ବଲାଙ୍ଗିର: ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍। ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗଣହତ୍ୟାରେ ୯ ଜଣଙ୍କ ସଂପୃକ୍ତି ଥିବା ସ୍ୱତନ୍ତ୍ର ପୋଲିସ ଟିମ୍ ସୂଚନା ଦେଇଛି। ଏବେବି ଅନ୍ୟ ୨ଜଣ ଫେରାର ଅଛନ୍ତି।
ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ଖଣ୍ଡା, ରଡ୍, ଗଇଁତି, ଫାର୍ସା ଜବତ ହୋଇଛି। ସେହିପରି ୨ଟି ଲୁନା, ୧ ବାଇକ୍, ୬ଟି ମୋବାଇଲ୍, ପେଟ୍ରୋଲ ବୋତଲ ଜବତ କରିଛି ପୋଲିସ୍।
ବଲାଙ୍ଗିର ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ବୁଲୁ ଜାନି, ତାଙ୍କ ପତ୍ନୀ ଓ ୪ ନାବାଳକ ପିଲାଙ୍କୁ ହତ୍ୟା କରାଯାଇଥିଲା। ଏମାନଙ୍କୁ ଅଧିକ ଜେରା ପରେ ହତ୍ୟାର କାରଣ ସମ୍ପର୍କରେ ଅଧିକ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି ।
ସଅଁରପଡାରେ ଗୋଟିଏ ପରିବାରର ବାପା, ମା ସହ ୪ ସନ୍ତାନଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ମୃତକମାନେ ବିହାରର ମୂଳ ବାସିନ୍ଦା ହୋଇଥିବା ବେଳେ ଗତ ୧୦ ବର୍ଷ ହେଲା ପାଟଣାଗଡରେ ସ୍ଥାୟୀ ଭାବେ ରହୁଥିଲେ ।