• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dibakar Sahoo

ଭୁବନେଶ୍ୱର: ଡିସେମ୍ବର ୧୪ରୁ ଓଡ଼ିଶା କ୍ରିକେଟ୍‌ ଲିଗ୍‌ (OCL) ଟି-ଟ୍ୱେଣ୍ଟି ଆରମ୍ଭ କରିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (OCA) ଯୋଜନା କରୁଛି। TCM ସହଯୋଗରେ OCA ଏହି କ୍ରିକେଟ୍‌ ଲିଗ୍‌ (OCL) ଆୟୋଜନ କରିବ।

୬ଟି ଟିମ୍‌ରେ ୮୪ ଜଣ ଖେଳାଳିଙ୍କୁ ନେଇ OCL ଟି-ଟ୍ୱେଣ୍ଟି ଖେଳାଯିବ। ଏଥିପାଇଁ ଖେଳାଳି ଚୟନ ପ୍ରକ୍ରିୟା ଡିସେମ୍ବର ୫ରୁ ଆରମ୍ଭ ହେବ।

ଡିସେମ୍ବର ୫ରୁ ୧୬୮ ଜଣ ଖେଳାଳିଙ୍କୁ ନେଇ ଟ୍ରାଏଲ୍ ମ୍ୟାଚ୍ ଆରମ୍ଭ କରାଯିବ। ଟ୍ରାଏଲ୍ ମ୍ୟାଚ୍ ଲାଗି ଭିଜିଅନ୍ ୨୦୨୪ ଓ BCCI ମ୍ୟାଚ୍‌ରୁ ଖେଳାଳି ବଛାଯିବେ। ଟ୍ରାଏଲ୍ ମ୍ୟାଚ୍‌ରେ OCL ଟି-ଟ୍ୱେଣ୍ଟି ପାଇଁ ୮୪ ଖେଳାଳି ବଛାଯିବ।

ସରକାରଙ୍କ ଅନୁମତି ମିଳିଲେ କୋଭିଡ୍ ଗାଇଡ୍ ଲାଇନ୍‌ରେ OCL ଆୟୋଜନ ହେବ। ବାରବାଟୀ ଷ୍ଟାଡିୟମ୍‌ର ଫ୍ଲଡ୍ ଲାଇଟ୍‌ରେ ଏହି ଲିଗ୍ ଖେଳାଯିବ। ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି।

Oca-arrenge-ocl-on-decembar14
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories