• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କେନ୍ଦ୍ରାପଡା: ଜଣେ ଡାକ୍ତର ଭାବେ ଅନେକ ଘଟଣା, ଦୁର୍ଘଟଣା ତାଙ୍କ ସ୍ମୃତିକୁ ଜୀବନ୍ତ କରି ରଖିଛି। ହେଲେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଟିଥିବା କେଇଟି ମୁହୂର୍ତ୍ତ ତାଙ୍କର ସାରା ଜୀବନର ସ୍ମୃତିକୁ କରିଛି  ସତେଜ। ଆଜି ପରିଣତ ବୟସରେ ସେଇ ସ୍ମୃତିକୁ ରୋମନ୍ଥନ କରି ପୁଲକିତ ହୁଅନ୍ତି ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାଶ। କେନ୍ଦ୍ରାପଡାରେ ରୁହନ୍ତି ଓଡ଼ିଆ ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାଶ। ଓଡ଼ିଶା ସହ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସଂପର୍କ ନିଆରା।  ଅନେକ ଥର ସେ ଦଳୀୟ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସରକାରୀ ଗସ୍ତରେ ଓଡ଼ିଶା ଆସିଛନ୍ତି ନେହେରୁ। ହେଲେ ଡାକ୍ତର ଗୋବିନ୍ଦ ଦାଶଙ୍କ ସହ ତାଙ୍କର ସମ୍ପର୍କ ଭିନ୍ନ।

ସେଦିନ ଥିଲା ୧୯୬୪ ମସିହା। ଓଡ଼ିଶାରେ ଚାଲିଥାଏ କଂଗ୍ରେସର ଅଧିବେଶନ। ଅଧିବେଶନରେ ଯୋଗ ଦେବାକୁ ଆସିଥାନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହରୁ।

ହଠାତ୍‌ ଏକ ଦୁଃଖଦ ଘଟଣା ଘଟିଗଲା। ଅଧିବେଶନ ଚାଲିଥିବାବେଳେ ହଠାତ୍‌ ନେହରୁ ଅସୁସ୍ଥ ହୋଇ ପଡ଼ିଲେ। ସେତେବେଳେ ରାଜ ଭବନରେ କାର୍ଯ୍ୟରତ ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାଶ ତାଙ୍କୁ କରିଥିଲେ ଚିକିତ୍ସା। ଶେଷରେ ଡାକ୍ତର ଦାସଙ୍କ ସେବାରେ ସୁସ୍ଥ ହୋଇଥିଲେ ନେହେରୁ।  ଦେଶର ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇବା, ତାଙ୍କର ଚିକିତ୍ସା କରିବା ଭାଗ୍ୟର କଥା। ବୋଲି ସେ କହନ୍ତି।  ପରିଣତ ବୟସରେ ତାଙ୍କର ସ୍ମୃତି ମନେ ପକେଇ ଆନନ୍ଦ ଅନୁଭବ କରନ୍ତି ଡାକ୍ତର ଦାଶ।

ସେ ସମୟରେ ତାଙ୍କ ପାଖରେ ୬ ଘଣ୍ଟା ଧରି ବସି ଜଗିଥିଲେ। ଶେଷରେ ତାଙ୍କର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। କେମିତି ନେହରୁଙ୍କ ଚିକିତ୍ସା କରିଥିଲେ, କେମିତି ତାଙ୍କୁ ଜଗି ରହିଥିଲେ।  ବିଛଣାରେ ଶୋଇଲେ ଆଜି ବି ତାଙ୍କ ଆଖି ଆଗରେ ଭାସି ଯାଏ ସେ ଦିନର ଘଟଣା।

https://youtu.be/vJdV5cJz5uI

 

ସେ ସମୟର ଆଉ ଏକ ଘଟଣାକୁ ମନେ ପକାଇ ପୁଲକିତ ହୋଇ ପଡ଼ନ୍ତି ଡାକ୍ତର ଦା। ସୁସ୍ଥ ହେବା ପରେ ନେହରୁ ଦିଲ୍ଲୀ ଫେରିବେ।  ଯିବାବେଳେ ତାଙ୍କୁ ଛାଡ଼ିବାକୁ ଯାଇଥିଲେ ଡାକ୍ତର ଦାଶ। ପ୍ରଧାନମନ୍ତ୍ରୀ ନେହରୁଙ୍କ ସହ ଥାନ୍ତି ଇନ୍ଦିରା ଗାନ୍ଧି। ଫ୍ଲାଇଟକୁ ଯିବା ବେଳେ ହଠାତ୍ ଇନ୍ଦିରାଙ୍କ ହାତ ଚାପି ହୋଇଗଲା। ଖୁବ୍‌ କଷ୍ଟ ହେଉଥାଏ ତାଙ୍କୁ।  ବିଜୁ ପଟ୍ଟନାୟକ ଥାନ୍ତି ପାଖରେ। ତାଙ୍କୁ କହିଲେ, ତୁରନ୍ତ ବରଫ ଆଣ।

ଶ୍ରୀ ଦାଶ ଆସି ନେହରୁଙ୍କ ଘରୁ ବରଫ ନେଇ ଯାଇଥିଲେ। ପହଞ୍ଚିବାରେ ବିଳମ୍ବ ହୋଇଗଲା। ବିଜୁ ପଟ୍ଟନାୟକ କହିଥିଲେ-‘ତୁମେ ଏତେ ବିଳମ୍ବ କଲ ?’

ଯାହା ବି ହେଉ, ସେହି ଆଇସ ମାଲିସ କରିବା ପରେ ନେହରୁଙ୍କ ସହ ଇନ୍ଦିରା ଗାନ୍ଧି ଦିଲ୍ଲୀ ଫେରି ଯାଇଥିଲେ।

Jawaharlal-nehrus-link-with-odisha-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories