• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଟିକା ଟେଣ୍ଡର ପାଇଁ ଖୋଲିବ ପ୍ରାଇସ୍ ବିଡ୍ । ସେହି ଦିନ ସକାଳ ସାଢ଼େ ୧୧ଟା ସମୟରେ ପ୍ରାଇସ ବିଡ୍ ଖୋଲିବ ବୋଲି ନିଷ୍ପତି ହୋଇଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟ ପ୍ରଥମେ ଫେଲ୍ ମାରିବା ପରେ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟିବା ଦାବି ସହ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ମଂଚକୁ ଆଣିବାର ପ୍ରୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହେଲେ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଏବେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟେଣ୍ଡରରେ ୨ଟି ବିଡ୍ ମିଳିଥିବା ଏବଂ ତାହା ଉପରେ ତର୍ଜମା ଚାଲିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ପାଇଁ ଆହ୍ୱାନ ଦେଇଥିଲେ । ହେଲେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହ ଦେଖାଇନଥିଲେ କୌଣସି ଟିକା କମ୍ପାନୀ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟସ୍ୱାସ୍ଥ୍ୟ ମନ୍ତ୍ରୀ ଚିଠି ଲେଖିଥିଲେ । ଚିଠିରେ ଉଲ୍ଲେଖ ଥିଲା ଯେ, ଟିକା କମ୍ପାନୀମାନେ ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଚାହୁଁନାହାନ୍ତି । ଏପରିକି ପ୍ରି-ବିଡ଼ିଂ ମିଟିଂକୁ ବି ଆସି ନାହାନ୍ତି ସେରମ୍ ଓ ଭାରତ ବାୟୋଟେକ୍ । ତେବେ କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହୁଁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠିରେ ଉଲ୍ଲେଖ କରିଥିଲେ ।

ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଫେଲ୍‌ ହେବା ପରେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଙ୍କଟ ଦୂର କରିବା ନେଇ ଚିଠିରେ ସମସ୍ତଙ୍କ ସହମତି ଲୋଡ଼ିଥିଲେ । ଟିକା ପାଇଁ ପରସ୍ପର ଭିତରେ ନ ଲଢ଼ି, ଏକାଠି ଲଢ଼ିବାକୁ ଆହ୍ୱାନ ଦେଇଥିଲେ । ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଥିଲେ ।

Price-bids-will-open-for-vaccine-tenders-on-the-9th
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories