ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ପୂରିଲା ୧୭ ବର୍ଷ। CBI ଯାଞ୍ଚ ଏବଂ ତଦନ୍ତ କମିଶନ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ବିଧାନସଭା ଆଗରେ ସମର୍ଥକଙ୍କ ବିକ୍ଷୋଭ।
କନ୍ଧମାଳ ଜି.ଉଦୟଗିରି ସହର ଭିତରେ ବୁଲୁଛି ଦନ୍ତାହାତୀ । ଗୋଠଛଡା ଦନ୍ତାକୁ ସହର ଭିତରେ ବୁଲୁଥିବାର ଦେଖି ଆତଙ୍କିତ ଲୋକେ । ଅନ୍ୟପଟେ ଦୀର୍ଘ ଦିନର ବ୍ୟବଧାନ ପରେ ଚନ୍ଦକା ଜଙ୍ଗଲ ଛାଡି ଆଠଗଡ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି୨୨ ଟିକିଆ ହାତୀପଲ ।
ସାପ କାମୁଡ଼ି ଦେବାରୁ ମେଡିକାଲ ନେବାକୁ ମାଆକୁ ପିଠିରେ ପକାଇ ଜଙ୍ଗଲରେ ୫ କିଲୋମିଟର ବୋହିଲା ଝିଅ। ହେଲେ ବଞ୍ଚିଲାନି ମାଆର ଜୀବନ।
Maoist bunker: ବଙ୍କର୍ ଖୋଳି ରଚୁଥିଲେ ଆତଙ୍କୀ ଷଡ଼ଯନ୍ତ୍ର। ମାଓବାଦୀଙ୍କ କ୍ୟାମ୍ପ ଓ ବିପୁଳ ବିସ୍ଫୋରକ ଜବତ
କେମିତି ପ୍ରସବ ହେବେ ୩ ସନ୍ତାନ, ଫୋନରେ ବତାଉଥିଲେ ଡାକ୍ତର। କାନେ କାନେ ଶୁଣି ୩ ସନ୍ତାନଙ୍କୁ ସୁରକ୍ଷିତ ପ୍ରସବ କରାଇଲେ ଷ୍ଟାଫ୍ ନର୍ସ
ହାତୁଡ଼ିରେ ପିଟି ପିଟି ବାପାକୁ ହତ୍ୟା କଲା ମଦ୍ୟପ ପୁଅ । ରାତି ଅଧରେ ମଦ ପିଅ ଘରକୁ ଫେରିବାରୁ ତାଗିଦ୍ କରିଥିଲେ ବୃଦ୍ଧ ବାପା । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ଘଟାଇଲା ନାରକୀୟ କାଣ୍ଡ । ପଢନ୍ତୁ ପୁରା ଖବର
ଆଖି ଆଗରେ ଭେଣ୍ଡିଆ ପୁଅକୁ ଫ୍ୟାନ୍ରେ ଝୁଲୁଥିବା ଦେଖି କେଉଁ ମା’ ବା ସହିପାରିବ। ଜୟନ୍ତୀଙ୍କ ପାଦ ତଳୁ ଖସି ଯାଇଛି ମାଟି । ସେ କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି। ପୁଅର କେମିତି ମୃତ୍ୟୁ ହେଲା, ତା’ ସହ କ’ଣ ଘଟିଛି କିଛି ଜାଣିପାରୁନାହାନ୍ତି।
ହଠାତ ହୁ ହୁ ହୋଇ ଜଳି ଉଠିଲା ଜଙ୍ଗଲ। ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପିବାକୁ ଲାଗିଲା। ଗାଁ ଆଡ଼କୁ ମାଡ଼ି ଆସୁଥିଲା କାଳଅଗ୍ନି। ହେଲେ ବଞ୍ଚାଇଦେଲେ ମାଆ ଝିଅ। ଜାଣନ୍ତୁ କେମିତି...
କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ୧୦ରୁ ଅଧିକ ଯାତ୍ରୀ ଆହତ । ପଢନ୍ତୁ ପୁରା ଖବର
କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଶ୍ରୀକଲା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୩ ଯୁବକଙ୍କ ଜୀବନ । ପଢନ୍ତୁ ପୂରା ଖବର
ଗଞ୍ଜେଇ ବେପାରୀକୁ ଧରିବା ପାଇଁ ହରିୟାଣାର ଫରିଦାବାଦ ପୋଲିସ ଗତ ଦୁଇ ଦିନ ଧରି ଦାରିଙ୍ଗବାଡ଼ିରେ ଡେରା ପକାଇଥିଲା । ଫରିଦାବାଦରେ ଗିରଫ ହୋଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଅଂଚଳର ପ୍ରଦୀପ ବିଷୋୟୀ ନାମକ ଗଞ୍ଜେଇ ମାଫିଆକୁ ଧରି ହରିଆଣା ପୋଲିସ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପହଞ୍ଚିଥିଲା । ଗଞ୍ଜେଇ କାରବାରରେ ସେ କାହାଠାରୁ ଗଞ୍ଜେଇ କିଣିଥିଲା ଏବଂ କାରବାରର ମୂଳ ଉତ୍ସ କେଉଁଠି ସେ ନେଇ ସ୍ଥାନୀୟ ପୋଲିସ ସହାୟତାରେ ଖୋଜି ବାହାର କରିଛି ।
ପରିଶ୍ରମ ତୁଳନାରେ ସେମାନଙ୍କୁ ସେତିକି ଲାଭ ମିଳୁନଥିଲା । ହେଲେ ଏବେ ତିନି ମାସରେ କମ୍ ପରିଶ୍ରମରେ ଗେଣ୍ଡୁଫୁଲ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଯାହା କି ଏହି ଫୁଲ ଚାଷ ଏବେ ସେମାନଙ୍କ ମନରେ ଆନନ୍ଦ ଆଣି ଦେଇଛି ।
ଯେଉଁ ଗାଁରେ କଥା ହେବା ପାଇଁ ନେଟୱର୍କ ଆସୁନି, ସେପରି ସ୍ଥିତିରେ ନେଟ୍ କଥା ନକହିବା ଭଲ। ଛାତ୍ରଛାତ୍ରୀମାନେ ଅନ୍ ଲାଇନ୍ରେ ପାଠ ପଢି ପାରୁନାହାନ୍ତି।
ୱାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି, ଦୀର୍ଘ ୩ ବର୍ଷ ଧରି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କରୁଛନ୍ତି। ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା କରି ଆସୁଛନ୍ତି। ଏପରିକି କି ପଞ୍ଚାୟତର ସମସ୍ତ ଠିକା କାର୍ଯ୍ୟ ନିର୍ଦ୍ଧିଷ୍ଟ ଦୁଇ ଜଣ ଠିକାଦାରଙ୍କୁ ଦେଉଛନ୍ତି।
ଦାରିଙ୍ଗବାଡି ଥାନା ଗୋବିନ୍ଦ ପ୍ରଧାନ ବିବାହର ପ୍ରଲୋଭନ ଦେଖାଇ ୨୦୧୬ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ସେ ରାଜ୍ୟ ପୋଲିସ୍ ବିଭାଗରେ କନ୍ଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ।
ଅଭିଯୋଗ ଅନୁସାରେ ଦୁଇ ଭଉଣୀ ଉଠିବା ପୂର୍ବରୁ ଏନ୍ଏସି ଅଧିକାରୀ ଓ ତାଙ୍କ କର୍ମଚାରୀମାନେ ମାଛ ଗୁଡ଼ିକୁ ଡ୍ରେନକୁ ଫିଙ୍ଗି ଦେଇଥିଲେ। ଫିଙ୍ଗା ଯାଇଥିବା ମାଛର ମୂଲ୍ୟ ଲକ୍ଷେରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଷ୍ଟ୍ରବେରୀକୁ କିଣିବା ଲାଗି କ୍ଷେତରେ ମଧ୍ୟ ଗ୍ରାହକଙ୍କ ଭିଡ ଜମୁଛି । କିଲୋ ପିଛା ୫ଶହ ଟଙ୍କା ଦରରେ ବିକ୍ରି ହେଉଛି । ଏମିତି କି ମହିଳାମାନେ ଗ୍ରାହକଙ୍କ ଚାହିଦାକୁ ଦେଖି ଛୋଟ ଛୋଟ ପ୍ୟାକେଟରେ ଓଜନ କରି ଷ୍ଟ୍ରବେରୀକୁ ବିଭିନ୍ନ ସହରରକୁ ବିକ୍ରିବଟା ପାଇଁ ପଠାଉଛନ୍ତି ।
ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।
ପୋଲିସ ବାବୁ ଜଣକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ସହ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପ୍ରେମ ଜାଲରେ ରଖି ଆସୁଥିଲେ । କେବଳ ସେତିକି ନୁହେଁ ପୋଲିସ ବାବୁ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ସେ ରହୁଥିବା କୋଟଗଡ଼ ଥାନା ପରିସରରେ ଥିବା ବାରାକକୁ ଆଣି କୁଆଡ଼େ ଅନୈତିକ ସଂପର୍କ ମଧ୍ୟ ରଖୁଥଲେ ।
ମ୍ୟାପରେ ସର୍ଟକର୍ଟ ରାସ୍ତା ଦେଖି ଘାଟି ରାସ୍ତାରେ ଫସିଗଲା ଚାଉଳ ବୋଝେଇ ଟ୍ରକ । କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ।
ପଥରର ଛାତିକୁ ଚିରି ଅନବରତ ଭାବେ ଜଙ୍ଗଲ ଭିତରେ ଅଙ୍କା ବଙ୍କା ହୋଇ ବୋହି ଯାଉଛି ଝରଣାର ପାଣି । ତାକୁ ଯିଏ ଥରେ ଦେଖିବ, ସେହି ଜଙ୍ଗଲ ଭିତରେ ଘଡିଏ ଅଟକି ଯିବ । ଆଉ ତା’ ସୌନ୍ଦର୍ଯ୍ୟର ପ୍ରେମରେ ପଡିଯିବ ।
୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା । ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ
ହଠାତ୍ ବଦଳିଲେ ଖାଦ୍ୟ ଯୋଗାଣ ସଚିବ । ହେଲେ କାହିଁକି? କନ୍ଧମାଳ ଆମ୍ବ ଟାକୁଆ ମୃତ୍ୟୁ ଏହା ପଛର କାରଣ କି?
ଆମ୍ବୁଟାକୁଆ ଖାଇ ଡହଳବିକଳ ହେଉଥିବା କନ୍ଧମାଳର ମାଣ୍ଡିପଙ୍କା ଗାଁରେ ଏବେ ପାଣି ପାଇଁ ହାହାକାର ପରିସ୍ଥିତି ।
ବିଷାକ୍ତ ଆମ୍ବ ଟାକୁଆ ଖାଇବା କାରଣରୁ ପରିବାର ଲୋକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଦାରିଙ୍ଗବାଡ଼ି ମାଣ୍ଡିପଙ୍କାରେ ମୃତକଙ୍କ ପରିବାର ଲୋକେ ଏନେଇ ସ୍ବୀକାର କରିଛନ୍ତି ।