
ହଠାତ୍ ରଶ୍ମୀ ରଂଞ୍ଜନୀଙ୍କ ପରିବାରରେ ଉଠିଥିଲା ଅଶାନ୍ତିର ଝଡ଼। ଆରମ୍ଭ ହେଲା ନିର୍ଯାତନା। ୫ ଲକ୍ଷ ଟଙ୍କା ଆଣିବା ପାଇଁ ରଶ୍ମୀ ରଂଞ୍ଜନୀଙ୍କ ଉପରେ ଚାପ ପକାଇଲେ ଦେବାଶିଷ। ଏ ନେଇ ରଶ୍ମୀ ରଂଞ୍ଜନୀ ନିଜ ବାପା ଓ ମାଆଙ୍କୁ କହିଥିଲେ। ହେଲେ ଗରିବ ଶ୍ରେଣୀରେ ହୋଇଥିବାରୁ ପରିବାର ଲୋକ ଅସହାୟ ପ୍ରକାଶ କରିଥିଲେ।
ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ମୃତାହତ ଶ୍ରମିକଙ୍କ ଘର ଗୁଣୁପୁର ଅଞ୍ଚଳରେ ବୋଲି ଜଣାଯାଇଛି। ସମସ୍ତ ଆହତଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗତକାଲି କଟକରେ ମଶାଲ ଶୋଭାଯାତ୍ରା ଆୟୋଜନ କରିଥିଲା ବିଜୁ ଛାତ୍ର ଜନତା ଦଳ । ଯେଉଁଥିରେ ମେଳି କରିଥିବା ଜୁନିୟର ନେତା ସାମିଲ୍ ହୋଇଥିଲେ ।
ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ରହିଛି ୨୦୮୩ଟି ଅଙ୍ଗନବାଡି କେନ୍ଦ୍ର। ବିଭାଗୀୟ ତଥ୍ୟ ଅନୁସାରେ, ୫୯୭ଟି ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ। ୩୦୮ଟି କେନ୍ଦ୍ର ଭଡ଼ାଘରେ, ୫୨ଟି ସ୍କୁଲ ଗୃହ ଏବଂ ୨୩୭ଟି ଅଙ୍ଗନବାଡି କେନ୍ଦ୍ର ଗୋଷ୍ଠୀ ଗୃହରେ ପରିଚାଳିତ ହେଉଛି। ଆଉ ଏହାରି ମଧ୍ୟରେ ୧୧୧ଟି ଘର ରହିଛି ବିପଦସଙ୍କୁଳ ସ୍ଥିତିରେ।
ଉପାନ୍ତରେ ଥମୁନି ମେଡିକାଲ ଅବ୍ୟବସ୍ଥା। କେଉଁଠି ଅସ୍ବାସ୍ଥ୍ୟକର ପରିବେଶ, ଡାକ୍ତର ଅଭାବ ତ ଆଉ କେଉଁଠି ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବିଗୁଡ଼ୁଛି ସ୍ଥିତି। ଆଉ ଏସବୁରେ ହଇରାଣ ହେଉଛି ସାଧାରଣ ଲୋକଟିଏ।
ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି।
ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ।
ପ୍ରଶାସନର କାମ ଦେଖିଲେ ମୁଣ୍ତରେ ଦେବେ ହାତ । ଲକ୍ଷ୍ୟ ଥିଲା ବେକାର ଯୁବକ-ଯୁବତୀ ସ୍ୱାବଲମ୍ବୀ ହେବେ । ଆଉ ବ୍ୟବସାୟ ଆରମ୍ଭ କରିବେ । ହେଲେ କେତେ ସେ ସ୍ୱପ୍ନ ସଫଳ ହୋଇଛି ତା’ ଆପଣ ଆଖିରେ ଦେଖିଲେ ଜାଣିପାରିବେ ।